ପାଣିଘେରରେ କେନ୍ଦୁଘାଟି

କେନ୍ଦୁଝର, ୨୩ା୯ (ସ୍ବ.ପ୍ର.)-ସରକାର ସମସ୍ତ ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେଉଛନ୍ତି। ଏପରିକି ବିଜୁ ସେତୁ ଯୋଜନାରେ ନଦୀନାଳରେ ପୋଲ ନିର୍ମାଣ କରି ପଞ୍ଚାୟତ ସହିତ ସବୁ ଗ୍ରାମକୁ ସଂଯୋଗ କରିବା ସହ ସବୁଦିନିଆ ରାସ୍ତା ନିର୍ମାଣ ବିଭିନ୍ନ ଯୋଜନାରେ କରୁଛନ୍ତି। କିନ୍ତୁ ପାଣିଘେରରେ ବାଂଶପାଳ ବ୍ଲକର ଫୁଲଝର ପଞ୍ଚାୟତ ଅଧୀନ କେନ୍ଦୁଘାଟି ଗ୍ରାମକୁ ରାସ୍ତା ନ ଥିବାରୁ ସ୍ଥାନୀୟ ଲୋକେ ଦୁଃଖରେ ଦିନ କାଟୁଛନ୍ତି। ଜିଲାର ଲାଇଫ ଲାଇନ କୁହାଯାଉଥିବା ବୈତରଣୀ ନଦୀ ସେମାନଙ୍କ ପାଇଁ ଡେଥ୍‌ ଲାଇନ ପାଲଟିଥିଲେ ହେଁ ଏଥିପ୍ରତି ସରକାର କିମ୍ବା ପ୍ରଶାସନର ନଜର ପଡୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଗ୍ରାମର ତିନି ପାର୍ଶ୍ୱରେ ରହିଛି ବୈତରଣୀ ଓ ମଲଦା ନଦୀ। ପାହାଡିଆ ଅଞ୍ଚଳ ହୋଇଥିବାରୁ ବର୍ଷା ହେଲେ ପାଣି ଭର୍ତ୍ତି ହୋଇଯାଏ। ବନ୍ୟା ପାଣି ଯୋଗୁ ନଦୀ କୂଳ ଖାଇ ଯାଉଥିବାରୁ ଲୋକଙ୍କ ଜମିବାଡ଼ି କ୍ଷତିଗ୍ରସ୍ତ ହେଉଛି। କିନ୍ତୁ ଏଥିପାଇଁ କ୍ଷତିପୂରଣ ମଧ୍ୟ ମିଳେ ନାହିଁ ବୋଲି ସେମାନେ ଅଭିଯୋଗ କରନ୍ତି।
ବର୍ଷାଦିନ ଆସିଲେ ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ଅଧିକ ବଢ଼ିଯାଏ। ବିପଦପୂର୍ଣ୍ଣ ଅବସ୍ଥାରେ ଦେଶୀଡଙ୍ଗାରେ ନଦୀ ପାର ହୋଇ ଯିବାଆସିବା କରିଥାନ୍ତି। ବର୍ଷାଦିନେ ପଞ୍ଚାୟତ ଅଫିସ, ହାଟବଜାରକୁ ଯିବା ଆସିବା କଷ୍ଟକର ହୋଇପଡ଼େ। ନଦୀର ସୁଅକୁ ବେଖାତିର କରି ପେଟ ଲାଗି ଚାଉଳ ଗଣ୍ଡେ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଡଙ୍ଗାରେ ଯିବାଆସିବା କରିଥାନ୍ତି। ବହୁ ବର୍ଷ ହେଲା ଏଭଳି ଦୁଃଖ ଭୋଗୁଛନ୍ତି। ଏ ନେଇ ବହୁ ଖବର ପ୍ରକାଶ ପାଉଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଫଳରେ ଜୀବନକୁ ବାଜି ଲଗାଇ ଏଭଳି ବିପଦପୂଣ୍ଣର୍ର୍ ଯାତାୟାତ କରୁଥିବାରୁ ଏ ନେଇ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ଡଙ୍ଗା ଚଳାଇବା ପାଇଁ ସରକାରୀ କଟକଣା ରହିଛି। ତେବେ ଏଥିପାଇଁ ଲାଇସେନ୍ସ କରିବା ସହ ସରକାରୀ ନୀତିନିୟମ ପାଳନ କରିବାକୁ ପଡ଼ିଥାଏ। କିନ୍ତୁ ଏଠାରେ ପ୍ରଶାସନ କୌଣସି ସହାୟତା କରୁ ନ ଥିବାରୁ ସେମାନେ ବାଧ୍ୟ ହୋଇ ଏଭଳି ଅସୁରକ୍ଷିତ ଅବସ୍ଥାରେ ଯାତାୟାତ କରୁଥିବା କହିଛନ୍ତି। ତେବେ କେବେ ଦୁଃଖ ଦୂର ହେବ ସେ ନେଇ ଗ୍ରାମବାସୀ ଅପେକ୍ଷା କରିଛନ୍ତି।


All Right Reserved By Dharitri.Com

ବେପରୁଆ ତଦନ୍ତ: କୋର୍ଟରେ କ୍ଷମା ମାଗିଲା ପୋଲିସ, ହତ୍ୟା ମାମଲାରେ ନାବାଳକଙ୍କୁ ସାବାଳକ ଦର୍ଶାଇଥିଲା

ଭୁବନେଶ୍ୱର,୬।୧୦(ବ୍ୟୁରୋ): ପୋଲିସ ଠିକ୍‌ ଭାବେ ତଦନ୍ତ କରୁନି। ଫଳରେ ଦୋଷୀ ଖସି ଯାଉଥିବାବେଳେ ନିର୍ଦ୍ଦୋଷ ଜେଲ୍‌ ଯାଉଛି। ବିନା ତଦନ୍ତରେ ମଧ୍ୟ ମନଇଚ୍ଛା ଦଫା ଲଗାଉଥିବାରୁ...

ଚାଷୀଙ୍କୁ ଠକିଛନ୍ତି ରାଜ୍ୟ ସରକାର: ୧୬ରେ ସବୁ ଜିଲାରେ ଦିଆଯିବ ଏତଲା

ଭୁବନେଶ୍ୱର,୬।୧୨(ବ୍ୟୁରୋ): ଚାଷୀଙ୍କୁ ଠକିଛନ୍ତି ରାଜ୍ୟ ସରକାର ା ଏହି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଆସନ୍ତା ୧୬ରେ ରାଜ୍ୟର ସବୁ ଜିଲାର ଏସ୍‌ପିଙ୍କ ନିକଟରେ...

ନବୀନଙ୍କ ୫ମ ପାଳିରେ ‘ବନ୍ଦେ ଉତ୍କଳ ଜନନୀ’କୁ ମିଳିବ ରାଜ୍ୟ ସଙ୍ଗୀତ ମାନ୍ୟତା: ଦିଲୀପ ଦାଶଶର୍ମା

ଭୁବନେଶ୍ୱର,୨୯।୫(ବ୍ୟୁରୋ): ୫ମ ଥର ଲାଗି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଉତ୍କଳ ସମ୍ମିଳନୀ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଛି। ସମ୍ମିଳନୀର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ...

ଛୋଟାଙ୍କ କୋଟିଏ ଟଙ୍କାର ଘର ଉଚ୍ଛେଦ କଲା ପ୍ରଶାସନ: ମାଟିରେ ମିଶିଲା ଦ୍ୱାରିକାନଗର ଆଡ୍ଡାସ୍ଥଳ

ଖୋର୍ଦ୍ଧା ଅଫିସ,୧୬।୭: ବ୍ରାଉନ୍‌ସୁଗାର କାରବାରରୁ ପଥର ଚୋରା ଚାଲାଣ। ବନ୍ଧୁକ କାରବାରଠାରୁ ଆରମ୍ଭ କରି ବିଭିନ୍ନ ଆପରାଧିକ ମାମଲାରେ ସମ୍ପୃକ୍ତ ଥିବା ସୁଧାଂଶୁ ପରିଡ଼ା ଓରଫ୍‌...

ଜଳସେଚନ ପ୍ରକଳ୍ପ ନିର୍ମାଣ ସମୀକ୍ଷା

ବଇଣ୍ଡା,୪।୮(ଡି.ଏନ.ଏ.)-କୃଷି ବହୁଳ ଅଞ୍ଚଳ କିଶୋରନଗର ବ୍ଲକରେ ନିର୍ମାଣ ହେବାକୁ ଥିବା ସୁରେଶ୍ୱରୀ ଓ ଜୟଗଡ଼ ଜଳସେଚନ ପ୍ରକଳ୍ପ ପାଇଁ ଶନିବାର କ୍ଷୁଦ୍ର ଜଳସେଚନ ପକ୍ଷରୁ ସମୀକ୍ଷା...

ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ :ଡିଜେ ସାଉଣ୍ଡ ଉପରେ କଟକଣା

ପାଲଲହଡା,୧୬।୯(ଡି.ଏନ.ଏ.)-ପାଲଲହଡାର ପ୍ରସିଦ୍ଧ ଗଣପର୍ବ ଗଜଲକ୍ଷ୍ମୀ ପୂଜା ଆସନ୍ତା ୧୩ରେ ଅନୁଷ୍ଠିତ ହେବ। ଏ ନେଇ ସୋମବାର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ସମିତି ସଭାଗୃହଠାରେ...

ବର୍ଷା ନାହିଁ, ଚାଷ ଜମି ଫାଟି ଆଁ

ବଅଁରପାଳ, ୧୨।୭(ଡି.ଏନ.ଏ.)-ଅନୁଗୋଳ କୃଷି ଜିଲା ଅନ୍ତର୍ଗତ ବଅଁରପାଳ ବ୍ଲକରେ ଚଳିତ ବର୍ଷ ବର୍ଷା ଅଭାବ ବେଉଷଣ କାର୍ଯ୍ୟରେ ବାଧା ସାଜିଛି। ବିଲରେ ପାଣି ନ ଥିବାରୁ...

ନାଗରିକତ୍ୱ ସଂଶୋଧନ ବିଧେୟକକୁ ସମର୍ଥନ କଲା ବିଜେଡି

ଭୁବନେଶ୍ୱର,୯ା୧୨:(ବ୍ୟୁରୋ): ସୋମବାର ପାର୍ଲାମେଣ୍ଟରେ ନାଗରିକତ୍ୱ ସଂଶୋଧନ ବିଧେୟକ-୨୦୧୯ ଆଗତ ହୋଇଛି। ପୂର୍ବାହ୍ନରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକ ସଭାରେ ବିବାଦୀୟ ନାଗରିକତ୍ୱ ସଂଶୋଧନ ବିଧେୟକ...

Leave a comment

Your email address will not be published. Required fields are marked *