Posted inଜାତୀୟ

ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ସଂଗଠନର ନାମ ପରିବର୍ତ୍ତନ: ଭାରତରେ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୨୪।୯: ଅନ୍ତର୍ଜାତୀୟ ଚାପ ଯୋଗୁ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ୍‌ ଏହାର ନାମ ପରିବର୍ତ୍ତନ କରିଛି। ମାସୁଦ୍‌ ଅଝାରଙ୍କ ଭାଇ ଅବଦୁଲ୍‌ ରଉଫ୍‌ ଅସଗର ସଂଗଠନର ଦାୟିତ୍ୱ ନେବାପରେ ଏହାର ନାମ ପରିବର୍ତ୍ତନ କରି ମଜଲିସ୍‌ ଓ୍ବରସା-ଇ-ଶୁହୁଦା ଜମ୍ମୁ ଓ୍ବା କଶ୍ମୀର ରଖାଯାଇଛି। ସଂଗଠନର ନାମ ପରିବର୍ତ୍ତନ ହୋଇଥିଲେ ମଧ୍ୟ କ୍ୟାଡ଼ରରେ କୌଣସି ଅଦଳବଦଳ କରାଯାଇନାହିଁ। ସୂଚନାଯୋଗ୍ୟ, ଅସଗରଙ୍କ ନେତୃତ୍ୱରେ ପାକିସ୍ତାନ ବାଲାକୋଟରେ ପୁଣି ଜୈଶ୍‌ ସଦସ୍ୟଙ୍କୁ ତାଲିମ୍‌ ଦିଆଯିବା ଆରମ୍ଭ ହୋଇଛି। ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ହେଉଥିବା ଭାରତୀୟ ଗୋଇନ୍ଦା ବିଭାଗ ରିପୋର୍ଟରେ ମଧ୍ୟ ସତର୍କ ସୂଚନା ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ନିୟନ୍ତ୍ରଣ ରେଖାଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।


All Right Reserved By Dharitri.Com

ଜରୁରୀ ସହାୟତା ପାଣ୍ଠି ଗଠନ କଲେ ମୋଦି

ନୂଆଦିଲ୍ଲୀ,୨୯ା୩(ପି.ଟି.): କରୋନା ସଂକ୍ରମଣ ରୋକିବା ସହ ପରିସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଜରୁରିକାଳୀନ ସହାୟତା ପାଣ୍ଠି ଗଠନ ଲାଗି ଶନିବାର ଘୋଷଣା...

ସର୍‌ନେମ ଉଧାର ଆଣିଛନ୍ତି ରାହୁଲ: ଗିରିରାଜ ସିଂ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ରେପ୍‌ ଇନ୍‌ ଇଣ୍ଡିଆ ’ ବୟାନକୁ ନେଇ ବିବାଦ ଥମିବାର ନାଁ ନେଉନି। ଶନିବାର ପୁଣିଥରେ ରାହୁଲ ଏଥିପାଇଁ...

ନଡ୍ଡା ହେବେ ଭାଜପା ଅଧ୍ୟକ୍ଷ

ନୂଆଦିଲ୍ଲୀ,୩୦ା୫(ଆଇଏଏନ୍‌ଏସ୍‌): ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମୋଦିଙ୍କ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଗ୍ରହଣ କରିବାକୁ ଯାଉଥିବାବେଳେ ଦଳର ସାଙ୍ଗଠନିକ ଦାୟିତ୍ୱ ବରିଷ୍ଠ ଭାଜପା ନେତା...

ଆର୍ଥିକ ପ୍ରସଙ୍ଗଠାରୁ ଲୋକଙ୍କ ଦୃଷ୍ଟି ହଟାଇବାକୁ ଯୋଜନା କରୁଛନ୍ତି ମୋଦି ସରକାର: ଆଣ୍ଟୋନୀ

ନୂଆଦିଲ୍ଲୀ,୨୮।୧୨: ଦେଶର ଆର୍ଥିକ ସ୍ଥିତି ସଙ୍କଟ ଦେଇ ଗତି କରୁଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଲୋକଙ୍କ ଦୃଷ୍ଟି ଏହି ପ୍ରମୁଖ ପ୍ରସଙ୍ଗଠାରୁ ହଟାଇବା...

ଚାଇନା ପ୍ରକଳ୍ପକୁ ନେଇ ପାକିସ୍ତାନକୁ ସତର୍କ କରାଇଲା ଆମେରିକା

ଓ୍ବାଶିଂଟନ,୨୩ା୧୧: ଚାଇନା ଭିତ୍ତିଭୂମି ପ୍ରକଳ୍ପ ସହ ପାକିସ୍ତାନ ଯଦି ଦୀର୍ଘଦିନ ଜଡିତ ରହେ ତେବେ ଏହା ଆର୍ଥିକ କ୍ଷତିର ସମ୍ମୁଖୀନ ହେବ ବୋଲି ଆମେରିକା ଚେତାଇ...

ରାଜ୍ୟପାଳଙ୍କୁ ଭେଟି ଫ୍ଲୋର ଟେଷ୍ଟ ପାଇଁ ପ୍ରସ୍ତୁତ ଥିବା କହିଲେ କମଲନାଥ

ଭୋପାଳ,୧୩।୩: ମଧ୍ୟପ୍ରଦେଶ ରାଜନୀତି ସରଗରମ ଥିବା ବେଳେ ଶୁକ୍ରବାର ମୁଖ୍ୟମନ୍ତ୍ରୀ କମଲନାଥ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ସାକ୍ଷାତ୍‌ କରିଛନ୍ତି। ଏହି ସମୟରେ ସେ ରାଜ୍ୟପାଳଙ୍କୁ ଏକ...

ଭାଜପା ମୁଖ୍ୟାଳୟରେ ବନ୍ଦ ହେଲା ପ୍ଲାଷ୍ଟିକ୍‌ ବୋତଲ ବ୍ୟବହାର

ନୂଆଦିଲ୍ଲୀ,୨।୯: ଭାଜପାର କେନ୍ଦ୍ରୀୟ ମୁଖ୍ୟାଳୟରେ ପ୍ଲାଷ୍ଟିକ ବୋତଲର ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ଦଳର ସମସ୍ତ ନେତା ପାଣି ପିଇବା ପାଇଁ ତାଙ୍କ ରୁମ୍‌ରେ...

ଓ୍ବାରେଣ୍ଟ ଜାରିର ୭ ଦିନ ପରେ ଦିଆଯାଉ ଫାଶୀ

ନୂଆଦିଲ୍ଲୀ,୨୩ା୧: ରିଭ୍ୟୁ ପିଟିଶନ, କ୍ୟୁରେଟିଭ୍‌ ପିଟିଶନ ଏବଂ ରାଜକ୍ଷମା ଆବେଦନ ଆଳରେ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀଙ୍କ ଫାଶୀ ସମୟ ଗଡ଼ିଚାଲିଥିବାବେଳେ ଏନେଇ...

Leave a comment

Your email address will not be published. Required fields are marked *