ବିଜେଡିର ସଭ୍ୟ ସଂଗ୍ରହ ପାଇଁ କର୍ମୀ ସମ୍ମିଳନୀ

ପାଟଣା,୨୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତ ଭଗପଶିଠାରେ ବିଜେଡିର ପାଟଣା ନିର୍ବାଚନମଣ୍ଡଳୀର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଧାୟକ ନାଏକ ଆସନ୍ତା ଅକ୍ଟୋବର ୩୧ ସୁଦ୍ଧା ବିଜେଡିର ନୂତନ ସଭ୍ୟ ସଂଗ୍ରହ କାର୍ଯ୍ୟ ଶେଷ କରିବାକୁ ପରାମର୍ଶ ଦେଇଥିଲେ। ବିଜେଡିର ଲୋକାଭିମୁଖୀ କାର୍ଯ୍ୟକ୍ରମ ପ୍ରତି ଲୋକଙ୍କୁ ଅବଗତ କରାଇ ଦଳ ପ୍ରତି ଆକୃଷ୍ଟ କରିବାକୁ କର୍ମୀଙ୍କୁ ଆହ୍ବାନ ଦେଇଥିଲେ। ଏହି ବୈଠକରେ ପାଟଣା ବ୍ଲକ ବିଜେଡି ଉପସଭାପତି ନବ କିଶୋର ପୃଷ୍ଟି, ପାଟଣା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବିଜେଡି ମହିଳା ମୋର୍ଚ୍ଚା ସଭାପତି ଭାମାମଣି ଦାସ, ବିଜେଡିର ବରିଷ୍ଠ ନେତା ରାହାସ ବିହାରୀ ପୃଷ୍ଟି, ମିତ୍ରଭାନୁ ମହାନ୍ତ, ପ୍ରଶାନ୍ତ କୁମାର ଭଞ୍ଜଙ୍କ ସମେତ ବହୁ ସକ୍ରିୟ କର୍ମୀ ଯୋଗ ଦେଇଥିଲେ।


All Right Reserved By Dharitri.Com

ମଠରୁ ପୁଅବେଶଧାରୀ ନାବାଳିକା ଉଦ୍ଧାର

ପୁରୀ ଅଫିସ, ୨୩ା୧: ଘରୁ ବିମୁଖ ହୋଇ ଭୁବନେଶ୍ୱରର ଉଚ୍ଚଶିକ୍ଷିତ ଯୁବକ ଗିରିଜା ଶଙ୍କର ମିଶ୍ର ଗତ କିଛି ବର୍ଷ ଧରି ଶ୍ରୀକ୍ଷେତ୍ରକୁ ଚାଲିଆସି ଭିକ୍ଷାବୃତ୍ତି...

ନାଲକୋ ପ୍ଲାଣ୍ଟରେ ପୋଡ଼ି ହୋଇଯାଇଥିବା ଶ୍ରମିକଙ୍କ ମୃତ୍ୟୁ

ଅନୁଗୋଳ ଅଫିସ,୧।୮: ନାଲକୋ ସ୍ମେଲଟର ପ୍ଲାଣ୍ଟ ପରିସରରେ ଗତ୨୩ ତାରିଖରେ ଏକ ଦୁର୍ଘଟଣାରେ ଆହତ ହୋଇଥିବା ଶ୍ରମିକଙ୍କ ଗୁରୁବାର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୪ଜଣ...

ଆରମ୍‌ ହେଲା ବଡ଼କଟାର ପୁନରୁଧାର କାମ୍‌

ଅତାବିରା, ୨୮।୬ (ଡି.ଏନ୍‌.ଏ): ଅନେକ ଜାଗାରେ ପରଶାସନିକ ଅବହେଲାର ଲାଗି ଗଁାଗଁଲିମାନକେ ଥିବାର ବଁଧ୍‌କଟା ତୁପି ହେଇଯାଉଛେ। ବଛର ବଛର ଧରି ଉନ୍‌ନତିକରନ୍‌ ନାଇଁ ହେବାର...

ରାଇନାଳୀ ଗ୍ରାମରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ବଇଣ୍ଡା,୧୫।୧୦(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ହଣ୍ଡପା ରେଞ୍ଜ ରାଇନାଳୀ ଗ୍ରାମରେ ଗତ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ଫଳରେ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ନିକଟସ୍ଥ ଜଙ୍ଗଲରୁ...

ମଣ୍ଡିରେ ନକଲି ଭାଗଚାଷୀ ଧାନ ବିକିବା ଘଟଣା: ଜିଲା ପ୍ରଶାସନ ତତ୍ପର; ବନ୍ଧା ହେବେ ନକଲି ଭାଗଚାଷୀ, ବିଭାଗୀୟ କର୍ମଚାରୀ

ମାଲକାନଗିରି,୧୦ା୧୨ (ଡି.ଏନ୍‌.ଏ.)- ମଙ୍ଗଳବାର ଧରିତ୍ରୀରେ ମଣ୍ଡିରେ ନକଲି ଭାଗଚାଷୀ ଧାନ ବିକୁଥିବା ଖବର ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ତତ୍ପର ହୋଇଉଠିଛି। ଜିଲା ପ୍ରଶାସନ...

ଢ଼େପସାହି ହତ୍ୟା ମାମଲା: ଗିରଫ ୧୧ ଜଣଙ୍କୁ କୋର୍ଟ ଚାଲାଣ

ଭଞ୍ଜନଗର,୧୮।୧୨(ଡି.ଏନ୍‌.ଏ): ତାରସିଂ ଥାନା ବୁରପଲ୍ଲୀ ଢ଼େପସାହିର ହାଡ଼ିଆ ନାଇକ ହତ୍ୟା ମାମଲାରେ ପୋଲିସ ବୁଧବାର ୧୧ ଜଣଙ୍କୁ ଗିରଫ କରି ଭଞ୍ଜନଗର କୋର୍ଟକୁ ଚାଲାଣ କରିଛି।...

ନିମ୍ନମାନର ଛତୁଆ ଯୋଗାଣ ପ୍ରସଙ୍ଗ: ତଦନ୍ତ ରିପୋର୍ଟକୁ ଅପେକ୍ଷା, ନୋଟିସ୍‌ ଜାରି

ଛତ୍ରପୁର,୧୮ା୧୨(ଡି.ଏନ.ଏ)- ବେଗୁନିଆପଡ଼ା ବ୍ଲକର ଗର୍ଭବତୀ, ଶିଶୁଙ୍କୁ ନିମ୍ନମାନର ଛତୁଆ ଯୋଗାଣ ଅଭିଯୋଗ ଘଟଣା ଭିନ୍ନମୋଡ ନେଇଛି। ଜିଲାପାଳଙ୍କ ନିର୍ଦ୍ଦେଶରେ ଗଠିତ କମିଟି ବେଗୁନିଆପଡା ବ୍ଲକକୁ ଛତୁଆ...

ନିସାହା ମହିଲାକଁର ଉପରେ ୫ ଛୁଆର ବୋଝ୍‌

ଭବାନୀପାଟଣା,୧୦।୬ (ଡି.ଏନ.ଏ.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ ମାଳିଗାଁ ପଁଚେତ୍‌ର ଭିତରପଦର ଗଁାର ସ୍ବର୍ଗତ ଗଙ୍ଗା ମାଝୀକଁର ବିଧବା ମାଏକିନା ବୁଦାଏ ବଓ୍ବୋ।...

Leave a comment

Your email address will not be published. Required fields are marked *