ଆଜି ନାଲ୍‌କୋ ବିଶ୍ୱକର୍ମା ପୂଜାର ମେଲାଣି ଉତ୍ସବ; ଶେଷ ସନ୍ଧ୍ୟାରେ ପ୍ରବଳ ଭିଡ଼

ବଅଁରପାଳ,୨୩।୯(ଡି.ଏନ.ଏ.) ଅନୁଗୋଳ ଜିଲା ନାଲ୍‌କୋ ନଗରରେ ଚାଲିଥିବା ପ୍ରସିଦ୍ଧ ବିଶ୍ୱକର୍ମା ପୂଜାର ରବିବାର ଥିଲା ଶେଷ ସନ୍ଧ୍ୟା। ଛୁଟି ଦିନରେ ପୂଜା ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ଲୋକଙ୍କ ଭିଡ଼ ଜମିଥିଲା। ବିଶେଷ କରି ପଲିଶ୍ରୀ ମେଳା, ମୀନା ବଜାର ଓ ଦୋଳି ଅଞ୍ଚଳରେ ମଧ୍ୟ ନାହିଁ ନ ଥିବା ଭିଡ଼ ପରିଲିକ୍ଷିତ ହୋଇଥିଲା। ଚଳିତ ବର୍ଷ ବିଭିନ୍ନ ପୂଜା କମିଟି ପକ୍ଷରୁ ଅକର୍ଷଣୀୟ ପୂଜା ମଣ୍ଡପ ଓ ତୋରଣ ନିର୍ମିତ ହୋଇଛି। ପୂଜା ମଣ୍ଡପର ସାଜସଜ୍ଜା ଦର୍ଶକମାନଙ୍କୁ ଆକୃଷ୍ଟ କରିଛି। ଶେଷ ଦିନରେ ପ୍ରତ୍ୟେକ ପୂଜା ମଣ୍ଡପରେ ପ୍ରସାଦସେବନ ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି। ସୋମବାର ଭସାଣି କାର୍ଯ୍ୟକ୍ରମ ହେବ। ଭସାଣିରେ ୮ଟି ପୂଜା ମଣ୍ଡପ ସାମିଲ ହୋଇଛନ୍ତି। ସକାଳ ୧୧ଟା ମଧ୍ୟରେ ମେଢ଼ ଗୁଡିକ ପାରମ୍ପରିକ ବାଦ୍ୟ ନୃତ୍ୟ ସହକାରେ ଅତିଥି ନିବାସ ନିକଟ ରାସ୍ତାରେ ଏକତ୍ରିତ ହେବେ। ସେଠାରୁ ମେଢ଼ ଗୁଡିକ ପର୍ଯ୍ୟାୟକ୍ରମେ ଭସାଣିରେ ବାହାରିବେ। ରାତ୍ର ୯ଟା ମଧ୍ୟରେ ଭସାଣି କାର୍ଯ୍ୟକ୍ରମ ଶେଷ ହେବ। ଏଥି ନିମନ୍ତେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।


All Right Reserved By Dharitri.Com

ଅଙ୍ଗନଓ୍ବାଡ଼ି କେନ୍ଦ୍ର ପରିଦର୍ଶନ କଲେ ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ

ସାକ୍ଷୀଗୋପାଳ,୧୩।୧(ଡି.ଏନ୍‌.ଏ.): ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ସୋମବାର ପୁରୀ ଜିଲା ସତ୍ୟବାଦୀ ବ୍ଲକର ଅଙ୍ଗନଓ୍ବାଡ଼ି କେନ୍ଦ୍ର ପରିଦର୍ଶନ କରିଛନ୍ତି। ସାନକଞ୍ଜିଆ,...

ମାଛ ପାଇଁ ଶିକ୍ଷକଙ୍କୁ ହତ୍ୟା ଘଟଣା : ଜେଲଗଲେ ୪ ଅଭିଯୁକ୍ତ

ଦେବଗଡ, ୬।୧୧(ଡି.ଏନ.ଏ.) : ଦେବଗଡ ଜିଲା ରିଆମାଳ ଥାନା କଂସର ଫାଣ୍ଡି ଅଧିନ ପାଲୁଣୀପଡା ଗ୍ରାମରେ ଗତ ୩୧ ତାରିଖ ରାତିରେ ଜଣେ ଶିକ୍ଷକଙ୍କୁ ହତ୍ୟା...

ଭରତପୁର କୋଇଲାଖଣି ଦୁର୍ଘଟଣା ପରେ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପରେ କୋଇଲା ସଙ୍କଟ: ବନ୍ଦ ୟୁନିଟ୍‌ ସଂଖ୍ୟା ୪କୁ ବୃଦ୍ଧି

ତାଳଚେର,୩।୮(ନି.ପ୍ର.): ଅନୁଗୋଳ ଜିଲା ଭରତପୁର କୋଇଲାଖଣି ଦୁର୍ଘଟଣା ପରେ ୩ ହଜାର ମେଗାୱାଟ ବିଶିଷ୍ଟ ମହାରତ୍ନ କମ୍ପାନୀ କଣିହଁାସ୍ଥିତ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପରେ କୋଇଲା ସଙ୍କଟ...

ଚଳିତ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି ୯ ଶହ ବାସଗୃହ

ମାଲକାନଗିରି,୧୪ା୮ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଲଗାଣ ବର୍ଷା ଯୋଗୁ ୩ଥର ସୃଷ୍ଟି ପରିସ୍ଥିତି ହୋଇଥିଲା। ଏବେ ବନ୍ୟା ଛାଡ଼ିଯାଇଛି ସତ ଲୋକଙ୍କ ଦୁର୍ଦ୍ଧଶା କମିନି। ଜିଲା...

ଓ୍ବିକିପିଡିଆ ଓ୍ବେବ୍‌ ତାଲିକାରେ ସଂଗୀତକାର ପ୍ରେମାନନ୍ଦ ରାଜ୍ୟରେ ଶ୍ରୋତାଙ୍କ ପ୍ରଥମ ପସନ୍ଦ

ମାର୍ଶାଘାଇ,୨୬ା୮(ଡି.ଏନ୍‌.ଏ.)- ଅନ୍ତର୍ଜାତୀୟ ଓ ଜାତୀୟ ସିନେମାଠାରୁ ଆରମ୍ଭ କରି ବିଭିନ୍ନ ଭାଷାର ସିନେମା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଓ୍ବିକିପିଡିଆ ଓ୍ବେବ୍‌ସାଇଟ୍‌ ଅନ୍‌ଲାଇନ୍‌ରେ ଲୋକପ୍ରିୟ ହୋଇପାରିଛି।...

ମୁନିଗୁଡାରେ ଲାଗିଲା ମାଓବାଦୀ ପୋଷ୍ଟର, ବ୍ୟାନର୍‌

ମୁନିଗୁଡା,୧୬।୧୦(ଡି.ଏନ.ଏ.):ରାୟଗଡା ଜିଲା ମୁନିଗୁଡା ଥାନା ଅନ୍ତର୍ଗତ ରାମନାକୁପୁଲି ଛକ ନିକଟରେ ବୁଧବାର କିଛି ମାଓବାଦୀ ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖାଯାଇଛି। ଉକ୍ତ ମାଓବାଦୀ ବ୍ୟାନର...

୧୮ରୁ ଧାନକିଣା, ୩ରୁ ମିଳିବ ଟୋକନ

ଢେଙ୍କାନାଳ ଅଫିସ, ୨୪।୧୧ – ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଶନିବାର ‘୫-ଟି’ ଏବଂ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ଜିଲାପାଳ ଭୂମେଶ...

ଝାରସୁଗୁଡ଼ାରେ ସ୍ପୋଟର୍‌ସ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ପକାଇଲେ ମନ୍ତ୍ରୀ

  ଝାରସୁଗୁଡ଼ା,୧୧।୮(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ଏଚ୍‌. କଣ୍ଟାପାଲିଠାରେ ରବିବାର ଏକ ଇଣ୍ଟିଗ୍ରେଟେଡ଼ ସ୍ପୋଟର୍‌ସ କମ୍ପ୍ଲେକ୍ସ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବ...

Leave a comment

Your email address will not be published. Required fields are marked *