କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମୀକ୍ଷା: ଶିଶୁ, ମାତୃ ମୃତ୍ୟୁହାର ରୋକିବାକୁ ଜିଲାପାଳଙ୍କ ତାଗିଦ

ନୂଆପଡା ଅଫିସ/କୋମନା,୨୪।୯(ଡି.ଏନ.ଏ.)
ନୂଆପଡା ଜିଲାର ଉପାନ୍ତ ତଥା ଅବହେଳିତ ବ୍ଲକ କୋମନା ଅଞ୍ଚଳରେ ବିଭିନ୍ନ ସମୟରେ ମାତୃ ଏବଂ ଶିଶୁ ମୃତ୍ୟୁହାର ବୃଦ୍ଧି ଘଟିଥିବାର ବହୁ ନଜିର ରହିଛି। ଏହି ଅଞ୍ଚଳରେ ଲୋକଙ୍କ ସରଳତାର ସୁଯୋଗ ନେଇ ସ୍ବାସ୍ଥ୍ୟ କ୍ଷେତ୍ରରେ ବହୁ ଅବହେଳା କରୁଥିବା ଅଭିଯୋଗ ହେଉଥିବାବେଳେ ଜିଲାପାଳ ମଧୁସ୍ମିତା ସାହୁ ବିଶେଷ ଦୃଷ୍ଟି ଦେଇଛନ୍ତି । ଏଠାରେ ଶିଶୁ ଏବଂ ମାତୃମୃତ୍ୟୁ ହାର ରୋକିବାକୁ ଯତ୍ନବାନ ହେବାକୁ ଜିଲାପାଳ କଡା ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଅବହେଳା କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚାଇ ଦେଇଛନ୍ତି । ସୋମବାର ତାଙ୍କର କୋମନା ବ୍ଲକ ଗସ୍ତ ସମୟରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ଉପରେ ସମୀକ୍ଷା କରିବା ଅବସରରେ ଏହା କହିଛନ୍ତି ।
କୋମନା ବ୍ଲକ ପରିସରରେ କୋମନା ବ୍ଲକର ସ୍ବାସ୍ଥ୍ୟ ସମସ୍ୟା ଉପରେ ସମୀକ୍ଷା ବୈଠକ ହୋଇଥିଲା। ଏଥିରେ ଜିଲାପାଳ ସାହୁ ଅଧ୍ୟକ୍ଷତା କରିଥିବାବେଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଇନଚାର୍ଜ ଡା. ଦିବାକର ଓଝାଙ୍କ ସମେତ ସ୍ବାସ୍ଥ୍ୟ ବିଭାଗ ସମସ୍ତ ଅଧିକାରୀମାନେ ଯୋଗଦେଇଥିଲେ। ଏଥିରେ ବ୍ଲକର ବିଭିନ୍ନ ଉପାନ୍ତ ଅଞ୍ଚଳରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀମାନେ ଯୋଗଦେଇଥିଲେ। ଏହି ଅବସରରେ ସମସ୍ତ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଜିଲାପାଳ ଗୋଟି ଗୋଟି କରି ବୁଝିଥିଲେ। ଉକ୍ତ ଅଞ୍ଚଳରେ ଘଟୁଥିବା ବିଭିନ୍ନ ସ୍ବାସ୍ଥ୍ୟ ଭିତିକ ସମସ୍ୟା ଉପରେ ମଧ୍ୟ ଜିଲାପାଳ ଖବର ରଖିଥିଲେ। ଏହି ବ୍ଲକ ଅଞ୍ଚଳରେ ସୁନାବେଡା ଭଳି ଦୁର୍ଗମ ଅଞ୍ଚଳ ସବୁ ରହିଛି । ଏଠାରେ ବିଭିନ୍ନ ରୋଗରେ ଲୋକେ ମୃତ୍ୟୁବରଣ କରୁଛନ୍ତି । ସେମାନଙ୍କୁ ଉପଯୁକ୍ତ ସେବା ଏବଂ ପରାମର୍ଶ ଦିଆଯିବା ଆବଶ୍ୟକତା ରହିଥିବା କହିଥିଲେ । ଡାକ୍ତରଖାନାରେ ସବୁବେଳେ ଆବଶ୍ୟକ ମୁତାବକ ଜୀବନ ରକ୍ଷାକାରୀ ଔଷଧ ମହଜୁଦ ରଖିବାକୁ କହିଥିଲେ। ଏହି ପରିପ୍ରେକ୍ଷୀରେ ଡା. ଓଝା ବ୍ଲକ ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗ ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ବିବରଣୀ ରଖିଥିଲେ। ଶେଷରେ ଡା. ଓଝା ଧନ୍ୟବାଦ ଜ୍ଞାପନ କରିଥିଲେ । ବହୁ ଦିନ ପରେ ଜଣେ ଜିଲାପାଳ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗର ସମୀକ୍ଷା କରିଥିବାରୁ ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।


All Right Reserved By Dharitri.Com

ଯୁବଗୋଷ୍ଠୀଙ୍କୁ ପ୍ରୋତ୍ସାହିତ ପାଇଁ ଯୋଜନା ଚାଲିଛି

ନୂଆପଡା ଅଫିସ,୧୦ା୮ ନୂଆପଡା ଏକ ଉପାନ୍ତ ଜିଲା । ଏଠାରେ ଯୁବ ସମାଜ ଦିନକୁ ଦିନ ପଥଭ୍ରଷ୍ଟ ଯେମିତି ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାର...

ଦିବ୍ୟାଙ୍ଗ ପାଇଁ ଉଦ୍ୟୋଗ ବିକାଶ ତାଲିମ

ନୂଆପଡା ଅଫିସ,୨୦ା୯ – ସ୍ଥାନୀୟ ଷ୍ଟେଟବ୍ୟାଙ୍କ ତାଲିମ କେନ୍ଦ୍ରରେ ଦିବ୍ୟାଙ୍ଗ ଯୁବତୀଯୁବକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଆଗକୁ ଆସି ରୋଜଗାର ବୃଦ୍ଧି କରିବାକୁ ତାଲିମ ପ୍ରଦାନ କରାଯାଇଛି...

୫ମ ଦିବସୀୟ ନିଃଶୁଳ୍କ ଯୋଗ ଶିବିର ଉଦ୍‌ଯାପିତ; ଯୋଗ ଅଭ୍ୟାସରେ ରୋଗରୁ ମୁକ୍ତି ମିଳେ

ନୂଆପଡା ଅଫିସ/କୋମନା,୨୬।୯(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଭେଲା ଗ୍ରାମରେ ପତଞ୍ଜଳୀ ଯୋଗ ସମିତି ଏବଂ ଅଭ୍ୟୁଦୟ ୟୁଥ କ୍ଲବ ମିଳିତ ଆନୁକୂଲ୍ୟରେ ଚାଲିଥିବା ପଞ୍ଚମ...

ନ୍ୟାଶନାଲ ହାଇସ୍କୁଲରେ ଆଇନ ସଚେତନତା କାର୍ଯ୍ୟକ୍ରମ

ନୂଆପଡା ଅଫିସ,୧ା୧୦ ନୂଆପଡା ଜିଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ସ୍ଥାନୀୟ ନ୍ୟାଶନାଲ ହାଇସ୍କୁଲ ପରିସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାଧିକରଣର...

ନୂଆପଡା ପଞ୍ଚାୟତ ସମିତି ବୈଠକ: ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ସମୁଚିତ ମର୍ଯ୍ୟାଦା ମିଳୁନାହିଁ; ବୈଠକ ପ୍ରାରମ୍ଭରେ ଝଡ

ନୂଆପଡା ଅଫିସ,୨୭ା୯-ନୂଆପଡା ଜିଲା ସଦର ବ୍ଲକ ସବୁ କ୍ଷେତ୍ରରେ ଅବହେଳିତ। ଏଠାରେ ଲୋକଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ବହୁ ଅସୁବିଧା ରହିଛି। ତ୍ରିସ୍ତରୀୟ ପଞ୍ଚାୟତିରାଜ...

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି ଅଭିଯୋଗରେ ଓ୍ବେବପୋର୍ଟାଲ ଖବରଦାତା ଗିରଫ

ନୂଆପଡା ଅଫିସ,୪।୪- ରାଜ୍ୟ ପୋଲିସ ପ୍ରଶାସନ କରୋନା ନାଁରେ ଗୁଜବ କିମ୍ବା ବିଭ୍ରାନ୍ତି ସୃଷ୍ଟି ନ କରିବାକୁ ସବୁବେଳେ ତାଗିଦା କରୁଛି। ଏଭଳିକି କେତେଜଣଙ୍କୁ ଗିରଫ...

ମହାବିଦ୍ୟାଳୟସ୍ତରୀୟ ଯୁବ ରେଡକ୍ରସ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ରହିଛି

ନୂଆପଡା ଅଫିସ,୪ା୧୦- ସ୍ଥାନୀୟ ମହାମାୟା କଲେଜରେ ଚାଲିଥିବା ମହାବିଦ୍ୟାଳୟସ୍ତରୀୟ ଯୁବ ରେଡକ୍ରସ ଶିବିର ଉଦ୍‌ଯାପିତ ହୋଇଯାଇଛି। ଗୁରୁବାର ମହାମାୟା କଲେଜରୁ ଛାତ୍ରୀଛାତ୍ରମାନଙ୍କ ଏକ ଶୋଭାଯାତ୍ରା ବାହାରି...

ଭତ୍ତା ନ ପାଇ ଦୁର୍ଦ୍ଦିନରେ ୨୧୧ କଳାକାର

କୃଷ୍ଣପ୍ରସାଦ,୨୩ା୮(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ କିଛିବର୍ଷ ଧରି ୨୧୧ କଳାକାର ଭତ୍ତା ପାଇ ଅସୁଥିଲେ। ତେବେ ଏମାନଙ୍କ ଭତ୍ତା ବନ୍ଦ କରିଦିଆ ଯାଇଥିବାରୁ ଗୁରୁବାର ବିଡିଓଙ୍କୁ...

Leave a comment

Your email address will not be published. Required fields are marked *