ଲିଙ୍ଗରାଜ ଆଇନ୍‌ ମହାବିଦ୍ୟାଳୟ: ଶୈକ୍ଷିକ ବାତାବରଣ ପାଇଁ ଆନ୍ଦୋଳନ

ବ୍ରହ୍ମପୁର ଅଫିସ୍‌,୨୨ା୯-ଦକ୍ଷିଣ ଓଡ଼ିଶାର ଏକମାତ୍ର ସରକାରୀ ଆଇନ ମହାବିଦ୍ୟାଳୟ ତଥା ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥା ଘେରରେ ଗତିକରୁଛି । ପାଠ ପଢ଼ିବା ପାଇଁ ଉତ୍ତମ ଶ୍ରେଣୀ ଗୃହ ନାହିଁ । ଅନେକ ବିଷୟରେ ଶିକ୍ଷକ ପଦବୀ ଖାଲି ପଡ଼ିଛି । ଏପରିକି ଛାତ୍ରୀଛାତ୍ରମାନେ ପିଇବା ପାଇଁ ପାଣି ପାଉନାହାନ୍ତି । ଏଭଳି ଅନେକ ସମସ୍ୟାର ସମାଧାନ ପାଇଁ ୨୦୧୭ରୁ ବିଭିନ୍ନ ସମୟରେ ଛାତ୍ରୀଛାତ୍ରମାନେ ଆନ୍ଦୋଳନ କରୁଛନ୍ତି । ତଥାପି ଫଳ ଶୂନ। ଏବେ ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇଛି । ଏଣୁ ନବାଗତ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଏଠାରେ ରହିଥିବା ସମସ୍ୟାର ସମାଧାନ ପାଇଁ ଶନିବାର ଛାତ୍ରୀଛାତ୍ରମାନେ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯଦି ତୁରନ୍ତ ଏ ଦିଗରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଆସନ୍ତା ୨୫ତାରିଖରୁ ଆମରଣ ଅନଶନ ସହ ଆନ୍ଦୋଳନ କରାଯିବ ବୋଲି ଛାତ୍ରୀଛାତ୍ରମାନେ ଚେତାବନୀ ଦେଇଛନ୍ତି ।
ଆନ୍ଦୋଳନକାରୀ ଛାତ୍ରୀଛାତ୍ରଙ୍କ କହିବାନୁଯାୟୀ, ଅନେକ ବିଭାଗରେ ସ୍ଥାୟୀ ଶିକ୍ଷକ ନାହାନ୍ତି, ଫଳରେ ପାଠପଢ଼ା ହୋଇପାରୁ ନାହିଁ। କମନ୍‌ରୁମ୍‌ ଏବଂ ସମ୍ମିଳନୀ କକ୍ଷ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଲାଣି । ବିପଦପୂର୍ଣ୍ଣ କୋଠାରେ ବସିବାକୁ ବାଧ୍ୟ କରାଯାଉଛି । ତୁରନ୍ତ ଉଭୟ କୋଠରିକୁ ମରାମତି କରାଯାଉ। ସେହିଭଳି ପାନୀୟ ଜଳ ଯୋଗାଣ ପାଇଁ ଆର୍‌ଓ ଏବଂ ୟୁଭି ୱାଟର୍‌ ପ୍ୟୁରିଫାୟର୍‌, ନିୟମିତ କ୍ୟାମ୍ପସର ସଫେଇ, କ୍ୟାମ୍ପସ୍‌ରେ ଫ୍ରି ୱାଇଫାଇ, ମହାବିଦ୍ୟାଳୟ ସମ୍ମୁଖରେ ସ୍ପିଡ୍‌ ବ୍ରେକର୍‌, ମୁଖ୍ୟ ଫାଟକର ନବୀକରଣ ସହ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପୂରଣ କରିବାକୁ ଛାତ୍ରୀଛାତ୍ରମାନେ ଦାବି କରିଛନ୍ତି। ଲାଇବ୍ରେରିଆନ୍‌ ଆସନ୍ତା ଦୁଇ ମାସ ଭିତରେ ଅବସର ନେବେ । ଏଣୁ ଜଣେ ନୂତନ ଲାଇବ୍ରେରିଆନ୍‌କୁ ନିଯୁକ୍ତି ଦିଆଯାଉ। ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କଠାରୁ ଲାଇବ୍ରେରି ଫି’ ବାବଦରେ ୧୫୦ଟଙ୍କା ଆଦାୟ କରାଯାଉଛି । ହେଲେ ନୂଆ ବହି ଦିଆଯାଉନି। କମନ୍‌ରୁମ୍‌ ବାବଦରେ ୩୦ଟଙ୍କା ଆଦାୟ ହେଉଥିଲେ ମଧ୍ୟ କମନ୍‌ରୁମ୍‌କୁ ମରାମତି କରାଯାଉନି। କ୍ରୀଡ଼ା ଏବଂ ଛାତ୍ର ସଂସଦ ବାବଦରେ ୩୦୦ ଟଙ୍କା ଆଦାୟ କରୁଥିବା ବେଳେ କୌଣସି ପ୍ରକାର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହେଉନି । ମୁଟ୍‌ କୋର୍ଟ ପାଇଁ ୧୦୦ଟଙ୍କା ଆଦାୟ ହେଉଥିବା ବେଳେ ଏଭଳି କୌଣସି କ୍ଲାସ୍‌ ହେଉନାହିଁ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଥଲେଟିକ୍‌ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅଯଥାରେ ୧୦୦ଟଙ୍କା ଲେଖାଏ ଆଦାୟ କରୁଛନ୍ତି। ଏଭଳି ଅନେକ ପ୍ରକାରର ଫି’ ଆଦାୟ ହେଉଛି । କିନ୍ତୁ ଭିତ୍ତିଭୂମିର ବିକାଶ କିମ୍ବା ଛାତ୍ରୀଛାତ୍ରଙ୍କୁ ଉତ୍ତମ ଶୈକ୍ଷିକ ବାତାବରଣ ପ୍ରଦାନ କରିବାରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି। ମହାବିଦ୍ୟାଳୟ ଅଧ୍ୟକ୍ଷ ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଦାବି ଜଣାଇବା ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନି। ତୁରନ୍ତ ଏସବୁ ସମସ୍ୟାର ସମାଧାନ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ, ଜିଲାପାଳ, ବ୍ରହ୍ମପୁର ଏସ୍‌ପି, ଓଡ଼ିଶା ବାର୍‌ କାଉନସିଲ୍‌, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର୍‌, ଗୋପାଳପୁର ବିଧାୟକ, ବ୍ରହ୍ମପୁର ଏମ୍‌ପିଙ୍କ ପାଖକୁ ପତ୍ର ପଠାଯାଇଛି । ଚିନ୍ମୟ କୁମାର ହୋତା, ଅନିଲ କୁମାର ବେହେରା, ବି.ମନୋଜ, ବି.ତେଜେଶ୍ୱର, ଶ୍ରୀକାନ୍ତ କୁମାର ସେଠୀ, ସାଇ ପ୍ରସାଦ ପାଢୀ, ଅମରେଶ ଚୌଧୁରୀ, ପି.ଭରତ, ଶୁଭାଶିଷ ବେହେରା, ବି.ନଳିନୀଙ୍କ ସମେତ ବହୁ ଛାତ୍ରୀଛାତ୍ର ଏହି ଆନ୍ଦୋଳନରେ ସାମିଲ୍‌ ହୋଇଛନ୍ତି ।


All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ଚାରା ବାଣ୍ଟିଲେ ଜିଲାପାଳ

ଛତ୍ରପୁର,୨୨ା୬(ଡି.ଏନ.ଏ)-ଛତ୍ରପୁରସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲରେ ଶୁକ୍ରବାର ଗଞ୍ଜାମ ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଆୟୋଜିତ ହୋଇଥିଲା। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏଥିରେ ଯୋଗଦେଇ ସ୍କୁଲକୁ ଆସିଥିବା...

ଗଞ୍ଜାମ:୧୮ବର୍ଷରେ ୬ଲକ୍ଷ ୬୮ହଜାର ଜନସଂଖ୍ୟା ବୃଦ୍ଧି

ବ୍ରହ୍ମପୁର ଅଫିସ୍‌,୧୪ା୭-ଗଞ୍ଜାମ ଜିଲାରେ ଜନସଂଖ୍ୟା ବୃଦ୍ଧି ଚିନ୍ତାଜନକ ସ୍ଥିତିରେ ପହଞ୍ଚିଲାଣି । ୨୦୦୧ ଜନଗଣନା ବେଳେ ଜିଲାରେ ଜନସଂଖ୍ୟା ଥିଲା ୩୧ଲକ୍ଷ ୬୦ହଜାର ୬୩୫ ।...

ଅଗ୍ନିକାଣ୍ଡରେ ୪ ବଖରା ଜଳିଗଲା

ଜଗନ୍ନାଥପ୍ରସାଦ/ଭଞ୍ଜନଗର, ୨୧ା୮(ଡି.ଏନ.ଏ.)-ତାରସିଂ ଥାନା କୁଡୁତାଇ ଗ୍ରାମ ଖଦାଳ ସାହିରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ୪ ପରିବାରର ୪ ବଖରା ଜଳିଯାଇଛି। ନିଆଁ ଲାଗିବାର ପ୍ରକୃତ କାରଣ...

ବିଇଓଙ୍କ ବଦଳି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଶେରଗଡ,୨୧ା୭(ଡି.ଏନ.ଏ.)-ଶେରଗଡ ବ୍ଲକ ମିଳିତ ଶିକ୍ଷକ ସଂଘର ଏକ ବୈଠକ ଶନିବାର ସ୍ଥାନୀୟ ଜୟଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଇଓ ଭାସ୍କର ଲେଙ୍କା ଛଦ୍ମବେଶରେ...

ବ୍ରହ୍ମପୁର ବଡ଼ ମେଡିକାଲ: ବାୟୋମେଟ୍ରିକ ଉପସ୍ଥାନ ପ୍ରହସନ

ବ୍ରହ୍ମପୁର ଅଫିସ,୨୩ା୭-ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ (ଏମ୍‌କେସିଜି) ଦକ୍ଷିଣ ଓଡ଼ିଶାର ଏକମାତ୍ର ବଡ ହସ୍ପିଟାଲ। ଏହା ଉପରେ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ପୁରୀ, ଗଜପତି,...

ଡିଜେ ସହ ଗାଡ଼ି ଜବତ କଲା ପୋଲିସ

ପୁରୁଷୋତ୍ତମପୁର,୧ା୭(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ସମେତ ଆଖପାଖ ଅଞ୍ଚଳରେ ବିନା ଅନୁମତିରେ ବେଆଇନ ଭାବେ ବହୁଳ ମାତ୍ରାରେ ଡିଜେ ବ୍ୟବହାର ହେଉଥିଲା। ଶନିବାର ଏନେଇ ଏକ...

ଖର୍ଚ୍ଚ ହୋଇପାରୁନି ରୁଷା ପାଣ୍ଠି

ବ୍ରହ୍ମପୁର ଅଫିସ୍‌,୨୦ା୬-ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଏବଂ ଏହା ଅଧୀନରେ ଥିବା ମହାବିଦ୍ୟାଳୟଗୁଡ଼ିକ ରାଷ୍ଟ୍ରୀୟ ଉଚ୍ଚତ୍ତର ଶିକ୍ଷା ଅଭିଯାନ(ରୁଷା) ପାଣ୍ଠି ଖର୍ଚ୍ଚ କରିପାରୁନାହାନ୍ତି। ଗୋଟିଏ ପଟେ ମହାବିଦ୍ୟାଳୟଗୁଡ଼ିକରେ ନାନା...

ରାଷ୍ଟ୍ରପତିଙ୍କ ବ୍ରହ୍ମପୁର ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ

ଗୋପାଳପୁର,୨୭ା୯- ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବ୍ରହ୍ମପୁର ଗସ୍ତ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଶନିବାର ପରିବର୍ତ୍ତେ ଶୁକ୍ରବାର ଗୋପାଳପୁରରେ ଥିବା ଆର୍ମି ଏଡି କଲେଜରେ...

Leave a comment

Your email address will not be published. Required fields are marked *