ଓଡ଼ିଶା ଜାଗାରେ ଆନ୍ଧ୍ରର ଦାଦାଗିରି : ଜାଗା, ଗଛକଟାକୁ ନେଇ ଓଡ଼ିଶାର ଚମ୍ପାପୁର, ଆନ୍ଧ୍ରର ସିଙ୍ଗିପୁର ଗାଁ ମଧ୍ୟରେ ବିବାଦ

ପାରଳାଖେମୁଣ୍ଡି,୨୩ା୯(ସ୍ବ.ପ୍ର.) : ଜମି ଓ ଗଛକଟାକୁ କେନ୍ଦ୍ରକରି ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଦୁଇ ଗ୍ରାମ ମଧ୍ୟରେ ପୁଣି ବିବାଦ ଦେଖାଦେଇଛି। ଓଡ଼ିଶା ଜାଗାରେ ପଶି ଆନ୍ଧ୍ରର ଲୋକେ ଦାଦାଗିରି ଦେଖାଇଛନ୍ତି। ଗଜପତି ଜିଲାର ଚମ୍ପାପୁର ଏବଂ ଆନ୍ଧ୍ରର ସିଙ୍ଗିପୁର ମଧ୍ୟରେ ବିବାଦ ତୁଟିବା ବଦଳରେ ଦୁଇ ଗ୍ରାମବାସୀ ମୁହାଁମୁହିଁ ହେବା ସହ ପୂର୍ବରୁ ଏ ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଛି।
ଗଜପତି ଜିଲା ରାୟଗଡ଼ ବ୍ଲକ୍‌ ଗଙ୍ଗାବାଡ଼ ପଞ୍ଚାୟତର ଚମ୍ପାପୁର ଏକ ଆଦିବାସୀ ବହୁଳ ଗ୍ରାମ ଅଟେ। ଏହି ଗ୍ରାମ ଆନ୍ଧ୍ରର ଶ୍ରୀକାକୁଲମ୍‌ ଜିଲା ମଞ୍ଜୁସା ମଣ୍ଡଳମ୍‌ର ସିଙ୍ଗିପୁର ଗ୍ରାମ ନିକଟରେ ରହିଛି।ଓଡ଼ିଶାର ଚମ୍ପାପୁର ଗ୍ରାମବାସୀ ପୂର୍ବ ପୁରୁଷ ଅମଳରୁ ସମ୍ପୃକ୍ତ ପାହାଡ଼ ଓ ଏହାର ପାଦଦେଶରେ କଦଳୀ, କାଜୁ, ଆମ୍ବ, ହଳଦୀ ଆଦିି ଚାଷ କରିଆସୁଥିଲେ। ଗତ ୧୩ ତାରିଖ ପଡ଼ୋଶୀ ଆନ୍ଧ୍ର ରାଜ୍ୟର କେତେକ ଅଣ ଆଦିବାସୀ ଲୋକ ଚମ୍ପାପୁର ଗ୍ରାମର ଜମିରେ ଲାଗିଥିବା ଗଛଗୁଡ଼ିକ ଜବରଦସ୍ତ କାଟି ଏହା ଆନ୍ଧ୍ରର ଜାଗା ବୋଲି କହିଥିଲେ। ଚମ୍ପାପୁର ଲୋକେ ଏହାର ବିରୋଧ କରିବା ବେଳେ ଗାଁର ମହିଳାଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ତେବେ ରବିବାର ଗଜପତି ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗାରବନ୍ଧ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ, ରାୟଗଡ଼ ବିଡିଓ ଲୁକାଶ ପ୍ରଧାନ, ରାୟଗଡ଼ ବ୍ଲକ୍‌ ଅଧ୍ୟକ୍ଷ ଧନେଶ୍ୱର ଭୂୟାଁ, ପିଇଓ ଭାସ୍କର ଚନ୍ଦ୍ର ପାତ୍ର ଘଟଣାସ୍ଥଳରେ ପହଞ୍ଚି ଲାଲ ପତାକା ଲଗାଇଥିଲେ। ଏ ସମ୍ପର୍କରେ ଉଭୟ ଗ୍ରାମର ଗ୍ରାମବାସୀଙ୍କ ଉପସ୍ଥିତିରେ ସୀମା ନିର୍ଦ୍ଧାରଣ କରାଯିବା ଆବଶ୍ୟକ ବୋଲି ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଜୀ କହିଥିଲେ। ପୂର୍ବରୁ ମଧ୍ୟ ଅନେକ ଥର ଏହି ଦୁଇଟି ଗ୍ରାମରେ ଜାଗା ଓ ଗଛକୁ ନେଇ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ହେଲେ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନର ଆନ୍ତରିକତା ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।


All Right Reserved By Dharitri.Com

ଉଛୁଳିଲା ଭାର୍ଗବୀ, ତଳିଆ ଅଞ୍ଚଳରେ ପଶିଲା ପାଣି

ପୁରୀ ଅଫିସ,୧୭।୮ – ହୀରାକୁଦ ଗେଟ୍‌ ଖୋଲାଯିବା ପରେ ମହାନଦୀରେ ପ୍ରବାହିତ ହେଉଛି ବନ୍ୟା ପାଣି। ଫଳରେ ଏହାର ଶାଖା ନଦୀଗୁଡ଼ିକ ମଧ୍ୟ ଫୁଲିବାରେ ଲାଗିଛି।...

୨୨ ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ବ୍ୟବସାୟୀ ଗିରଫ

ଖୋର୍ଦ୍ଧା ଅଫିସ, ୧।୧୧: ଖୋର୍ଦ୍ଧା ଅବକାରୀ ସ୍କ୍ବାର୍ଡ ଖୋର୍ଦ୍ଧା ସହରର ସ୍ବପ୍ବେଶ୍ୱର ସାହି ଉପରେ ଶୁକ୍ରବାର ଚଢ଼ାଉ କରି ୨୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି।...

ସ୍ଥାନାନ୍ତର ହେଲା ଇଭିଏମ୍‌, କଲେଜରୁ ସୁରକ୍ଷା ହଟିଲା

ଭଞ୍ଜନଗର, ୩୧।୫(ଡି.ଏନ.ଏ.)- ଭୋଟ ଗଣତି ସରିବା ପରେ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜରେ ଥିବା ଆସିକା, ଭଞ୍ଜନଗର ଓ ସୋରଡ଼ା ନିର୍ବାଚନମଣ୍ଡଳୀର ଇଭିଏମ୍‌, ଭିଭିପିଏଟି...

ମା’ ସମଲେଶ୍ୱରୀ ଫୁଟବଲ ଟୁର୍ନାମେଣ୍ଟ: ବିନପୁର ଚାମ୍ପିୟନ

ବୋଡେନ,୪।୧୦(ଡି.ଏନ.ଏ.)-ନୂଆପଡା ଜିଲା ବୋଡେନ ବ୍ଲକ ଟେମରି (ଦଣ୍ଡେଇବସା) ଚାରିଛକ ଖେଳ ପଡିଆଠାରେ ଗତ ୨୪ ତାରିଖରୁ ଚାଲିଥିବା ଫୁଟବଲ ଟୁର୍ନାମେଣ୍ଟ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ...

ସ୍କୁଲ ପାଇଖାନା ଛାୟାସ୍ଲାବ୍‌ ଭାଙ୍ଗିଲା: ଜଣେ ଛାତ୍ର ମୃତ, ଜଣେ ଗୁରୁତର

ବଲାଙ୍ଗୀର ଅଫିସ,୯।୧୧: ସ୍ଥାନୀୟ ଟିକ୍ରାପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭିତରେ ଥିବା ଏକ ପାଇଖାନାର ଛାୟାସ୍ଲାବ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ...

‘ନୃତ୍ୟକଳାରେ ଲୁଚିଛି ଆମ ପରିଚୟ’: ଶାସ୍ତ୍ରୀୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଲକ୍ଷ୍ୟରେ ଶୁଭେନ୍ଦୁ

ଭଦ୍ରକ ଅଫିସ, ୨୧।୮- ଭଦ୍ରକ ଜିଲାରେ ଲୋକକଳା ଓ ସଂସ୍କୃତି ଅନନ୍ୟ। ଏ ମାଟିରେ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ସମେତ ମୋଗଲ ତାମସା, ଚଢେୟା ଚଢେୟାଣୀ...

ବଳାକତ୍।ର ଅଭିଯୋଗରେ ଯୁବକ ଗିରଫ

ବୁଗୁଡ଼ା,୨୮।୭(ଡି.ଏନ.ଏ.)-ଜନୈକା ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିବା ଏବଂ ତାଙ୍କର ଅଶ୍ଳୀଳ ଭିଡିଓକୁ ଭାଇରାଲ କରିବା ଅଭିଯୋଗରେ ବୁଗୁଡ଼ା ପୋଲିସ ରବିବାର ଜଣେ...

ଶ୍ରୀମନ୍ଦିରରେ ପାନ, ଗୁଟ୍‌ଖା କଟକଣା : ଭକ୍ତଙ୍କୁ ଜରିମାନା, ସେବକଙ୍କୁ ମାଫ୍‌

ପୁରୀ ଅଫିସ,୧୨ା୮ : ପାନ, ଗୁଟ୍‌ଖା ଖାଇ କେହି ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। ସେବାୟତ ହୁଅନ୍ତୁ ଅବା ଭକ୍ତ କିମ୍ବା ମନ୍ଦିର କର୍ମଚାରୀ କାହାରିକୁ...

Leave a comment

Your email address will not be published. Required fields are marked *