Posted inଖେଳ

ଜାତୀୟ ସବ୍‌ଜୁନିୟର ହକି: ଓଡ଼ିଶା ଚାମ୍ପିୟନ

ଭୁବନେଶ୍ୱର, ୨୩।୫(କ୍ରୀଡ଼ା ପ୍ରତିନିଧି)- ଛତିଶଗଡ଼ର ରାୟପୁରରେ ଅନୁଷ୍ଠିତ ଜାତୀୟ ସବ୍‌ଜୁନିୟର(ଡିଭିଜନ-ଏ) ହକି ଟୁର୍ନାମେଣ୍ଟରେ ଓଡ଼ିଶା ଚାମ୍ପିୟନ ହୋଇଛି। ବୁଧବାର ଅନୁଷ୍ଠିତ ଫାଇନାଲରେ ଓଡ଼ିଶା ଶୁଟ୍‌ଆଉଟ୍‌ ୩-୧ ଗୋଲରେ ଉତ୍ତର ପ୍ରଦେଶକୁ ପରାସ୍ତ କରିଛି। ପ୍ରକାଶ ଯୋଗ୍ୟ ଯେ, ଏହାକୁ ମିଶାଇ ଓଡ଼ିଶା ୭ମ ଥରପାଇଁ ଜାତୀୟ ଚାମ୍ପିୟନ ହୋଇ ଇତିହାସ ରଚିଛି।
ଓଡ଼ିଶା-ଉତ୍ତର ପ୍ରଦେଶ ମ୍ୟାଚ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ରହିବାପରେ ଦ୍ୱିତୀୟ କ୍ୱାର୍ଟରରେ ଅର୍ଥାତ୍‌ ୨୪ତମ ମିନିଟରେ ପେନାଲ୍ଟି କର୍ନରରୁ ଓଡ଼ିଶା ପାଇଁ ଗୋଲ ଦେଇଥିଲେ ଅଧିନାୟକ ଲବନ ଲୁଗୁନ। ତୃତୀୟ କ୍ୱାର୍ଟରରେ ୩୮ତମ ମିନିଟରେ ଉତ୍ତର ପ୍ରଦେଶ ଅଧିନାୟକ ସୌରଭ ଆନନ୍ଦ ଗୋଲ ପରିଶୋଧ କରିବାରୁ ମ୍ୟାଚ ୧-୧ ସ୍ଥିତିକୁ ଚାଲି ଆସିଥିଲା। ୪ର୍ଥ କ୍ୱାର୍ଟରରେ କଡ଼ା ଟକ୍କର ହୋଇଥିଲା। ୪୯ତମ ମିନିଟରେ ଅଙ୍କିତ୍‌ ପ୍ରଜାପତିଙ୍କ ଗୋଲ ବଳରେ ଉତ୍ତର ପ୍ରଦେଶ ଅଗ୍ରଣୀ ନେଇଥିଲା। ମାତ୍ର ଦଳର ଖୁସି ବେଶୀସମୟ ତିଷ୍ଠି ନ ଥିଲା। ଏହାର ୩ ମିନିଟ ପରେ ଅର୍ଥାତ୍‌ ୫୨ତମ ମିନିଟରେ ଓଡ଼ିଶାର ପ୍ରବୀନ୍‌ ଇନ୍ଦଓ୍ବାର ଗୋଲ ପରିଶୋଧ କରିବାରୁ ନିର୍ଦ୍ଧାରିତ ସମୟରେ ମ୍ୟାଚ ୨-୨ ସ୍ଥିତିରେ ରହିଥିଲା। ଫଳାଫଳ ନିର୍ଣ୍ଣୟ ପାଇଁ ଶୁଟ୍‌ଆଉଟର ସହାୟତା ନିଆ ଯାଇଥିଲା। ଏହି ପର୍ଯ୍ୟାୟରେ ଓଡ଼ିଶା ପକ୍ଷରୁ ଲବନ ଲୁଗୁନ, ରାଜମନ ତେଲି ଓ ରୋଶନ କୁଜୁର ଗୋଲ ଦେଇଥିବାବେଳେ ଉତ୍ତର ପ୍ରଦେଶ ପକ୍ଷରୁ ଚନ୍ଦନ ଯାଦବ ଏକମାତ୍ର ଗୋଲ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ଅଜୟ ଯାଦବ,ସୁଜିତ କୁମାର ଓ ମହମଦ ହାରିସ ଗୋଲ ଦେବାରେ ବିଫଳ ହେବାରୁ ଓଡ଼ିଶା ବିଜୟ ମୁକୁଟ ପିନ୍ଧିଥିଲା। ହକି ଓଡ଼ିଶା ସଭାପତି ଜଷ୍ଟିସ୍‌ ଏ.ଏସ. ନାଇଡୁ ଓ ସାଧାରଣ ସମ୍ପାଦକ ପ୍ରତାପ ଶତପଥୀ ଓଡ଼ିଶା ଦଳର ଖେଳାଳି, କୋଚ୍‌ ଓ ମ୍ୟାନେଜରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚରେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆକୁ ୩-୦ ଗୋଲରେ ହରାଇ ଝାଡ଼ଖଣ୍ଡ ତୃତୀୟ ସ୍ଥାନ ଅଧିକାର କରିଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ ବିପକ୍ଷରେ ଝାଡ଼ଖଣ୍ଡ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ବିଜୟୀ ଦଳ ପକ୍ଷରୁ ୯ମ ମିନିଟରେ ଫ୍ଲାବିଅସ ତିର୍କୀ ପ୍ରଥମ ଗୋଲଟି ଦେଇଥିବାବେଳେ ଦ୍ୱିତୀୟ ଓ ତୃତୀୟ କ୍ୱାର୍ଟର ଗୋଲଶୂନ୍ୟ ରହିଥିଲା। ୪ର୍ଥ କ୍ୱାର୍ଟର ଅର୍ଥାତ୍‌ ୪୮ତମ ମିନିଟରେ ଦୀପକ ସୋରେଙ୍ଗ ଓ ୫୨ତମ ମିନିଟରେ ଜୋସେଫ ଟପ୍ନୋ ଗୋଲ ଦେଇ ଝାଡ଼ଖଣ୍ଡ ଏକପାଖିଆଭାବେ ବିଜୟ ହାସଲ କରିଥିଲା।


All Right Reserved By

Posted inଖେଳ

ପ୍ରୋ-କବାଡ଼ି ଲିଗ: ଜୟପୁର, ହରିୟାଣା ବିଜୟୀ

ହାଇଦ୍ରାବାଦ,୨୩ା୭(ପି.ଟି.): ପ୍ରୋ-କବାଡି ଲିଗ୍‌ର ସିଜନ୍‌-୭ରେ ଜୟପୁର ପାନ୍ଥର୍ସ ଓ ହରିୟାଣା ଷ୍ଟିଲର୍ସ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସ୍ଥାନୀୟ ଗାଚିବାଓ୍ବଲି ଇନ୍‌ଡୋର ଷ୍ଟାଡ଼ିୟମରେ ସୋମବାର ଅନୁଷ୍ଠିତ...

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ:ଦକ୍ଷିଣ ଆଫ୍ରିକା ୬-୦ରେ ବିଜୟୀ

ଭୁବନେଶ୍ୱର, ୧୧।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ପୁଲ ‘ବି’ ଶେଷ ଲିଗ୍‌ ମ୍ୟାଚରେ ଦକ୍ଷିଣ ଆଫ୍ରିକା...

ମାଗଣା ମ୍ୟାକ୍‌ଡୋନାଲ୍ଡ ବର୍ଗର ଦେଇଥିବା ଝିଅକୁ ଖୋଜୁଛନ୍ତି ରୋନାଲ୍ଡୋ

ମାଡ୍ରିଡ୍‌,୨୧।୯: ପୂର୍ବତନ ରିଅଲ ମାଡ୍ରିଡ୍‌ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବେ ବିଶ୍ୱର ଅନ୍ୟତମ ବିତ୍ତଶାଳୀ ଆଥ୍‌ଲେଟ। କିନ୍ତୁ ଧନ ଯୋଗୁ ନିଜର ସଂଘର୍ଷବେଳର କାହାଣୀ ଭୁଲି...

ଯୁବରାଜ ସିଂଙ୍କୁ କଫି ପିଇବାର ପ୍ରତିଶ୍ରୁତି ଦେଇ ଠିକଣା ଦିନ ଫୋନ୍‌ ଅଫ୍‌ ରଖୁଥିଲେ ଏହି ଯୁବତୀ

ଅନେକ ଦିନ ପର୍ଯ୍ୟନ୍ତ ପରଦା ପଛରେ ସମ୍ପର୍କକୁ ଲୁଚାଇବା ପରେ କ୍ରିକେଟର୍‌ ଯୁବରାଜ ସିଂ ଏବଂ ହାଜେଲ କିଚ୍‌ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବହୁଦିନ...

ହିମା ଦାସଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୪।୭(ପିଟି)- ଭାରତୀୟ ଷ୍ଟାର ସ୍ପ୍ରିଣ୍ଟର ହିମା ଦାସ ପୋଲାଣ୍ଡରେ ଅନୁଷ୍ଠିତ ପୋଜନାନ ଆଥ୍‌ଲେଟିକ୍ସ ଗ୍ରାଁ ପ୍ରି ଟୁର୍ନାମେଣ୍ଟର ୨୦୦ ମିଟର ଦୌଡ଼ ଇଭେଣ୍ଟରେ ସ୍ବର୍ଣ୍ଣ...

୧୯ ବର୍ଷରୁ କମ୍‌ ଫୁଟବଲ: ଓମାନଠାରୁ ହାରିଲା ଭାରତ

ନୂଆଦିଲ୍ଲୀ,୨୦।୭ (ପି.ଟି.)- ଆଗକୁ ଆୟୋଜନ ହେବାକୁଥିବା ଏଏଫ୍‌ସି ୧୯ ବର୍ଷରୁ କମ୍‌ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ଚଳାଇଥିବା ଭାରତୀୟ ଦଳ ଶୁକ୍ରବାର ଓମାନଠାରୁ ପରାସ୍ତ ହୋଇଛି।...

ବିଶ୍ୱ ଜୁନିୟର ସ୍ପ୍ରିଣ୍ଟ୍‌ କୁଇନ୍‌ ଡୋପ୍‌ ଟେଷ୍ଟରେ ବିଫଳ

କିଙ୍ଗ୍‌ଷ୍ଟନ,୨୯।୮(ଏଏଫ୍‌ପି)- ଦୁଇଥର ୨୦ ବର୍ଷରୁ କମ୍‌ ବିଶ୍ୱ ସ୍ପ୍ରିଣ୍ଟି ଟାଇଟଲ ହାସଲ କରିଥିବା ଜାମାଇକାର ବ୍ରିଆନା ଓ୍ବିଲିୟମ୍ସ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ନିଷିଦ୍ଧ ଡିୟୁରେଟିକ୍‌...

ହରିୟାଣା ଷ୍ଟିଲର୍ସ ବିଜୟୀ

ଅହମ୍ମଦାବାଦ୍‌, ୧୨।୮- ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌) ୭ମ ସଂସ୍କରଣରେ ରବିବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ହରିୟାଣା ଷ୍ଟିଲର୍ସ ୩ ପଏଣ୍ଟ ବ୍ୟବଧାନରେ ବେଙ୍ଗାଲୁରୁ ବୁଲ୍ସକୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *