ହାଇସ୍କୁଲରେ ପାଠପଢାଇଲେ ମନ୍ତ୍ରୀ ପ୍ରତାପ ଜେନା

କୁଆଁରମୁଣ୍ଡା,୨୩।୯(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୁମଝରିଆ ହାଇସ୍କୁଲକୁ ପଞ୍ଚାୟତିରାଜ, ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୋମବାର ଅଚାନକ ପରିଦର୍ଶନ କରିଥିଲେ। ଏହି ସମୟରେ ସ୍କୁଲର ପ୍ରବେଶପଥ ଠାରୁ ଆରମ୍ଭ କରି ରୋଷେଇଶାଳ, ବଗିଚା ଇତ୍ୟାଦି ପରିଦର୍ଶନ କରି ବେଶ୍‌ ବିମୋହିତ ହୋଇଯାଇଥିଲେ। ଏହା ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ପାଠପଚାରି ଠିକ୍‌ ଉତ୍ତର ପାଇବା ପରେ ଖୁସି ହୋଇଯାଇଥିଲେ। ନିଜେ ଶ୍ରେଣୀ କୋଠରି ହ୍ବାଇଟ୍‌ ବୋର୍ଡରେ ମାର୍କର ଧରି ଶିକ୍ଷକଙ୍କ ଭଳି କିଛି ସମୟ ପିଲାମାନଙ୍କୁ ପାଠପଢାଇ ବେଶ୍‌ ଖୁସି ହୋଇଥିଲେ। ପରେ ଶ୍ରେଣୀ ଗୃହ କାନ୍ଥରେ ସୁନ୍ଦରଭାବେ ଚିତ୍ରିତ ତାଜମହଲ ପାର୍ଶ୍ୱରେ ପିଲାମାନଙ୍କ ସହ ଫଟୋ ଉଠାଇ ସେମାନଙ୍କୁ ଉତ୍ସାହିତ କରିଥିଲେ। ବିଶେଷକରି ସ୍କୁଲର ସ୍ବଚ୍ଛ ଓ ସୁନ୍ଦର ପରିବେଶ, ମନୋରମ ବଗିଚା, ଉନ୍ନତମାନର ସ୍ବତନ୍ତ୍ର ମଧ୍ୟାହ୍ନଭୋଜନ ବ୍ୟବସ୍ଥା, ଡିଜିଟାଲ ଶ୍ରେଣୀଗୃହ ସହ ଶୃଙ୍ଖଳିତ ଶିକ୍ଷା ବ୍ୟବସ୍ଥା, ରେଷେୟାମାନଙ୍କର ୟୁନିଫମ ଇତ୍ୟାଦି ଦେଖି ଏହି ବ୍ୟବସ୍ଥା ରାଜ୍ୟର ଅନ୍ୟାନ୍ୟ ସରକାରୀ ସ୍କୁଲଠାରୁ ନିଶ୍ଚିତଭାବେ ସ୍ବତନ୍ତ୍ର ବୋଲି ମନ୍ତ୍ରୀ ଜେନା କହିଥିଲେ। ଏଥିପାଇଁ ସ୍କୁଲର ପ୍ରଧାନଶିକ୍ଷକ ସଞ୍ଜୟ କୁମାର ସାମଲଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହା ସହ ଏହି ସ୍କୁଲରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଖୁବ୍‌ଶୀଘ୍ର ଏକ ସୌରଚାଳିତ ନଳକୂପର ବ୍ୟବସ୍ଥା କରିବା ପାଇଁ ମନ୍ତ୍ରୀ ଜେନା ପ୍ରଧାନଶିକ୍ଷକ ସାମଲଙ୍କୁ ପ୍ରତିଶ୍ରୃତି ଦେଇଛନ୍ତି। ଏହା ସହ ସ୍କୁଲର ସର୍ବାଙ୍ଗୀନ ଆବଶ୍ୟକତା ପୂରଣ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରି ରାଜ୍ୟରୁ ସ୍ବତନ୍ତ୍ର ଟିମ୍‌ ଏହି ସ୍କୁଲକୁ ପରିଦର୍ଶନ କରିବା ପାଇଁ ବ୍ୟବସ୍ଥା କରିବେ। ସୁନ୍ଦରଗଡ଼ ଜିଲାପାଳ ଏହି ସ୍କୁଲକୁ ପରିଦର୍ଶନ କରି ଆବଶ୍ୟକୀୟ ଅଭାବ ଅସୁବିଧା ପୂରଣ ଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବ୍ୟବସ୍ଥା କରିବେ ବୋଲି ମନ୍ତ୍ରୀ ଜେନା ପ୍ରଧାନଶିକ୍ଷକ ସାମଲଙ୍କୁ ଏହି ଅବସରରେ ପ୍ରତିଶ୍ରୃତି ଦେଇଛନ୍ତି। ଏହା ପରେ ସ୍କୁଲର ଏକ ବିଶାଳ ନିମ୍ବଗଛ ମୂଳ ପିଣ୍ଡିରେ ବସି ମଧ୍ୟାହ୍ନଭୋଜନ ରୋଷେୟାମାନଙ୍କ ଦ୍ୱାରା ପ୍ରସ୍ତୁତ ଆୟୁର୍ବେଦିକ ଚା’ ପିଇବା ପରେ ରାଏବୋଗା ଅଭିମୁଖେ ଗସ୍ତ କରିଥିଲେ। ମନ୍ତ୍ରୀ ଜେନା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସୁନ୍ଦରଗଡ଼ ଜିଲା ଗସ୍ତରେ ଆସିଥିବା ଅବସରରେ ଏହି ହାଇସ୍କୁଲ ପରିଦର୍ଶନ କରିଥିଲେ। ମନ୍ତ୍ରୀଙ୍କ ସହ ରାଉରକେଲା ବିଧାୟକ ପୂର୍ବତନ ମନ୍ତ୍ରୀ ସାରଦା ନାୟକ, ସୁନ୍ଦରଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By Dharitri.Com

‘ମୋ ସରକାର’ ପରେ ପଶିଛି ଛାନିଆ

ଅନୁଗୋଳ ଅଫିସ, ୧୪ା୧୦: ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ପରେ ମେଡିକାଲ, ଥାନା ଓ ସରକାରୀ କାର୍ଯ୍ୟାଳୟରେ କିପରି ସେବା ଯୋଗାଇ ଦିଆଯାଉଛି ତାହାର...

କପାଳୀ, ସରୁସାଗରକୁ ମିଳୁନି ନଦୀର ମାନ୍ୟତା

ବନ୍ତ,୧୮।୭ (ସ୍ବ.ପ୍ର.) – ଭଦ୍ରକ ଜିଲା ବନ୍ତ ବ୍ଲକ ଦେଇ ସାଳନ୍ଦୀ, କପାଳୀ ଓ ସରୁସାଗର ନଦୀ ପ୍ରବାହିତ ା ସାଳନ୍ଦୀକୁ ବାଦ୍‌ ଦେଲେ ସରୁସାଗର...

ଆଜି ସନ୍ଧ୍ୟା ସୁଦ୍ଧା ଏସ୍‌ସି,ଏସ୍‌ଟି ହଷ୍ଟେଲ ଛାତ୍ରୀଛାତ୍ରଙ୍କୁ ଘରେ ପହଞ୍ଚାଯିବ: ସୁବ୍ରତୋ ବାଗ୍‌ଚୀ

ଭୁବନେଶ୍ୱର, ୨୪।୩(ବ୍ୟୁରୋ): ରାଜ୍ୟର ସମସ୍ତ ଜିଲା ମଙ୍ଗଳବାର ମଧ୍ୟରାତ୍ରରୁ ମାର୍ଚ୍ଚ ୨୯ ଯାଏ ଲକ୍‌ଡାଉନ୍‌ ରହିବ। ମଙ୍ଗଳବାର ଏହି ସୂଚନା ଦେଇଛନ୍ତି କରୋନା ଭୂତାଣୁ ସଂକ୍ରମଣ...

କରୋନାରୁ ମୁକ୍ତି ପାଇଁ ବିଦ୍ୟୁତ୍‌ କର୍ମଚାରୀଙ୍କ ସୁରକ୍ଷା ଦାବିକଲା ଓଡ଼ିଶା ବିଦ୍ୟୁତ୍‌ ଶ୍ରମିକ ମହାସଂଘ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ସାରା ରାଜ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ବିଦ୍ୟୁତ୍‌ କର୍ମଚାରୀମାନେ...

ରଥ ଖଳାରେ କୋଭିଡ୍‌ ଗାଇଡ୍‌ଲାଇନ ସଚେତନତା

ପୁରୀ ଅଫିସ, ୯।୫: ମହାମାରୀ କରୋନା ପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣକୁ ନେଇ ଯେଉଁ ଅନିଶ୍ଚିତତା ଲାଗି ରହିଥିଲା ତାହା ଦୂର ହୋଇଛି। କେନ୍ଦ୍ର ସରକାରଙ୍କଠାରୁ...

ବନ୍ୟାର ୩ମାସ ପରେ ବି ସୁଧୁରିନି ସ୍ଥିତି

ବଲାଙ୍ଗୀର ଅଫିସ/ପୁଇଁତଲା, ୨୦ା୧୧ (ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲାରେ ଗତ ଅଗଷ୍ଟ ମାସରେ ପ୍ରଳୟଙ୍କରୀ ବନ୍ୟା ବିତ୍ପାତ ଦେଖାଦେଇଥିଲା। ରାସ୍ତାଘାଟ ଧୋଇ ହୋଇଯିବା ସହ ଘରଦ୍ୱାର ଭାଙ୍ଗି ପ୍ରଭୁତ...

ପୋଖରୀରୁ ଚାଷୀଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୧ା୧୨(ଡି.ଏନ.ଏ.)-ଦିଗପହଣ୍ଡି କୁଶପଡ଼ା ପଞ୍ଚାୟତ କେଦାରପୁର ଗାଁ ପୋଖରୀରୁ ରବିବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ସିଦ୍ଧେଶ୍ୱର ଗାଁ ମାଳିସାହିର ରୁପାଙ୍ଗ ବେହେରା।...

ଶେଷରେ ରାୟଗଡ଼ା ଛୁଇଁଲା କରୋନା

ଭୁବନେଶ୍ୱର,୩।୬(ବ୍ୟୁରୋ): ରାଜ୍ୟର ୩୦ ତମ ଜିଲା ଭାବେ ରାୟଗଡ଼ା ଛୁଇଁଲା କରୋନା। ବୁଧବାର ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ରାୟଗଡ଼ାରୁ ଜଣେ ପଜିଟିଭ୍‌ ଅଛନ୍ତି। ଆକ୍ରାନ୍ତଜଣଙ୍କ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *