ଏଇ ଭାରତରେ

ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ପ୍ରକ୍ରିୟାରେ କେବଳ କଲେଜ ପିଲାମାନେ ଭାଗ ନେଉଛନ୍ତି। କିନ୍ତୁ ସ୍କୁଲରେ ନିର୍ବାଚନ ହେବା ଶୁଣିଛନ୍ତି କି? ଛତିଶଗଡ଼ର କୋରବା ଅନ୍ତର୍ଗତ ଗଡକଟରା ଗାଁର ସରକାରୀ ସ୍କୁଲ୍‌ରେ ପିଲାମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଛି ଏମିତି ଏକ ନିର୍ବାଚନ। ଆଦିବାସୀ ଅଧିଷ୍ୟୁତ ଅଞ୍ଚଳରେ ଥିବା ଏହି ସ୍କୁଲ୍‌ରେ ପିଲାମାନେ ସେମାନଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି। ପିଲାମାନେ ଭୋଟ ଦେବା ପରେ ସେମାନଙ୍କ ଅଙ୍ଗୁଳିରେ କାଳିଚିହ୍ନ ଲଗାଯାଇଛି। ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଦେଶରେ ପ୍ରଧାନମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ ଶପଥ ନେବା ଭଳି ବିଜୟୀ ପ୍ରାର୍ଥୀମାନେ ଶପଥ ନେଇଛନ୍ତି। ଶପଥ ନେବା ସମୟରେ ନିର୍ବାଚିତ ହୋଇଥିବା ପୁଅମାନେ ଧୋତି ଓ ଝିଅମାନେ ଶାଢି ପିନ୍ଧି ଆସିଥିଲେ। ଗାଁର ଏହି ସ୍କୁଲକୁ ନିର୍ବାଚନ କେନ୍ଦ୍ର କରାଯାଏ। ଏଠାରେ ବି ଗାଁ ଲୋକଙ୍କ ତରଫରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଏ। ଠିକ୍‌ ଯେମିତି ସାଧାରଣ ନିର୍ବାଚନରେ ହୋଇଥାଏ। ବଡ଼ ପିଲାମାନଙ୍କ ପାଠ୍ୟକ୍ରମରେ ନିର୍ବାଚନ ସମ୍ବନ୍ଧରେ ଶିକ୍ଷା ଦିଆଯାଉଥିବାବେଳେ ଛୋଟ ପିଲାମାନେ ସ୍କୁ୍‌ଲରେ ସବୁବେଳେ ନିର୍ବାଚନ କ’ଣ ଓ ପୋଲିଂ ବୁଥ୍‌ ଭିତରେ କ’ଣ ହୁଏ ବୋଲି ସ୍କୁଲର ଶିକ୍ଷକ ଶ୍ରୀକାନ୍ତି ସିଂଙ୍କୁ ପ୍ରଶ୍ନ କରନ୍ତି। ଏଣୁ ପିଲାମାନଙ୍କୁ ନିର୍ବାଚନ ସମ୍ପର୍କରେ ଜଣାଇବା ପାଇଁ ଏହି ସାଙ୍କେତିକ ନିର୍ବାଚନ କରାଯାଇଛି। ନିର୍ବାଚନରେ ପିଲାମାନଙ୍କୁ ପ୍ରାର୍ଥୀମାନଙ୍କ ନାମ ସହ ଛାତ୍ର ସଂସଦ ନିର୍ବାଚନ ଲେଖାଥିବା ଏକ ମତପତ୍ର ପ୍ରଦାନ କରାଯାଇଥିତ୍ଲା। ସେଥିରେ ପ୍ରାର୍ଥୀମାନଙ୍କୁ ପ୍ରଦାନ କରାଯାଇଥିବା ଗାଣିତିକ ଚିହ୍ନ ମଧ୍ୟ ରହିଥିଲା। ପିଲାମାନେ ସେମାନଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। ନିର୍ବାଚନ ଫଳାଫଳ ବାହାରିବା ପରେ ପିଲାମାନଙ୍କ ମଧ୍ୟରେ ମିଠା ବଣ୍ଟାଯାଇଥିତ୍ଲା।


All Right Reserved By Dharitri.Com

ଏଇ ଭାରତରେ

ଆଧୁନିକ ଯୁଗରେ ଅନ୍ଧବିଶ୍ୱାସକୁ ପଛରେ ପକାଇ ବିଜ୍ଞାନ ବହୁତ ଆଗକୁ ଯାଇପାରିଛି। ତଥାପି ଲୋକମାନେ ଅନ୍ଧବିଶ୍ୱାସ ଉପରେ ଭରସା ରଖୁଛନ୍ତି। ଏମିତି ଏକ ଅନ୍ଧବିଶ୍ୱାସଭିତ୍ତିକ ନାଗ...

ସମ୍ପର୍କର ମୂଲ୍ୟ

ଡ. ବାସୁଦେବ ମିଶ୍ର ଜୀବନଟିଏ ସୃଷ୍ଟି ହେବା ଆଗରୁ ସମ୍ପର୍କଟିଏ ତା’ର ହେତୁ ହୋଇଯାଏ। ମାତାପିତାଙ୍କ ମଧ୍ୟରେ ସମ୍ପର୍କ ବିନା ସନ୍ତାନଟିଏ ସମ୍ଭବ ହୁଏନାହିଁ। ଗୁରୁଶିଷ୍ୟଙ୍କର...

ସଚିବଙ୍କ ସଚିବ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଭାରତ ସରକାରଙ୍କ ଊର୍ଦ୍ଧ୍ୱତମ ଅଧିକାରୀଙ୍କ କଥା ଉଠିଲେ କ୍ୟାବିନେଟ ସଚିବଙ୍କ ପଦବୀ ଆଖି ଆଗକୁ ଆସିଥାଏ। ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ରୁ...

ଇତିହାସରୁ ଶିଖିଲୁ ନାହିଁ

ଆକାର ପଟେଲ ଭାରତରେ ଆଜିକାର ଦିନଗୁଡ଼ିକ ଆମକୁ ବିଭାଜନ ପର୍ଯ୍ୟନ୍ତ ନେଇଯାଇଥିବା ଦିନଗୁଡ଼ିକ କିପରି ଥିଲା ତାହା ଜଣାଇ ଦେଉଛି। ଲୋକମାନେ ଧର୍ମ ଭିତ୍ତିରେ ସେମାନଙ୍କ...

ସମ୍ପାଦକୀୟ/ କାହା ପାଇଁ ସଂଯୋଗ

ସୋସିଆଲ ମିଡିଆରେ ବ୍ୟବହୃତ ପ୍ରୋଫାଇଲ ସହ ଆଧାର କାର୍ଡ ସଂଯୋଗ କରିବା ନେଇ ମାଡ୍ରାସ୍‌, ବମ୍ବେ ଓ ମଧ୍ୟପ୍ରଦେଶ ହାଇକୋର୍ଟରେ ବିଚାରାଧୀନ ରହିଥିବା ମାମଲା ଉପରେ...

ଆଜିର ଅର୍ଥନୀତି/ଦୋହରା ଝଟକା

ଇରାନର ଜେନେରାଲ କାସିମ ସୋଲେମାନୀଙ୍କୁ ଆମେରିକା ଶୁକ୍ରବାର ବିମାନ ଆକ୍ରମଣ କରି ହତ୍ୟାକରିବା ପରେ ଓ୍ବାଶିଂଟନ ଓ ତେହେରାନ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।...

ଗ୍ରନ୍ଥାଗାର : ଜ୍ଞାନର ଗନ୍ତାଘର

ପ୍ରୀତିମୟ ସାହୁ ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ କ୍ଷେତ୍ରରେ ଶିୟାଲୀ ରାମାମୃତ ରଙ୍ଗନାଥନ୍‌ଙ୍କ ଅବଦାନ ବିଶ୍ୱବ୍ୟାପୀ ଅତୁଳନୀୟ। ଭାରତୀୟ ଗ୍ରନ୍ଥାଗାର, ଗ୍ରନ୍ଥାଗାର ବିଜ୍ଞାନ, ଗ୍ରନ୍ଥାଗାରିକ ସଂପ୍ରଦାୟ...

ଜିଲା ଶାସନ ଓ ଭାରତ

ଶରତ ଚନ୍ଦ୍ର ମିଶ୍ର ଆମ ଦେଶରେ ଜିଲା ସ୍ତରରେ ପ୍ରତିନିଧିମୂଳକ ନିର୍ବାଚିତ ସରକାର ଏ ପର୍ଯ୍ୟନ୍ତ ପ୍ରତିଷ୍ଠା ହୋଇପାରି ନାହିଁ। ବ୍ରିଟିଶ ବାଣିଜି୍ୟକ ସାମ୍ରାଜ୍ୟବାଦୀଙ୍କ ସ୍ବାର୍ଥରକ୍ଷା...

Leave a comment

Your email address will not be published. Required fields are marked *