ଗ୍ରାମାଞ୍ଚଳରେ ପାନୀୟଜଳ ସମସ୍ୟା

ଝୁମ୍ପୁରା, ୨୪।୯ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏହି ଅଞ୍ଚଳରେ ବିଭିନ୍ନ ପ୍ରକାର ସମସ୍ୟା ଲାଗିରହିଥିବାବେଳେ ପାନୀୟଜଳ ସମସ୍ୟା ଏଠାରେ ଉତ୍କଟ ରୂପ ଧାରଣ କରିଛି। ଲୋକେ ପାନୀୟଜଳ ପାଇଁ ନାଳ, ପୋଖରୀ ସହ ଦୂଷିତ ଚୂଆପାଣିକୁ ଭରସା କରି ଚାଲିଛନ୍ତି। ନଳକୂପ ଥିଲେ ମଧ୍ୟ ଖରାପ ହୋଇପଡ଼ିରହିଛି। ଏହାର ମରାମତି କରାଯାଉନାହିଁ। ପାଇପ ଯୋଗେ ପାନୀୟ ଜଳ ପ୍ରକଳ୍ପ ଗୁଡିକ ଚାଲିଥିଲେ ହେଁ, ମରାମତି ଅଭାବରୁ ଦିନ ଦିନ ଧରି ବନ୍ଦ ପଡିବା, ସୋଲାର ସିଷ୍ଟମ ନଳକୂପ ଖରାପ ହେଲେ ସଜଡା ଯାଉନାହିଁ।
ଝୁମ୍ପୁରା ବ୍ଲକର ୨୨ଟି ପଞ୍ଚାୟତରେ ସମୁଦାୟ ୧୫୪ଟି ଗ୍ରାମ ରହିଥିବାବେଳେ, ସେଥିମଧ୍ୟରୁ ୧୫୦ଟି ଗ୍ରାମ ହେଉଛି ରାଜସ୍ବ ଗ୍ରାମ। ଅନ୍ୟ ୪ଟି ଗ୍ରାମ ଜନ ଶୂନ୍ୟ। ମିଳିଥିବା ସୂଚନା ଅନୁଯାୟୀ ଏହି ୧୫୦ ଗ୍ରାମର ଲୋକସଂଖ୍ୟା ପ୍ରାୟ ୧ଲକ୍ଷ ୧୪ହଜାର। ସମୁଦାୟ ବ୍ଲକରେ ୧୫୮୫ ନଳକୂପ ଥିଲେ ମଧ୍ୟ ସେଥିମଧ୍ୟରୁ ପ୍ରାୟ ନଳକୂପ ସମ୍ପୂର୍ଣ୍ଣ ଅଚଳ ହୋଇଥିବାବେଳେ କେତେକ ପୋତି ହୋଇ ପଡିଲାଣି। କିନ୍ତୁ ଏହି ସୂଚନା ପାନୀୟ ଜଳ ବିଭାଗ ପାଖରେ ନାହିଁ। ପାଇପ ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ ସୂଚନା ଅନୁସାରେ ୩୧ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ଅଛି। ଯାହା ଦ୍ୱାରା କି ୫୦ହଜାର ବାସିନ୍ଦା ପାନୀୟ ଜଳ ପାଇ ପାରିବେ ବୋଲି ଲକ୍ଷ୍ୟ ରଖାଯାଇଛି। ହେଲେ ଖେଣ୍ଡରା, ନହବେଡା, ଅଶୁକି ଆଦି ଗ୍ରାମରେ ଥିବା ପାନୀୟଜଳ ପ୍ରକଳ୍ପ ଗୁଡିକ ବହୁ ସମୟରେ ଅଚଳ ହୋଇ ପଡୁଥିବା ଅଭିଯୋଗ ରହିଛି। ସେହିପରି ଜଙ୍ଗଲାଞ୍ଚଳରେ ଅବସ୍ଥିତ ବସନ୍ତପୁର, ନୟାଗଡ, ମଲଦା, କୁଟୁଗାଁ ପଞ୍ଚାୟତ ଗୁଡିକରେ ରହିଥିବା ଗ୍ରାମ ଗୁଡିକରେ ୧୫୨ଟି ସୋଲାର ସିଷ୍ଟମ ନଳକୂପ କରାଯିବାର ଯୋଜନା କରାଯାଇ ଏକ କମ୍ପାନୀକୁ ଟେଣ୍ଡର ଦିଆଯାଇଥିଲା। ଜିଲା ଖଣିଜ ପାଣ୍ଠିରୁ ପ୍ରତ୍ୟେକ ସୋଲାର ସିଷ୍ଟମ ନଳକୂପ ପାଇଁ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦ ରହିଛି। ଏହା ମଧ୍ୟରେ ୨ବର୍ଷ ବିତିଲାଣି ବର୍ତ୍ତମାନ ୭୬ଟି ସୋଲାର ସିଷ୍ଟମ ନଳକୂପ କାର୍ଯ୍ୟକ୍ଷମ ହୋଇ ପାରିଛି। ମଲଦା ପଞ୍ଚାୟତରେ ଗୋଟିଏ ହେଲେ ସୋଲାର ନଳକୂପ କାର୍ଯ୍ୟକ୍ଷମ ହୋଇ ନ ଥିବାର ସୂଚନା ମିଳିଛି। ବସନ୍ତପୁର ପଞ୍ଚାୟତରେ ଓଭରହେଡ ଟାଙ୍କି ଫାଟି ଯାଇ ପାଣି ବୋହି ଯାଉଛି। ସେହିପରି କୁଟୁଗାଁ ଏବଂ ନୟାଗଡ ପଞ୍ଚାୟତରେ କେତେକ ସୋଲାର ସିଷ୍ଟମରୁ ପାଣି ବାହାରୁ ନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ପାନୀୟ ଜଳ ସମସ୍ୟା ଅଭିଯୋଗ ଉପରେ ବିଭାଗୀୟ ଯନ୍ତ୍ରୀ ମୋହନ ସିଂ ଏବଂ ଶୁଭସ୍ମିତା ଖମାରୀଙ୍କୁ ପଚାରିବାରୁ ପାଇପ ଯୋଗେ ପାନୀୟ ଜଳ ପ୍ରକଳ୍ପ ଏବଂ ସୋଲାର ସିଷ୍ଟମ ନଳକୂପ ପାଇଁ ଟେଣ୍ଡର ନେଇଥିବା ଠିକାଦାର ମାନେ ଧାର୍ଯ୍ୟ ସମୟରେ ପ୍ରକଳ୍ପ କାମ ସାରିପାରୁ ନାହାନ୍ତି। ନିର୍ଦ୍ଦିଷ୍ଟ ସମୟ ସୀମା ପର୍ଯ୍ୟନ୍ତ ମରାମତି ଦାୟିତ୍ୱ ସେମାନଙ୍କର ରହିଥିଲେ ମଧ୍ୟ କାମ କରୁ ନାହାନ୍ତି। ଏ ନେଇ ବାରମ୍ବାର ରିପୋର୍ଟ କରାଯାଉଛି ଏହା ବ୍ୟତୀତ ଆମେ କଣ କରି ପାରିବୁ ବୋଲି ସେମାନେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


All Right Reserved By Dharitri.Com

କ୍ରିକେଟ ପଡ଼ିଆରୁ ୩ ବାଇକ, ୭ ସାଇକେଲ ଜବତ

ପାଟଣା, ୨୯ା୩(ସ୍ବ.ପ୍ର.): କରୋନା ପାଇଁ ସରକାର ସାରା ଦେଶରେ ଲକ୍‌ଡାଉନ ଘୋଷଣା କରିଛନ୍ତି। ହେଲେ ଏହି କଟକଣାକୁ ଉଲ୍ଲଂଘନ କରି କେନ୍ଦୁଝର ଜିଲା ପାଟଣା ଥାନା...

ରାସ୍ତା ଅବରୋଧକରି ଗାଡ଼ି ଧୋଇବା ବେଳେ ପୋଲିସ ଚଢ଼ାଉ: ଗାଡି ଧୁଆ ଯନ୍ତ୍ର ଜବତ

ଯୋଡ଼ା, ୧୭।୯ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରଦେଇ ଯାଇଥିବା ୨ ନମ୍ବର ରାଜ୍ୟ ରାଜପଥ ଉପରେ ଭାରିଯାନ ରଖି ଧୋଉଥିବା ବେଳେ ପୋଲିସ ଚଢ଼ାଉକରି...

ମୋବାଇଲ ଟାଓ୍ବାରକୁ ବିରୋଧ: ପୌରକାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ସାହିବାସିନ୍ଦା

ଆନନ୍ଦପୁର,୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଗୁଣ୍ଡିଚାମନ୍ଦିର ନିକଟରେ ଥିବା ଚାରିଘରିଆ ସାହିରେ ମୋବାଇଲ ଟାଓ୍ବାର ବସାଇବାକୁ ବିରୋଧକରି ଅନ୍ତେଃବାସୀ ପୌରକାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସୋମବାର ସାକ୍ଷାତକରି ଏକ...

୮ ଦଫା ଦାବିରେ କେନ୍ଦୁଝର ଇପିଏଫ୍‌ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀଙ୍କ ଆନ୍ଦୋଳନ

କେନ୍ଦୁଝର,୨୮।୮(ସ୍ବ.ପ୍ର.): ବିଭିନ୍ନ ସମସ୍ୟାର ସମାଧାନ ସହ ୮ ଦଫା ଦାବିରେ କେନ୍ଦୁଝର ଜିଲା ଇପିଏଫ୍‌ କାର୍ଯ୍ୟାଳୟ ସମ୍ମୁଖରେ ଏହାର କର୍ମଚାରୀମାନେ ବୁଧବାର ଆନ୍ଦୋଳନରେ ବସିଛନ୍ତି। ବେତନର...

ସ୍ବାୟତ ଶାସନ ଦିବସରେ ଖୋଲିବ ଆନନ୍ଦପୁର ଶିଶୁ ପାର୍କ

ଆନନ୍ଦପୁର,୨୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ୭ ନଂ ଓ୍ବାର୍ଡ ବ୍ରିଜଛକଠାରେ ପାଖାପାଖି କୋଟିଏ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ଶିଶୁ ପାର୍କର ଲୋକାର୍ପଣ...

କୁରାଳ ପଞ୍ଚମୀ ପାଳନ: ଜମିଲା ନୃତ୍ୟଗୀତର ଆସର

କେନ୍ଦୁଝର,୪।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଂଶପାଳ ବ୍ଲକ ତରମାକାନ୍ତ କୁରାଳସାହି ପକ୍ଷରୁ ବୁଧବାର କୁରାଳ ପଞ୍ଚମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ୧ରୁ ୩ ତାରିଖ ପର୍ଯ୍ୟନ୍ତ ରୁଦ୍ରପାଳ...

ଆନନ୍ଦପୁର ଷ୍ଟାଡିୟମରେ ଖୋଲିଲା ପରିବା ବଜାର

ଆନନ୍ଦପୁର,୩୦।୩(ସ୍ବ.ପ୍ର.)-କରୋନା ଭାଇରସର ସଫଳ ମୁକାବିଲା ପାଇଁ ପ୍ରଶାସନିକସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପୌରପରିଷଦ ପକ୍ଷରୁ ଆନନ୍ଦପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ବୃଦ୍ଧି ପାଇଥିବା ପରିବା...

ସୁରକ୍ଷାକର୍ମୀଙ୍କୁ ଟ୍ରକ ଚପାଇ ହତ୍ୟା ଉଦ୍ୟମ: ଟ୍ରକ ଜବତ, ଚାଳକ ଗିରଫ

ବଡବିଲ, ୫।୩(ସ୍ବ.ପ୍ର.)-ଦୁଇ ଜଣ ସୁରକ୍ଷାକର୍ମୀଙ୍କୁ ଟ୍ରକ ଚପାଇ ହତ୍ୟା ଉଦ୍ୟମ କରାଯିବା ଅଭିଯୋଗକ୍ରମେ କେନ୍ଦୁଝର ଜିଲା ବଡବିଲ ଥାନା ପୋଲିସ ଏକ ମାମଲା ରୁଜୁ କରି...

Leave a comment

Your email address will not be published. Required fields are marked *