ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରୁ ମଦ ଦୋକାନ ଉଠାଇବା ଦାବି, ଧାରଣା ଚେତାବନୀ

ବାଲେଶ୍ୱର ଅଫିସ, ୨୪।୯-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ସରକାରୀ ସ୍ବୀକୃତିପ୍ରାପ୍ତ ମଦ ଦୋକାନକୁ ଉଠାଇବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବାରମ୍ବାର ଦାବି କରାଯାଇ ଆସୁଛି। ହେଲେ ପ୍ରଶାସନ ପକ୍ଷରୁ ଏଥିପ୍ରତି ଭ୍ରୁକ୍ଷେପ କରାଯାଉନାହଁି। ଫଳରେ ବହୁ ଯୁବକ ମଦ୍ୟପାନ କରି ରାସ୍ତାରେ ପାଟିତୁଣ୍ଡ କରୁଛନ୍ତି। ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବାରୁ ରୋଗୀ ତଥା ରୋଗୀଙ୍କ ପରିବାର ଲୋକେ ବହୁତ ହଇରାଣ ହେଉଛନ୍ତି। ରାସ୍ତାରେ ଯା’ଆସ କରୁଥିବା ପଥିକମାନେ ମଧ୍ୟ ଏଥିରୁ ବାଦ୍‌ ପଡୁନାହାନ୍ତି। ମଦ ଦୋକାନକୁ ସେଠାରୁ ହଟାଇବା ପାଇଁ ଜନନୀ ପରିବାର ପକ୍ଷରୁ ମଙ୍ଗଳବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପଦକ୍ଷେପ ଗ୍ରହଣ କରା ନ ଗଲେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ଅନୁଷ୍ଠାନ ପକ୍ଷରୁ ଧାରଣା ଦିଆଯିବ ବୋଲି ଅନୁଷ୍ଠାନର ସଭାପତି ଜ୍ୟୋତ୍ସ୍ନା ମହାନ୍ତି, ସମ୍ପାଦିକା ସଞ୍ଜୁଲତା ସିଂ ପ୍ରମୁଖ ଚେତାବନୀ ଦେଇଛନ୍ତି।


All Right Reserved By Dharitri.Com

ବର୍ଷାରେ ଦବିଲା ରାସ୍ତା, ଇନ୍ଦ୍ରଦ୍ୟୁମ୍ନରେ ପଶିଲା ମଇଳା ପାଣି

ପୁରୀ ଅଫିସ, ୨୫ା୭: ବିପର୍ଯ୍ୟସ୍ତ ହୋଇପଡ଼ିିଛି ଶ୍ରୀକ୍ଷେତ୍ରର ଏକାଧିକ ଐତିହ୍ୟ ପୁଷ୍କରିଣୀ। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଗୋଟିଏ ପରେ ଗୋଟିଏ ପୁଷ୍କରିଣୀର ସ୍ଥିତି ସଙ୍ଗିନ ହେବାରେ...

ଯୁବ ବ୍ୟବସାୟୀ ହତ୍ୟା ଘଟଣା: ଅନ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ଘେରାଉ

ତିହିଡ଼ି,୩।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ଜାମଯୋଡ଼ି ପଞ୍ଚାୟତ ଅଧୀନ ଅମୃତପୁର ଗ୍ରାମର ରତ୍ନାକର ଖୁଣ୍ଟିଆ ନାମକ ଜଣେ ଯୁବ ବ୍ୟବସାୟୀଙ୍କୁ ହତ୍ୟା ଘଟଣାରେ ଅନ୍ୟ...

ଡିସେମ୍ବର ୩୧ ଯାଏ ହେବ ଅନ୍‌ଲାଇନ, ଅଫ୍‌ ଲାଇନ ପରୀକ୍ଷା

ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ଆସନ୍ତା ଡିସେମ୍ବର ୩୧ ତାରିଖ ଯାଏ ଯାନବାହନ ପ୍ରଦୂଷଣ ପରୀକ୍ଷା ଉଭୟ ଅନଲାଇନ ଓ ଅଫଲାଇନରେ ହେବ। ଏ ନେଇ ଗୁରୁବାର ରାଜ୍ୟ...

ସରକାରୀ ଜମି ଜବରଦଖଲ: ଉଚ୍ଛେଦ ଲାଗି ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଭବାନୀପାଟଣା,୨୫।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅର୍ତ୍ତଳ ପଞ୍ଚାୟତ କାନ୍ଦୁଲଝର ଗାଁର କିଛି ପ୍ରଭାବଶାଳୀ ବ୍ୟକ୍ତି ପ୍ରାୟ ୫ ଏକର ସରକାରୀ ଜମିକୁ ଜବରଦଖଲ...

ମଦ୍ୟପ ଗାଡ଼ିି ଚାଳକଙ୍କୁ କଡ଼ା ଛାଟ

ଭୁବନେଶ୍ୱର, ୭ା୯(ବ୍ୟୁରୋ): ଏଣିକି ମଦ ପିଇ ଗାଡ଼ିି ଚଳାଇଲେ ଆଉ ନିସ୍ତାର ନାହିଁ। ମଦ୍ୟପ ଗାଡ଼ି ଚାଳକ ଧରାପଡ଼ିିଲେ ତୁରନ୍ତ ତାଙ୍କୁ ଗିରଫ କରାଯିବ। ଏ...

ହିନ୍ଦୁ ଦେବଦେବୀଙ୍କ ଫଟୋ ପୋଡ଼ିବା ଘଟଣା: ରାଷ୍ଟ୍ରୀୟ ସୁରକ୍ଷା ମଞ୍ଚ ପକ୍ଷରୁ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଦାବିପତ୍ର

ରାୟଗଡ଼ା ଅଫିସ, ୯।୧୦: ରାୟଗଡ଼ା ଜିଲା ଟିକିରି ଥାନା ଅନ୍ତର୍ଗତ ପାଞ୍ଚାଳୀ ଗ୍ରାମରେ ବିଭିନ୍ନ ହିନ୍ଦୁ ଦେବଦେବୀଙ୍କର ଫଟୋ ପୋଡିବା ସହ ଏହାକୁ ସୋସିଆଲ ମିଡିଆରେ...

ପୁଣି ଲାଗିଲା ମାଓବାଦୀ ପୋଷ୍ଟର

ଫିରିଙ୍ଗିଆ,୧୯ା୭-କିଛି ଦିନ ବ୍ୟବଧାନ ପରେ ପୁଣି ଫିରିଙ୍ଗିଆ ବ୍ଲକର ବିଭିନ୍ନ ସ୍ଥାନରେ ମାଓବାଦୀ ଶୁକ୍ରବାର ପୋଷ୍ଟର ଲଗାଇଛନ୍ତି। ଫିରିଙ୍ଗିଆ ଅଞ୍ଚଳର ସାଡିଙ୍ଗିଆ, ସୁମେରୁବନ୍ଧ, ଲେଣ୍ଡ୍ରିଗୁଡା, ମାଲା...

ଗୋଡ଼ା ଅଞ୍ଚଳରେ ହାତୀ ଉପଦ୍ରବ: ନଷ୍ଟ କଲେ ଧାନଫସଲ

ଖୋର୍ଦ୍ଧା ଅଫିସ,୧୫।୧୨: ଖୋର୍ଦ୍ଧା ବନଖଣ୍ଡ ବେଗୁନିଆ ବ୍ଲକର ଦେଉଳି ପଞ୍ଚାୟତ ଗୋଡ଼ା ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଶନିବାର ବିଳମ୍ବିତ ରାତିରେ ଗୋଡ଼ ଗାଁ...

Leave a comment

Your email address will not be published. Required fields are marked *