ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଶ୍ରମିକ ଅର୍ଦ୍ଧଦଗ୍ଧ

ଦିଗପହଣ୍ଡି,୨୨।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ହନୁମାନ ମନ୍ଦିର ନିକଟରେ ଉଚ୍ଚ କ୍ଷମତା ସମ୍ପନ୍ନ ୧୧ କେ.ଭି. ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ରବିବାର ଜଣେ ଶ୍ରମିକ ଅର୍ଦ୍ଧଦଗ୍ଧ ହୋଇଯାଇଥିବା ଜଣାପଡିଛି। ସେ ହେଲେ ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଜୟନଗର ଗ୍ରାମର ବୁଲୁ ନାହାକ।
ସୂଚନାନୁଯାୟୀ, ନିର୍ମାଣାଧିନ ଘରର ଛାତ ପକାଯିବା ଲାଗି ମଧ୍ୟାହ୍ନରେ ସେଣ୍ଟ୍ରିଂ କାମ ଚାଲିଥିଲା। ସେହି ସମୟରେ ଅସାବଧାନତା କାରଣରୁ ଛାତ ଉପର ଦେଇ ଯାଇଥିବା ୧୧ କେ.ଭି. ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ବୁଲୁ ଧରିଥିବା ଲୁହାଛଡ଼ ଆସିଯାଇଥିଲା। ଫଳରେ ସେ ଛିଟିକି ପଡ଼ିଥିଲେ। ହେଲେ ନିଆଁ ପଡ଼ିଯିବାରୁ ତାଙ୍କ ଶରୀରର ୪୦ ପ୍ରତିଶତ ଜଳିଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସଙ୍କଟାପନ୍ନ ଅବସ୍ଥାରେ ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।


All Right Reserved By Dharitri.Com

ଚକୋଲେଟ୍‌ ପ୍ରଲୋଭନ ଦେଖାଇ ୪ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର

ସଜନାଗଡ଼, ୩୦।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଚକୋଲେଟ୍‌ ପ୍ରଲୋଭନ ଦେଖାଇ ଏକ ୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଛି।...

ଚାଷୀଙ୍କୁ ଦୁଃଖ ଦେଲା ଓସ୍ତପୁରା ଡ୍ୟାମ

ଘସିପୁରା,୧୯।୧୧(ଡି.ଏନ.ଏ.)-ଘସିପୁରା ବ୍ଲକ ଗୋହିରା ପଞ୍ଚାୟତ ଓସ୍ତପୁରା ଠାରେ ଥିବା କ୍ଷୁଦ୍ର ଜଳସେଚନ ବିଭାଜନର ଡ୍ୟାମ ଏବେ ଅମଳ ପାଇଁ ଚାହିଁ ବସିଥିବା ଚାଷୀଙ୍କ ପାଇଁ ଦୁଃଖର...

ବିଭିନ୍ନ ସମସ୍ୟା ସମାଧାନ ଦାବି: ଜିଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ

କେନ୍ଦୁଝର,୨୪।୯( ସ୍ବ.ପ୍ର.): କେନ୍ଦୁଝର ଜିଲା ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମାଧାନ ଦାବିରେ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ହୋଇଛି। ଏ ନେଇ କାଳୀ...

ପ୍ଲାଷ୍ଟିକ ମୁକ୍ତ ଅଭିଯାନ: ଅକ୍ଟୋବର ୨ରେ ବଡ଼ଦାଣ୍ଡରେ ଶୋଭାଯାତ୍ରା

ପୁରୀ ଅଫିସ, ୨୮।୯:  ପୁରୀ ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହି ଅଭିଯାନକୁ ଆସନ୍ତା ଅକ୍ଟୋବର ୨...

ବିଜେପୁରରୁ ଜିତିଲେ ମୁଖ୍ୟମନ୍ତ୍ରୀ

ବିଜେପୁର, ୨୪-୫ (ଡି.ଏନ.ଏ):ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାନଭା ନିର୍ବାଚନ ମଣ୍ଡଳୀରୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ...

ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଡି. ରାଜା

କଟକ ଅଫିସ୍‌,୨୯।୯: ସିପିଆଇ ସାଧାରଣ ସଂପାଦକ ଡି. ରାଜା ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ନିର୍ବାଚନବେଳେ ମୁଖ୍ୟମନ୍ତ୍ରୀ ଯାହା କହୁଥିଲେ ପରେ ତାହା...

କମାପଲ୍ଲୀ ପୋଖରୀ ପୁନରୁଦ୍ଧାର କରାଯାଉ

ବ୍ରହ୍ମପୁର ଅଫିସ,୬ା୬- ବ୍ରହ୍ମପୁର ମହାନଗର ନିଗମର ୩୧ନଂ. ୱାର୍ଡରେ ଥିବା ପୁରାତନ କମାପଲ୍ଲୀ ପୋଖରୀ ଦୀର୍ଘବର୍ଷରୁ ପଙ୍କରେ ପୋତି ହୋଇଯାଇଛି। ଏହାର ପୁନରୁଦ୍ଧାର ପାଇଁ ଅଞ୍ଚଳବାସୀ...

ଜଙ୍ଗଲରେ ଗୁଳିମାଡ ଘଟଣା: ଭାଇ ସମେତ ୨ ଗିରଫ

ଶଙ୍କରାଖୋଲ,୨୧ା୬(ଡି.ଏନ୍‌.ଏ.): ଚକାପାଦ ବ୍ଲକ ଟିକାବାଲି ଥାନା ମିଣିଆଖଡି ଜଙ୍ଗଲରେ ଶନିବାର ଗୁଳି ମାଡରେ ଆରାବାକା ପଞ୍ଚାୟତ କାମ୍ବିରିକିଆ ଗ୍ରାମର ଜନକ ମଲ୍ଲିକ ଗୁରୁତର ହୋଇଥିଲେ। ଏହି...

Leave a comment

Your email address will not be published. Required fields are marked *