Posted inଖେଳ

ମେସିଙ୍କୁ ଫିଫା ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର, ରାପିନୋ ଶ୍ରେଷ୍ଠ ମହିଳା ଫୁଟବଲର

ମିଲାନ,୨୪।୯(ଏଏଫ୍‌ପି)-ଆର୍ଜେଣ୍ଟିନା ଫୁଟବଲ ସୁପରଷ୍ଟାର ତଥା ବାର୍ସିଲୋନା ଷ୍ଟ୍ରାଇକର ଲିଓନେଲ ମେସି ପୁଣି ଥରେ ଫିଫା ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ହାସଲ କରିଛନ୍ତି। ସେହିପରି ଆମେରିକୀୟ ମହିଳା ପେସାଦାର ଫୁଟବଲର ମେଗାନ ରାପିନୋ ମହିଳା ବର୍ଗରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ମହିଳା ଫିଫା ବିଶ୍ୱକପ୍‌ରେ ରାପିନୋଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଆମେରିକା ଟାଇଟଲ ହାସଲ କରିଥିଲା। ମେସି ହଲାଣ୍ଡର ଭାନ ଡିଜ୍‌କଙ୍କୁ ପଛରେ ପକାଇ ଷଷ୍ଠଥର ପାଇଁ ଶ୍ରେଷ୍ଠ ଫୁଟବଲର ବିବେଚିତ ହୋଇଛନ୍ତି। ଡିଜ୍‌କ ଗତ ବାସ ୟୁଇଏଫ୍‌ଏ ପ୍ଲେୟାର ପୁରସ୍କାର ହାସଲ କରି ଏହି ସମ୍ମାନ ପାଇଁ ସବୁଠାରୁ ଆଗରେ ଥିଲେ। ଡିଜ୍‌କଙ୍କ ପ୍ରଦର୍ଶନ ବଳରେ ଲିଭରପୁଲ ଗତ ସେସନରେ ଦମ୍‌ଦାର ପ୍ରଦର୍ଶନ କରିଥିଲା। ଜୁଭେଣ୍ଟସ୍‌ ଫରଓ୍ବାର୍ଡ କ୍ରିଷ୍ଟିଆନୋ ରୋନାଲ୍ଡୋ ମଧ୍ୟ ଏହି ପୁରସ୍କାର ପାଇଁ ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଥିଲେ ଅନ୍ତିମ ପର୍ଯ୍ୟାୟରେ ବାଦ୍‌ ପଡିଥିଲେ।
ଏବେ ୩୨ ବର୍ଷୀୟ ମେସି ଓ ୨୮ ବର୍ଷୀୟ ଭାନ ଡିଜ୍‌କ ବାଲନ ଡି’ଅର ପୁରସ୍କାର ଦୌଡ଼ରେ ପରସ୍ପର ସହିତ କଡ଼ା ପ୍ରତିଦ୍ୱନ୍ଦ୍ୱୀତା କରିବେ। ଡିସେମ୍ବର ୨ ତାରିଖରେ ଏହି ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବ।
ମହିଳା ବିଭାଗରେ ରାପିନୋ ନିଜ ଦେଶର ଆଲେକ୍ସ ମୋର୍ଗାନ ଓ ଇଂଲଣ୍ଡର ଲୁସି ବ୍ରୋଞ୍ଜଙ୍କୁ ପଛରେ ପକାଇ ଫିଫା ଓମେନ ପ୍ଲେୟାର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ସେହିପରି ଆମେରିକୀୟ କୋଚ୍‌ ଜିଲ ଏଲିସ୍‌ ମହିଳା କୋଚିଂ ପୁରସ୍କାର ହାସଲ କରିଛନ୍ତି। ୩୪ ବର୍ଷୀୟା ରାପିନୋ ଗତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ଓ ଗୋଲ୍ଡେନ୍‌ ବଲ୍‌ ପୁରସ୍କାର ହାସଲ କରିଥିଲେ। ସେ ବିଶ୍ୱକପ୍‌ର ପରିଚୟ ବନିଯାଇଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଖୋଲାଖୋଲି ମନ୍ତବ୍ୟ ଦେଇ ବେଶ୍‌ ଚର୍ଚ୍ଚାକୁ ଆସିଥିଲେ।
ଚାମ୍ପିୟନ୍ସ ଲିଗ୍‌ର ଗତ ସେସନରେ ମେସି ଟପ୍‌ ସ୍କୋରର ସାବ୍ୟସ୍ତ ହୋଇଥିଲେ। ଅବଶ୍ୟ ବାର୍ସିଲୋନା ସେମିଫାଇନାଲରେ ଲିଭରପୁଲଠାରୁ ସେମିଫାଇନାଲରେ ପରାସ୍ତ ହୋଇଥିଲା। ତେବେ ଏହାପୂର୍ବରୁ ମେସି ୧୨ଟି ଗୋଲ ଦେଇ ଟପ୍‌ ସ୍କୋରର ବିବେଚିତ ହୋଇଥିଲେ। ଆର୍ଜେଣ୍ଟିନା ତାରକା ମେସି ୩୬ଟି ଗୋଲ୍‌ ସ୍କୋର କରି ବାର୍ସିଲୋନାକୁ ଲା ଲିଗା ଚାମ୍ପିୟନ କରାଇଥିଲେ। ପୁଣି ମେସିଙ୍କ ପ୍ରଦର୍ଶନ ବଳରେ ଆର୍ଜେଣ୍ଟିନା ୨୦୧୯ କୋପା ଆମେରିକାରେ ବ୍ରୋଞ୍ଜ୍‌ ପଦକ ଜିତିଥିଲା। ଦ୍ୱିତୀୟ ଡିଫେଣ୍ଡର ଭାବେ ଭାନ ଡିଜ୍‌କ ଇଟାଲୀର ଫାବିଓ କାନାଭାରୋଙ୍କ ପରେ ଶ୍ରେଷ୍ଠ ଫୁଟବଲ ବିବେଚିତ ହୋଇଥାନ୍ତେ। ୨୦୦୬ରେ ଫାବିଓ ଫିଫା ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ସେହିପରି ଶ୍ରେଷ୍ଠ ପୁରୁଷ ଗୋଲକିପର ଭାବେ ବ୍ରାଜିଲ ତଥା ଲିଭରପୁଲର ଆଲିସନ ବେକର ପୁରସ୍କୃତ ହୋଇଛନ୍ତି। ଶ୍ରେଷ୍ଠ ମହିଳା ଗୋଲକିପର ଭାବେ ନେଦରଲାଣ୍ଡର ତତା ଆଟଲେଟିକୋ ମାଡ୍ରିଡର ସାରି ଭାନ ଭିନେଡାଲ ପୁରସ୍କୃତ ହୋଇଛନ୍ତି। ଶ୍ରେଷ୍ଠ ପୁରୁଷ କୋଚ୍‌ ହିସାବରେ ଲିଭରପୁଲ୍‌ର ଜର୍ଜେନ କ୍ଲୋପ୍‌ଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ରୋମାନିଆ ଜନ୍ମିତ ହଙ୍ଗେରୀର ଡାନିଏଲ ଜେଡ୍‌ସୋରୀ ଫିଫା ପୁସ୍‌କାସ ଆଓ୍ବାର୍ଡ ବେଷ୍ଟ ଗୋଲ ପୁରସ୍କାର ହାସଲ କରିଛନ୍ତି। ଏହି କ୍ରମରେ ସେ ମେସି ଓ ଜୁଆନ ଫର୍ନାଣ୍ଡୋ କ୍ୱିଣ୍ଟେରୋଙ୍କୁ ପଛରେ ପକାଇଥିଲେ। ୧୮ ବର୍ଷୀୟ ଫରଓ୍ବାର୍ଡ ଡାନିଏଲ୍‌ ପଦାର୍ପଣରେ ଫେରେନକଭାରୋସ ବିପକ୍ଷରେ ଏକ ସୁନ୍ଦର ଗୋଲ ସ୍କୋର କରି ନିଜ କ୍ଲବ ଡେବ୍ରେସେନକୁ ଜିତାଇଥିଲେ। ସେହିପରି କୋଚ୍‌ ମାର୍ସେଲୋ ବିଏଲ୍‌ସା ଓ ତାଙ୍କ କ୍ଲବ୍‌ ଲିଡ୍ସ ୟୁନାଇଟେଡ ଫେୟାର ପ୍ଲେ ପୁରସ୍କାର ହାସଲ କରିଛନ୍ତି।


All Right Reserved By Dharitri.Com

Posted inଖେଳ View All

କରୋନା ଭାଇରସ: ଇରାନୀ କପ୍‌ ସହ ସମସ୍ତ ଘରୋଇ ମ୍ୟାଚ୍‌ ସ୍ଥଗିତ

ମୁମ୍ବାଇ, ୧୫।୩(ପି.ଟି.)- କରୋନା ଭାଇରସ ସଂକ୍ରମଣ ତଥା ଆତଙ୍କ କାରଣରୁ ଭାରତୀୟ କ୍ରିକେଟେ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଇରାନୀ ଟ୍ରଫି ସମେତ ସବୁ ପ୍ରକାର ଘରୋଇ...

ଓହରିଲେ ଜୋକୋଭିଚ୍‌, କ୍ୱାର୍ଟରରେ ଓ୍ବାରିଙ୍କା

ନ୍ୟୁୟର୍କ,୨।୯: ଡିଫେଣ୍ଡିଂ ଚାମ୍ପିୟନ ନୋଭାକ ଜୋକୋଭିଚ୍‌ ୟୁଏସ୍‌ ଓପନ ପ୍ରିକ୍ୱାର୍ଟର ଫାଇନାଲରୁ ଓହରି ଯାଇଛନ୍ତି। ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ନଂ ୧ ସିଡ୍‌ ଜୋକୋଭିଚ୍‌ ୬-୪,...

ରାଞ୍ଚି ଟେଷ୍ଟରୁ ମହାରାଜ ବାଦ୍‌

ପୁଣେ,୧୪।୧୦- ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ଆଗୁଆ ହାରିସାରିଥିବା ଦକ୍ଷିଣ ଆଫ୍ରିକାକୁ ଏକ ବଡ଼ ଝଟକା ଲାଗିଛି। ସ୍ପିନର କେଶବ ମହାରାଜ ଆହତ...

ଅତୁଟ ରହିବ ସଚିନଙ୍କ ଗୋଟିଏ ରେକର୍ଡ: ସେହ୍ବାଗ

ନୂଆଦିଲ୍ଲୀ- ୨୨।୮- ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ତାଙ୍କ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ କ୍ୟାରିୟରରେ ଅନେକ ରେକର୍ଡ ପ୍ରତିଷ୍ଠା କରିଯାଇଛନ୍ତି। ତେବେ ଲିଟିଲ ମାଷ୍ଟରଙ୍କ ଏକ...

ମ୍ୟାଚ୍‌ ଫିକ୍ସିଂ ସୁରାକ ପାଇଲା ବିସିସିଆଇ

ନୂଆଦିଲ୍ଲୀ,୧୬।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୁଣି ମ୍ୟାଚ୍‌ ଫିକ୍ସିଂ ସୁରାକ ପାଇଛି। ତାମିଲନାଡୁ ପ୍ରିମିୟର ଲିଗ୍‌ (ଟିଏନ୍‌ପିଏଲ)ରେ ମ୍ୟାଚ୍‌ ଫିକ୍ସିଂ ହୋଇଥିବାର କିଛି...

ଅଲଗା ଅଧିନାୟକ, କୋଚ୍‌ ସପକ୍ଷରେ ପିସିବି

କରାଚି, ୨୨।୭ (ପି.ଟି.)- ଶେଷ ହୋଇଥିବା ଆଇସିସି ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଉଭୟ ଦିନିକିଆ ଓ ଟେଷ୍ଟ ଫର୍ମାଟ୍‌...

ଗର୍ଲଫ୍ରେଣ୍ଡର ସାଙ୍ଗକୁ ବି ଛାଡ଼ି ନ ଥିଲେ ଏହି ମହାନ୍‌ କ୍ରିକେଟର

କୁହାଯାଏ ଗର୍ଲଫ୍ରେଣ୍ଡଠାରୁ ତା’ ସାଙ୍ଗ ଆହୁରି ସୁନ୍ଦରୀ। ଏହା ହିଁ ଘଟିଥିଲା ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି)ଙ୍କ କ୍ଷେତ୍ରରେ। ହେଜଲ କିଜଙ୍କୁ ବିବାହ...

ଅନ୍ତର୍ଜାତୀୟ କ୍ରିକେଟରେ ଧୋନୀଙ୍କୁ ପୂରିଲା ୧୫

ନୂଆଦିଲ୍ଲୀ,୨୩।୧୨: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୋମବାର ଅନ୍ତର୍ଜାତୀୟ କ୍ରିକେଟରେ ୧୫ ବର୍ଷ ପୂରଣ କରିଛନ୍ତି। ଆଜିକୁ ଠିକ୍‌ ୧୫ ବର୍ଷ ତଳେ...

Leave a comment

Your email address will not be published. Required fields are marked *