ମାର୍କେଟ କମ୍ପ୍ଲେକ୍ସ ଉଦ୍‌ଘାଟନକୁ ୩ବର୍ଷ ବିତିଲାଣି: ଥଇଥାନ ହୋଇ ପାରୁନାହାନ୍ତି ୪୦ ବ୍ୟବସାୟୀ

ତିହିଡ଼ି, ୨୩।୫(ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ପାଳିଆବିନ୍ଧା ପଞ୍ଚାୟତରେ ମାର୍କେଟ କମ୍ପ୍ଲେକ୍ସ ଉଦ୍‌ଘାଟନକୁ ୩ବର୍ଷ ବିତିଲାଣି। ଏଯାଏ ଏହାକୁ ବ୍ୟବହାର ଉପଯୋଗୀ କରାଯାଇ ନାହିଁ। ଏ ନେଇ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପାଳିଆ ହାଟରୁ ଉଚ୍ଛେଦ ହୋଇଥିବା ୪୦ ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ପ୍ରଶାସନିକ ଅବହେଳା କାରଣରୁ ସେମାନଙ୍କ ଜୀବନ ଜୀବିକା ସଙ୍କଟରେ ପଡିଛି।
ନିୟନ୍ତ୍ରିତ ବଜାର କମିଟି (ଆରଏମସି) ଅଧୀନରେ ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଲାଗି ୧.୪କୋଟି ଟଙ୍କା ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଥିଲା। ପଞ୍ଚାୟତବାସୀଙ୍କ ଆର୍ଥିକ ବିକାଶ ଲାଗି ସରକାର ଯୋଜନା କରିଥିଲେ ମଧ୍ୟ ରାଜନୈତିକ ବିବାଦ ଏଥିରେ ଅନ୍ତରାୟ ସୃଷ୍ଟି କରିଥିଲା। ସେତେବେଳେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଲାଗି ପାଳିଆ ହାଟରୁ ଦୋକାନୀଙ୍କୁ ଉଚ୍ଛେଦ କରାଯାଇ ଥଇଥାନ କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ସରିବା ପରେ ୨୦୧୬ରେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଏହାକୁ ଉଦ୍‌ଘାଟନ କରିଥିଲେ। ପରେ କମ୍ପ୍ଲେକ୍ସ ଗୃହର ଆବଣ୍ଟନ ବେଳେ ବିବାଦ ଉପୁଜିବାରୁ ପ୍ରଶାସନ ଅଡୁଆରେ ପଡିଥିଲା। ତତ୍କାଳୀନ ଉପଜିଲାପାଳ, ଆରଏମସି ସମ୍ପାଦକ, ସରପଞ୍ଚ ଏବଂ ଦୋକାନୀମାନଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲେ ମଧ୍ୟ ପରେ ବିବାଦୀୟ ସ୍ଥିତି ବଢିଥିଲା। ଏହାମଧ୍ୟରେ ୩ବର୍ଷ ବିତି ଯାଇଥିଲେ ମଧ୍ୟ ମାର୍କେଟ କମ୍ପ୍ଲେକ୍ସ ଅବ୍ୟବହୃତ ହୋଇ ପଡ଼ିରହିଛି। ଆରଏମସି କର୍ତ୍ତୃପକ୍ଷଙ୍କ ଅବହେଳାରୁ ଏ ପ୍ରକାର ପରିସ୍ଥିତି ଉପୁଜିଥିବା ପୂର୍ବତନ ସରପଞ୍ଚ ବସନ୍ତ ନାୟକ ଏବଂ ଅନ୍ୟ ବ୍ୟବସାୟୀ କହିଛନ୍ତି। ବିଭିନ୍ନ ସମୟରେ ଆରଏମସି କର୍ତ୍ତୃପକ୍ଷଙ୍କୁ ଭେଟି ମାର୍କେଟ କମ୍ପ୍ଲେକ୍ସ ସମସ୍ୟା ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିବା ସରପଞ୍ଚ ଉଷାକାନ୍ତ ନାୟକ କହିଛନ୍ତି। ନିର୍ବାଚନ ଆଚରଣ ବିଧି ଉଠିବା ପରେ ମାର୍କେଟ କମ୍ପ୍ଲେକ୍ସ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଆରଏମ୍‌ସି ସମ୍ପାଦକ ବିକାଶ ନାୟକ କହିଛନ୍ତି।


All Right Reserved By

ମାଙ୍କଡ଼ପଡ଼ା ଅଞ୍ଚଳରେ ହାତୀ ଉପଦ୍ରବ

କପ୍ତିପଦା,୩ା୬(ଡି.ଏନ.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ର ମାଙ୍କଡ଼ପଡ଼ା ପଞ୍ଚାୟତରେ ଗତ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ଏଥିନେଇ ଲୋକେ ଭୟଭୀତ...

ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା

ଖଇରା, ୨୧।୪(ଡି.ଏନ.ଏ.)-ଖଇରା ବ୍ଲକ ବର୍ତ୍ତନା ପଞ୍ଚାୟତ ଅଧୀନ ତୁମ୍ବାପଦି ଗ୍ରାମର ଚାଷୀ ସୂର୍ଯ୍ୟମଣୀ ପାଢୀଙ୍କର ଦୁର୍ଘଟଣାରେ ମୃତ୍ୟୁବରଣ କରିବା ପରେ ଏବେ ତାଙ୍କ ପରିବାରକୁ ବୀମା...

ଶ୍ରମ ଆଇନ ସଂଶୋଧନ ପ୍ରସ୍ତାବକୁ ବିରୋଧ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବାଲେଶ୍ୱର ଅଫିସ, ୨।୮-କେନ୍ଦ୍ର ସରକାର ସଂସଦରେ ଆଗତ କରିଥିବା ଶ୍ରମ ଆଇନ ସଂଶୋଧନ ପ୍ରସ୍ତାବକୁ ବିରୋଧ କରି ଶୁକ୍ରବାର ପୂର୍ବାହ୍ନରେ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ...

ବେଆଇନ ସର୍ଭିସିଂ ସେଣ୍ଟର ଲାଗି ସୁନା ନଦୀ ପ୍ରଦୂଷିତ

ଯୋଡ଼ା, ୨୦।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ସହରରେ ଏକ ବେଆଇନ ସର୍ଭିସିଂ ସେଣ୍ଟର କରି ଲକ୍ଷ ଲକ୍ଷ ଲିଟର ପାଣି ନିଜ କାରବାରରେ ବ୍ୟବହାର କରିବା ସହିତ...

ନୀଳରକ୍ତ କଙ୍କଡ଼ା ସୁରକ୍ଷା ପାଇଁ ରକ୍ଷାବନ୍ଧନ ଉତ୍ସବ

ରୂପ୍‌ସା, ୧୭ା୮(ଡି.ଏନ୍‌.ଏ.)-ନୀଳରକ୍ତ କଙ୍କଡ଼ାର ସୁରକ୍ଷା ଦିଗରେ ସରକାର ଯତ୍ନବାନ ହେବାର ସମୟ ଆସିଛି। ବିରଳ ଓ ବିଲୁପ୍ତପ୍ରାୟ ଏହି କଙ୍କଡ଼ାର ସୁରକ୍ଷା ଓ ତା ସମ୍ପର୍କରେ...

ଧୂଳିଧୂଆଁରେ ଲୋକେ ଅତିଷ୍ଠ

ଯୋଡ଼ା, ୨୯।୪(ଡି.ଏନ.ଏ.): ଯୋଡ଼ା ଖଣି ମଣ୍ଡଳର ୨ନଂ ରାଜ୍ୟ ରାଜପଥର ଜୁରୁଡି-ବାମେବାରୀ ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତା ଦେଇ ଦୈନିକ ଶତାଧିକ ଟ୍ରକ୍‌ ଓ...

ଶଟର ଭାଙ୍ଗି ଗହଣା ଦୋକାନରେ ଚୋରି

ନୀଳଗିରି,୧୩।୭(ଡି.ଏନ.ଏ.): ନୀଳଗିରି ଥାନା ଅଧୀନ ସନ୍ତରାଗଡିଆ ବଜାରରେ ନ୍ୟୁ ନାରାୟଣ ଜୁଏଲାରି ଦୋକାନରୁ ଲୁଟ୍‌ ହୋଇଛି। ଶୁକ୍ରବାର ବିଳମ୍ବତି ରାତିରେ କେହି ଦୁର୍ବୃତ୍ତ ଶଟର ଭାଙ୍ଗି ...

ମାଲ ବୋଝେଇ ଟ୍ରେନରେ ନିଆଁ

ସୋର, ୧୦।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ରେଳ ଷ୍ଟେଶନଠାରେ ସୋମବାର ପୂର୍ବାହ୍ନରେ ଏକ କୋଇଲା ବୋଝେଇ ଟ୍ରେନ୍‌ରେ ହଠାତ୍‌ ନିଅଁା ଲାଗିଯାଇଥିଲା। ଡ୍ରାଇଭର ଏହା ଜାଣିପାରି ଟ୍ରେନକୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *