ଯନ୍ତ୍ରଣାରେ ଶିଶୁକନ୍ୟା, ଚିନ୍ତାରେ ମା’ ବାପା: ସରକାରୀ ଚିକିତ୍ସା ସହାୟତାକୁ ଅପେକ୍ଷା

ବୈଶିଙ୍ଗା,୨୨ା୯(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ କେନ୍ଦୁଆ ପଞ୍ଚାୟତ ଚୁଆପଦା ଗ୍ରାମର ବର୍ଷକର ଶିଶୁକନ୍ୟା ଦୁର୍ଗା। ମୁଣ୍ଡର ଆକାର ଅସ୍ବାଭାବିକ ଭାବେ ବୃଦ୍ଧି ପାଉଛି। ମେରୁଦଣ୍ଡ ଓ ମୁଣ୍ଡରେ ବଥ ବାହାରି କ୍ରମେ ବଢି ଚାଲିଛି। ଏଥିଲାଗି ଅସହ୍ୟ ଯନ୍ତ୍ରଣା ଭୋଗ କରୁଛି ଦୁର୍ଗା। ବିଭିନ୍ନ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇ କୌଣସି ସୁଫଳ ନ ପାଇବାରୁ ଗରିବ ମା’ ବାପା ରଶ୍ମିରେଖା ଦାସ ଓ ହେମନ୍ତ କୁମାର ଦାସ ଏବେ ଅସହାୟ ହୋଇପଡିଛନ୍ତି। ଡାକ୍ତରମାନେ ରୋଗ ଚିହ୍ନଟ କରିପାରୁ ନ ଥିବା ସେମାନେ କହିଛନ୍ତି। ଝିଅର ଜୀବନ ରକ୍ଷା ଲାଗି ସେମାନେ ସ୍ବାସ୍ଥ୍ୟ ପ୍ରଶାସନକୁ ନିବେଦନ କରି ସହାୟତା ପାଇବା ଲାଗି ଅପେକ୍ଷା କରି ବସିଛନ୍ତି।
ରଶ୍ମିରେଖା ଓ ହେମନ୍ତ କହିଛନ୍ତି, ଗତବର୍ଷ ସେପ୍ଟେମ୍ବର ମାସ ପାର୍ବଣ ଋତୁରେ ଏହି ଶିଶୁକନ୍ୟା ଜନ୍ମ ନେଇଥିବାରୁ ସେମାନେ ଖୁସିରେ ତା’ର ନାଁଁ ଦେଇଥିଲେ ଦୁର୍ଗା। ଅଳ୍ପ କିଛି ଦିନ ମଧ୍ୟରେ ସେ ଅଦ୍ଭୂତ ରୋଗରେ ପୀଡ଼ିତ ହୋଇ ଏପର୍ଯ୍ୟନ୍ତ ବିଛଣାରେ ପଡ଼ି ରହି ଯନ୍ତ୍ରଣାରେ ଛଟପଟ ହେଉଛି। ସେମାନେ ପ୍ରଥମେ ଝିଅକୁ ନେଇ ବାରିପଦାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟଠାରେ ଥିବା ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନ ଶିଶୁ ଚିକିତ୍ସା ବିଭାଗରେ ଭର୍ତ୍ତି କରିଥିଲେ। ପରେ ସେଠାକାର ଡାକ୍ତର ଶିଶୁକୁ କଟକ ଶିଶୁ ଭବନକୁ ନେଇଯାଅ କହି ଡିସ୍‌ଚାର୍ଜ କରି ଦେଇଥିଲେ। ସେମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ଦୁର୍ଗାକୁ କଟକସ୍ଥିତ ଶିଶୁଭବନକୁ ନେଇଥିଲେ। ସେଠାରେ ଡାକ୍ତର ନିରାଶାବାଣୀ ଶୁଣାଇବାରୁ ଏହି ଗରିବ ମା’ବାପା ଆମ୍ବୁଲାନ୍ସକୁ ଟଙ୍କା ଦେଇ ଦୁର୍ଗାଙ୍କୁ ଘରକୁ ନେଇ ଆସିଥିଲେ। ଆମ୍ବୁଲାନ୍ସରେ ନେବା ଆଣିବା ଲାଗି ସେମାନଙ୍କୁ ପ୍ରାୟ ୩ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା। ବର୍ତ୍ତମାନ ଏହି ଶିଶୁକନ୍ୟାଙ୍କ ଓଜନ ସାଢେ ୯ କିଲୋ । ମୁଣ୍ଡର ଆକାର ସାଧାରଣ ଆକୃତିର ଦୁଇଗୁଣା ହେଲାଣି। ଚଳିତ ମାସ ୧୨ ତାରିଖରେ ପରିବାର ଲୋକେ ଝିଅକୁ ନେଇ ଭୁବନେଶ୍ୱରର ଏମ୍‌ସ ହସ୍‌ପିଟାଲକୁ ଯାଇଥିଲେ। ସେଠାରେ କରାଯାଇଥିବା ପରୀକ୍ଷା ରିପୋର୍ଟ ଏଯାଏ ମିଳିନାହିଁ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ୩୬ ନଂ ଜୋନ୍‌ ଜିଲା ପରିଷଦ ସଭ୍ୟ ବ୍ରଜମୋହନ ବେହେରା ଓଡ଼ିଶା ରାଜ୍ୟ ଚିକିତ୍ସାପାଣ୍ଠିରୁ ଶିଶୁକନ୍ୟାଙ୍କ ଚିକିତ୍ସା ଲାଗି ସହାୟତା ଆଣିବାକୁ ବ୍ୟକ୍ତିଗତ ଭାବେ ଉଦ୍ୟମ କରିବେ ବୋଲି କହିଛନ୍ତି । ଏହି ଶିଶୁକନ୍ୟାର ଚିକିତ୍ସା ଲାଗି ଆବଶ୍ୟକ ସହାୟତା ଯୋଗାଇ ଦେବା ସକାଶେ ଗ୍ରାମବାସୀ ସ୍ବାସ୍ଥ୍ୟ ବିଭାଗ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଆକର୍ଷଣ କରିିଛନ୍ତି।


All Right Reserved By Dharitri.Com

ମୟୂରଭଞ୍ଜ ଛଉନୃତ୍ୟ ଦଳର ବିଦେଶ ଯାତ୍ରା

ବାରିପଦା ଅଫିସ, ୩୦।୧୧- ମୟୂରଭଞ୍ଜ ଛଉନୃତ୍ୟର ପ୍ରଚାର ପ୍ରସାର ଲାଗି ଜିଲା ପ୍ରଶାସନ ପକ୍ଷରୁ ୨୦୧୬ରୁ କାର୍ଯ୍ୟକାରୀ ହେଉଥିବା ପ୍ରୋଜେକ୍ଟ ଛାଉଣୀର ଏକ ନୃତ୍ୟଦଳ ଓ୍ବେଷ୍ଟଇଣ୍ଡିଜ...

ଲଘୁଚାପ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି

କୁଆମରା/ଉଦଳା/ ରାସଗୋବିନ୍ଦପୁର, ୨୭।୧୦ (ଡି.ଏନ୍‌.ଏ.)- ଲଘୁଚାପ ଜନିତ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କେତେକ ଅଞ୍ଚଳରେ...

ଦୁଇ ପଡ଼ୋଶୀ ମହିଳାଙ୍କ କଳି, ଜଣଙ୍କର ଜୀବନ ଗଲା

ରାସଗୋବିନ୍ଦପୁର, ୨୬।୧୧ (ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନାଠାରୁ ପ୍ରାୟ ୧୩ କି.ମି. ଦୂର ଅମର୍ଦ୍ଦା ପଞ୍ଚାୟତ ଅଧୀନ ବାଉଁଶୁଣି ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ...

ପୀଡ଼ିତାଙ୍କ ବୟାନ ରେକର୍ଡ: ବଳାତ୍କାର ପରେ ବିବାହ କରି ପ୍ରତାରଣା; ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର,୧୧ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଓ ଗର୍ଭନଷ୍ଟ କରିବା ଘଟଣାରେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ...

ଧାନ ଚାଷ ଉଜାଡ଼ିଲେ ହାତୀପଲ

କୁଆମରା,୫ା୧୧(ଡି.ଏନ୍‌.ଏ.)- ନୀଳଗିରି ରେଞ୍ଜ ଅଧୀନ କୁଲଡିହା ଜଙ୍ଗଲରୁ ୬ ଦିନ ହେଲା ଦନ୍ତା ସମେତ ମୋଟ ସାତଟି ହାତୀ ବାଟବଣା ହୋଇ କୁଆମରା ଫରେଷ୍ଟ ଅଞ୍ଚଳରେ...

ବଳାତ୍କାର ପୀଡ଼ିତା ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା

ବାରିପଦା ଅଫିସ/ ରାଇରଙ୍ଗପୁର,୪ା୧୨(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ପୋଲିସର ଅବହେଳା କାରଣରୁ ବଳାତ୍କାର ପୀଡ଼ିତା ଜଣେ ଅଧ୍ୟାପିକା ନ୍ୟାୟ ନ ପାଇ ଜୀବନ ହାରିବା ଘଟଣା ସମଗ୍ର...

ବସ୍‌ ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ

ବେତନଟୀ,୧୨ା୮(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ୧୮ ନଂ. ଜାତୀୟ ରାଜପଥର ରାଗଧା ଛକ ନିକଟରେ ରବିବାର ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ...

ସ୍କୁଟି ଡିକିରୁ ଲୁଟିନେଲେ ୪୦ହଜାର

ବଡ଼ସାହି,୧୯ା୯(ସ୍ବ.ପ୍ର): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀ ବଜାରରେ ଥିବା ବ୍ୟାଙ୍କ ସମ୍ମୁଖ ଏକ ସ୍କୁଟି ଡିକିରୁ ବୁଧବାର ଦୁବୃର୍ତ୍ତମାନେ ୪୦ହଜାର ଟଙ୍କା ଲୁଟି...

Leave a comment

Your email address will not be published. Required fields are marked *