Posted inଖେଳ

ଚାଇନା ପାରା ବ୍ୟାଡ୍‌ମିଣ୍ଟନ: ବିଜୟ ସହ ପ୍ରମୋଦଙ୍କ ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୨୫।୯(କ୍ରୀଡ଼ା ପ୍ରତିନିଧି)-ଚାଇନା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ୟୁହାଙ୍ଗ ହାଙ୍ଗଝୋଉଠାରେ ମଙ୍ଗଳବାର ଆରମ୍ଭ ହୋଇଛି। ୨୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୧୩୯ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଭାରତରୁ ମୋଟ ୧୭ ଖେଳାଳି ଏଥିପାଇଁ ମନୋନୀତ ହୋଇଥିବାବେଳେ ଓଡ଼ିଶାରୁ ଏକମାତ୍ର ପ୍ରମୋଦ ଭଗତ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି। ନିକଟ ଅତୀତରେ ଆକର୍ଷଣୀୟ ପ୍ରଦର୍ଶନ କରି ଆସିଥିବା ପ୍ରମୋଦ ଏହି ପ୍ରତିଯୋଗିତାରେ ମଧ୍ୟ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ଦିବସରେ ଅନୁଷ୍ଠିତ ସିଙ୍ଗଲ୍ସରେ ସେ ଚାଇନାର ଫାକ୍ସିନ ଉ’ଙ୍କୁ ୨୧-୧୩, ୨୧-୧୬ ପଏଣ୍ଟରେ ପରାସ୍ତ କରିଛନ୍ତି। ସେହିପରି ଡବଲ୍ସ ପ୍ରଥମ ରାଉଣ୍ଡରେ ସେ ମନୋଜ ସରକାରଙ୍କ ସହ ଇଣ୍ଡୋନେସିଆ ଯୋଡ଼ି ଆରି ଅଙ୍ଗାରା ଓ ଉକୁନ ରୁକେଣ୍ଡିଙ୍କୁ ୨୧-୧୧, ୨୨-୧୮ ପଏଣ୍ଟରେ ହରାଇ ଦେଇଛନ୍ତି।


All Right Reserved By Dharitri.Com

Posted inଖେଳ View All

ଓ୍ବେଷ୍ଟଇଣ୍ଡିଜ କୋଚ୍‌ ପଦକୁ ଫେରିଲେ ସିମନ୍ସ

ସେଣ୍ଟ ଜୋନ୍ସ (ଆଣ୍ଟିଗୁଆ), ୧୫।୧୦ (ଏଏଫ୍‌ପି)- ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳର କୋଚ୍‌ ପଦକୁ ପୁଣିଥରେ ଫିଲ୍‌ ସିମନ୍ସ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ...

ଗୋଲ୍‌ ରୁପାନ୍ତର ହାର ବୃଦ୍ଧିକୁ ମାରିଜନେଙ୍କ ଗୁରୁତ୍ୱ

ହୀରୋଶିମା (ଜାପାନ), ୧୭ା୬ (ପି.ଟି.)- ଭାରତୀୟ ମହିଳା ହକି ଦଳକୁ ଏହାର ଗୋଲ ରୁପାନ୍ତର ହାରରେ ବୃଦ୍ଧି ଆବଶ୍ୟକତା ରହିଛି ବୋଲି ଦଳର ମୁଖ୍ୟ କୋଚ୍‌...

ବର୍ଷର ଶେଷ ମ୍ୟାଚ ପାଇଁ ପ୍ରସ୍ତୁତି

କଟକ ଅଫିସ,୨୨ା୧୨-  ଭାରତୀୟ ଦଳ ବାରବାଟୀ ଷ୍ଟାଡିୟମରେ ରବିବାର ‘୨୦୧୯’ର ଶେଷ ମ୍ୟାଚ୍‌ ଖେଳିବ। ଚଳିତବର୍ଷ ଭାରତୀୟ କ୍ରିକେଟ ନିମନ୍ତେ ଏହା ‘ସୁପର-ସଣ୍ଡେ’ ବୋଲି କୁହାଯାଉଛି।...

ଶୁବମନ ଗିଲ୍‌ଙ୍କ ରେକର୍ଡ ଦ୍ୱିଶତକ

ତରୌବ(ତ୍ରିନିଦାଦ ଆଣ୍ଡ୍‌ ଟବାଗୋ),୯।୮- ଶୁବମନ ଗିଲ୍‌ ଦେଶର ସର୍ବକନିଷ୍ଠ କ୍ରିକେଟର ଭାବେ ପ୍ରଥମ ଶ୍ରେଣୀ କ୍ରିକେଟରେ ଦ୍ୱିଶତକ ଲଗାଇଛନ୍ତି। ଅଧିନାୟକ ହନୁମା ବିହାରୀଙ୍କ ଶତକ ବଳରେ...

ପ୍ରତ୍ୟେକ ଛକା ପିଛା ୧୨ ହଜାର ଟଙ୍କା ଦାନ କରିବେ ଖେଳାଳି

ମେଲ୍‌ବୋର୍ନ,୪।୧- ଜଙ୍ଗଲରେ ଲାଗିଥିବା ନିଆଁ ଅଷ୍ଟ୍ରେଲିଆରେ ଆତଙ୍କ ଖେଳାଇ ଦେଇଛି। ହଜାର ହଜାର ହେକ୍ଟର ଜଙ୍ଗଲ ନିଆଁ ଯୋଗୁ ବହୁ ଜୀବନ ଓ ସମ୍ପତ୍ତି କ୍ଷତିଗ୍ରସ୍ତ...

କ୍ରିକେଟରୁ ବିରତି ନେଲେ ଦେଶର ଅନ୍ୟତମ ଧନୀ ଶିଳ୍ପପତି ବିର୍ଲାଙ୍କ ପୁଅ

ନୂଆଦିଲ୍ଲୀ,୨୧।୧୨- ଦେଶର ଅନ୍ୟତମ ଧନୀ ଶିଳ୍ପପତି ମଙ୍ଗଲମ ବିର୍ଲାଙ୍କ ପୁଅ ଆର୍ଯ୍ୟମାନ କ୍ରିକେଟରୁ ବିରତି ନେଇଛନ୍ତି। ମାନସିକ ସମସ୍ୟା ଯୋଗୁ ସେ ଏଭଳି ନିଷ୍ପତ୍ତି ନେଇଥିବା...

ଭାରତୀୟ ସୁରକ୍ଷା କର୍ମୀଙ୍କୁ ମ୍ୟାଚ୍‌ ବଲ ଦେଲେ ପାକିସ୍ତାନ କ୍ରିକେଟର

ଭିକ୍ଟୋରିଆ,୨୩।୧୨- ବିଗ୍‌ ବାଶ ଲିଗ୍‌ (ବିବିଏଲ)ରେ ମେଲବୋର୍ନ ଷ୍ଟାର୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ପାକିସ୍ତାନ ବାମହାତୀ ପେସର ହାରିସ ରଫ କ୍ରିକେଟ ପ୍ରଶଂସକଙ୍କ ମନ ଜିଣି...

ଆଇସିସି ବିଶ୍ୱକପ୍‌: ବାଂଲାଦେଶ ପାଇଁ କର ବା ମର ସ୍ଥିତି

ସାଉଥାମ୍ପ୍‌ଟନ,୨୪।୬(ପି.ଟି.)- ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ବିଶ୍ୱକପ୍‌ର ୩୧ତମ ମ୍ୟାଚ୍‌ରେ ସୋମବାର ବାଂଲାଦେଶ ଓ ଆଫଗାନିସ୍ତାନ ପରସ୍ପରକୁ ଭେଟିବେ। ସ୍ଥାନୀୟ ରୋଜ୍‌ ବାଉଲ ଗ୍ରାଉଣ୍ଡରେ...

Leave a comment

Your email address will not be published. Required fields are marked *