Posted inଜାତୀୟ

ପାଣି ପମ୍ପ୍‌ ଚୋରି ସନ୍ଦେହ: ଦଳିତ ଯୁବକଙ୍କୁ ପିଟି ହତ୍ୟା

ଜୟପୁର,୨୩ା୯(ପି.ଟି.): ରାଜସ୍ଥାନର ଝଲଓ୍ବରରେ ଶନିବାର ପାଣି ପମ୍ପ୍‌ ଚୋରି ସନ୍ଦେହରେ ଜଣେ ଦଳିତ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଘାଟୋଲି ଅଞ୍ଚଳର ପୁରିଲାଲ ତନ୍‌ଓ୍ବରଙ୍କ ଚାଷଜମିରୁ ଶୁକ୍ରବାର ଏକ ପାଣି ପମ୍ପ୍‌ ଚୋରି ହୋଇଯାଇଥିଲା। ମଓ୍ବୋଖେଡ଼ା ଗ୍ରାମର ୪୦ ବର୍ଷୀୟ ଦଳିତ ଧୂଲିଚାନ୍ଦ ମୀନା ସେହି ବାଟ ଦେଇ ଯାଉଥିବାବେଳେ ସେ ପମ୍ପ୍‌ ଚେରି କରିଥିବା ଲୋକେ ସନ୍ଦେହ କରିଥିଲେ। ପୁରିଲାଲ ତନ୍‌ଓ୍ବର(୬୦), ତାଙ୍କ ଦୁଇପୁଅ ଦେବୀ ସିଂ(୨୩) ଓ ମୋହନ(୨୦) ଙ୍କ ସମେତ କେତେଜଣ ଲୋକ ଧୂଲିଚାନ୍ଦଙ୍କୁ ମାଡ଼ ମାରିଥିଲେ। ହସ୍ପିଟାଲକୁ ନିଆଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି।


All Right Reserved By Dharitri.Com

ଆନନ୍ଦ ମହିନ୍ଦ୍ରାଙ୍କ ହସ୍ତକ୍ଷେପ ପରେ ମାତ୍ର ୧ ଟଙ୍କାରେ ଇଡ଼ଲି, ସମ୍ବର ବିକୁଥିବା ୮୦ବର୍ଷୀୟ ମାଉସୀଙ୍କୁ ମିଳିଲା ଗ୍ୟାସ୍‌ କନେକ୍ସନ

କୋଏମ୍ବାଟୁର, ୧୨।୯:ତାମିଲନାଡୁ କୋଏମ୍ବାଟୁର୍‌ରେ ମାତ୍ର ୧ ଟଙ୍କାରେ ଇଡ଼ଲି, ସମ୍ବର ବିକୁଥିବା ୮୦ବର୍ଷୀୟ ମାଉସୀ କମଲାଥଲଙ୍କୁ ଗ୍ୟାସ୍‌ କନେକ୍ସନ ଯୋଗାଇ ଦିଆଯାଇଛି।ବିଶିଷ୍ଟ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରାଙ୍କ...

ଭିଆଇପି ସୁରକ୍ଷାରୁ ହଟିବେ ଏନ୍‌ଏସ୍‌ଜି କମାଣ୍ଡୋ

ନୂଆଦିଲ୍ଲୀ,୧୩।୧: କିଛିଦିନ ତଳେ ଗାନ୍ଧୀ ପରିବାରର ସୁରକ୍ଷା ବ୍ୟବସ୍ଥାକୁ କମାଇ ଦେବା ପରେ ଏବେ କେନ୍ଦ୍ର ସରକାର ଏନ୍‌ଏସ୍‌ଜି କମାଣ୍ଡୋଙ୍କୁ ଏହି କାମରୁ ସମ୍ପୂର୍ଣ୍ଣ ଭାବେ...

ପରବର୍ତ୍ତି ନିର୍ବାଚନ ରାହୁଲ ପଡୋଶୀ ଦେଶରୁ ଲଢିବେ: ପିୟୁଷ ଗୋଏଲ

ନୂଆଦିଲ୍ଲୀ,୨୧।୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏଥର ଲୋକ ସଭା ନିର୍ବାଚନ ପାଇଁ ୨ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ ସେ ୨ଟି ଯାକ ଆସନରେ...

ବାୟୁସେନାରେ ସାମିଲ୍‌ ହେବ ‘ଅସ୍ତ୍ର’ କ୍ଷେପଣାସ୍ତ୍ର: ଚାଇନା-ପାକିସ୍ତାନର ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ,୨୯।୯: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ର କ୍ଷେପଣାସ୍ତ୍ର ଖୁବ୍‌ ଶୀଘ୍ର ଭାରତୀୟ ବାୟୁସେନାରେ ସାମିଲ୍‌ ହେବାକୁ ଯାଉଛି। ଆକାଶରୁ ଆକାଶ ଲକ୍ଷ୍ୟଭେଦ କରୁଥିବା ‘ଅସ୍ତ୍ର’ କ୍ଷେପଣାସ୍ତ୍ରକୁ...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ତୃତୀୟ ପର୍ଯ୍ୟାୟରେ ୧୭ ଆସନ ପାଇଁ ମତଦାନ

ରାଞ୍ଚି,୧୧।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଗୁରୁବାର ୮ଟି ଜିଲାର ୧୭ଟି ଆସନ ପାଇଁ ସକାଳ ୭ଟା ଠାରୁ ମତଦାନ କରାଯିବ। ଶାନ୍ତିପୂର୍ଣ୍ଣ ମତଦାନ...

୧୧ ହଜାର ଲୋକଙ୍କ ପାଇଁ ଜଣେ ଡାକ୍ତର

ନୂଆଦିଲ୍ଲୀ,୨୪ା୩: ଭାରତରେ କରୋନା(କୋଭିଡ୍‌-୧୯) ସଂକ୍ରମଣ ସମ୍ପ୍ରତି ବଢ଼ିବାରେ ଲାଗିଛି। ଏଭଳି ସ୍ଥଳେ ଏକ ବିରାଟ ପ୍ରଶ୍ନ ଉଠିଛି ଯେ, ଭାରତର ସ୍ବାସ୍ଥ୍ୟସେବା କ୍ଷେତ୍ର କରୋନାକୁ ମୁକାବିଲା...

ସୁଧୁରୁନି ପାକିସ୍ତାନ: ୧୧ ମାସରେ କଶ୍ମୀରରେ ବଡ଼ ଧରଣର ୪ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୩।୬: ପାକିସ୍ତାନ ଭାରତ ଉପରେ ଦାଉ ସାଧୁଛି। ଭାରତ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପାଇଁ ପାକିସ୍ତାନ ପଟୁ କୌଣସି ଆନ୍ତରିକତା ନାହିଁ। ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଓ...

ମୋଦିଙ୍କ ପରେ ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ନଜର ଆସିବେ ସାଉଥ୍‌ ସୁପରଷ୍ଟାର

ବେଙ୍ଗାଲୁରୁ,୨୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ସାଉଥ ସୁପରଷ୍ଟାର ରଜନୀକାନ୍ତ ବିୟର ଗ୍ରୀଲ୍ସଙ୍କ ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ନଜର ଆସିବେ। ମଙ୍ଗଳବାର କର୍ନାଟକ ବାନ୍ଦିପୁରର ଟାଇଗର...

Leave a comment

Your email address will not be published. Required fields are marked *