ପଦାକୁ ଆସୁଛି ବ୍ରାଉନ୍‌ସୁଗାର ଡିଲରଙ୍କ କଳାସମ୍ପତ୍ତି: ରାଜାଙ୍କ ବିଳାସପୂର୍ଣ୍ଣ ଫ୍ଲାଟ୍‌ ସିଲ

ଭୁବନେଶ୍ୱର/ ବାଲେଶ୍ୱର ଅଫିସ, ୨୪।୯(ବ୍ୟୁରୋ): ଡ୍ରଗ୍ସ ଡିଲର ତଥା ବ୍ରାଉନସୁଗାର ଚୋରା ଚାଲାଣ ର଼୍ୟାକେଟର କିଙ୍ଗ୍‌ପିନ୍‌ ସେକ୍‌ ରାଜାଙ୍କ କଳାସାମ୍ରାଜ୍ୟର ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ବ୍ରାଉନସୁଗାରରୁ କିପରି ବିପୁଳ ସମ୍ପତ୍ତିର ମାଲିକ ହେଲେ ତାହାକୁ ନେଇ ଖୋଳତାଡ଼ ଜାରି ରଖିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ରବିବାର ଏସ୍‌ଟିଏଫ୍‌ ଟିମ୍‌ ରାଜାଙ୍କ ବାଲେଶ୍ୱରସ୍ଥିତ ଘର ଉପରେ ଚଢାଉ କରିଥିବାବେଳେ ସୋମବାର ସହଦେବଖୁଣ୍ଟା ମଡ଼େଲ ଥାନା ଅନ୍ତର୍ଗତ ତେଲେଙ୍ଗାସାହିର ସମ୍ବେଦନା ଏନ୍‌କ୍ଲେଭ୍‌ ଆପାର୍ଟମେଣ୍ଟରେ ଚଢ଼ାଉ କରି ୧୦୬ ନମ୍ବର ଫ୍ଲାଟ୍‌କୁ ଯାଞ୍ଚ କରିଛି। ଚଢାଉ ସମୟରେ ଏସ୍‌ଟିଏଫ୍‌ ରାଜାଙ୍କ ଏହି ବିଳାସପୂର୍ଣ୍ଣ ଘରକୁ ଦେଖି ଚକିତ ହୋଇଯାଇଛି। ରାଜାଙ୍କ ନାମରେ ରହିଥିବା ଏହି ଫ୍ଲାଟ୍‌ର ଆୟତ୍ତନ ୧୯୬୧ ବର୍ଗଫୁଟ ହେବ। ଏହାର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା ହୋଇଥିବାବେଳେ ଘର ଭିତର ସାଜସଜ୍ଜା ବାବଦକୁ ୩୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି। ରାଜା ବ୍ରାଉନସୁଗାର ଟଙ୍କାରେ ଏହି ବିଳାସପୂର୍ଣ୍ଣ ଫ୍ଲାଟ୍‌ କିଣିଥିବା ଏସ୍‌ଟିଏଫ୍‌ ପ୍ରମାଣ ପାଇବା ପରେ ଏସ୍‌ଡିପିଏସ୍‌ ଆକ୍ଟ ବଳରେ ତାହାକୁ ସିଲ୍‌ କରିଛି। ସେଠାରୁ ମଧ୍ୟ ଏସ୍‌ଟିଏଫ୍‌ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ବ୍ରାଉନସୁଗାର ଜବତ କରିଥିବା ସୂଚନା ମିଳିଛି। ତେବେ ତଦନ୍ତ ଚାଲୁଥିବାରୁ ଏସ୍‌ଟିଏଫ୍‌ କୌଣସି ତଥ୍ୟ ଦେବାକୁ ମନା କରିଛି।
ମିଳିଥିବା ସୂଚନାନୁସାରେ, ରାଜା ବାଂଲାଦେଶ ଓ ପଶ୍ଚିମବଙ୍ଗରୁ ବ୍ରାଉନସୁଗାର ଆଣିବା ପରେ ଏହି ଘରେ ଲୁଚାଇ ରଖୁଥିଲେ। ସେଠାରେ ବ୍ରାଉନସୁଗାରକୁ ଭେଜାଲ କରି ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ। ଏଥିସହ ସେହିଘରେ ହିଁ ତାଙ୍କ ଟିମ୍‌ର ବୈଠକ ବସି ନୂଆ ଯୋଜନା କରାଯାଇଥାଏ। ଏଥିପାଇଁ ଉକ୍ତ ଘରକୁ ଅଧିକାଂଶ ସମୟରେ ବାହାରର ଲୋକଙ୍କ ସମେତ ପୋଲିସ ଅଧିକାରୀଙ୍କ ଯିବାଆସିବା ଲାଗୁଥିବା ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି। ରାଜାଙ୍କୁ ପଚରାଉଚରାବେଳେ ଏହି ଘର ସମ୍ପର୍କରେ ସୂଚନା ମିଳିଥିଲା। ଏହି ଆଧାରରେ ସୋମବାର ସକାଳେ ଏସ୍‌ଟିଏଫ୍‌ ଉକ୍ତ ଘର ଉପରେ ଚଢାଉ କରି ସିଲ୍‌ କରିଛି। ଏହାସହ ରାଜାଙ୍କ ଅନ୍ୟ ୩ଜଣ ସମ୍ପର୍କୀୟଙ୍କ ଘରେ ମଧ୍ୟ ଏସ୍‌ଟିଏଫ୍‌ ଚଢାଉ କରିଛି। ଚଢାଉ ସମୟରେ ସେସବୁ ଘରର ମାଲିକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ଏସବୁ ସ୍ଥାନରୁ ମିଳିଥିବା ତଥ୍ୟ ଆଧାରରେ ର଼୍ୟାକେଟରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ ପାଇଁ ଉଦ୍ୟମ ଆରମ୍ଭ ହୋଇଛି।
ଅନ୍ୟପକ୍ଷରେ ରାଜାଙ୍କ ରିମାଣ୍ଡ ମଙ୍ଗଳବାର ଶେଷ ହେଉଥିବାରୁ ତାଙ୍କୁ ପୁଣି ରିମାଣ୍ଡରେ ଆଣି ପଚରାଉଚରା କରିବା ପାଇଁ ଏସ୍‌ଟିଏଫ୍‌ ଯୋଜନା କରୁଛି। ତାଙ୍କୁ କୋର୍ଟରେ ହାଜର କରିବା ପରେ ପୁଣି ରିମାଣ୍ଡରେ ଆଣିବ ବୋଲି ଏସ୍‌ଟିଏଫ୍‌ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ରାଜା ଆକାଉଣ୍ଟକୁ ଆସିଥିବା କୋଟି କୋଟି ଟଙ୍କା କେଉଁଥିରେ ବିନିଯୋଗ ହୋଇଛି ତାହାର ଯାଞ୍ଚ କରୁଛି ଏସ୍‌ଟିଏଫ୍‌। ଆଗାମୀ ଦିନରେ ତାଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତି କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।


All Right Reserved By Dharitri.Com

ଦୀପାବଳି ପାଇଁ ବନ୍ଦ ରହିବ ଶ୍ରୀପୁରୁଷୋତ୍ତମ ପ୍ରାର୍ଥନା କାର୍ଯ୍ୟକ୍ରମ

ପୁରୀ ଅଫିସ,୨୬ା୧୦:ରବିବାର ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିବ। ମହାପ୍ରଭୁଙ୍କୁ ଦର୍ଶନ କରି ବାଇଶି ପାହାଚରେ ପୟାଶ୍ରାଦ୍ଧ କରିବା ପରେ...

ବାରଙ୍ଗ କାଚ କାରଖାନା ପ୍ରତିଷ୍ଠାତାଙ୍କ ପରଲୋକ

ନରାଜ, ୨୧।୧୧(ଡି.ଏନ୍‌.ଏ.): ବାରଙ୍ଗ କାଚ କାରଖାନାର ପ୍ରତିଷ୍ଠାତା ଯୁଗଳ କିଶୋର ଝୁନଝୁନୱାଲାଙ୍କ ୮୯ ବର୍ଷରେ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଅପରାହ୍ନରେ ତାଙ୍କ...

ଓଡ଼ିଶାର ୩ ରାଜ୍ୟ ସଭା ଆସନ ପାଇଁ ବାଜିଲା ବିଗୁଲ୍‌

ଭୁବନେଶ୍ୱର, ୧୬।୬(ବ୍ୟୁରୋ): ଓଡ଼ିଶାର ଖାଲିପଡ଼ିିଥିବା ୩ଟି ରାଜ୍ୟ ସଭା ଆସନରେ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନ ଶନିବାର ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି।...

ଆଇଆଇଏଫ୍‌ଏଲ୍‌ ସଂସ୍ଥାରେ ଡକାୟତି ଉଦ୍ୟମ, ୩ କର୍ମଚାରୀଙ୍କୁ ଆକ୍ରମଣ

ବ୍ରହ୍ମପୁର ଅଫିସ,୧ା୮-ବ୍ରହ୍ମପୁର ମହାନଗରରେ ଏବେ ଆପରାଧୀକ କାର୍ଯ୍ୟକଳାପ ଦିନକୁ ଦିନ ବଢ଼ିବାରେ ଲାଗିଛି। ବୁଧବାର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଡି ପଲ ସ୍କୁଲ ନିକଟରେ ଥିବା...

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀଙ୍କ ସହ ୟୁନିସେଫ୍‌ ମୁଖ୍ୟକ୍ଷେତ୍ର ଅଧିକାରୀଙ୍କ ଆଲୋଚନା

ଭୁବନେଶ୍ୱର,୨୯।୮(ବ୍ୟୁରୋ): ୟୁନିସେଫ୍‌ର ମୁଖ୍ୟ କ୍ଷେତ୍ର ଅଧିକାରୀ ମୋନିକା ନେଲ୍‌ସେନ୍‌ ଗୁରୁବାର ସଚିବାଳୟଠାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ନବ କିଶୋର ଦାସଙ୍କ ସହିତ ଆଲୋଚନା କରିଛନ୍ତି।...

ନିଯୁକ୍ତିରେ ଜାଲିଆତି ଅଭିଯୋଗ, ନିରପେକ୍ଷ ତଦନ୍ତ ଦାବି

ବରୀ,୨ା୯(ସ୍ବ.ପ୍ର) : ବରୀ ବ୍ଲକ ବାଲିଆ ପଞ୍ଚାୟତ ଅଭିମନ୍ୟୁ ସାମନ୍ତସିଂହାର ମହାବିଦ୍ୟାଳୟରେ କର୍ମଚାରୀ ନିଯୁକ୍ତିରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଆସୁଛି। ଏହି ଅଭିଯୋଗ ଜିଲାପାଳଙ୍କଠାରୁ ଆରମ୍ଭ...

ଘରଭଙ୍ଗା ବିପନ୍ନଙ୍କୁ ସାହାଯ୍ୟର ହାତବଢ଼ାଇଲେ କମ୍ରେଡ

ପୁରୁଣା ଭୁବନେଶ୍ୱର,୨୦ା୭ (ଡି.ଏନ୍‌.ଏ.): ବାତ୍ୟା ଫନୀ ଯିବାର ୨ମାସ ୧୪ଦିନ ପରେ ମଧ୍ୟ ବିପନ୍ନଙ୍କୁ ଏଯାବତ ସହାୟତା ମିଳିପାରି ନାହିଁ। ସମ୍ପୂର୍ଣ୍ଣ ଘର ଭାଙ୍ଗିଥିବା ବିପନ୍ନଙ୍କ...

ସାଥୀ ଖେଳାଳିଙ୍କ ବ୍ୟାଟ୍‌ ଆକ୍ରମଣରେ ନାବାଳକଙ୍କ ମୃତ୍ୟୁ

ଝାରସୁଗୁଡ଼ା ଅଫିସ/ଲଖନପୁର,୭।୧୦(ଡି.ଏନ୍‌.ଏ): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଓସିଏମ୍‌ କଲୋନୀ ଏଚ୍‌ଲାଇନ ନିକଟରେ ଗତ ଶନିବାର କେତେକ ବାଳକ କ୍ରିକେଟ ଖେଳିବା ପାଇଁ ରୁଣ୍ଡ...

Leave a comment

Your email address will not be published. Required fields are marked *