Posted inଜାତୀୟ

ନେହେରୁଙ୍କ ଅଚାନକ ଅସ୍ତ୍ରବିରତି ଘୋଷଣା ଯୋଗୁ ସୃଷ୍ଟି ହୋଇଥିଲା ପିଓକେ: ଶାହ

ମୁମ୍ବାଇ,୨୨।୯ : ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଯୋଗୁ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। ତେବେ ଏହା ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍‌ ନେହେରୁଙ୍କର ଏକ ଐତିହାସିକ ଭୁଲ୍‌ ଥିଲା ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମହାରାଷ୍ଟ୍ର ଗସ୍ତ ଅବସରରେ ରବିବାର କହିଛନ୍ତି। ୧୯୪୭ରେ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତୀୟ ସେନା ଅନୁପ୍ରବେଶକାରୀଙ୍କୁ ହଟାଇ ଆଗକୁ ମାଡ଼ି ଚାଲିଥିବାବେଳେ ନେହେରୁ ଅଚାନକ ଅସ୍ତ୍ରବିରତି ଘୋଷଣା କରିଥିଲେ। ଏହାର ଫଳ ସ୍ବରୂପ ପିଓକେ ସୃଷ୍ଟି ହୋଇଥିଲା। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନେଇ ଶାହ କହିଛନ୍ତି ଯେ, ଏଠାରେ ଶିବସେନା ଏବଂ ଭାଜପା ମେଣ୍ଟ ସରକାର ଗଠନ ହେବା ନିଶ୍ଚିତ। ସେହିପରି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ଼ନଭୀସ୍‌ ପୁଣି ଡୋର ଧରିବେ ବୋଲି ଶାହ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ଭାଜପା ସହ ମେଣ୍ଟ ପରେ ଇସିଙ୍କ ଶୁଭଦୃଷ୍ଟି: ନିର୍ବାଚନ ଲଢ଼ିପାରିବେ ସିକିମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୩୦ା୯(ପି.ଟି.): ଉପନିର୍ବାଚନ ପୂର୍ବରୁ ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ୍‌ ସିଂ ତମାଙ୍ଗ୍‌ଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ନିର୍ବାଚନ କମିଶନ (ଇସି) ରବିବାର ତାଙ୍କର ଅଯୋଗ୍ୟତା ଅବଧିକୁ ୫...

ମମତାଙ୍କ ନିକଟକୁ ‘ରାମ ଚରିତ ମାନସ’ ପଠାଇଲେ କାଶୀ ସାଧୁ

ବାରଣାସୀ,୪।୬: ପଶ୍ଚିମବଙ୍ଗରେ ‘ଜୟ ଶ୍ରୀରାମ’ ସ୍ଲୋଗାନକୁ ନେଇ ରାଜନୀତି ମାହୋଲ ସରଗରମ ଥିବା ବେଳେ ଏବେ ଏଥିରେ ଘିଅ ଢାଳିଛନ୍ତି କାଶୀର କେତେଜଣ ସାଧୁ। ସୋମବାର...

କଶ୍ମୀରରେ ଡୋଭାଲଙ୍କ ମିଶନ ‘ହୃଦୟ ବିଜୟ’

ଶ୍ରୀନଗର,୧୧।୮: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍‌ ଡୋଭାଲ୍‌ ଏବେ ଜମ୍ମୁ-କଶ୍ମୀରରେ ମିଶନ ‘ହୃଦୟ ବିଜୟ’ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ...

ଚିଦାମ୍ବରମଙ୍କ ଜାମିନ ଆବେଦନକୁ ନେଇ ସିବିଆଇକୁ ନୋଟିସ ଜାରି କଲେ ଦିଲ୍ଲୀ ହାଇ କୋର୍ଟ

ନୂଆଦିଲ୍ଲୀ,୧୨।୯: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚାଦାମ୍ବରମ ଏବେ ଜେଲ୍‌ରେ ଅଛନ୍ତି। ତାଙ୍କ ଜାମିନ ଆବେଦନକୁ ନେଇ ଗୁରୁବାର ଦିଲ୍ଲୀ ହାଇକୋର୍ଟ ସିବିଆଇକୁ...

ଲୁଙ୍ଗି, ଚପଲ ପିନ୍ଧି ଗାଡି ଚଳାଇବା ଉପରେ ମତ ରଖିଲେ ପରିବହନ ମନ୍ତ୍ରୀ

ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ବର ପହିଲାରୁ ନୂଆ ମୋଟରଯାନ ନିୟମ ଆରମ୍ଭ ହେବାପରେ ଲୋକଙ୍କ ବହୁ ସଂଖ୍ୟାରେ ଚାଲାଣ କଟୁଥିବା ଦେଖିବାକୁ ମିଳିଛି। ନିକଟରେ ଲୁଙ୍ଗି ଓ ଚପଲ...

ଭାଜପାକୁ ହତ୍ୟାକାରୀ କହିଲେ ମଣିଶଙ୍କର

ନୂଆଦିଲ୍ଲୀ,୧୫ା୧: ଭାଜପା ହତ୍ୟାକାରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ବିଭାଜିତ କରି ମୁସ୍‌ଲିମ ସମୁଦାୟ ପାଇଁ ଅସୁବିଧା ସୃଷ୍ଟି କରୁଛନ୍ତି ବୋଲି ବିବାଦୀୟ ମନ୍ତବ୍ୟ ଦେଇ...

୩ ମାସରେ ଜନ୍ମ ହୋଇନାହାନ୍ତି ଝିଅ

ଡେରାଡୁନ୍‌,୨୨ା୭: ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲାର ୧୩୨ ଗାଁରେ ୩ମାସ ମଧ୍ୟରେ ଆଦୌ ଝିଅ ଜନ୍ମ ହୋଇନାହାନ୍ତି। ଏହି ସମୟ ମଧ୍ୟରେ ଜନ୍ମିତ ସମସ୍ତ ୨୧୬ ଶିଶୁ...

ଇ-ସିଗାରେଟ୍‌ ନିଷିଦ୍ଧ ବିଲ୍‌କୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୮ା୧୧(ପି.ଟି.): ଇ-ସିଗାରେଟ୍‌ ନିଷିଦ୍ଧ ବିଲ୍‌ ବୁଧବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ଫେଶନ ନାଁରେ କମ୍ପାନୀଗୁଡ଼ିକ ପ୍ରୋତ୍ସାହିତ କରୁଥିବା ନୂଆ ନିଶାଠାରୁ ଯୁବପିଢ଼ିଙ୍କୁ ସୁରକ୍ଷା ପାଇଁ...

Leave a comment

Your email address will not be published. Required fields are marked *