Posted inଖେଳ

ଫାଇନାଲରୁ ଓହରିଲେ ଦୀପକ ପୁନିଆ

ନୁର-ସୁଲତାନ(କାଜାଖସ୍ତାନ),୨୨।୯(ପି.ଟି.): ଯୁବ ଭାରତୀୟ କୁସ୍ତିଯୋଦ୍ଧା ଦୀପକ ପୁନିଆ ରବିବାର ବିଶ୍ୱ ଚାମ୍ପିୟନଶିପର ୮୬ କେଜି ବର୍ଗର ଫାଇନାଲରୁ ଓହରି ଯାଇଛନ୍ତି। ଫାଇନାଲରେ ସେ ଇରାନର କିମ୍ବଦନ୍ତୀ ହାଜସାନ ୟାଜଦାନିଙ୍କୁ ଭେଟିବାର ଥିଲା। କିନ୍ତୁ ସେମିଫାଇନାଲରେ ତାଙ୍କ ବାମଗୋଡ଼ ଗୋଇଠିରେ ଆଘାତ ଲାଗିଥିଲା। ଚାଲିବାବେଳେ ବାମ ପାଦରେ କଷ୍ଟ ଅନୁଭବ କରୁଛି। ଏଭଳି ସ୍ଥିତିରେ ଲଢ଼େଇ କରିବା କଷ୍ଟକର। ମୁଁ ଜାଣିଛି, ୟାଜଦାନିଙ୍କ ସହ ଲଢ଼ିବାକୁ ଏହା ସବୁଠୁ ବଡ଼ ସୁଯୋଗ। କିନ୍ତୁ ମୁଁ ଲଢ଼ି ପାରିବି ନାହିଁ ବୋଲି ଦୀପକ କହିଛନ୍ତି। ଫଳରେ ୨୦ ବର୍ଷୀୟ ରେସଲରଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସୁଇଜରଲାଣ୍ଡର ଷ୍ଟେଫାନ ରିଜମୁଥଙ୍କ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ ପରେ ଦୀପକ ଛୋଟେଇ ଛୋଟେଇ ମ୍ୟାଟରୁ ଫେରିଥିଲେ। ତାଙ୍କ ଆଖିରେ ମଧ୍ୟ ଆଘାତ ଲାଗିଥିଲା। ଉଲ୍ଲେଖଥାଉ କି ଦୁଇ ଥର ଅଲିମ୍ପିକ୍‌ ପଦକ ବିଜେତା ସୁଶୀଲ କୁମାର ଏକମାତ୍ର ଭାରତୀୟ ରେସଲର ଭାବେ ବିଶ୍ୱ ଚାମ୍ପିୟନ ଟାଇଟଲ ଜିତିଥିଲେ। ୨୦୧୦ ବିଶ୍ୱ ଚାମ୍ପିୟନଶିପ ମସ୍କୋଠାରେ ୬୬ କେଜି ବର୍ଗରେ ଏହି ସଫଳତା ପାଇଥିଲେ।


All Right Reserved By Dharitri.Com

Posted inଖେଳ View All

ଯାହା ବିରାଟ କୋହଲି କରିପାରି ନ ଥିଲେ, ତାହା କରିଦେଖାଇଲେ ରୋହିତ୍‌ ଶର୍ମା

ବିଶାଖପାଟଣା,୩।୧୦: ହିଟ୍‌ମ୍ୟାନ୍‌ ରୋହିତ ଶର୍ମାଙ୍କ ଟେଷ୍ଟ ମ୍ୟାଚରେ ଓପନିଂ କରିବାର ସୁଯୋଗ ମିଳିବା ମାତ୍ରେ ସେ ଏହାର ଭରପୂର ଫାଇଦା ଉଠାଇଛନ୍ତି। ଏହି ଟେଷ୍ଟରେ ସେ...

ଓସିଏର ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ: ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଖର୍ଚ୍ଚ ହେବ ୬ କୋଟି ୪୨ ଲକ୍ଷ

କଟକ ଅଫିସ,୨୫ା୧୧- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ ଓସିଏ ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଓସିଏ ସଭାପତି ପଙ୍କଜ...

ଦ୍ୱିତୀୟ ଟେଷ୍ଟ: ଶ୍ରୀଲଙ୍କା ୧୪୪/୬

କଲମ୍ବୋ, ୨୪।୮(ଏଏଫ୍‌ପି)- ସ୍ଥାନୀୟ ପି. ସାର ଓଭାଲ ଗ୍ରାଉଣ୍ଡରେ ଶ୍ରୀଲଙ୍କା ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନ ପ୍ରଥମ...

ସଲମାନ କହିଲେ, କ୍ରିକେଟ ପଡିଆରେ ଏହି ଖେଳାଳି ହେଉଛନ୍ତି ଅସଲ ଦବଙ୍ଗ

ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ଏବେ ନିଜ ଆଗାମୀ ଫିଲ୍ମ ଦବଙ୍ଗ-୩ ପ୍ରମୋଶନ କରିବାରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ସେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌...

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ପାଇଁ ବାଂଲାଦେଶକୁ ୧୭୮ ରନ୍‌ ଦରକାର

ପୋଚଫ୍ସଷ୍ଟ୍ରୁମ,୯।୨- ଚଳିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ମାତ୍ର ୧୭୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ପ୍ରଥମ ଥର କୌଣସି ଆଇସିସି...

ତ୍ରିରାଷ୍ଟ୍ରୀୟ ଜୁନିୟର ମହିଳା ହକି: ପରାଜୟ ସତ୍ତ୍ୱେ ଭାରତ ଚାମ୍ପିୟନ

କାନବେରା,୯।୧୨(ପି.ଟି.)-  ଭାରତୀୟ ଜୁନିୟର ମହିଳା ହକି ଦଳ ଏଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ହକି ସିରିଜ୍‌ରେ ପ୍ରଥମ ପରାଜୟ ବରଣ କରିଥିଲେ ହେଁ ଚାମ୍ପିୟନ ହୋଇଛି। ରବିବାର...

ହାମିଲଟନ ଜିତିଲେ ସ୍ପାନିଶ ଗ୍ରାଁ ପ୍ରି

ମଣ୍ଟମେଲ (ସ୍ପେନ୍‌), ୧୩ା୫ (ଏଏଫ୍‌ପି)-ମର୍ସିଡିଜର ଲୁଇସ୍‌ ହାମିଲଟନ ସ୍ପାନିଶ ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରି ଜିତିଛନ୍ତି। ରବିବାର ଅନୁଷ୍ଠିତ ଏହି ରେସ୍‌ରେ ତାଙ୍କ ମର୍ସିଡିଜ ଟିମ୍‌ମେଟ୍‌...

ଭୁଶୁଡ଼ିଲା ଭାରତୀୟ ବ୍ୟାଟିଂ ଲାଇନ

ଓ୍ବେଲିଂଟନ,୩୧।୧- ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଚତୁର୍ଥ ଟି୨୦ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳର ବ୍ୟାଟିଂ ଲାଇନ ଭୁଶୁଡ଼ି ପଡ଼ିଛି। ଦଳ ୧୩...

Leave a comment

Your email address will not be published. Required fields are marked *