କୋଲ୍‌ ଇଣ୍ଡିଆରେ ବିଦେଶୀ ପୁଞ୍ଜିନିବେଶକୁ ଟ୍ରେଡ୍‌ ୟୁନିୟନ୍‌ର ବିରୋଧ: କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ କୋଇଲା ପରିବହନ ବାଧାପ୍ରାପ୍ତ

ଲଖନପୁର, ୨୪।୯(ଡି.ଏନ.ଏ.)- କେନ୍ଦ୍ର ସରକାର କୋଲ୍‌ ଇଣ୍ଡିଆରେ ଶତପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ କରିବାପାଇଁ କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଏଆଇଟିୟୁସି, ଆଇଏନ୍‌ଟିୟୁସି, ସିଆଇଟିୟୁ, ଏଚ୍‌ଏମ୍‌ଏସ୍‌ ଆଦି ଟ୍ରେଡ ୟୁନିୟନ୍‌ମାନେ ବିରୋଧ କରିଛନ୍ତି। ଏହି ସବୁ ଯୁନିଅନଗୁଡ଼ିକର ନେତୃବୃନ୍ଦ ଓ କର୍ମଚାରୀମାନେ ମଙ୍ଗଳବାର ସକାଳେ ଏମ୍‌ସିଏଲ୍‌ ଲଖନପୁର ଖେତ୍ରାଧିନ ବେଲପାହାଡ ଓ ଲଖନପୁର ଖୋଲା ମୁହଁ କୋଇଲା ଖଣିର ବିଭିନ୍ନ ଅଞ୍ଚଳରେ ପହଞ୍ଚି ପିକେଟିଙ୍ଗ କରି ବନ୍ଦ କରିଛନ୍ତି । ଫଳରେ କୋଇଲା ଉତ୍ପାଦନ ଓ ପରିବହନ ସମ୍ପୁର୍ଣ୍ଣ ବାଧାପ୍ରାପ୍ତ ହୋଇଛ। କମ୍ପାନୀର କୋଟି କୋଟି ଟଙ୍କା କ୍ଷତି ହୋଇଛି ।

ଉପରୋକ୍ତ ଟ୍ରେଡ୍‌ ୟୁନିୟନ୍‌ ମାନେ ମଙ୍ଗଳବାର ଗୋଟିଏ ଦିନ ବନ୍ଦ ଡାକରା ଦେଇଥିବା ବେଳେ ଅଖିଳ ଭାରତୀୟ ମଜଦୁର ସଂଘ ୫ଦିନ ବନ୍ଦ ଡାକରା ଦେଇଛି । ଏହି ଆନ୍ଦୋଳନ ସୋମବାରରୁ ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ଏହାର ଦ୍ୱିତୀୟ ଦିନ।


All Right Reserved By Dharitri.Com

ଆବାସ ବଣ୍ଟନ: ମାହାଙ୍ଗାରେ ବ୍ୟାପକ ଅନିୟମିତତା ଅଭିଯୋଗ

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ): ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଦେଖାଦେଇଛି। ବିଶେଷ କରି ସରକାରୀ ଅଫିସରମାନେ ଶାସକ ଦଳର କର୍ମୀଙ୍କୁ ପକ୍କାଘର ବଣ୍ଟନ କରିବା ସହ...

ସଂଘବଦ୍ଧ ଆକ୍ରମଣରେ ୬ ଗୁରୁତର

ଭୋଗରାଇ,୪।୫(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ମନ୍ଦାରସାହିପାଟଣା ୭ନଂ. ୱାର୍ଡ଼ରେ ରବିବାର ପଡ଼ୋଶୀଙ୍କ ସଂଘବଦ୍ଧ ଆକ୍ରମଣରେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨...

ବିଶୋଧନ ହେଲା ଖଜୁରିପଡା ବ୍ଲକ କାର୍ଯ୍ୟାଳୟ

ଖଜୁରିପଡା,୭ା୪(ଡି.ଏନ୍‌.ଏ.)- କରୋନା ସଂକ୍ରମଣମଣକୁ ଆଖିଆଗରେ ରଖି ଖଜୁରିପଡା ବ୍ଲକ କାର୍ଯ୍ୟାଳୟ ପରିସରକୁ ବିଶୋଧନ କରାଯାଇଛି। ବିଡିଓ ରବୀନ୍ଦ୍ର ନାଥ କହଁରଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ଅଗ୍ନିଶମ ବିଭାଗ...

‘ଲିମ୍‌କା ବୁକ୍‌ ରେକର୍ଡସ୍‌’ରେ ୪ର୍ଥ ଥର ପାଇଁ ପେପରମ୍ୟାନ୍‌ ଶଶାଙ୍କ

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ପୁଣିଥରେ ‘ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌’ରେ ସ୍ଥାନ ପାଇବେ ‘ପେପରମ୍ୟାନ୍‌’ ଶଶାଙ୍କ ଶେଖର ଦାଶ। ଚତୁର୍ଥ ଥର ଲାଗି ସେ ଏହି ରେକର୍ଡସ୍‌ରେ...

ବ୍ରହ୍ମବରଦାରେ ୧୨କୁ ବଢ଼ିଲା ଶଟ୍‌ଡାଉନ ଅବଧି

ରସୁଲପୁର,୮।୪(ଡିଏନଏ): ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଞ୍ଚଳର ଜଣେ ମୌଲବୀ କରୋନା ଆକ୍ରାନ୍ତଭାବେ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ଗତ ଶନିବାରଠାରୁ...

ବସ୍‌ ଭିତରୁ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର ଅଫିସ, ୩୧। ୫: ବାଲେଶ୍ୱରରୁ ବଲାଙ୍ଗୀର ଆସୁଥିବା ଏକ ବସ୍‌ରୁ ଶୁକ୍ରବାର ସକାଳେ ଜଣେ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି...

ମଧ୍ୟାହ୍ନଭୋଜନ ଚାଉଳ

ମାଲକାନଗିରି ଜିଲାରେ ଅନେକ ଛାତ୍ରୀଛାତ୍ର ଅଧାରୁ ପାଠ ଛାଡୁଛନ୍ତି। ଅଧିକାଂଶ ଛାତ୍ରୀଛାତ୍ର ସ୍କୁଲକୁ ଆସୁନାହାନ୍ତି । ଏହି ଛାତ୍ରୀଛାତ୍ରଙ୍କ ପାଇଁ ସରକାର ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରିଥିଲେ...

ଇଟାଭାଟିରେ ମା’ବାପା, ଆବାସିକ କେନ୍ଦ୍ରରେ ଶିଶୁ

ନୂଆପଡ଼ା ଅଫିସ,୭ା୩ : ନୂଆପଡ଼ା ଭଳି ଦାଦନ ପ୍ରବଣ ଜିଲାରୁ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକ ପରିବାର ଶିଶୁଙ୍କୁ ଏକ ସ୍ବତନ୍ତ୍ର ଆବାସିକ କେନ୍ଦ୍ରରେ ରଖି...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *