ବିଶ୍ୱ ବଜାରରେ ପହଞ୍ଚିବେ ଏମ୍‌ଏସ୍‌ଏମ୍‌ଇ

ନୂଆଦିଲ୍ଲୀ,୨୫-୯:ଦେଶର ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ପ୍ରସ୍ତୁତ କରୁଥିବା ସାମଗ୍ରୀ ବିଦେଶୀ ବଜାରରେ ଏବେ ସହଜରେ ପହଞ୍ଚିବ। କ୍ଷୁଦ୍ର ଶିଳ୍ପକୁ ଏହି ସୁବିଧା ପ୍ରଦାନ ଲକ୍ଷ୍ୟରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଶୀଘ୍ର ‘ଭାରତ ମାର୍ଟ’ନାମରେ ଏକ ଇ-କମର୍ସ ପ୍ଲାଟଫର୍ମ ଖୋଲିବ ବୋଲି କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି। ଗ୍ଲୋବାଲ ଏମ୍‌ଏସ୍‌ଏମ୍‌ଇ ସମିଟ୍‌କୁ ସମ୍ବୋଧିତ କରି ଗଡକରୀ କହିଛନ୍ତି, କ୍ଷୁଦ୍ର ଶିଳ୍ପଗୁଡିକର ପୁଞ୍ଜି, ଲିଜିଷ୍ଟିକ ଏବଂ ଶକ୍ତି କ୍ଷେତ୍ରରେ ହେଉଥିବା ବର୍ଦ୍ଧିତ ଖର୍ଚ୍ଚକୁ ରୋକିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ସଂସ୍ଥାଗୁଡିକ ବିଶ୍ୱ ସ୍ତର ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସକ୍ଷମ ହୋଇ ପାରିବେ। ଘରୋଇ ଏବଂ ବିଦେଶ ନିବେଶ ନେଇ ଏହି କ୍ଷେତ୍ରରେ ବିପୁଳ ସମ୍ଭାବନା ରହିଛି। ଏହା ହେଲେ ଅଧିକ ସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିବ ବୋଲି ଗଡକରୀ ମତ ଦେଇଛନ୍ତି।
ସରକାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ସମନ୍ବିତ ଭାବେ କ୍ଷୁଦ୍ର ସଂସ୍ଥା ବିକାଶକୁ ଗୁରୁତ୍ୱ ଦେଉଥିବା ସେ ସ୍ପଷ୍ଟ କରିଛନ୍ତି। ବିଶେଷ କରି ଖାଦ୍ୟ ପ୍ରକ୍ରିୟାକରଣ ଏବଂ କୃଷିଜାତ ଦ୍ରବ୍ୟ ସହ ଜଡିତ ଶିଳ୍କକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏକ୍ଷେତ୍ରରେ ଋଣ ପ୍ରଦାନ ଲାଗି ସରକାର ବିଶ୍ୱ ବ୍ୟାଙ୍କ ଏବଂ ଏଡ଼ିବି ସହ ଆଲୋଚନା କରୁଛନ୍ତି। ମହୁ, ବାଉଁଶ, ବୟନ, ଜୈବ ଇନ୍ଧନ, ଜଳ ପରିବହନ, ମତ୍ସ୍ୟଚାଷ, ଗୋପାଳନ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଗ୍ରାମାଞ୍ଚଳରେ ଅନେକ ସୁଯୋଗ ରହିଛି। ସେହିଭଳି ପ୍ରତିରକ୍ଷା, ରେଲଓ୍ବେ, ରାଜପଥ, ଜଳପଥ ଭଳି କ୍ଷେତ୍ରରେ ସହରାଞ୍ଚଳରେ ବିପୁଳ ସୁଯୋଗ ରହିଛି। ମୋଟ ଜିଡିପିକୁ ଏମ୍‌ଏସ୍‌ଏମ୍‌ଇର ଅଂଶ ୨୯%ରୁ ବଢାଇ ୫୦% , ରପ୍ତାନି ୪୮%ର ୬୦%କୁ ବୃଦ୍ଧି ନେଇ ଯୋଜନା ରହିଥିବା ଗଡକରୀ ମତପ୍ରକାଶ କରିଛନ୍ତି।
ସେ କହିଛନ୍ତି, ବର୍ତ୍ତମାନ ୨୦୦ କମ୍ପାନୀ ପୁଞ୍ଜି ବଜାରରେ ସୁଚୀଭୁକ୍ତ ହୋଇଛନ୍ତି। ଏକ୍ଷେତ୍ରରେ ଅଧିକ କମ୍ପାନୀ ଆସିବାକୁ ସେ ଆହ୍ବାନ ଜଣାଇଛନ୍ତି। ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ପେମେଣ୍ଟ କ୍ଷେତ୍ରରେ ହେଉଥିବା ବିଳମ୍ବ ସମସ୍ୟାର ଦୂରୀକରଣକୁ ସରକାର ନଜରରେ ରଖିଛନ୍ତି। ଏକ୍ଷେତ୍ରରେ ଶୀଘ୍ର ୟୁକେ ସିହ୍ନା କମିଟି ରିପୋର୍ଟକୁ ଲାଗୁ କରାଯିବ। ସଂସ୍ଥାଗୁଡ଼ିକର ଖର୍ଚ୍ଚ ଏବଂ ଲଜିଷ୍ଟିକ ଖର୍ଚ୍ଚ କମାଇବା ଲାଗି ଶକ୍ତି ସଞ୍ଚୟକାରୀ ଟେକ୍ନୋଲୋଜି ଏବଂ ଏଜର୍ନି ଅଡିଟର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ସଂସ୍ଥାଗୁଡିକୁ ରୁଫ ଟପ୍‌ ସୋଲାର ପ୍ଲାଣ୍ଟ ଯୋଗାଣ କରିବା ନେଇ ସେ ସ୍ପଷ୍ଟ କରିଛନ୍ତି। ଏଥିରେ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ସଚିବ ଅରୁଣ ପଣ୍ଡା କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଡିଜିଟାଲ ଏମ୍‌ଏମ୍‌ଏମ୍‌ଇ ପୋର୍ଟାଲ ବିକଶିତ କରୁଛନ୍ତି। ଏହା କ୍ଷୁଦ୍ର ଶିଳ୍ପ ଅଂଶୀଦାରଙ୍କ ଲାଗି ଏକ ଭର୍ଚୁଆଲ ମିଟିଂ ପ୍ଲେସ ହେବ। ସଂସ୍ଥାଗୁଡିକର ମାନୁଫାକଚରିଂ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ଲାଗି ଆଉ ୧୩୫ ଟୁଲ ରୁମ୍‌ ଏବଂ ଟେକ୍ନୋଲୋଜି ସେଣ୍ଟର ସ୍ଥାପନ ନେଇ ସରକାର ପଦକ୍ଷେପ ନେଉଥିବା ପଣ୍ଡା ମତ ଦେଇଛନ୍ତି।


All Right Reserved By Dharitri.Com

ବିଜୟ ମାଲ୍ୟା ପ୍ରତ୍ୟର୍ପଣ ମାମଲା;ହାଇକୋର୍ଟରେ ଜୁଲାଇ ୨ରେ ଶୁଣାଣି

ଲଣ୍ଡନ,୨୭-୪: ମଦ ବ୍ୟବସାୟୀ ବିଜୟ ମାଲ୍ୟା ପ୍ରତ୍ୟର୍ପଣ ମାମଲାରେ ଲଣ୍ଡନ ହାଇକୋର୍ଟ ଜୁଲାଇ ୨ରେ ଶୁଣାଣି କରିବେ। ସେହି ଦିନ ମାଲ୍ୟାଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା...

କୋଭିଡ୍‌ ଯୋଦ୍ଧାଙ୍କ ପିଲାଙ୍କ ଲାଗି ସି.ଭି. ରମଣର ସ୍କଲାରଶିପ

ଭୁବନେଶ୍ୱର,୧-୫: ସି.ଭି. ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ ଏବଂ କୃତଜ୍ଞତା ଜ୍ଞାପନ କରାଯାଇଛି। କୋଭିଡ୍‌-୧୯ ଯୋଦ୍ଧାଙ୍କ ପିଲାଙ୍କ ପାଇଁ ଅନୁଷ୍ଠାନ ପକ୍ଷରୁ...

ଆୟକର ଛାଡ଼ ସୀମା ବଢ଼ିପାରେ; ବିତ୍ତଶାଳୀଙ୍କ ଉପରେ ଲାଗିବ ୪୦% ଟିକସ: ସର୍ଭେ

ନୂଆଦିଲ୍ଲୀ,୧-୭: ଆସନ୍ତା ସାଧାରଣ ବଜେଟରେ ବ୍ୟକ୍ତିଗତ ଆୟକରଦାତାଙ୍କ ଲାଗି ଆୟକର ଛାଡ଼ ସୀମା ବର୍ତ୍ତମାନର ୨.୫ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇପାରେ। ଏଥିସହିତ ୧୦ କୋଟି...

ଶୀଘ୍ର ସ୍ବାଭାବିକ ହେବ ସାଧାରଣ ପରିବହନ ବ୍ୟବସ୍ଥା

ନୂଆଦିଲ୍ଲୀ,୭।୫: ଦେଶର ସାଧାରଣ ପରିବହନ ବ୍ୟବସ୍ଥା ଶୀଘ୍ର ସ୍ବାଭାବିକ ହେବାକୁ ଯାଉଛି। ଅର୍ଥାତ୍‌ ବସ୍‌, ଟ୍ରେନ୍‌ ପୁଣି ଥରେ ପୂର୍ବବତ ପରିଚାଳିତ ହେବ ବୋଲି ସୂଚନା...

୬ବର୍ଷରେ ପ୍ରଥମଥର ଏପ୍ରିଲରେ ଏୟାର ଟ୍ରାଫିକ ହ୍ରାସ

ନୂଆଦିଲ୍ଲୀ,୩୦-୫: ଏପ୍ରିଲରେ ଘରୋଇ ଏୟାର ଟ୍ରାଫିକ ହ୍ରାସ ପାଇଛି। ଗତ ୬ ବର୍ଷ ମଧ୍ୟରେ ଏହା ପ୍ରଥମଥର ଦେଖିବାକୁ ମିଳିଛି। ଜେଟ୍‌ ଏୟାରଓ୍ବେଜ୍‌ ବନ୍ଦ ହୋଇଯିବା...

ମାର୍ଚ୍ଚ ସୁଦ୍ଧା ରାଜ୍ୟ ଇଜ୍‌ ଅଫ୍‌ ଡୁଇଁ ବିଜନେସ ର଼୍ୟାଙ୍କିଙ୍ଗ

ନୂଆଦିଲ୍ଲୀ,୮-୧: ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର ପରବର୍ତ୍ତୀ ଇଜ ଅଫ୍‌ ଡୁଇଁ ବିଜନେସ ର଼୍ୟାଙ୍କିଙ୍ଗ ଆସନ୍ତା ମାର୍ଚ୍ଚରେ ଆସିବାର ସମ୍ଭାବନା ରହିଛି। ବାଣିଜ୍ୟ ଏବଂ...

ବିତ୍ତୀୟ ଗଣିତ ଉପରେ ଆଇଏମ୍‌ଏଫ୍‌ର ପ୍ରଶ୍ନବାଚୀ

ମୁମ୍ବାଇ,୮-୧୧: ଭାରତର ବିତ୍ତୀୟ ଗଣିତ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିତ୍ତୀୟ ଶୃଙ୍ଖଳା ଉପରେ ରହିଥିବା ବିଭିନ୍ନ ତଥ୍ୟ ସ୍ବଚ୍ଛ ହେବା ଆବଶ୍ୟକତା ରହିଛି।...

ଅଣ ତୈଳ କମ୍ପାନୀ ସ୍ଥାପନ କରିପାରିବେ ପେଟ୍ରୋଲ ପମ୍ପ

ନୂଆଦିଲ୍ଲୀ,୨୪-୧୦:କେନ୍ଦ୍ର ସରକାର ପେଟ୍ରୋଲ ପମ୍ପ ସ୍ଥାପନ କ୍ଷେତ୍ରରେ ରହିଥିବା ନିୟମକୁ ବୁଧବାର କୋହଳ କରିଛନ୍ତି। ନୂଆ ନିଷ୍ପତ୍ତି ମୁତାବକ ଏବେ ଅଣ ତୈଳ କମ୍ପାନୀଗୁଡ଼ିକ ଦେଶରେ...

Leave a comment

Your email address will not be published. Required fields are marked *