ଅଖା ଗୋଦାମରୁ ଚୋରି ଘଟଣା : ୨ ଗିରଫ

ବ୍ରହ୍ମପୁର ଅଫିସ,୨୧।୯: ଗଞ୍ଜାମ ଜିଲା ସଦର ଥାନା ପୋଲିସ ଏକ ଅଖା ଗୋଦାମରୁ ଚୋରି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ବଡ଼ବଜାର ଥାନା ଅନ୍ତର୍ଗତ ପ୍ରହଲ୍ଲାଦ ନଗରର ନିଲୁ ସ୍ବାଇଁ (୨୪) , ସମୀର ଜେନା (୨୦)। ପୋଲିସ ସେମାନଙ୍କ ନିକଟରୁ ୬୦ ବଣ୍ଡଲ ଅଖା ଜବତ କରିଛି। କେସ୍‌ ନଂ. ୨୪୧/୧୯ରେ ଦୁଇଜଣଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ସନ୍ତୋସିନୀ ଓରାମ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଗୁରୁବାର ରାତିରେ ଗୁଣ୍ଠବନ୍ଧସ୍ଥିତ ଏକ ଅଖା ଗୋଦାମର କବାଟ ଭାଙ୍ଗି ସେମାନେ ୬୦ ବଣ୍ଡଲ ଅଖା ଚୋରି କରି ନେଇଯାଇଥିଲେ। ଗୋଦାମ ମାଲିକ ବିପିନ ପାଣିଗ୍ରାହୀ ଶୁକ୍ରବାର ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଦ୍ୱୟ ଚୋରି ଅଖାଗୁଡ଼ିକ ବିକ୍ରି କରୁଥିବା ଖବର ପାଇ ପୋଲିସ ସେମାନଙ୍କୁ ଧରିଥିଲା।


All Right Reserved By Dharitri.Com

କୁଶକିଳା ଡବଲ ମର୍ଡର ମାମଲା: ଝସକେତନଙ୍କୁ ଆଜୀବନ ଜେଲ୍‌

ଅନୁଗୋଳ ଅଫିସ, ୨୭।୯-ବହୁ ଚର୍ଚ୍ଚିତ କୁଶକିଳା ଡବଲ ମର୍ଡର ଓ ମାଉସୀ ପୁତୁରା ହତ୍ୟା ମାମଲାର ଏକମାତ୍ର ଅଭିଯୁକ୍ତ ଝସକେତନ ରାଉତଙ୍କୁ ଅନୁଗୋଳ ଜିଲା ଓ...

ଅନ୍ଧବିଶ୍ୱାସ: ବଜ୍ରପାତରେ ମୃତ ବୃଦ୍ଧଙ୍କୁ ଗୋବରରେ ପୋତି ଦେଲେ ପରିବାର ଲୋକେ

ପାଟଣା,୯।୧୦(ସ୍ବ.ପ୍ର.) :କେନ୍ଦୁଝର ଜିଲା ପାଟଣା ଥାନା ମାଛଗଡ ପଞ୍ଚାୟତ ଅନ୍ତର୍ଗତ ଦୁଧିନାଳି ଗ୍ରାମରେ ବଜ୍ରପାତରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଜଙ୍ଗରାଇ...

ଫାଟକରେ ତାଲା ପକାଇ ଆନ୍ଦୋଳନରେ ବସିଲେ ଗ୍ରାମବାସୀ, କମ୍ପାନୀ କର୍ମଚାରୀଙ୍କୁ ଛାଡ଼ିଲେନି ଭିତରକୁ

ଯୋଡ଼ା,୪ା୭(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ଟାଟା ଷ୍ଟିଲ କମ୍ପାନୀର ଯୋଡ଼ା ଇଷ୍ଟ ଲୁହାପଥର ଖଣିର ଫାଟକରେ ତାଲା ପକାଇ ଯୋଡ଼ା ବସ୍ତିର ମୂଳ ଅଧିବାସୀମାନେ...

୧୪ ରୁଟ୍‌ରେ ୩୫ରୁ ଊର୍ଦ୍ଧ୍ୱ ବସ୍‌ ବନ୍ଦ

ଜୟପୁର,୪ା୧୨(ନି.ପ୍ର)-ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନ ହେଉଥିବାରୁ ଅବିଭକ୍ତ କୋରାପୁଟ ଜିଲାରେ ହାଇଆଲର୍ଟ ଜାରି କରାଯାଇଛି। ଜୟପୁରରୁ ମାଲକାନଗିରି ବସ୍‌ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ସୁରକ୍ଷା...

ନଦୀରୁ ମିଳିଲା ନିଖୋଜ ଶିଶୁଙ୍କ ମୃତଦେହ

ଭଣ୍ଡାରିପୋଖରୀ, ୨୮।୭ (ଡି.ଏନ୍‌.ଏ.) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବନ୍ଦାଳୋ ମଢିଆଳି ପଞ୍ଚାୟତ ବନ୍ଦାଳୋ ଗ୍ରାମର ଜଗନ୍ନାଥ ରଣାଙ୍କ ୧୮ ମାସର ପୁଅ...

ଗଛ ପକାଇ ରାସ୍ତା ଅବରୋଧ କଲେ ମାଓବାଦୀ

ଦାରିଙ୍ଗବାଡ଼ି,୨୫।୧୦(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି-କ.ନୂଆଗଁା ସୀମାନ୍ତବର୍ତ୍ତୀ କନ୍ଦିବାନ୍ଦା ନିକଟରେ ମାଓବାଦୀମାନେ ଗୁରୁବାର ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ...

ପରିଣତ ବୟସରେ ଜିଲାପାଳଙ୍କୁ ଫେରାଦ

ବରଗଡ଼ ଅଫିସ୍‌,୨୨।୭- ନାଁ ତାଙ୍କର କୁଲରନ୍‌ ନାୟକ। ବରଗଡ଼ ଜିଲା ବରପାଲି ଏନଏସି ଅଧିନ ୱାର୍ଡ଼ ନଂ-୩ରେ ସେ ବର୍ତ୍ତମାନ ରହୁଛନ୍ତି । ପରିଣତ ବୟସରେ...

ସୁଲୁମାହା ଘାଟିରେ ଟ୍ରାକ୍ଟର ଧକ୍କାରେ ଦାଦା, ପୁତୁରାଙ୍କ ମୃତ୍ୟୁ ଘଟଣା: ମୃତଦେହ ରଖି ରାଜପଥ ଅବରୋଧ, ୧୦ ଲକ୍ଷ କ୍ଷତିପୂରଣ ଦାବି

ଦାରିଙ୍ଗବାଡ଼ି,୨୨।୬(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସୁଲୁମାହା ଘାଟିରେ ଶୁକ୍ରବାର ସଂନ୍ଧ୍ୟା ୭ଟାରେ ଟ୍ରାକ୍ଟର ଧକ୍କାରେ ବାଇକରେ ଯାଉଥିବା ଦାଦା, ପୁତୁରାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ...

Leave a comment

Your email address will not be published. Required fields are marked *