Posted inଖେଳ

୩୪ ଟପିଲେ ରାୟୁଡୁ

ଚେନ୍ନଇ,୨୩।୯: ଭାରତୀୟ ଦଳର ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ସୋମବାର ୩୪ ବର୍ଷରେ ପାଦ ଦେଇଛନ୍ତି। ୧୯୮୫ ସେପ୍ଟେମ୍ବର ୨୩ ତାରିଖରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲାରେ ଜନ୍ମ ହୋଇଥିଲେ ରାୟୁଡୁ। ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଅପେକ୍ଷାକୃତ ସୁଯୋଗ କମ୍‌ ମିଳୁଛି। ପ୍ରଥମ ଶ୍ରେଣୀ କ୍ୟାରିୟର ଆରମ୍ଭ କରିବାର ୧୩ ବର୍ଷ ପରେ ତାଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିଥିଲା। ୨୦୧୩ରେ ଜିମ୍ବାଓ୍ବେ ବିପକ୍ଷରେ ପଦାର୍ପଣ କରି ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ୨୦୧୯ ବିଶ୍ୱକପ୍‌ ଦଳରେ ସ୍ଥାନ ନ ପାଇବାରୁ ନିରାଶ ହୋଇ ଅବସର ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ଅବସରରୁ ଫେରିଥିଲେ। ଦେଶ ପାଇଁ ୫୫ ଦିନିକିଆରେ ୧,୬୯୪ ଓ ୬ ଅନ୍ତର୍ଜାତୀୟ ଟି୨୦ ଖେଳି ୪୨ ରନ୍‌ କରିଛନ୍ତି। ଏହି ଅବସରରେ ତାଙ୍କୁ ସାଥୀ ଖେଳାଳିଙ୍କଠାରୁ ଆରମ୍ଭକରି ଆଇପିଏଲ୍‌ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ଶୁଭେଚ୍ଛା ଜଣାଇଛି।


All Right Reserved By Dharitri.Com

Posted inଖେଳ View All

କୋହଲି ଦଣ୍ଡିତ

ସାଉଥାମ୍ପଟନ,୨୩ା୬: ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଅତ୍ୟଧିକ ଅପିଲ କରିବା ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଦଣ୍ଡିତ ହେବାକୁ ପଡ଼ିଛି। ତାଙ୍କ ମ୍ୟାଚ୍‌ ଫି’ର ୨୫...

ଏସିଆନ ଆର୍ଚେରୀ ଚାମ୍ପିୟନଶିପ୍‌: ଅତନୁଙ୍କୁ ବ୍ରୋଞ୍ଜ

ବ୍ୟାଙ୍କକ୍‌, ୨୬।୧୧ (ପି.ଟି.)- ଭାରତୀୟ ତୀରନ୍ଦାଜ ଅତନୁ ଦାସ ଏଠାରେ ଚାଲିଥିବା ଏସିଆନ ଆର୍ଚେରୀ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ପୁରୁଷ ରିକର୍ଭ ବ୍ୟକ୍ତିଗତ ଇଭେଣ୍ଟରେ...

ଅଲ୍‌ ଓଡ଼ିଶା କେ.ସି. ମେମୋରିଆଲ ବ୍ୟାଡ୍‌ମିଣ୍ଟନ ଉଦ୍‌ଯାପିତ

ଭୁବନେଶ୍ୱର, ୨୫।୧୦(କ୍ରୀଡ଼ା ପ୍ରତିନିଧି)-କେ.ସି. ମେମୋରିଆଲ ଟ୍ରଷ୍ଟ ଓ ଉଡାନ ବ୍ୟାଡ୍‌ମିଣ୍ଟନ ଏକାଡେମୀ ଆନୁକୂଲ୍ୟରେ ଅଲ୍‌ ଓଡ଼ିଶା ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଗୁରୁବାର ଉଦ୍‌ଯାପିତ ହୋଇଛି। ପଟିଆସ୍ଥିତ...

ଚାଇନିଜ ତାଇପେ ଓପନ୍‌: ଦ୍ୱିତୀୟ ରାଉଣ୍ଡରେ ସୌରଭ

ତାଇପେଇ, ୫।୯ (ପି.ଟି.)- ପୂର୍ବତନ ଚାମ୍ପିୟନ ସୌରଭ ବର୍ମା ବୁଧବାରଠାରୁ ଏଠାରେ ଆରମ୍ଭ ହୋଇଥିବା ୫ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଚାଇନିଜ ତାଇପେଇ...

ଉଷୁରେ ପ୍ରବୀଣଙ୍କ କୃତିତ୍ୱ

ସାଂଘାଇ, ୨୩।୧୦ (ପି.ଟି.)- ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ପ୍ରବୀଣ କୁମାର ବିଶ୍ୱ ଉଷୁ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତିବାର କୀର୍ତ୍ତିମାନ କରିଛନ୍ତି। ଏଠାରେ...

ଇଣ୍ଟରନ୍ୟାଶନାଲ ରେଫରି ପରୀକ୍ଷାରେ ପ୍ରେମ ସିଂ ଉତ୍ତୀର୍ଣ୍ଣ

ଭୁବନେଶ୍ୱର, ୨୯|୧୦ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ପେନଚାକ୍‌ ସିଲଟ୍‌ ଆସୋସିଏଶନର ସାଧାରଣ ସମ୍ପାଦକ ପ୍ରେମ ସିଂ ଥାପ୍ପା ଇଣ୍ଟରନ୍ୟାଶନାଲ ରେଫରି କ୍ଲାସ-୨ରେ ସଫଳତାର ସହ ଉତ୍ତୀର୍ଣ୍ଣ...

ଚିନ୍ନାସ୍ବାମୀରେ ବର୍ଷାର ଖେଳ

ବେଙ୍ଗାଲୁରୁ, ୧ା୫ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ ବର୍ଷାଯୋଗୁ ଅଧାରୁ ବାତିଲ ହୋଇଛି। ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଓ...

ଥିରିମାନେ, ସନକାଙ୍କୁ ପାକିସ୍ତାନ ଗସ୍ତର ନେତୃତ୍ୱ

କଲମ୍ବୋ, ୧୧।୯ (ଏଏଫ୍‌ପି): ବହୁଚର୍ଚ୍ଚିତ ପାକିସ୍ତାନ ଗସ୍ତ ଲାଗି ବୁଧବାର ଶ୍ରୀଲଙ୍କା ସୀମିତ ଓଭର କ୍ରିକେଟ ଦଳ ଘୋଷଣା କରାଯାଇଛି। ଲାହିରୁ ଥିରିମାନେଙ୍କୁ ଦିନିକିଆ ଓ...

Leave a comment

Your email address will not be published. Required fields are marked *