Posted inଖେଳ

କାଉଣ୍ଟି ପଦାର୍ପଣରେ ରାହାନେଙ୍କ ଶତକ

ନ୍ୟୁପୋର୍ଟ, ୨୩।୫(ପି.ଟି.)- ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାନେ ଚମତ୍କାରଭାବେ କାଉଣ୍ଟି କ୍ରିକେଟରେ ପଦାର୍ପଣ କରିଛନ୍ତି। ହାମ୍ପଶାୟାର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ରାହାନେ ନିଜ ପ୍ରଥମ ମ୍ୟାଚରେ ନଟିଂହାମଶାୟାର ବିପକ୍ଷରେ ଶତକ ହାସଲ କରିଛନ୍ତି। ଭାରତର ତୃତୀୟ ବ୍ୟାଟ୍ସମ୍ୟାନଭାବେ ରାହାନେ କାଉଣ୍ଟି କ୍ରିକେଟ ପଦାର୍ପଣରେ ଶତକ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ପୀୟୂଷ ଚାଓ୍ବଲା ସସେକ୍ସ ପକ୍ଷରୁ ଖେଳି ଓ୍ବର୍ସେଷ୍ଟରଶାୟାର ବିପକ୍ଷରେ ଏବଂ ମୁରଲୀ ବିଜୟ ଇସେକ୍ସ ପକ୍ଷରୁ ଖେଳି ନଟିଂହାମଶାୟାର ବିପକ୍ଷରେ ଏହି ସଫଳତା ପାଇଥିଲେ। ନଟିଂହାମଶାୟାର ବିପକ୍ଷ ଡିଭିଜନ-୧ ଗେମ୍‌ରେ ହାମ୍ପଶାୟାର ପକ୍ଷରୁ ପ୍ରଥମ ଇନିଂସରେ ମାତ୍ର ୧୦ ରନ କରିଥିବା ରାହାନେ ଦ୍ୱିତୀୟ ଇନିଂସରେ ୨୬୦ ବଲ୍‌ରୁ ଧୈର୍ଯ୍ୟପୂର୍ଣ୍ଣ ୧୧୯ ରନର ଇନିଂସ ଖେଳିଥିଲେ। ଏହା ମଧ୍ୟରେ ସେ ୧୪ ଚୌକା ମାରିଥିଲେ। ତୃତୀୟ ଉଇକେଟ ଭାଗୀଦାରିରେ ସେ ସାମ୍‌ ନର୍ଥଇଷ୍ଟଙ୍କ ବିପକ୍ଷରେ ୨୫୭ ରନର ଭାଗୀଦାରି ଗଢ଼ିଥିଲେ। ଇନିଂସର ୫ମ ଓଭରରେ ୩ ନମ୍ବର ବ୍ୟାଟ୍ସମ୍ୟାନଭାବେ କ୍ରିଜକୁ ଆସିଥିବା ରାହାନେ ୭୦ତମ ଓଭରରେ ଅଫ୍‌-ସ୍ପିନର ମାଥ୍ୟୁ କାର୍ଟଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଏଠାରେ ସେ କ୍ୟାରିୟରର ୩୦ତମ ଶତକ ଅର୍ଜନ କରିଥିଲେ। ରାହାନେଙ୍କ ବ୍ୟତୀତ କାଉଣ୍ଟି କ୍ରିକେଟର ଡିଭିଜନ-୧ରେ ଭାରତର ଚେତେଶ୍ୱର ପୂଜାରା ଓ ରବିଚନ୍ଦ୍ରନ ଅଶ୍ୱିନ୍‌ ଯଥାକ୍ରମେ ୟର୍କଶାୟାର ଓ ନଟିଂହାମଶାୟାର ପକ୍ଷରୁ ଖେଳୁଛନ୍ତି। ବିଶ୍ୱକପ ପରେ ଭାରତୀୟ କ୍ରିକେଟ ଦଳ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଅନ୍ତର୍ଗତ ୨ଟି ଟେଷ୍ଟ ଖେଳିବ। ତେଣୁ ଟେଷ୍ଟ ସ୍ପେଶାଲିଷ୍ଟ ଖେଳାଳିମାନେ ଅଧିକରୁ ଅଧିକ ମ୍ୟାଚ ଖେଳି ଅଭ୍ୟାସ ଜାରି ରଖନ୍ତୁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚାହୁଁଛି।


All Right Reserved By Dharitri.Com

Posted inଖେଳ View All

ସଚିନ, କୋହଲିଙ୍କୁ ପଛରେ ପକାଇଲେ ରୋହିତ

ମାଞ୍ଚେଷ୍ଟର,୧୬ା୬: ଭାରତୀୟ ଓପନର ରୋହିତ ଶର୍ମା ବିଶ୍ୱକପ୍‌ରେ ପାକିସ୍ତାନ ବିରୋଧରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି। ଏହି ମ୍ୟାଚ୍‌ରେ ଭାରତୀୟ ଉପଅଧିନାୟକ ୧୧୨ ବଲର ସମ୍ମୁଖୀନ...

ଭାରତର ପ୍ରଥମେ ବ୍ୟାଟିଂ

ମାଉଣ୍ଟ ମାଉଁଗାନୁଇ,୨।୨- ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। କାମଚଳା ଭାରତୀୟ ଅଧିନାୟକ ରୋହିତ...

କାର୍‌ ଦୁର୍ଘଟଣାରେ ବକ୍ସର ନୀରଜ ଆହତ

ନୂଆଦିଲ୍ଲୀ, ୨୬ା୬(ପି.ଟି.): ଭାରତୀୟ ପ୍ରଫେଶନାଲ ବକ୍ସର ନୀରଜ ଗୋୟାତ ଏକ କାର୍‌ ଦୁର୍ଘଟଣାରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଫଳରେ ଆସନ୍ତା ମାସରେ ବ୍ରିଟିଶ...

କ୍ରିକେଟ୍‌ କ୍ୟାରିୟରରେ ଆଦୌ ନୋ ବଲ୍‌ ପକାଇ ନ ଥିଲେ ଏହିସବୁ ମହାନ୍‌ ବୋଲର୍‌

ଖେଳରେ ପ୍ରତିଦିନ ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି ହେଉଥିବାର ନଜିର ରହିଛି। କିନ୍ତୁ କ୍ରିକେଟ ଜଗତରେ ଏମିତି କିଛି ରେକର୍ଡ ରହିଛି ଯାହା...

ମୁସଫିକରଙ୍କ ଅପରାଜିତ ଦ୍ୱିଶତକ

ଢାକା, ୨୫ା୨ (ଏଏଫ୍‌ପି)-ସ୍ଥାନୀୟ ଶେର-ଇ-ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ଏକ ମାତ୍ର କ୍ରିକେଟ ଟେଷ୍ଟ ମ୍ୟାଚରେ ମୁସ୍‌ଫିକର ରହିମ୍‌ ତାଙ୍କ ତୃତୀୟ ଟେଷ୍ଟ ଦ୍ୱିଶତକ ହାସଲ...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: କ୍ୟାରିୟର ଶ୍ରେଷ୍ଠ ସ୍ଥାନରେ ସାମି, ଅଗ୍ରଓ୍ବାଲ

ଦୁବାଇ,୧୭।୧୧ (ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଓ ଓପନର ମୟଙ୍କ ଅଗ୍ରଓ୍ବାଲ କ୍ୟାରିୟର ଶ୍ରେଷ୍ଠ ସ୍ଥାନ...

ଡେଭିଡ୍‌ ହସି କେକେଆର ମୁଖ୍ୟ ମେଣ୍ଟର

କୋଲକାତା,୫।୧୦: ଦୁଇ ଥର ଆଇପିଏଲ ଚାମ୍ପିୟନ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଶନିବାର ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ ଡେଭିଡ୍‌ ହସିଙ୍କୁ ମୁଖ୍ୟ ମେଣ୍ଟର ଭାବେ ନିଯୁକ୍ତ...

ଶ୍ରୀକାନ୍ତଙ୍କୁ ପ୍ରଥମ ରାଉଣ୍ଡରେ ହରାଇଲେ ପ୍ରଣୟ

ଟୋକିଓ,୨୪।୭- ଦେଶର ଅଗ୍ରଣୀ ପୁରୁଷ ସିଙ୍ଗଲ୍ସ ଶଟଲର କିଡାମ୍ବି ଶ୍ରୀକାନ୍ତ ଚଳିତ ବର୍ଷ ଫର୍ମ ସହ ସଂଘର୍ଷ କରୁଛନ୍ତି। ଏଠାରେ ଚାଲିଥିବା ଜାପାନ ଓପନ ବ୍ୟାଡ୍‌ମିଣ୍ଟନ...

Leave a comment

Your email address will not be published. Required fields are marked *