ଶିକ୍ଷକଙ୍କ ଡଷ୍ଟର ମାଡ଼ରେ ଛାତ୍ରଙ୍କ ପଞ୍ଜରା ହାଡ଼ ଫାଟିଲା, ଦଶପଲ୍ଲା ଥାନାରେ ମାମଲା

ଦଶପଲ୍ଲା,୨୨ା୯(ଡି.ଏନ.ଏ.)-ନୟାଗଡ ଜିଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଖମାରସାହି ନୋଡାଲ ହାଇସ୍କୁଲରେ ଜନୈକ ଶିକ୍ଷକଙ୍କ ଡଷ୍ଟର ମାଡ଼ରେ ଜଣେ ନବମ ଶ୍ରେଣୀ ଛାତ୍ର ଆହତ ହୋଇଛନ୍ତି। ଏଥିନେଇ ତାଙ୍କ ବାପା ଦଶପଲ୍ଲା ଥାନାରେ ଅଭିଯୋଗ କରିଛନ୍ତି। ଥାନାରେ ନଂ.୧୧୪/୧୯ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ।

ଛାତ୍ର ଜଣଙ୍କ ଗୁରୁବାର ସ୍କୁଲକୁ ଯାଇଥିଲେ। ଅପରାହ୍ନରେ ଶ୍ରେଣୀଗୃହରେ ଶିକ୍ଷକ ଉପସ୍ଥିତ ଥିବାବେଳେ ସମ୍ପୃକ୍ତ ଛାତ୍ର ତାଙ୍କର ଜଣେ ସହପାଠୀଙ୍କ ସହିତ କିଛି କଥା ହେଉଥିଲେ। ଏହା ଦେଖି ଶିକ୍ଷକ ଏକ ଡଷ୍ଟର ଫୋପାଡ଼ିବାରୁ ତାହା ତାଙ୍କ ଛାତିରେ ବାଜିଥିଲା। ଫଳରେ ଛାତ୍ର ଆହତ ହେବା ସହ ତାଙ୍କର ପଞ୍ଜରା ହାଡ଼ ଫାଟି ଯାଇଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଛାତ୍ରଙ୍କ ଘର ଲୋକେ ଜାଣିବା ପରେ ତାଙ୍କ ବାପା ତୁରନ୍ତ ତାଙ୍କୁ ନେଇ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ସେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ନେଇ ଶୁକ୍ରବାର ଛାତ୍ରଙ୍କ ବାପା ଦଶପଲ୍ଲା ଥାନାରେ ଅଭିଯୋଗ କରିଥିଲେ। ଶିକ୍ଷକଙ୍କର ଥିବା ଏକ ଘରୋଇ ବିଦ୍ୟାଳୟରେ ପାଠ ପଢିବା ପାଇଁ ସମ୍ପୃକ୍ତ ଛାତ୍ରଙ୍କ ଉପରେ ଶିକ୍ଷକ ବାରମ୍ବାର ଚାପ ପକାଉଥିଲେ। ତେବେ ତାଙ୍କୁ ସେଠାକୁ ଘର ଲୋକେ ନ ଛାଡ଼ିବାରୁ ଶିକ୍ଷକ ଜଣଙ୍କ ରାଗ ରଖି ବିଭିନ୍ନ ସମୟରେ ଛାତ୍ରଙ୍କୁ ହଇରାଣ କରୁଥିବା ତାଙ୍କ ବାପା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏ ନେଇ ଦଶପଲ୍ଲା ଥାନାରେ ମାମଲା ରୁଜୁ ହୋଇଛି। ଏ ସମ୍ପର୍କରେ ସମ୍ପୃକ୍ତ ଶିକ୍ଷକଙ୍କୁ ପଚାରିବାରେ ସେ କହିଥିଲେ, ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଭିଯୋଗ। ଏ ସମ୍ପର୍କରେ ଥାନା ଆଇଆଇସି ବିଶ୍ୱଜିତ ରାଉତରାୟଙ୍କୁ ପଚାରିବାରେ ମାଡ଼ ଘଟଣା ନେଇ ମାମଲା ରୁଜୁ ହେବା ସହ ଡିଏସ୍‌ପି ଘଟଣାର ତଦନ୍ତ କରୁଥିବା ସେ ପ୍ରକାଶ କରିଥିଲେ।


All Right Reserved By Dharitri.Com

‘ଫକୀରମୋହନ ଥିଲେ ଓଡ଼ିଆ ଭାଷାର ପ୍ରାଣପ୍ରତୀମ’

ବାଲେଶ୍ୱର ଅଫିସ, ୧୫।୧- ବାଲେଶ୍ୱର ସହର ଶାନ୍ତିକାନନ ପରିସରରେ ଓଡ଼ିଆ ଭାଷାର ପ୍ରାଣପ୍ରତୀମ ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୧୮ ତମ ଜୟନ୍ତୀ ସମାରୋହ ମଙ୍ଗଳବାର ସନ୍ଧ୍ୟାରେ...

ମଣ୍ଡିରୁ ଧାନ ଉଠିବାରେ ବିଳମ୍ବ

ବନ୍ତ, ୧୧।୧ (ଡି.ଏନ.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକର ୧୪ଟି ମଣ୍ଡିରୁ ଧାନ ଉଠିବାରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି। ଫଳରେ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି।...

ଛୁଆ ହାତୀର ମୃତ ଦେହ ଉଦ୍ଧାର, ହାତୀ ପଲଙ୍କ ଆକ୍ରମଣରେ ମୃତ୍ୟୁ ସନ୍ଦେହ

ପରଜଙ୍ଗ,୨୪।୧୦(ଡି.ଏନ.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ଡମୋଳ ଗାଁ ନିକଟ ଧାନ ବିଲରୁ ଗୁରୁବାର ଏକ ଛୁଆ ହାତୀର ମୃତଦେହକୁ...

ଗରଡ଼ିହି ହାଇସ୍କୁଲର ଶିକ୍ଷକଙ୍କ ବଦଳି ପ୍ରତିବାଦ: ଛାତ୍ରୀଛାତ୍ରଙ୍କ ବିକ୍ଷୋଭ, ଟାୟାର ଜାଳି ଆନ୍ଦୋଳନ

ସଜନାଗଡ଼,୧୫।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ଗରଡ଼ିହି ହାଇସ୍କୁଲର ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ପ୍ରତିବାଦରେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ...

ମମତା ଆଗରେ ଅସହାୟ ମା’ : ଆଜି ବିଶ୍ୱ ମାତୃ ଦିବସ

କେନ୍ଦୁଝର, ୧୨ା୫ (ସ୍ବ.ପ୍ର.)-ଏ ମହିଳାଙ୍କୁ ଦୁନିଆ କହେ ମା’। ମୁଣ୍ଡରେ ପରିବାରର ବୋଝ। କାନିରେ ବନ୍ଧା ହୋଇଛି ମମତାର ଫୁଲ କଢ଼ି। ଗୋଟିଏ ପଟେ ଦାୟିତ୍ୱ,...

ଭରତପୁର ଖଣି ଦୁର୍ଘଟଣା ଅଞ୍ଚଳରେ ଏମ୍‌ସିଏଲ ସିଏମ୍‌ଡି:‘କୋଲ ଇଣ୍ଡିଆ ଇତିହାସରେ ପ୍ରଥମ’

ତାଳଚେର,୩୦ା୭(ନି.ପ୍ର.) ତାଳଚେର ଭରତପୁର କୋଇଲା ଖଣିରେ ଅତଡା ଖସିବା ଘଟଣା ପରେ ମହାନଦୀ କୋଲ ଫିଲ୍‌ଡସ (ଏମ୍‌ସିଏଲ)ର ସିଏମ୍‌ଡି ଭୋଳନାଥ ଶୁକ୍ଳା ସୋମବାର ଦିନିକିଆ ତାଳଚେର...

ମା’ କନକଦୂର୍ଗାଙ୍କ ସିଂହବାହିନୀ ବେଶ ଅନୁଷ୍ଠିତ

କାକଟପୁର, ୫।୧୦(ଡି.ଏନ୍‌.ଏ.): ପୁରୀ ଜିଲା ତୁଳସୀପୁର ବ୍ରାହ୍ମଣ ଶାସନସ୍ଥିତ ମା’ କନକଦୂର୍ଗାଙ୍କର ଶାରଦୀୟ ପାର୍ବଣ ପୂଜା ପାରମ୍ପରିକ ପ୍ରଥାନୁସାରେ ଚାଲିଥିବା ବେଳେ ଶନିବାର ମହାଷ୍ଠମୀ ତିଥି...

ଯାତ୍ରୀଙ୍କଠାରୁ ଲକ୍ଷେ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ

ଆନନ୍ଦପୁର,୩।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜ୍‌ଛକଠାରୁ ବସ୍‌ରୁ ଓହ୍ଲାଇଥିବା ଜଣେ ଯାତ୍ରୀଙ୍କ ଠାରୁ ମଙ୍ଗଳବାର ପୂର୍ବାହ୍ନରେ ଲକ୍ଷେ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ଆନନ୍ଦପୁର ଥାନା...

Leave a comment

Your email address will not be published. Required fields are marked *