Posted inଖେଳ

ଜାତୀୟ ରାଲି ଚାମ୍ପିୟନଶିପ:ଗୌରବଙ୍କ କାର୍‌ ଦୁର୍ଘଟଣାରେ ୩ ମୃତ

ବାରମେର(ରାଜସ୍ଥାନ),୨୧।୯(ପି.ଟି.)- ଏକ ଅଭାବନୀୟ ଘଟଣାକ୍ରମେରେ ଭାରତୀୟ ରାଲି ଡ୍ରାଇଭର ଗୌରବ ଗିଲ୍‌ଙ୍କ କାର୍‌ ଏକ ମୋଟରସାଇକେଲଙ୍କୁ ଧକ୍କା ଦେବା ଫଳରେ ୩ଜଣ ମୃତ୍ୟୁ ବରଣ କରିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ଗୌରବ ଦେଶର ପ୍ରଥମ ମୋଟରସ୍ପୋଟର୍‌ସ ଡ୍ରାଇଭର ହିସାବରେ ଅର୍ଜୁନ ପୁରସ୍କାର ହାସଲ କରିଥିଲେ। ଏହି ଦୁର୍ଘଟଣାରେ ଗୌରବ ମଧ୍ୟ ଆହତ ହୋଇଛନ୍ତି ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶନିବାର ଏଠାରେ ମ୍ୟାକ୍ସପେରିଏନ୍ସ ରାଲି ଏଫ୍‌ଏମ୍‌ଏସ୍‌ସିଆଇ ଭାରତୀୟ ନ୍ୟାଶନାଲ ଚାମ୍ପିୟନଶିପ ରାଉଣ୍ଡ-୩ ଅବସରରେ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା।
ଏହି ଦୁର୍ଘଟଣାରେ ନରେନ୍ଦ୍ର, ତାଙ୍କ ପତ୍ନୀ ପୁଷ୍ପା ଓ ଏମାନଙ୍କ ପୁଅ ଜିତେନ୍ଦ୍ର ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ଏହି ଘଟଣା ପରେ ରାଲିକୁ ବାତିଲ କରାଯାଇଛି। ଷ୍ଟେଜ୍‌-୧ରେ ଗୌରବ ଘଣ୍ଟାପ୍ରତି ୧୪୫ କି.ମି. ବେଗରେ ଗାଡି ଚଳାଉଥିଲେ। ୫ରୁ ୧୦ ମିଟର ମଧ୍ୟରେ ସେ ହଠାତ ଗାଡିକୁ ବାମ୍‌ ପଟକୁ ନେଉଥିବା ବେଳେ ମୋଟରସାଇକେଲ ସହ କାରର ଧକ୍କା ହୋଇଥିଲା। ଗାଡିକୁ ରୋକିବା ପାଇଁ ଗୌରବ ଚେଷ୍ଟ କରିଥିଲେ ମଧ୍ୟ ସେ ବିଫଳ ହୋଇଥିଲେ।
ପ୍ରତିଯୋଗିତା ଚାଲୁଥିବା ବେଳେ ବ୍ୟାରିକେଡ ଭାଙ୍ଗି ରାସ୍ଥା ଉପରକୁ ନ ଆସିବାକୁ ଆମେ ବାରମ୍ବାର ସତର୍କ କରାଇଥିଲେ ମଧ୍ୟ ଗାଁ ଲୋକେ ଏହାକୁ ଖରି କରୁନାହାନ୍ତି। ଯାହାଫଳରେ ଏଭଳି ଦୁର୍ଘଟଣା ଘଟୁଛି ବୋଳି ଆଇଏନ୍‌ଆରସି ପ୍ରମୋଟର ଭାମସି ମେର୍ଲା କହିଛନ୍ତି। ୧୫ ଦିନ ଆଗରୁ ରାସ୍ତା ବନ୍ଦ ହୋଇଛି ବୋଲି ଆମେ ବାରମ୍ବାର ସତର୍କ କରାଇ ଆସିଛୁ। ଫିଲ୍ଡ ମାର୍ଶାଲଙ୍କ ସହ ନରେନ୍ଦ୍ର ଯୁକ୍ତିତର୍କ କରିଥିଲେ। ଏହି ଅବସରରେ ସୁବିଧା ଦେଖି ନରେନ୍ଦ୍ର ବ୍ୟାରିକେଡ ଭାଙ୍ଗି ଟ୍ରାକ୍‌ ଉପରକୁ ଚାଲିଯାଇଥିଲେ। ଫଳରେ ଏହି ଦୁର୍ଘଟଣା ଘଟିଥିଲା ବୋଲି ସେ କହିଛନ୍ତି। ଅତ୍ୟଧିକ ବେଗରେ ଥିବାରୁ ଗୌରବ ଗାଡିକୁ ରୋକିବାରେ ବିଫଳ ହୋଇଥିଲେ। ସବୁ ପ୍ରକାର ବିହିତ ବ୍ୟବସ୍ଥା ଗ୍ରହଣ କରିଥିଲେ ମଧ୍ୟ ଏଭଳି ଦୁର୍ଘଟଣା ଘଟିବା ନିହାତି ଦୁର୍ଭାଗ୍ୟଜନକ ବୋଲି ଏଫ୍‌ଏସ୍‌ସିଆଇ ଅଧ୍ୟକ୍ଷ ଜେ. ପୃଥ୍ବୀରାଜ କହିଛନ୍ତି। ନରେନ୍ଦ୍ର ଶୋକସନ୍ତପ୍ତ ପରିବାରକୁ ଆମେ ସମବେଦନା ଜଣାଉଛୁ। ପୂରା ମୋଟୋରସ୍ପୋଟର୍‌ସ ପରିବାର ନେରେନ୍ଦ୍ରଙ୍କ ପରିବାର ସହ ବିପଦ ବେଳେ ଆମେ ଛିଡ଼ା ହୋଇଛୁ ବୋଲି ସେ କହିଛନ୍ତି।


All Right Reserved By Dharitri.Com

Posted inଖେଳ View All

ସିବିଏସ୍‌ଇ କ୍ଲଷ୍ଟର ଆଥଲେଟିକ୍‌ ଚାମ୍ପିୟନଶିପ୍‌: ଶ୍ରେଷ୍ଠ ପ୍ରଦର୍ଶନ ସହ ଆଂଶିକାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୨।୧୦(କ୍ରୀଡ଼ା ପ୍ରତିନିଧି)-ଛତିଶଗଡ଼ର ରାୟପୁରଠାରେ ଅନୁଷ୍ଠିତ ସିବିଏସ୍‌ଇ କ୍ଲଷ୍ଟର ଆଥଲେଟିକ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଆଂଶିକା ରାଉତରାୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୧୭ ବର୍ଷରୁ କମ୍‌...

କୋଟିଫ୍‌ କପ୍‌ ମହିଳା ଫୁଟବଲ:ବଲିଭିଆକୁ ହରାଇଲା ଭାରତ

ନୂଆଦିଲ୍ଲୀ,୪।୮(ପି.ଟି.)- ସ୍ପେନ୍‌ରେ ଚାଲିଥିବା କୋଟିଫ୍‌ କପ୍‌ ଫୁଟବଲ୍‌ ଟୁର୍ନାମେଣ୍ଟରେ ଭାରତୀୟ ମହିଳା ଫୁଟବଲ ଦଳ ଏକ ବଡ଼ ବିପର୍ଯ୍ୟୟ ଘଟାଇଛି। ଭାରତ ୩-୧ ଗୋଲ୍‌ରେ ଶକ୍ତିଶାଳୀ...

ହାମିଲ୍‌ଟନ ଜିତିଲେ ରୁଷିଆନ ଗ୍ରାଁ ପ୍ରି

ସୋଚି, ୨୯।୯-ମର୍ସିଡିଜ୍‌ ଡ୍ରାଇଭର ବ୍ରିଟେନର ଲୁଇସ ହାମିଲ୍‌ଟନ ରବିବାର ଅନୁଷ୍ଠିତ ରୁଷିଆନ ଗ୍ରାଁ ପ୍ରି ଫର୍ମୁଲା ଓ୍ବାନ୍‌ ମୋଟର ରେସିଂରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।...

ଚତୁର୍ଥ ରାଉଣ୍ଡରେ ଫେଡରର, ଜୋକୋଭିଚ୍‌, ସିଲିକ

ମେଲବୋର୍ନ, ୨୫।୧(ଏଏଫପି)- ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲ୍ସରେ ଶୁକ୍ରବାର ସିଡେଡ ଖେଳାଳିମାନେ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସୁଇଜରଲାଣ୍ଡର ଅଭିଜ୍ଞ ଖେଳାଳି ତୃତୀୟ ସିଡ୍‌ ରୋଜର...

ଏସବୁ ସୁନ୍ଦରୀ କ୍ରିକେଟର: ପଡ଼ିଆରେ ମାରନ୍ତି ଚଉକା ଛକା

ଓ୍ବାଶିଂଟନ,୨୬।୧୨: ଦୁନିଆର ମହିଳା କ୍ରିକେଟ ଦଳରେ ଥିବା କେତେକ ସୁନ୍ଦରୀ କ୍ରିକେଟର ଦେଖିବାକୁ ଯେମିତି ଖେଳ ପଡ଼ିଆରେ ତାଙ୍କର ଯାଦୁ ମଧ୍ୟ ସେମିତି। ସେମାନେ ପଡ଼ିଆକୁ...

କୋଚ୍‌ ପଦ ଛାଡିଲେ ମାରାଡୋନା

ବୁଏନ୍ସ ଆରିଜ୍‌,୨୦।୧୧ (ଏଏଫ୍‌ପି)- ଆର୍ଜେଣ୍ଟିନା କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନା ଆର୍ଜେଣ୍ଟିନାର ସୁପରଲିଗା ଦଳ ଜିମ୍‌ନାସିଆ କୋଚ୍‌ ପଦରୁ ଇସ୍ତଫା ଦେଇଛନ୍ତି। ନିଯୁକ୍ତ ହେବାର ୩...

ୟୁଏସ୍‌ ଓପନ: ସେମିରୁ ସୌରଭ ବାଦ୍‌

ଫୁଲର୍ଟନ(ଆମେରିକା),୧୪।୭(ପିଟି)- ଚଳିତ ୟୁଏସ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଛି। ଅନ୍ତିମ ଭାରତୀୟ ଖେଳାଳି ଭାବେ ସୌରଭ ବର୍ମା ପୁରୁଷ ସିଙ୍ଗଲ୍ସ ବର୍ଗର...

ଇଣ୍ଡୋ ଇଣ୍ଟରନ୍ୟାଶନାଲ କବାଡ଼ି ଆଜିଠାରୁ: ପୁଣେ- ହରିୟାଣା ଉଦ୍‌ଘାଟନୀ ମ୍ୟାଚ୍‌

ପୁଣେ,୧୩।୫(ପି.ଟି.)- ସୋମବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡୋ- ଇଣ୍ଟରନ୍ୟାଶନାଲ ପ୍ରିମିୟର କବାଡ଼ି ଲିଗ୍‌। ଉଦ୍‌ଘାଟନୀ ମ୍ୟାଚ୍‌ରେ ହରିୟାଣା ହିରୋଜ ଓ ଘରୋଇ ପୁଣେ ପ୍ରାଇଡ୍‌...

Leave a comment

Your email address will not be published. Required fields are marked *