ଜିଇଏମ୍‌କୁ ନେଇ ଆଶଙ୍କାରେ କ୍ଷୁଦ୍ର ଶିଳ୍ପ

ଭୁବନେଶ୍ୱର,୨୪-୯(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଗଭର୍ଣ୍ଣମେଣ୍ଟ ଇ-ମାର୍କେଟପ୍ଲେସ (ଜିଇଏମ୍‌) ନୀତିକୁ ରାଜ୍ୟ ସରକାର ବିଧିବଦ୍ଧଭାବେ ପ୍ରଚଳନ କରିବାକୁ ସର୍କୁଲାର ଜାରି କରିଛନ୍ତି। ସର୍ବନିମ୍ନ ମୂଲ୍ୟରେ ସାମଗ୍ରୀ ଯୋଗାଇ ଦେଉଥିବା ସଂସ୍ଥାଠାରୁ କ୍ରୟ କରିବା ନେଇ ଯୋଜନା ଧାର୍ଯ୍ୟ ହୋଇଛି। ସମ୍ପୂର୍ଣ୍ଣ ଅର୍ଡର ଉକ୍ତ ବିଡର୍‌କୁ ମିଳିବ। ଏହାଦ୍ୱାରା ବଜାରରେ ଶସ୍ତା ପ୍ରତିଯୋଗିତା ଦେଖା ଦେବ। ଏହା ହେଲେ କ୍ଷୁଦ୍ର ଶିଳ୍ପଗୁଡିକ କ୍ଷତିଗ୍ରସ୍ତ ହେବେ ବୋଲି ରାଜ୍ୟର କ୍ଷୁଦ୍ର ଶିଳ୍ପଗୁଡିକ ପକ୍ଷରୁ ଆଶଙ୍କା କରାଯାଇଛି।
ସୋମବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ଖବରଦାତା କାର୍ଯ୍ୟକ୍ରମରେ ଓଡ଼ିଶା ସ୍ମଲ୍‌ ସ୍କେଲ୍‌ ଇଣ୍ଡଷ୍ଟ୍ରି ଆସୋସିଶନ (ଓଏସ୍‌ଏସ୍‌ଆଇଏ)ର ସଭାପତି ସ୍ମରଜିତ ମହାନ୍ତି କହିଛନ୍ତି, ସରକାର ରାଜ୍ୟର ପ୍ରାୟ ୭୧୧ ପଞ୍ଜୀକୃତ ସଂସ୍ଥାଙ୍କଠାରୁ ବାର୍ଷିକ ପ୍ରାୟ ୫୦୦ରୁ ୮୦୦ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ କ୍ରୟ କରୁଛନ୍ତି। ଏହା ରେଟ୍‌ କଣ୍ଟ୍ରାକ୍ଟ ସିଷ୍ଟମ ବା ଚୁକ୍ତି ମୂଲ୍ୟ ବ୍ୟବସ୍ଥା ଦ୍ୱାରା ପରିଚାଳିତ ହେଉଛି। ମାତ୍ର ଜିଇଏମ୍‌ ଲାଗୁ ହେଲେ ଚୁକ୍ତି ବ୍ୟବସ୍ଥା ପୂର୍ବଭଳି କାର୍ଯ୍ୟ କରିବ ନାହିଁ। ଜିଇଏମ୍‌ ଦ୍ୱାରା ଶସ୍ତା ପ୍ରତିଯୋଗିତା ଦେଖା ଯିବାକୁ ଥିବା ବେଳେ ଯେ କୌଣସି ଖୁଚୁରା ବ୍ୟବସାୟୀ ପ୍ରତିଯୋଗିତାରେ ଭାଗ ନେଇ ସାମଗ୍ରୀ ଯୋଗାଇବେ। ଫଳରେ ଦୀର୍ଘ ଦିନ ଧରି ସରକାରଙ୍କୁ ଚୁକ୍ତି ଭିତ୍ତିରେ ସାମଗ୍ରୀ ଯୋଗାଣ କରୁଥିବା ରାଜ୍ୟର ଶିଳ୍ପ ସଂସ୍ଥାଗୁଡିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଉପୁଜିଛି। ଏହାଦ୍ୱାରା ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବେ ରାଜ୍ୟରେ ୩ ଲକ୍ଷ ନିଯୁକ୍ତି ପ୍ରଭାବିତ ହେବ ବୋଲି ମହାନ୍ତି କହିଛନ୍ତି।
ସେ କହିଛନ୍ତି , ବାହାରୁ ସାମଗ୍ରୀ ଆମଦାନୀ କରି ଅନେକ ସଂସ୍ଥା ପ୍ରତିଯୋଗିତାରେ ଭାଗ ନେବା ପ୍ରସଙ୍ଗକୁ ଏଡାଇ ଦିଆଯାଇ ନ ପାରେ। ଶସ୍ତା ଦର ଯୋଗୁ ଯେ କେହି ବିଡ୍‌ ଜିତିବାର ସମ୍ଭାବନା ମଧ୍ୟ ରହିଛି। ଫଳରେ ଯୋଗାଣ ବ୍ୟବସ୍ଥା ଗୁଣାତ୍ମକ ମାନ ହରାଇବ। ଏହାଦ୍ୱାରା କ୍ଷୁଦ୍ର ଶିଳ୍ପଗୁଡିକ କ୍ଷତି ସହିବାକୁ ବାଧ୍ୟହେବେ। ନିଯୁକ୍ତି ବୃଦ୍ଧି ଯୋଜନା ମଧ୍ୟ ଠପ୍‌ ହୋଇଯିବ। ସେହିଭଳି କ୍ଷୁଦ୍ର ଶିଳ୍ପ ସାମଗ୍ରୀ ବିପଣନ କ୍ଷେତ୍ରରେ କାର୍ଯ୍ୟ କରୁଥିବା କେନ୍ଦ୍ର ସରକାରଙ୍କ ଏନ୍‌ଏସ୍‌ଆଇସି ଏବଂ ରାଜ୍ୟର ଓଏସ୍‌ଆଇସି ଭୂମିକା ଆଉ ରହିବ ନାହିଁ। ରାଜ୍ୟର କ୍ଷୁଦ୍ର ସଂସ୍ଥାଗୁଡିକ ଜିଇଏମ୍‌ ବ୍ୟବସ୍ଥାକୁ ବିରୋଧ କରୁ ନ ଥିବା ସେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ପୂର୍ବରୁ ଲାଗୁ ହେଉଥିବା କଣ୍ଟ୍ରାକ୍ଟ ସିଷ୍ଟମ ବଜାୟ ରହୁ ବୋଲି ସଂଘ ପକ୍ଷରୁ ଦାବି ହୋଇଛି। ରାଜ୍ୟ ସରକାର କ୍ରୟ କରୁଥିବା ୮୩ ସହ ୩୭ ଅନ୍ୟ ସାମଗ୍ରୀ କଣ୍ଟ୍ରାଣ୍ଟ ସିଷ୍ଟମ ଦ୍ୱାରା ପୂର୍ବ ଭଳି କ୍ରୟ କଲେ ଏହାଦ୍ୱାରା ସଂସ୍ଥାଗୁଡିକ ଲାଭବାନ ହେବେ ବୋଲି ସେ ମତ ଦେଇଛନ୍ତି। ଏହା ହେଲେ ପୂର୍ବ ଭଳି ସରକାର ଏକାଧିକ ସଂସ୍ଥାଠାରୁ ସାମଗ୍ରୀ କ୍ରୟ କରିବା ଜାରି ରହିବ। ଏଭଳି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ମହାନ୍ତି ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ୧୯୬୫-୬୬ରୁ ରାଜ୍ୟ ସରକାର ରପ୍ତାନି ପ୍ରୋତ୍ସାହନ ଓ ବିପଣନ ନିର୍ଦ୍ଦେଶାଳୟ ଦ୍ୱାରା ରେଟ୍‌ କଣ୍ଟ୍ରାକ୍ଟ ସିଷ୍ଟମ(ଚୁକ୍ତି ମୂଲ୍ୟ ବ୍ୟବସ୍ଥା) ପ୍ରଚଳନ କରିଛନ୍ତି। କାର୍ଯ୍ୟକ୍ରମରେ ଉପସଭାପତି ହିମାଂଶୁ ଶେଖର ମିଶ୍ର, ସମ୍ପାଦକ ଚିରଞ୍ଜୟ ମହାପାତ୍ର, ଦୀପକ କାଜାରିଆ ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By Dharitri.Com

ରେଲଓ୍ବେ ଇତିହାସରେ ନୂଆ;ଚଳନ୍ତା ଟ୍ରେନରେ ମିଳିବ ମାଲିସର ମଜା

ନୂଆଦିଲ୍ଲୀ,୯-୬: ଆଗାମୀ ଦିନରେ ଚଳନ୍ତା ଟ୍ରେନରେ ଯାତ୍ରୀ ମାଲିସର ମଜା ନେଇପାରିବେ। ଭାରତୀୟ ରେଳ ଇତିହାସରେ ପ୍ରଥମଥର ଏଭଳି ପଦକ୍ଷେପ ନିଆଯିବ। ଜଣେ ବରିଷ୍ଠ ଅଧିକାରୀ...

ଏସ୍‌ବିିଏସ୍‌ ବାୟୋଟେକ- ପିଏମ୍‌ ନରେନ୍ଦ୍ର ମୋଦି ଫିଲ୍ମ ଚୁକ୍ତି

ଭୁବନେଶ୍ୱର,୨୯।୫: ପିଏମ୍‌ ନରେନ୍ଦ୍ର ମୋଦି ଫିଲ୍ମର ପ୍ରମୋଶନ ଲାଗି ଡଃ ଅର୍ଥୋ ଆୟୁର୍ବେଦିକ ଅଏଲ ଉକ୍ତ ସିନେମା ନିର୍ମାଣକାରୀ ସଂସ୍ଥା ସହ ଚୁକ୍ତିରେ ସାମିଲ ହୋଇଛି।...

ଇଣ୍ଟରନ୍ୟାଶନାଲ ଟ୍ରେଡ ଫେୟାରକୁ ବିପୁଳ ରେସ୍‌ପନ୍ସ

ଭୁବନେଶ୍ୱର,୧୫-୧୦: ସ୍ଥାନୀୟ ଜନତା ମୈଦାନଠାରେ ଚାଲୁଥିବା ଭୁବନେଶ୍ୱର ଇଣ୍ଟରନ୍ୟାଶନାଲ ଟ୍ରେଡ ଫେୟାରକୁ ଗ୍ରାହକଙ୍କ ପକ୍ଷରୁ ଭଲ ରେସ୍‌ପନ୍ସ ମିଳୁଛି। ଚତୁର୍ଥଥର ପାଇଁ ଏହା ଆୟୋଜନ ହୋଇଥିବା...

ଜିଏସ୍‌ଟି ବାର୍ଷିକ ରିଟର୍ନ ପଇଠ ଅବଧି ବଢିଲା

ନୂଆଦିଲ୍ଲୀ,୧୫-୧୧: କେନ୍ଦ୍ର ସରକାର ଗୁରୁବାର ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)ର ବାର୍ଷିକ ରିଟର୍ନ ଓ ରିକନସିଲେଶନ ଷ୍ଟେଟମେଣ୍ଟ ଫାଇଲ କରିବାର ଅବଧିକୁ ବଢାଇଛନ୍ତି। ୨୦୧୭-୧୮ ବର୍ଷ...

ଇଲେକ୍ଟ୍ରିକ ବାହନ, ଇ-ଇନ୍‌ଭଏସ ନେଇ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ,୨୦ା୬: ଜିଏସ୍‌ଟି କାଉନସିଲ୍‌ର ବୈଠକ ଆସନ୍ତା ୨୧ରେ ବସିବାକୁ ଯାଉଛି। କେନ୍ଦ୍ରରେ ନୂଆ ସରକାର ଗଠନ ହେବା ପରେ କାଉନସିଲ୍‌ର ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ...

ଜମାକାରୀଙ୍କଠୁ ସୁନା ଜମା ରଖିପାରିବେ ବ୍ୟାଙ୍କ

ନୂଆଦିଲ୍ଲୀ,୧୮-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଶୁକ୍ରବାର ସୁନା ମୁଦ୍ରୀକରଣ ଯୋଜନା,୨୦୧୫ର ନିୟମକୁ କୋହଳ କରିଛନ୍ତି। ନୂତନ ନିୟମ ଅନୁଯାୟୀ, ଜମାକାରୀ ନିଜର ଗଚ୍ଛିତ ସୁନାକୁ ବ୍ୟାଙ୍କ,...

୨.୯ କୋଟି ଭାରତୀୟଙ୍କ ଡାଟା ଚୋରି

ନୂଆଦିଲ୍ଲୀ,୨୪।୫: ଦିନିକୁ ଦିନ ସାଇବର କ୍ରିମିନାଲଙ୍କ ପ୍ରାଦୁର୍ଭାବ ବୃଦ୍ଧି ହେଉଛି। ସାବଧାନ ନ ହେଲେ ଅନେକ କ୍ଷତି ସହିବାକୁ ପଡୁଥିବା ଦେଖାଯାଇଛି। ନିକଟରେ ଆଉ ଏକ...

ସେବା କ୍ଷେତ୍ର ପରଫରମାନ୍ସ ହ୍ରାସ

ମାର୍ଚ୍ଚରେ ସର୍ଭିସ ସେକ୍ଟର ଗତିବିଧି ୮ ପଏଣ୍ଟ ହ୍ରାସ ଘଟିଛି। ଆଇଏଚ୍‌ଏସ୍‌ ମାର୍କିଟ ଇଣ୍ଡିଆର ସର୍ଭିସେସ ବିଜନେସ ଆକ୍ଟିଭିଟି ଇଣ୍ଡେକ୍ସ (ସିର୍ଭିସେସ ପିଏମ୍‌ଆଇ) ମାର୍ଚ୍ଚରେ ୪୯.୩%...

Leave a comment

Your email address will not be published. Required fields are marked *