ଧନ୍ୟବାଦ ଦେଲେ ଶିଖ୍‌ ପ୍ରତିନିଧି

ହ୍ୟୁଷ୍ଟନ,୨୩ା୯(ପି.ଟି.): ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୫୦ ଜଣିଆ ଶିଖ୍‌ ପ୍ରତିନିଧି ଦଳ ଶନିବାର ହ୍ୟୁଷ୍ଟନରେ ଭେଟିଛନ୍ତି। କଳାତାଲିକାରୁ ୩୦୦ରୁ ଊର୍ଦ୍ଧ୍ୱ ଶିଖ୍‌ଙ୍କ ନାଁ ବାଦ୍‌ ଦିଆଯାଇଥିବାରୁ ଏଥିପାଇଁ ସେମାନେ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ସେମାନେ ମୋଦିଙ୍କୁ ପାରମ୍ପରିକ ଶିରୋପା ଭେଟି ଦେଇଥିଲେ। ଶିଖ୍‌ ରାଜନୈତିକ ଶରଣାର୍ଥୀମାନଙ୍କୁ ଭିଜା ଓ ପାସ୍‌ପୋର୍ଟ ସେବା ଯୋଗାଇଦେବା ଲାଗି ସେମାନେ ମୋଦିଙ୍କୁ ଅନୁରୋଧ କରିଥିଲେ। ଗତ ସପ୍ତାହରେ କେନ୍ଦ୍ର ସରକାର କଳାତାଲିକାରୁ ବିଦେଶରେ ଥିବା ୩୧୨ ଜଣ ଶିଖ୍‌ଙ୍କ ନାଁ ହଟାଇଦେଇଥିଲେ। ଫଳରେ ସେମାନେ ଭାରତ ଫେରିବାର ସୁଯୋଗ ପାଇବେ। ଶିଖ୍‌ ସମ୍ପ୍ରଦାୟ ସହ ଆଲୋଚନାରେ ସେ ବହୁତ ଖୁସି ବୋଲି ମୋଦି ଟୁଇଟ୍‌ କରିଛନ୍ତି।


All Right Reserved By Dharitri.Com

ବଳାତ୍କାରୀଙ୍କୁ ଦିଆଯିବ ନପୁଂସକ ଇଞ୍ଜେକଶନ

ମଣ୍ଟଗୋମେରୀ,୧୨।୬: ବଳାତ୍କାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଦାବିକୁ ଆଖି ଆଗରେ ରଖି ଗୋଟିଏ ରାଜ୍ୟ ଦୋଷୀଙ୍କୁ ନପୁଂସକ କରିବା ପାଇଁ ଏକ କେମିକାଲର ବ୍ୟବହାର କରିବାକୁ...

ଦକ୍ଷିଣ ଡାକୋଟାରେ ବିମାନ ଦୁର୍ଘଟଣା:୯ ମୃତ

ଓ୍ବାଶିଂଟନ,୧।୧୨: ଆମେରିକାର ଦକ୍ଷିଣ ଡାକୋଟାରେ ଶନିବାର ହୋଇଥିବା ଏକ ବିମାନ ଦୁର୍ଘଟଣାରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୨ ଶିଶୁ ଥିବାବଳେ...

‘ବିକ୍ରମ’ର ସନ୍ଧାନ ପାଇଲେ ଚେନ୍ନାଇ ଇଞ୍ଜିନିୟର

ଓ୍ବାଶିଂଟନ/ନୂଆଦିଲ୍ଲୀ,୪ା୧୨: ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡର ହାର୍ଡ ଲ୍ୟାଣ୍ଡିଂ କରିବାର ୨୦ ଦିନ ପରେ ଅର୍ଥାତ୍‌ ସେପ୍ଟେମ୍ବର ୨୬ରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଉକ୍ତ...

ହଂକଂରେ ସରକାର ବିରୋଧୀ ବିଶାଳ ରାଲି

ହଂକଂ,୧୯ା୮: ହଂକଂରେ ୧୧ ସପ୍ତାହ ହେଲା ସରକାର ବିରୋଧୀ ଆନ୍ଦୋଳନ ଜାରି ରହିଛି। ରବିବାର ପ୍ରବଳ ବର୍ଷା ସତ୍ତ୍ୱେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀ ଛତାଧରି...

ସିକାଗୋରେ ପ୍ରବଳ ବରଫପାତ: ୧୨୦୦ରୁ ଊର୍ଦ୍ଧ୍ୱ ବିମାନ ଉଡାଣ ବାତିଲ

ଓ୍ବାଶିଂଟନ୍‌,୧୨।୧୧: ଆମେରିକାର ସିକାଗୋ ଓ ଆଖପାଖ ଅଞ୍ଚଳରେ ପ୍ରବଳ ବରଫପାତ ହୋଇଛି। ସିକାଗୋ ଓହରା ଓ ମିଡଓ୍ବେ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରର ରନଓ୍ବେ ସନ୍ଧ୍ୟା ପର୍ଯ୍ୟନ୍ତ...

ଏହି ହୋଟେଲରେ ଯାଆଁଳାମାନେ ପରଷନ୍ତି ଖାଦ୍ୟ…

ମସ୍କୋରେ ରହିଛି ଏକ ହୋଟେଲ। ଏଠାରେ ଖାଦ୍ୟ ପରଷୁଥିବା ସମସ୍ତ କର୍ମଚାରୀ ମହିଳା ଏବଂ ଯାଆଁଳା। ହୋଟେଲ ପକ୍ଷରୁ ଯାଆଁଳା ଭଉଣୀମାନଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥାଏ।...

‘ସ୍କୁଲ ଷ୍ଟ୍ରାଇକ୍‌ ଫର୍‌ କ୍ଲାଇମେଟ୍‌’ର ସ୍ରଷ୍ଟା ଗ୍ରେଟା

ଷ୍ଟକ୍‌ହୋମ: ୨୦୧୮ ଅଗଷ୍ଟ ୨୦। ଖରାଛୁଟି ପରେ ଖୋଲିଥିଲା ସ୍କୁଲ। ସ୍ବିଡେନ ପାର୍ଲାମେଣ୍ଟ ସମ୍ମୁଖରେ ଏକାକୀ ଛିଡ଼ା ହୋଇଥିଲେ ଜଣେ ସ୍କୁଲ ଛାତ୍ରୀ। ହାତରେ ଧରିଥିଲେ...

ଆସୁଛି ଆଉ ଏକ ମହାପ୍ରଳୟ

ନ୍ୟୁୟର୍କ: ଆଜକୁ ୨୬୦ ମିଲିଅନ ଅର୍ଥାତ୍‌ ପାଖାପାଖି ୨୬ କୋଟି ବର୍ଷ ପୂର୍ବେ ପୃଥିବୀ ସାମୂହିକ ବିନାଶର ବା ମହାପ୍ରଳୟର ସମ୍ମୁଖୀନ ହୋଇଥିଲା। ସେ ସମୟରେ...

Leave a comment

Your email address will not be published. Required fields are marked *