ଫେଲ୍‌ ଏଟିଏମ୍‌-ଡିଜିଟାଲ ଟ୍ରାଞ୍ଜାକ୍‌ଶନ;ବ୍ୟାଙ୍କ-ପେମେଣ୍ଟ ଓ୍ବାଲେଟ କମ୍ପାନୀ ଗଣିବେ ଦୈନିକ ୧୦୦ ଟଙ୍କା

ମୁମ୍ବାଇ,୨୨-୯: ଅନ୍‌ଲାଇନରେ ଡିଜିଟାଲ ଟ୍ରାଞ୍ଜାକସନ ବିଫଳ ହେଲେ ଏବଂ ଗୋଟିଏ ଦିନ ଭିତରେ ବିବାଦର ସମାଧାନ କରା ନ ଗଲେ ସମ୍ପୃକ୍ତ ବ୍ୟାଙ୍କ/ପେମେଣ୍ଟ ଓ୍ବାଲେଟ କମ୍ପାନୀ ନିଜ ଗ୍ରାହକଙ୍କୁ ଦୈନିକ ୧୦୦ ଟଙ୍କା ଲେଖାଏ ଜରିିମାନା ବାବଦରେ ଫେରାଇବେ।
ନୂଆ ନିୟମ ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ୍‌(ୟୁପିଆଇ), ଇମିଡିଏଟ ପେମେଣ୍ଟ ସିଷ୍ଟମ(ଆଇଏମ୍‌ପିଏସ୍‌), ଇ-ଓ୍ବାଲେଟ୍ସ, କାର୍ଡ ଟୁ କାର୍ଡ ପେମେଣ୍ଟ, ନ୍ୟାଶନାଲ ଅଟୋମେଟେଡ କ୍ଲିୟରାନ୍ସ ହାଉସ(ଏନ୍‌ଏସିଏଚ୍‌) ଉପରେ ଲାଗୁ ହେବ। ଆର୍‌ବିଆଇ ପକ୍ଷରୁ ସମସ୍ତ ବ୍ୟାଙ୍କ, ଅପରେଟର ଓ ଅଧିକୃତ ପେମେଣ୍ଟ ସିଷ୍ଟମ୍ସକୁ ସର୍କୁଲାର ଜାରି କରି କୁହାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ଷ୍ଟେକ୍‌ହୋଲ୍ଡର୍ସଙ୍କ ସହ ଆଲୋଚନା କରାଯିବା ପରେ ବିଫଳ ଟ୍ରାଞ୍ଜାକ୍‌ଶନର ଟଙ୍କା ଆକାଉଣ୍ଟଧାରୀଙ୍କ ଖାତାରେ ନ ପହଞ୍ଚତ୍ବା ନେଇ ଏକ ନିର୍ଦ୍ଦିଷ୍ଟ ସମୟସୀମା ଓ ଜରିମାନା ଧାର୍ଯ୍ୟ କରାଯାଇଛି। ଏହି ପଦକ୍ଷେପ ଯୋଗୁ ଗ୍ରାହକଙ୍କର ବ୍ୟାଙ୍କ ଉପରେ ଭରସା ବଢ଼ିବ। ଏଥିସହିତ ବିଫଳ ନେଣଦେଣର ପ୍ରକ୍ରିୟାକୁ ଏକୀକରଣ କରାଯାଇପାରିବ। ତେବେ ବିଫଳ ନେଣଦେଣ କାହାକୁ କୁହାଯିବ, ତାହା ମଧ୍ୟ ଆର୍‌ବିଆଇ ସର୍କୁଲାରରେ ଦର୍ଶାଯାଇଛି। ଏଥିରେ କୁହାଯାଇଛି ଯେ, ଯୋଗାଯୋଗ ସଂଯୋଗ, ଏଟିଏମ୍‌ରେ ନଗଦ ଅଭାବ, ଟାଇମ୍‌ ଆଉଟ୍‌ ସେସନ୍ସ, ହିତାଧିକାରୀଙ୍କ ଆକାଉଣ୍ଟକୁ କ୍ରେଡିଟ ନ ଯିବା ଆଦିକୁ ବିଫଳତା ବୋଲି ଧରାଯିବ।
ସେହିପରି ଡିଜିଟାଲ ନେଣଦେଣ ବ୍ୟତୀତ ଆର୍‌ବିଆଇ ଅଣ ଡିଜିଟାଲ କାରବାର ଲାଗି ମଧ୍ୟ ସମୟସୀମା ଧାର୍ଯ୍ୟ କରିଛି। ଏଟିଏମ୍‌ ଓ ମାଇକ୍ରୋ ଏଟିଏମ୍‌ରେ ଟ୍ରାଞ୍ଜାକଶନ ଫେଲ୍‌ ହେଲେ ବିବାଦର ସମାଧାନ ପାଇଁ ସମ୍ପୃକ୍ତ ବ୍ୟାଙ୍କକୁ ୫ ଦିନ ସମୟ ମିଳିବ। ନିର୍ଦ୍ଧାରିତ ସମୟ ଭିତରେ ସମାଧାନ ନ ହେଲେ ସମ୍ପୃକ୍ତ ବ୍ୟାଙ୍କ ଦୈନିକ ୧୦୦ ଟଙ୍କା ଲେଖାଏ ଜରିମାନା ଭରଣା କରିବେ। ସେହିପରି ପଏଣ୍ଟ ଅଫ୍‌ ସେଲ୍ସ(କାର୍ଡ ସ୍ବାଇପ୍‌ ମେଶିନ) ଏବଂ ଅନ୍‌ଲାଇନ ପେମେଣ୍ଟସ କ୍ଷେତ୍ରରେ ମଧ୍ୟ ୫ ଦିନର ସମୟସୀମା ଧାର୍ଯ୍ୟ କରାଯାଇଛି। ଗ୍ରାହକଙ୍କୁ ଆର୍ଥିକ କ୍ଷତିପୂରଣ ଯଥାଶୀଘ୍ର ମିଳିଯିବା ଉଚିତ୍‌। ଗ୍ରାହକଙ୍କ ପକ୍ଷରୁ ଅଭିଯୋଗ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାର ଆବଶ୍ୟକତା ନାହିଁ ବୋଲି ଆର୍‌ବିଆଇ ଦର୍ଶାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ବିବାଦର ସମାଧାନ ହୋଇ ନ ପାରିଲେ ସମ୍ପୃକ୍ତ ଗ୍ରାହକ ଆର୍‌ବିଆଇର ବ୍ୟାଙ୍କିଙ୍ଗ୍‌ ଅମ୍ବୁସମ୍ୟାନଙ୍କ ନିକଟରେ ଅଭିଯୋଗ କରିପାରିବେ ବୋଲି ସର୍କୁଲାରରେ କୁହାଯାଇଛି।


All Right Reserved By Dharitri.Com

କୋଭିଡ୍‌-୧୯ ମୁକାବିଲା: ଟାଟା ସନ୍ସ ଦେଲା ୧୦୦୦ କୋଟି

ନୂଆଦିଲ୍ଲୀ, ୨୯। ୩: କୋଭିଡ ଲଢେଇ ଲାଗି ସାରା ଦେଶର ଉଦ୍ୟୋଗପତି ନିଜର ଯୋଗଦାନ ରଖୁଛନ୍ତି। କରୋନା ମୁକାବିଲା ଲାଗି ଟାଟା ଟ୍ରଷ୍ଟ ପକ୍ଷରୁ ୫୦୦...

ଏନ୍‌ଇଏଫ୍‌ଟି ନେଣଦେଣ ଉପରେ ଚାର୍ଜ ଲାଗିବନି

ମୁମ୍ବାଇ,୯-୧୧: ନ୍ୟାଶନାଲ ଇଲେକଟ୍ରୋନିକ୍ସ ଫଣ୍ଡ ଟ୍ରାନ୍ସଫର(ଏନ୍‌ଇଏଫ୍‌ଟି) ନେଣଦେଣରେ ଆସନ୍ତା ବର୍ଷ ଜାନୁଆରୀ ପହିଲାରୁ ଗ୍ରାହକଙ୍କୁ କୌଣସି ଚାର୍ଜ ଲାଗିବନି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଭଳି ଏକ...

ଭାରତର ମୁଦ୍ରାସ୍ଫୀତି ଅନୁମାନ ହ୍ରାସ କଲା ଏଡିବି

ନୂଆଦିଲ୍ଲୀ,୨୨ା୭: ଏସିଆନ ଡେଭଲପ୍‌ମେଣ୍ଟ ବ୍ୟାଙ୍କ(ଏଡିବି) ଚଳିତ ଆର୍ଥିକ ବର୍ଷରେ ଭାରତର ମୁଦ୍ରାସ୍ଫୀତି ଅନୁମାନକୁ ୪.୧୦ ପ୍ରତିଶତକୁ ହ୍ରାସ କରିଛି। ଟଙ୍କାର ମୂଲ୍ୟ ବୃଦ୍ଧି ପାଇବା ତଥା...

କରୋନା ଯୋଗୁ ଆମେରିକା ଅର୍ଥନୀତିରେ ସଙ୍କଟ: ୩୦୦,୦୦୦ କୋଟି ଡଲାରର ଋଣ ଆବଶ୍ୟକ

ଓ୍ବାଶିଂଟନ,୫।୫: କରୋନା ସଂକ୍ରମଣ ନେଇ ଆମେରିକାରେ ଆତଙ୍କ ଦେଖାଦେଇଛି। ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ସେହିପରି ଦେଶର ଅର୍ଥନୀତିରେ ସଙ୍କଟ ସୃଷ୍ଟି ହୋଇଛି। ବିଗୁଡୁଥିବା...

କରୋନା ମାଡ଼: ଦୋହଲିଯିବ ପର୍ଯ୍ୟଟନ ଶିଳ୍ପ

ନୂଆଦିଲ୍ଲୀ,୧୨ା୫: କରୋନା ସଂକ୍ରମଣ (କୋଭିଡ୍‌-୧୯) ଯୋଗୁ ୨୦୨୦ରେ ଅନ୍ତର୍ଜାତୀୟ ପର୍ଯ୍ୟଟନ ୬୦ରୁ ୮୦ ପ୍ରତିଶତ ହ୍ରାସ ପାଇପାରେ। ଏହାଦ୍ୱାରା ୯୧୦ ବିଲିୟନରୁ ୧.୨ ଟ୍ରିଲିୟନ ଡଲାର...

ଚିନ୍ତାବ୍ୟକ୍ତ କଲା ଆଇଏମ୍‌ଏଫ୍‌;ଆଶାଠାରୁ ଅନେକ କମ୍‌ ରହିଛି ଭାରତର ବିକାଶ ହାର

ଓ୍ବାଶିଂଟନ,୧୪-୯: ଭାରତର ଆର୍ଥିକ ବିକାଶର ଅସ୍ପଷ୍ଟ ଚିତ୍ରକୁ ନେଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଚିନ୍ତାବ୍ୟକ୍ତ କରିଛି। କର୍ପୋରେଟ ଓ ପରିବେଶ ସହ ଜଡ଼ିତ ନିୟାମକ ସଂସ୍ଥାଗୁଡ଼ିକରେ...

୨୦୨୫ରେ ଜାପାନକୁ ଟପିବ ଭାରତ

ନୂଆଦିଲ୍ଲୀ,୧୩।୭: ଚଳିତ ବର୍ଷ ବ୍ରିଟେନକୁ ଟପି ଭାରତ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ହେବ। ସେହିଭଳି ୨୦୨୫ରେ ଏହା ଜାପାନକୁ ଟପି ତୃତୀୟ ବୃହତ ଅର୍ଥବ୍ୟବସ୍ଥା...

ଭାରତ ପ୍ରତି ମୁହଁ ମୋଡୁଛନ୍ତି ନିବେଶକ

ନୂଆଦିଲ୍ଲୀ,୩୦-୧୨: ଭାରତୀୟ ଉଦ୍ୟୋଗୀଙ୍କୁ ସହାୟତା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। କିନ୍ତୁ ହଠାତ ସରକାରଙ୍କ ସଂସ୍କାରଧାରା ଏବେ ଅଧାରରେ...

Leave a comment

Your email address will not be published. Required fields are marked *