Posted inଖେଳ

ଓସିଏ ନିର୍ବାଚନ :ସଭାପତି ପଦବୀରେ ପଙ୍କଜ-ପ୍ରଦୀପ ଲଢ଼େଇ

କଟକ ଅଫିସ,୨୪ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିର୍ବାଚନକୁ ଆଉ ୩ ଦିନ ବାକି । ଗୁପ୍ତରେ ଚାଲିଛି ଅଙ୍କକଷା, ଭୋଟ ବ୍ୟାଙ୍କ ପ୍ରସ୍ତୁତି। ଦୁଇଟି ଗୋଷ୍ଠୀ ଏଥର ନିର୍ବାଚନରେ ଲଢ଼ୁଛନ୍ତି । ଉଭୟ ବିଜୟୀ ହେବାର ଆଶା ବାନ୍ଧିଛନ୍ତି । ଏପରିକି ଯିଏ ବି ବିଜୟୀ ହେବ ଖୁବ କମ୍‌ ଭୋଟ ବ୍ୟବଧାନରେ ଓସିଏ ପଦବୀରେ ବସିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଏଭଳି କଡା ଟକ୍କର ରାଜ୍ୟ କ୍ରିକେଟ ସଂଘରେ ଅନେକ ବର୍ଷର ବ୍ୟବଧାନରେ ହେଉଛି । ଏଥର ସଭାପତି ପଦବୀରେ ଲଢ଼ିବେ ପଙ୍କଜ ଲୋଚନ ମହାନ୍ତି ଓ ପ୍ରଦୀପ ଚୌହ୍ବାନ। ଏହି ଦୁଇ ପ୍ରାର୍ଥୀ କାହାଠାରୁ କମ୍‌ ନୁହଁନ୍ତି । ଏହାଛଡ଼ା ଯିଏ ବି ଜିତିବ ସେ ପ୍ରଥମଥର ନିମନ୍ତେ ଓସିଏର ସଭାପତି ହେବ ।
ପଙ୍କଜ ଲୋଚନ ମହାନ୍ତିଙ୍କ ଘର ଭୁବନେଶ୍ୱରରେ। ବରିଷ୍ଠ କ୍ରୀଡ଼ା ସଙ୍ଗଠକ ଆଶୀର୍ବାଦ ବେହେରା ଗୋଷ୍ଠୀ ସମର୍ଥିତ ପ୍ରାର୍ଥୀ ଭାବେ ସେ ସଭାପତି ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କ୍ରୀଡ଼ା କ୍ଷେତ୍ରରେ ଗୋଟିଏ ଦଶନ୍ଧିର ଅଭିଜ୍ଞତା ରହିଛି । ହେଲେ ଏହା ଭିତରେ ସେ ଅନେକ କ୍ରୀଡ଼ା ସଙ୍ଘର ପ୍ରମୁଖ ପଦବୀରେ ଅବସ୍ଥାପିତ ହୋଇଛନ୍ତି । ବେସବଲ ଫେଡେରେଶନ ଅଫ ଇଣ୍ଡିଆର ଏକବର୍ଷ ନିମନ୍ତେ ଅସ୍ଥାୟୀ ସଭାପତି ରହିଥିଲେ । ପରେ ନିର୍ବାଚିତ ହୋଇ ବେସବଲ ଜାତୀୟ ସଂଘର ୩ବର୍ଷ ସଭାପତି ହୋଇଥିଲେ। ଓଡ଼ିଶା ବେସବଲ ଆସୋସିଏଶନର ସଭାପତି, ଓଡ଼ିଶା ଅଲିମ୍ପିକ ଆସୋସିଏଶନର ଉପସଭାପତି, ଓଡ଼ିଶା ଆସୋସିଏଶନ ଫର ରୋଇଂ ଆଣ୍ଡ ସ୍କଲିଂର ଉପସଭାପତି ପଦବୀରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି । ବିଜୟୀ ହେଲେ ସେ ତୃଣମୂଳ ସ୍ତରରୁ କ୍ରିକେଟର ବିକାଶ ପାଇଁ ଦୃଷ୍ଟି ଦେବେ ବୋଲି କହିଛନ୍ତି । ଏହାଛଡ଼ା ତାଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି, ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିବା । ଅନେକ ବର୍ଷ ହେଲାଣି ଓଡ଼ିଆ ଖେଳାଳି ଜାତୀୟ ଦଳରେ ସ୍ଥାନ ପାଉନାହାନ୍ତି। କେଉଁଠାରେ ସମସ୍ୟା ରହୁଛି ସେ ଦିଗରେ ନଜର ଦିଆଯିବ ବୋଲ ପଙ୍କଜ କହିଥିଲେ । ଗ୍ରାମାଞ୍ଚଳରେ ଭଲ କ୍ରିକେଟ ଖେଳୁଥିବା ପ୍ରତିଭାଙ୍କୁ ସମ୍ମୁଖକୁ ଅଣାଯିବ ବୋଲି ପଙ୍କଜ ପ୍ରତିକ୍ରିୟା ଦେଇ କହିଛନ୍ତି ।
ୟୁନିୟନ ସ୍ପୋର୍ଟିଂ କ୍ଲବର ସମ୍ପାଦକ ହେଲେ କଟକର ପ୍ରଦୀପ ଚୌହ୍ବାନ । ୪୦ବର୍ଷର ପୁରୁଣା ଏହି କ୍ଲବରୁ ସୃଷ୍ଟି ହୋଇଛନ୍ତି ୫୦ରୁ ଅଧିକ ରାଜ୍ୟ ସ୍ତରୀୟ ସିନିୟର ଖେଳାଳି ଓ ୩୦୦ରୁ ଅଧିକ ରାଜ୍ୟସ୍ତରୀୟ ଜୁନିୟର ଖେଳାଳି । ଏହି କ୍ଲବ ପି.ଭି.ଆର ମୂର୍ତ୍ତି ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ କରି ବେଶ ପ୍ରଶଂସା ସାଉଁଟିଛି । ଏହି ଟୁର୍ନାମେଣ୍ଟର ଫାଇନାଲରେ କିମ୍ବଦନ୍ତୀ କ୍ରିକେଟର ମାନେ ଅତିଥି ହୋଇ ଆସନ୍ତି । କ୍ରିକେଟ ଓ ଓସିଏ ସହିତ ପ୍ରଦୀପଙ୍କ ସମ୍ପର୍କ ନୁଆ ନୁହେଁ । ସେ ପୂର୍ବରୁ ଓସିଏର ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀରେ ମଧ୍ୟ ଥିଲେ । ୨୦୦୪ ମସିହାରେ ଆଶୀର୍ବାଦ ବେହେରା ସମ୍ପାଦକ ଥିବା ବେଳେ ପ୍ରଦୀପ କୋଷାଧ୍ୟକ୍ଷ ଭାବେ ବିଜୟୀ ହୋଇଥିଲେ । ହେଲେ ୨ବର୍ଷ କାର୍ଯ୍ୟ କରିବା ପରେ ଅର୍ଥାତ ୨୦୦୬ରେ ପ୍ରଦୀପଙ୍କୁ ହଠାତ୍‌ କୋଷାଧ୍ୟକ୍ଷ ପଦବୀରୁ ହଟାଇ ଦିଆଯାଇଥିଲା। ଏହିଠାରୁ ହିଁ ପ୍ରଦୀପ-ଆଶୀର୍ବାଦ ବିବାଦ ଆରମ୍ଭ ହୋଇଥିଲା । ସଭାପତିରେ ବିଜୟୀ ହେବାର ଶତପ୍ରତିଶତ ଆଶା ରଖିଛନ୍ତି ପ୍ରଦୀପ । ବିଜୟୀ ହେଲେ ଦଳ ଚୟନ ଉପରେ କଡ଼ା କଟକଣା ଲାଗିବ ବୋଲି ସେ କହିଥିଲେ । ଦଳ ଚୟନରେ ସ୍ବଚ୍ଛତା ରହୁନି । ଏଣୁ ଅନେକ ପ୍ରତିଭା ଲୁଚି ଯାଉଛନ୍ତି । ଏହାଛଡ଼ା ସେ କହିଥିଲେ ଯେ, ଭିତ୍ତିଭୂମି ବିକାଶର ଆବଶ୍ୟକତା ରହିଛି । ଏବେ ବି ଓଡ଼ିଶାରେ କ୍ରିକେଟ ପାଇଁ ପ୍ରକୃଷ୍ଟ ଭିତ୍ତିଭୂମି ନାହିଁ ବୋଲି ତାଙ୍କ ମତ ।


All Right Reserved By Dharitri.Com

Posted inଖେଳ View All

ପୁନେକୁ ଶୀର୍ଷକୁ ନେଲେ ସାଧବୀ

ଭୁବନେଶ୍ୱର, ୨୬।୨ (ସ୍ପୋର୍ଟ୍ସ ବ୍ୟୁରୋ)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ୫ମ ଦିବସ ଖେଳ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ସାବିତ୍ରୀବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟ ୭...

ଆମେରିକାରେ ପ୍ରଶିକ୍ଷଣ ନେବେ ଜିନ୍‌ସନ ଜନ୍‌ସନ

ଚେନ୍ନାଇ,୨୪।୮(ପି.ଟି.)- ଭାରତୀୟ ମିଡଲ ଡିଷ୍ଟାନ୍ସ ରନର ଜିନସନ ଜନସନ ଶୁକ୍ରବାର ଆମେରିକାରେ ପ୍ରଶିକ୍ଷଣ ନେବେ ବୋଲି କହିଛନ୍ତି। ଆସନ୍ତାବର୍ଷ ଟୋକିଓରେ ଆୟୋଜନ ହେବାକୁଥିବା ଟୋକିଓ ଅଲିମ୍ପିକ୍ସରେ...

ସାବାସ୍‌ ସିନ୍ଧୁ

ଭାରତର ତାରକା ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏବେ ଟପ୍‌ ଫର୍ମରେ। ନିଜ ଜାଜ୍ୱଲ୍ୟମାନ କ୍ୟାରିୟରରେ ସେ ଯୋଡ଼ିଛନ୍ତି ଆଉ ଏକ ସ୍ବର୍ଣ୍ଣିମ ସଫଳତା।...

ବୟସ ଜାଲିଆତି ରୋକିବାକୁ ବୋର୍ଡର ୨୪ ଘଣ୍ଟିଆ ହେଲ୍ପ ଲାଇନ୍‌

ନୂଆଦିଲ୍ଲୀ,୨।୧୦(ପି.ଟି.)- କ୍ରିକେଟରେ ବୟସ ଜାଲିଆତି ଏବେ ଉତ୍କଟ ସମସ୍ୟା ରୂପେ ଉଭା ହୋଇଛି। ଏହାକୁ ରୋକିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏକ...

ଶ ଫିଟ୍‌, ସ୍ପଷ୍ଟ କଲେ ଶାସ୍ତ୍ରୀ

ଖୀଷ୍ଟଚର୍ଚ୍ଚ,୨୮।୨(ପି.ଟି.)- ଯୁବ ଓପନର ପୃଥ୍ବୀ ଶ ପାଦ ଜନିତ ଆହତ ସମସ୍ୟାରୁ ମୁକୁଳି ସାରିଛନ୍ତି। ସେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟରେ ଖେଳିବେ...

ହୋଇପାରିଥାନ୍ତେ ବଡ଼ ଖେଳାଳି, ଆହତ ସମସ୍ୟା ସବୁ ଛଡ଼ାଇନେଲା

ଅନ୍ତର୍ଜାତୀୟ କ୍ରିକେଟରେ ବଡ଼ ଖେଳାଳି ହେବାର ଯୋଗ୍ୟତା ଥିଲା। ହେଲେ ଆହତ ସମସ୍ୟା ପଲ ବାଲଥାଟିଙ୍କଠାରୁ ସବୁ କିଛି ଛଡ଼ାଇନେଲା। ୨୦୧୧ ଆଇପିଏଲରେ ଚେନ୍ନାଇ ସୁପର...

ରୋହିତ ଶର୍ମାଙ୍କୁ ଡରି ତାଙ୍କ ପାଖ ମାଡୁ ନ ଥିଲେ ଝିଅ ସମାଇରା, ଜାଣନ୍ତୁ କାହିଁକି

ମୁମ୍ବାଇ,୧୧।୧୨: ମୁମ୍ବାଇରେ ଖେଳାଯିବାକୁ ଥିବା ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ ପୂର୍ବରୁ ବିସିସିଆଇ ଟୁଇଟରରେ ଏକ ଭିଡିଓ ଅପଲୋଡ୍‌ କରିଛି। ଭିଡିଓରେ ରୋହିତ ଶର୍ମା...

ହାଇଦ୍ରାବାଦ ଓପନ୍‌ ଟାଇଟଲ ଜିତିଲେ ସୌରଭ

ହାଇଦ୍ରାବାଦ,୧୧।୮(ପି.ଟି.)- ଜାତୀୟ ଚାମ୍ପିୟନ ସୌରଭ ବର୍ମା ଏଠାରେ ଅନୁଷ୍ଠିତ ହୋଇଥିବା ହାଇଦ୍ରାବାଦ ଓପନ ସୁପର ୧୦୦ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟରେ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ...

Leave a comment

Your email address will not be published. Required fields are marked *