୨ ଶହ ଫୁଟ ପାଣି ତଳୁ ମିଳିଲା ୧୪୧ ବର୍ଷ ତଳେ ନିଖୋଜ ହୋଇଥିବା ୨ ଜାହାଜ

ଲାସିଙ୍ଗ୍‌,୨୨।୯: ଆମେରିକା ମିସିଗାନ୍‌ରେ ୨ ଶହ ଫୁଟ ପାଣି ତଳୁ  କୋଇଲା ବୋଝେଇ ୨ ଜାହାଜର ସନ୍ଧାନ ମିଳିଛି। ୧୪୧ ବର୍ଷ ତଳେ ୧୮୭୮ରେ ଜାହାଜ ୨ଟି ନିଖୋଜ ହୋଇଯାଇଥିଲେ। ଜାହାଜ ଗୁଡ଼ିକର ସନ୍ଧାନ ପାଇଁ ଗତ ୧୦ ବର୍ଷ ଧରି ଖୋଜା ଖୋଜି ଆରମ୍ଭ ହୋଇଥିଲା। ଜାହାଜ ୨ଟିରେ ଜଣେ ଜଣେ କ୍ୟାପଟେନ୍‌ ସହିତ ଅନ୍ୟ ୨ ଜଣ ଲେଖାଏଁ କର୍ମଚାରୀ ଥିଲେ। ତେବେ କେଉଁ କାରଣରୁ ଜାହାଜ ୨ଟି ପାଣିରେ ବୁଡ଼ିଯାଇଥିଲା ଏବେ ସେ ନେଇ ତଦନ୍ତ ଆରମ୍ଭ ହୋଇଛି। ଜାହାଜ ୨ଟିର ଲମ୍ବା ଯଥାକ୍ରମେ ୧୬୧ ଫୁଟ ଓ ୧୪୩ ଫୁଟ ଥିଲା। ଏହି ଜାହାଜ ୨ଟିର ନାମ ଯଥାକ୍ରମେ ପେଶେଟିଗୋ ଏବଂ ସେଣ୍ଟ୍‌ ଏଣ୍ଡ୍ରୟୁଜ୍‌ ଥିଲା ବୋଲି ଐତିହାସିକ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ପ୍ରଶାନ୍ତ ମହାସାଗରରେ ବିରାଟ ଆଗ୍ନେୟ ଶିଳା

କାନବେରା: ପ୍ରଶାନ୍ତ ମହାସାଗରରେ ଏକ ବିରାଟ ଆଗ୍ନେୟ ଶିଳାଥିବା ଏବେ ବୈଜ୍ଞାନିକମାନେ ଦେଖିବାକୁ ପାଇଛନ୍ତି। ଏହା ୧୫୦ ବର୍ଗ କିଲୋମିଟର ଯାଏ ପାଣି ଭିତରେ ବ୍ୟାପିଛି।...

ଚୋରି ଅନ୍ତର୍ବସ୍ତ୍ରରୁ ମିଳିଥିଲା ବାଗ୍‌ଦାଦିଙ୍କ ପରିଚୟ

ଓ୍ବାଶିଂଟନ,୩୦ା୧୦: ସିରିଆରେ ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ମୁଖ୍ୟ ଅବୁ ବକର ଅଲ୍‌-ବାଗ୍‌ଦାଦି ଆମେରିକା ସ୍ବତନ୍ତ୍ର ବଳର ଅପରେଶନରେ ନିହତ ହେବା ପରେ...

କଶ୍ମୀରରୁ କର୍ଫ୍ୟୁ ହଟିଲେ ଭାରତ ସହ ହେବ ଦ୍ୱିପାକ୍ଷିକ ଆଲୋଚନା: ଇମ୍ରାନ

ଇସ୍‌ଲାମାବାଦ,୧୮।୯: କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ କେତେବେଳେ କ’ଣ କରୁଛି, କ’ଣ କହୁଛି ନିଜେ ମଧ୍ୟ ଜାଣିପାରୁନାହିଁ। ଏନେଇ ପ୍ରତିଦିନ...

ତାଲିବାନ୍‌ ସହିତ ହେବନି ଗୁପ୍ତ ବୈଠକ, ଶାନ୍ତି ଆଲୋଚନା ରଦ୍ଦ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୮।୯: ତାଲିବାନ୍‌ ସହିତ ଗୁପ୍ତ ବୈଠକ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ମନା କରିଛନ୍ତିି। ଏହା ସହିତ ଶାନ୍ତି ଆଲୋଚନାକୁ ମଧ୍ୟ ରଦ୍ଦ କରାଯାଇଛି...

ସୋଲେମାନୀଙ୍କୁ ଅନ୍ତିମ ବିଦାୟ

ଦୁବାଇ,୬।୧: କୁଦ୍‌ସ ବାହିନୀର କମାଣ୍ଡର ମେଜର ଜେନରାଲ କାସିମ ସୋଲେମାନୀଙ୍କୁ ସୋମବାର ଅନ୍ତିମ ବିଦାୟ ଦିଆଯାଇଛି। ଏହି ଅବସରରେ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲ୍ଲି...

ପ୍ୟାରିସ୍‌ ଜଳବାୟୁ ଚୁକ୍ତି: ଆମେରିକା ବ୍ୟତୀତ ସବୁ ଜି୨୦ ରାଷ୍ଟ୍ରଙ୍କ ସମର୍ଥନ

ଓସାକା,୩୦ା୬(ପି.ଟି): ପ୍ୟାରିସ୍‌ ଜଳବାୟୁ ଚୁକ୍ତିନାମାକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ କରିବାକୁ ଶନିବାର ଜି-୨୦ ରାଷ୍ଟ୍ରଗୋଷ୍ଠୀର ୧୯ ସଦସ୍ୟ ରାଷ୍ଟ୍ର ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। କେବଳ ଆମେରିକା ଏହାକୁ ସମର୍ଥନ...

ଆରମ୍ଭ ହେଲା ଅନ୍ତରାଷ୍ଟ୍ରୀୟ ଯୋଗ ଦିବସର ପ୍ରସ୍ତୁତି

କାଠମାଣ୍ଡୁ,୧୬।୬: ଅନ୍ତରାଷ୍ଟ୍ରୀୟ ଯୋଗ ଦିବସକୁ ନେଇ ସାରା ବିଶ୍ୱରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଆସନ୍ତା ୨୧ ତାରିଖରେ ପାଳନ କରାଯିବ ଏହି ୫ମ ଅନ୍ତରାଷ୍ଟ୍ରୀୟ ଯୋଗ...

ଭାରତୀୟ ଉଚ୍ଚାୟୁକ୍ତଙ୍କ ଇଫତାର୍‌ ପାର୍ଟିରେ ଅତିଥିଙ୍କୁ ଧମକାଇଲେ ପାକିସ୍ତାନ ଅଧିକାରୀ

ଇସଲାମାବାଦ୍‌,୨।୬: ପାକିସ୍ତାନରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ଇଫତାର୍‌ ପାର୍ଟିରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଯୋଗଦେଇଥିବା ଅତିଥିମାନଙ୍କୁ ପାକିସ୍ତାନ...

Leave a comment

Your email address will not be published. Required fields are marked *