Posted inଜାତୀୟ

ପିଓକେରେ ଭୂକମ୍ପ: ୧୯ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ୩୦୦ରୁ ଊର୍ଦ୍ଧ୍ୱ ଆହତ

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୨୪ା୯(ପି.ଟି.)- ପାକ୍‌-ଅଧିକୃତ କଶ୍ମୀର (ପିଓକେ)ରେ ମଙ୍ଗଳବାର ଅପରାହ୍ନରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି। ୫.୮ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ରାଜଧାନୀ ଇସ୍‌ଲାମାବାଦ ସମେତ ପାକିସ୍ତାନର ଉତ୍ତରଭାଗର ଅନେକ ଅଞ୍ଚଳ ଥରିଉଠିଛି। ଏଥିରେ ଅନୂ୍ୟନ ୧୯ ଜଣ ପ୍ରାଣ ହରାଇଥିବାବେଳେ ୩୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ୮ରୁ ୧୦ ସେକେଣ୍ଡ ଧରି ଅନୁଭୂତ ହୋଇଥିବା ଭୂକମ୍ପର କେନ୍ଦ୍ରସ୍ଥଳ ପିଓକେର ନ୍ୟୁ ମିରପୁର ବୋଲି ଆମେରିକାର ଜିଓଲୋଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଏହି ଭୂକମ୍ପର ପ୍ରଭାବ ଦିଲ୍ଲୀ-ଏନ୍‌ସିଆର୍‌ ସମେତ ଉତ୍ତର ଭାରତର କେତେକେ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି।

ପାକିସ୍ତାନ ପାଣିପାଗ ବିଭାଗର ଆର୍ଥକ୍ୱେକ୍‌ ସେଣ୍ଟର ପକ୍ଷରୁ କୁହାଯାଇଛି ଯେ, ଅପରାହ୍ନ ୪ଟା ପରେ ୫.୮ ତୀବ୍ରତା ବିଶିଷ୍ଟ ଭୂକମ୍ପ ପଞ୍ଜାବ ପ୍ରଦେଶର ପାର୍ବତ୍ୟ ସହର ଝେଲମରେ ପ୍ରଥମେ ଅନୁଭୂତ ହୋଇଥିଲା। ଏହାର ଗଭୀରତା ଥିଲା ୧୦ କି.ମି.। ତେବେ ଭୂକମ୍ପର ତୀବ୍ରତା ୭.୧ ବୋଲି ପାକିସ୍ତାନର ବିଜ୍ଞାନ ମନ୍ତ୍ରୀ ଫଓ୍ବାଦ୍‌ ଚୌଧ୍‌ରୀ ସୂଚନା ଦେଇଛନ୍ତି। ପିଓକେର ମିରପୁର ପୋଲିସ ଡିଆଇଜି କହିଛନ୍ତି, ଶକ୍ତିଶାଳୀ ଭୂକମ୍ପ ଯୋଗୁ ମିରପୁର ଓ ଏହାର ଆଖପାଖ ଅଞ୍ଚଳର ବହୁ ଘରଦ୍ୱାର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଲୋକେ ଭୟରେ ଘରୁ ବାହାରିଯାଇଛନ୍ତି। ରାସ୍ତାଗୁଡ଼ିକ ଫାଟି ଆଁ କରିଛି। ଏଥିରେ ୧୦ ଜଣ ପ୍ରାଣ ହରାଇଛନ୍ତି। ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲଗୁଡ଼ିକରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ପାକିସ୍ତାନୀ ସେନାମୁଖ୍ୟ ଜେନେରାଲ କମାର ଜାଭେଦ୍‌ ବାଜ୍‌ଓ୍ବା ନିର୍ଦ୍ଦେଶ ଦେଇଛନ୍ତି। ସେନା ପକ୍ଷରୁ ହେଲିକପ୍ଟରରେ ମେଡିକାଲ୍‌ ଟିମ୍‌କୁ ବିଭିନ୍ନ ସ୍ଥାନକୁ ପଠାଯାଇଛି। ପ୍ରକୃତରେ କେତେ ଧନଜୀବନ ନଷ୍ଟ ହୋଇଛି ସେନେଇ ଆକଳନ କରାଯାଉଛି ବୋଲି ପାକିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅଧ୍ୟକ୍ଷ ଲ୍ୟୁଟ୍‌ନାଣ୍ଟ ଜେନେରାଲ ମହମ୍ମଦ ଅଫ୍‌ଜଲ୍‌ କହିଛନ୍ତି। ଇସ୍‌ଲାମାବାଦ ସମେତ ପେଶାଓ୍ବର, ରାଓ୍ବଲପିଣ୍ଡି, ଲାହୋର, ସ୍କାର୍ଦୁ, କୋହାଟ, ଚର୍ସାଦ୍ଦା, କସୁର, ଫୈସଲାବାଦ, ଗୁଜରାଟ, ସିଆଲକୋଟ, ଅବୋଟ୍ଟାବାଦ, ମନସେରା, ଚିତ୍ରାଲ, ମାଲାକଣ୍ଡ, ମୁଲତାନ, ଶାଙ୍ଗଲା, ଓକାରା, ନୌସେରା, ଆଟ୍ଟୋକ ଓ ଝାଙ୍ଗ୍‌ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି।


All Right Reserved By Dharitri.Com

କୁକୁଡା ଲଢେଇରେ ଲାଗିଲା ୧କୋଟି ଟଙ୍କା ବାଜି

ରାୟପୁର,୧୪।୧୦: କ୍ରିକେଟ ଖେଳରେ କୋଟି କୋଟି ଟଙ୍କା ବାଜି ଲାଗୁଥିବା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ହେଲେ କୁକୁଡା ଲଢେଇରେ ୧ କୋଟି ଟଙ୍କ ବାଜି...

ଅଷ୍ଟମ ଥର ପାଇଁ ଟ୍ରମ୍ପ୍‌ଙ୍କୁ ଭେଟିଲେ ମୋଦି

ଅହମଦାବାଦ୍‌,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତରେ ଆସି ଅହମଦାବାଦ୍‌ରେ ସୋମବାର ପହଞ୍ଚିଛନ୍ତି। ବିମାନବନ୍ଦରରେ ମୋଦି ଟ୍ରମ୍ପ୍‌ଙ୍କୁ ସ୍ବାଗତ କରିଛନ୍ତି। ଏହା ଟ୍ରମ୍ପ୍‌ଙ୍କର ପ୍ରଥମ...

ବିଦ୍ୟୁତ୍‌ ବିଭାଗର ଦାଦାଗିରି: ଭୁଲରେ ପଠାଇଲେ ୧୨୮ କୋଟି ଟଙ୍କାର ବିଲ୍‌; ସଂଯୋଗ ବି କାଟିଲେ

ଲକ୍ଷ୍ନୌ,୨୧।୭: ବିଦ୍ୟୁତ୍‌ ବିଭାଗର ଭୁଲ୍‌ ଯୋଗୁ ଜଣେ ବରିଷ୍ଠ ନାଗରିକ ଏବେ ଅସୁବିଧାରେ ପଡ଼ିଛନ୍ତି। ତାଙ୍କ ପାଖକୁ ୧୨୮ କୋଟି ୪୫ ଲକ୍ଷ ୯୫ ହଜାର...

ବିଫଳତାରୁ ଧ୍ୟାନ ହଟାଇବାକୁ ଉଦ୍ୟମ

ନୂଆଦିଲ୍ଲୀ,୭ା୧୨(ପି.ଟି.): କୌଣସି ପରିସ୍ଥିତିରେ ବି ପୋଲିସ ଭିଡ଼ହିଂସାକାରୀ ଉତ୍ତ୍ୟକ୍ତ ଲୋକଙ୍କ ଭଳି କାର୍ଯ୍ୟ କରିପାରିବ ନାହିଁ ବୋଲି ଅଧିକାର କର୍ମୀମାନେ କହିଛନ୍ତି। ମହିଳାମାନଙ୍କ ଅଧିକାରକୁ ସୁରକ୍ଷା...

ପର୍ଯ୍ୟଟକଙ୍କ ଗାଡ଼ି ପଛରେ ୨ କିମି ଗୋଡ଼ାଇଲା ସିଂହ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ବେଙ୍ଗାଲୁରୁ,୧୬।୧୦: କର୍ନାଟକର ବେଲ୍ଲାରି ଜିଲାରେ ଥିବା ଅଟଳ ବିହାରୀ ବାଜପେୟୀ ଜାତୀୟ ପ୍ରାଣୀ ଉଦ୍ୟାନରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ସିଂହ ସଫାରିରେ...

ସିବିଏସ୍‌ଇ ବିଦ୍ୟାଳୟ ପରିସର ହେବ ‘କ୍ରୋଧ ମୁକ୍ତ ଅଞ୍ଚଳ’

ନୂଆଦିଲ୍ଲୀ,୨୮।୧୨: ଏଣିକି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ସମସ୍ତ ବିଦ୍ୟାଳୟ ପରିସର ‘କ୍ରୋଧ ମୁକ୍ତ ଅଞ୍ଚଳ’ରେ ପରିଣତ ହେବ। ବିଦ୍ୟାଳୟ ପରିସରରେ...

ଓଓ୍ବାଇସି ବୁଝାଇଲେ ଫରକ୍‌ କ’ଣ

ହାଇଦ୍ରାବାଦ,୨୫ା୧୨: ସିଏଏକୁ ଆରମ୍ଭରୁ ବିରୋଧ କରୁଥିବା ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ୍‌ ଓଓ୍ବାଇସି ମଙ୍ଗଳବାର ଏନ୍‌ପିଆର୍‌ ସମ୍ପର୍କରେ ୫ଟି ଟୁଇଟ୍‌ କରିଛନ୍ତି। ଏଥିରେ ସେ ଏନ୍‌ଆର୍‌ସି ଏବଂ...

ନାଗରିକତ୍ୱ ସଂଶୋଧନ ଆଇନକୁ ବିରୋଧ: ପଶ୍ଚିମବଙ୍ଗକୁ ବ୍ୟାପିଲା ନିଆଁ

ଗୁଆହାଟୀ/ନୂଆଦିଲ୍ଲୀ/କୋଲକାତା, ୧୪ା୧୨(ପି.ଟି./ଆଇଏଏନ୍‌ଏସ୍‌): ନୂଆ ନାଗରିକତ୍ୱ ଆଇନକୁ ନେଇ ଉତ୍ତର-ପୂର୍ବାଞ୍ଚଳରେ ଚାଲିଥିବା ଆନ୍ଦୋଳନର ନିଆଁ ଶୁକ୍ରବାର ପଶ୍ଚିମବଙ୍ଗକୁ ବ୍ୟାପିଛି। ଆସାମ, ତ୍ରିପୁରା, ମଣିପୁର, ସିକିମ, ମେଘାଳୟ ଓ...

Leave a comment

Your email address will not be published. Required fields are marked *