ଖଡିଆଳ, ବୋଡେନ ଓ ସିନାପାଲିରେ ସ୍ବାସ୍ଥ୍ୟ ସମସ୍ୟା ବେହାଲ

ନୂଆପଡା ଅଫିସ,୨୨ା୯
ନୂଆପଡା ଜିଲାର ଖଡିଆଳ, ବୋଡେନ ଏବଂ ସିନାପାଲି ବ୍ଲକ ଅଞ୍ଚଳରେ ସରକାରୀ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ସରକାରଙ୍କ ତରଫରୁ ବିଭିନ୍ନ ଯୋଜନାରେ ମୁକ୍ତ ଚିକିତ୍ସା ବ୍ୟବସ୍ଥା କରୁଥିଲେ ମଧ୍ୟ ସରକାରୀ ଉଦାସୀନତା ଯୋଗୁ ସୁବିଧା ଉପଲବ୍ଧ ହୋଇପାରୁନାହିଁ। ଏହା ଉପରେ ଲୋକେ ବାରମ୍ବାର ଅଧିକାରୀ, ନେତାମାନଙ୍କୁ ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଶେଷରେ ଜିଲା ଦଳିତ ଅଧିକାର ମଞ୍ଚ ନୂଆପଡା ଆସି ଜିଲାପାଲଙ୍କୁ ଭେଟି ଏହାର ସମାଧାନ ପାଇଁ ଜଣାଇଛନ୍ତି ।
ଶନିବାର ଅପରାହ୍ନରେ ଦଳିତ ଅଧିକାର ମଞ୍ଚର ଜିଲା ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ନୂଆପଡା ଆସି ଜିଲାପାଳଙ୍କୁ ଭେଟିଥିଲେ। ତାଙ୍କୁ ଦାବିପତ୍ର ପ୍ରଦାନ କରିଥିବା ବେଳେ ସ୍ବାସ୍ଥ୍ୟ ସମସ୍ୟା ନେଇ ଆଲୋଚନା କରିଥିଲେ। ଜିଲାପାଳ ଏହା ଉପରେ ଦୃଷ୍ଟି ଦେଇ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଦାବିପତ୍ର ଅନୁଯାୟୀ ଖଡିଆଳ ସରକାରୀ ହସ୍ପିଟାଲ ଜିଲାର ଏକ ବଡ ହସ୍ପିଟାଲ । ଏହା ଉପରେ ଲକ୍ଷାଧିକ ଲୋକ ନିର୍ଭର କରିଥାନ୍ତି । ହେଲେ ଏଠାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି। ଏଠାରେ ମୋଟ ୫ଜଣ ଡାକ୍ତର ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ୨ଜଣ ଡାକ୍ତର । ବ୍ଲଡ ବ୍ୟାଙ୍କ, ଶୁଦ୍ଧ ପାନୀୟ ଜଳ, ଶୌଚାଳୟ, ଡିଜିଟାଲ ଏକ୍ସରେ ବ୍ୟବସ୍ଥା ନ ଥିବାବେଳେ ଚକ୍ଷୁ ବିଭାଗ, ଶଲ୍ୟ ବିଶେଷଜ୍ଞ ପଦବୀ ଖାଲି ପଡିଛି । ଏହିଭଳି ସିନାପାଲି ଏବଂ ବୋଡେନ ହସ୍ପିଟାଲରେ ମଧ୍ୟ ଆବଶ୍ୟକ ସଂଖ୍ୟକ ଡାକ୍ତର ନ ଥିବାବେଳେ ଆନୁଷଙ୍ଗିକ ବ୍ୟବସ୍ଥା ନାହିଁ । ବିଭିନ୍ନ ସମୟରେ ଡାକ୍ତରଖାନାଗୁଡିକରେ ଗରିବ ଗର୍ଭବତୀମାନେ ଛୁଆ ଜନ୍ମ କରିବାକୁ ଲାଞ୍ଚ ଦେଇ ଶୋଷିତ ହେଉଥିବା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ଖଡିଆଳ ନିକଟସ୍ଥ ଚନାବେଡାଠାରେ ଏକ ବୃହତ ହସ୍ପିଟାଲ ବିଲଡିଂ ନିର୍ମାଣ କାମ ଆରମ୍ଭ ହୋଇଛି । ହେଲେ ବହୁ ବର୍ଷ ପରେ ମଧ୍ୟ ତାହା ଶେଷ ହୋଇପାରୁନାହିଁ । ବିଭିନ୍ନ କାରଣକୁ ନେଇ ଅଟକି ରହିଛି । ଏହା ଉପରେ ପ୍ରଶାସନ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ କରିବା ଜରୁରୀ ହୋଇପଡିଛ। ଜିଲାପାଳ ଏସବୁ ଉପରେ ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ କରିବାକୁ ମଞ୍ଚ ଦାବି କରିଛି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାଇ ଦିଆଯାଇଛି । ଏହା ଉପରେ ପ୍ରଶାସନ କିପରି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।


All Right Reserved By Dharitri.Com

ଲୋକ ସଭା ସଦସ୍ୟଙ୍କ ବୁଦ୍ଧିଜୀବୀ ସମ୍ମିଳନୀ

କୋମନା,୨୯।୮(ଡି.ଏନ.ଏ.) ନୂଆପଡା ଜିଲା କୋମନାସ୍ଥିତ କଲ୍ୟାଣ ମଣ୍ଡପରେ ବୁଧବାର କବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଲୋକ ସଭା ସଦସ୍ୟ ବସନ୍ତ ପଣ୍ଡା ମୁଖ୍ୟଅତିଥି...

ତେଲେଙ୍ଗାନା ଇଟାଭାଟିରେ ୪୧ଶ୍ରମିକ

ନୂଆପଡା ଅଫିସ,୨୯ା୩- ସାରା ଦେଶରେ ଲକଡାଉନ। ଆଗକୁ କଅଣ ହେବ ଅନିଶ୍ଚିତତା ମଧ୍ୟରେ ଲୋକ ଜୀବନ ବଞ୍ଚାଇବାକୁ ରାହା ଖୋକୁଛନ୍ତି। ଏଭଳି  ସ୍ଥିତିରେ ରାଜ୍ୟ ବାହାରେ...

ନୂଅଁ।ଖାଇ, ସହର ବଜାର ଚଳଚଞ୍ଚଳ ସବୁସ୍ତରରେ ପ୍ରସ୍ତୁତି ଶେଷ

ନୂଆପଡା ଅଫିସ,୨ା୯ ପୂର୍ବବର୍ଷ ଭଳି ଭାଦ୍ରବ ମାସ ପଞ୍ଚମୀ ତିଥିରେ ସମଗ୍ର ପଶ୍ଚିମ ଓଡିଶାରେ ନୂଆଖାଇ ପାଇଁ ଦିନ ଧାର୍ଯ୍ୟ ହୋଇଛି । ଏଥିପାଇଁ ସବୁଠି...

ଓଷ୍ଟାର ବ୍ଲକସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ: ବ୍ଲକ ନୂତନ କର୍ମକର୍ତ୍ତା ମନୋନୀତ

ନୂଆପଡା ଅଫିସ,୬ା୯-ସ୍ଥାନୀୟ ଗୋଡଫୁଲା ହାଇସ୍କୁଲ ପରିସରରେ ଓଷ୍ଟା (ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ) ନୂଆପଡା ବ୍ଲକସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ...

କରୋନା ସହାୟତା: ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଚନ୍ଦ୍ରକାର ସମାଜ ପକ୍ଷରୁ ଦେଢଲକ୍ଷ ଟଙ୍କା ଦାନ

ନୂଆପଡା ଅଫିସ,୧୬ା୪: ମୁଖ୍ୟମନ୍ତ୍ରୀଙ୍କ କରୋନା ରିଲିଫ ପାଣ୍ଠିକୁ ନୂଆପଡା ଜିଲା ଚନ୍ଦ୍ରକାର ସମାଜ ତରଫରୁ ଦେଢ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି ା ଗୁରୁବାର...

୩ୟ ନୂଆପଡା ପ୍ରିମିୟର ଲିଗ୍‌ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟନୀ ମ୍ୟାଚ୍‌ରେ ଖଡ଼ିଆଳ, ନୂଆପଡ଼ା ବିଜୟୀ

ନୂଆପଡା ଅଫିସ,୨୯ା୮: ସ୍ଥାନୀୟ ମିନିଷ୍ଟାଡିୟମରେ ନୂଆପଡା ଫୁଟବଲ ଆସୋସିଏଶନ ପକ୍ଷରୁ ପ୍ରିମିୟର ଲିଗ ଫୁଟବଲ ଟୁର୍ନାମେଣ୍ଟ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚରେ ଖଡିଆଳ ଏବଂ...

ଜମିପଟ୍ଟା ପାଇଁ ଜିଲାପାଳଙ୍କୁ ଗୁହାରି କଲେ: ଆମରଣ ଅନଶନ ସ୍ଥଗିତ କଲେ

ନୂଆପଡା ଅଫିସ,୧୭ା୯ ନୂଆପଡ଼ା ଜିଲା ଖଡିଆଳ ଏନଏସି ଅନ୍ତର୍ଗତ ବିଭିନ୍ନ ୱାର୍ଡରେ ପୁରୁଷାନୁକ୍ରମେ ଶତାଧିକ ପରିବାର ଲୋକ ଘର କରି ରହୁଥିବାବେଳେ ସେମାନଙ୍କ ନିକଟରେ ସରକାରୀ...

ମହାବିଦ୍ୟାଳୟସ୍ତରୀୟ ଯୁବ ରେଡକ୍ରସ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ରହିଛି

ନୂଆପଡା ଅଫିସ,୪ା୧୦- ସ୍ଥାନୀୟ ମହାମାୟା କଲେଜରେ ଚାଲିଥିବା ମହାବିଦ୍ୟାଳୟସ୍ତରୀୟ ଯୁବ ରେଡକ୍ରସ ଶିବିର ଉଦ୍‌ଯାପିତ ହୋଇଯାଇଛି। ଗୁରୁବାର ମହାମାୟା କଲେଜରୁ ଛାତ୍ରୀଛାତ୍ରମାନଙ୍କ ଏକ ଶୋଭାଯାତ୍ରା ବାହାରି...

Leave a comment

Your email address will not be published. Required fields are marked *