Posted inଫୁରସତ

୧ ଗ୍ରାମ୍‌ ମାଛକୁ ହୋଇଥିଲା ଟ୍ୟୁମର: ୯ ହଜାର ଖର୍ଚ୍ଚକରି ଅପରେଶନ କଲେ ମାଲିକ

ଇଂଲଣ୍ଡର ବ୍ରିଷ୍ଟୋଲସ୍ଥିତ ଭେଟ୍‌ସ ଭେଟେରିନାରି ହସ୍ପିଟାଲର ଡା. ଏକ ମାଛର ଅପରେଶନ କରି ପେଟରୁ ଟ୍ୟୁମର ବାହାର କରିଛନ୍ତି। ମାଛର ଓଜନ ୧ ଗ୍ରାମ ହେବ। ପାଖାପାଖି ୪୦ ମିନିଟ ଅପରେଶନ ପରେ ମାଛଟି ସୁସ୍ଥ ହୋଇଛି। ଏହା ହେଉଛି ସର୍ଜରୀ ହୋଇଥିବା ବିଶ୍ୱର ସବୁଠାରୁ ଛୋଟ ରୋଗୀ। ମୋଲି ପ୍ରଜାତିର ଏହା ସୁନେଲୀ ମାଛ। ଏହାର ମୂଲ୍ୟ ପ୍ରାୟ ୮୯ ଟଙ୍କା। ମାତ୍ର ଏହାର ଅପରେଶନ ପାଇଁ ମାଲିକଙ୍କୁ ଖର୍ଚ୍ଚ କରିବାକୁ ପଡ଼ିଛି ୯ ହଜାର ଟଙ୍କା। ଏହି ଚିିକିତ୍ସାଳୟରେ ବେଙ୍ଗ, ଝିଟିପିଟି, କୁମ୍ଭୀରର ଅପରେଶନ ହୋଇଛି।


ହସ୍ପିଟାଲରେ କାମ କରୁଥିବା ସୋନ୍ୟା ମାଇଲ୍ସଙ୍କ କହିବା ଅନୁଯାୟୀ, ମାଛଟିକୁ ଜଣେ ପଡ଼ୋଶୀ ଉକ୍ତ ମାଲିକଙ୍କୁ କିଛି ସପ୍ତାହ ପୂର୍ବେ ଉପହାର ରୂପେ ଦେଇଥିଲେ। ପ୍ରଥମେ ସବୁକିଛି ଠିକ୍‌ ଥିଲା। ମାତ୍ର କିଛି ଦିନ ପରେ ମାଛ ପେଟର ତଳ ଭାବରେ ଏକ ଗଣ୍ଠି ଦେଖିବାକୁ ମିଳିଥିଲା। ସଙ୍ଗେ ସଙ୍ଗେ ତା’ର ଚିକତ୍ସା ପାଇଁ ହସ୍ପିଟାଲ ନିଆଗଲା। ପ୍ରଥମେ ମାଛକୁ ଏକ କଣ୍ଟେନରରେ ରଖାଗଲା। ସେ ଶାନ୍ତ ହେବା ପରେ ତାର ଅପରେଶନ କରାଯାଇ ଟ୍ୟୁମରକୁ ମୁହଁ ନଳୀ ବାଟେ ବାହାର କରାଗଲା। ପରେ ମାଛ ପେଟକୁ ଓ୍ବାଟରପୃଫ୍‌ ପେଷ୍ଟ ଦ୍ୱାରା ବନ୍ଦ କରାଯାଇଥିଲା। କିଛି ସମୟ ପରେ ତାକୁ ଅମ୍ଳଯାନ ଯୁକ୍ତ ପାଣିରେ ଛାଡ଼ି ଦିଆଯାଇଥିଲା। ଶେଷରେ ସବୁକିଛି ଠିକ୍‌ ହେବା ପରେ ତାକୁ ହସ୍ପିଟାଲରୁ ଛଡ଼ା ଯାଇଥିବା ଜଣାପଡ଼ିଛି।


All Right Reserved By Dharitri.Com

ସଫେଇ କର୍ମଚାରୀଙ୍କ ବଦାନ୍ୟତା

ହାଇଦ୍ରାବାଦ: ଅନ୍ୟକୁ ଦାନ କରିବା କି ସାହାଯ୍ୟ ସହଯୋଗ କରିବା ପାଇଁ ପାଖରେ ପ୍ରଚୁର ଅର୍ଥର ଆବଶ୍ୟକତା ନ ଥାଏ। ବିଶାଳ ହୃଦୟ ଥିବା ଲୋକେ...

ନିମପତ୍ରରେ ଦେଶୀ ମାସ୍କ

ରାଞ୍ଚି: କରୋନା ଭାଇରସ୍‌ ସଂକ୍ରମଣ ରୋକିବାକୁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିପାଇଁ ଲଢ଼େଇ କରିବାକୁ ହେଲେ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ। ମାସ୍କ...

ଭ୍ରୁଲତା ଥିବା କୁକୁର

ରୁଷିଆର ବ୍ରତ୍‌ସ୍କର ଗଳିରେ ଏକ ୧୦ ଦିନିଆ କୁକୁର ଛୁଆ ବୁଲୁଥାଏ। ଧଳାରଙ୍ଗର ଏହି କୁକୁର ଛୁଆଟିର ଥିଲା ଭ୍ରୁଲତା। ଓକ୍ସାନା ନାମ୍ନୀ ଜଣେ ମହିଳା...

ବିଶ୍ୱରେ ପାଳିତ ହେଉଥିବା କିଛି ଅଜବ ଦିବସ

* ଜାନୁୟାରୀ ୩ ତାରିଖକୁ ବିଶ୍ୱର ବିଭିନ୍ନ ସ୍ଥାନରେ ଶୟନ ଦିବସ ଭାବେ ପାଳନ କରାଯାଏ। ଏହି ଦିନ ଲୋକମାନେ ନିଜ ଇଚ୍ଛା ମୁତାବକ ଯେତେ...

ସବୁଜିମାଭରା ଅଟୋ

ଗ୍ରାହକଙ୍କୁ ଯିଏ ଯେତେ ଆକୃଷ୍ଟ କରିପାରେ ତା’ର ବ୍ୟବସାୟ ସେତେ ବଢିଥାଏ। ସେଇଥିପାଇଁ ତ କିଏ କେତେପ୍ରକାର ଉପାୟ ଅବଲମ୍ବନ କରିଥାଆନ୍ତି ଗ୍ରାହକଙ୍କୁ ନିଜ ପାଖକୁ...

ଏହି ଦୁର୍ଗରେ ରାତିରେ ରୁହନ୍ତିନି କେହି…

ମହାରାଷ୍ଟ୍ରର ପୁଣେ ସହରରେ ରହିଛି ଶନିୱାର୍‌ୱାଡ଼ା ଦୁର୍ଗ। ୧୭୪୬ରେ ଏହା ନିର୍ମାଣ କରାଯାଇଥିଲା। ୧୮୧୮ ମସିହା ପର୍ଯ୍ୟନ୍ତ ଏଠାରେ ମରହଟ୍ଟା ପେଶୱାମାନଙ୍କର ରାଜତ୍ୱ ଥିଲା। ଏହାପରେ...

ଲମ୍ବା ନାକ ଲାଗି ଭାଙ୍ଗିଗଲା ବାହାଘର

ବେଙ୍ଗାଲୁରୁ: ସାଧାରଣତଃ ଯୌତୁକ ପାଇଁ ବାହାଘର ଭାଙ୍ଗି ଯାଇଥାଏ ବୋଲି ଉଣା ଅଧିକେ ସମସ୍ତେ ଜାଣନ୍ତି। ମାତ୍ର ଜଣେ ଯୁବକଙ୍କ ଲମ୍ବା ନାକ ଯୋଗୁ ବାହାଘର...

୭୫ ବର୍ଷ ବୟସରେ ଡ୍ରାଇଭିଂ ଲାଇସେନ୍ସ କଲେ ମହିଳା

ଅ.େଷ୍ଟ୍ରଲିଆର ପିଲବରା ଅଞ୍ଚଳରେ ଥିବା ହେଡଲ୍ୟାଣ୍ଡରେ ରହନ୍ତି ବିନ୍ନି ଶୌମ୍ପି। ବୟସ ୭୫ ବର୍ଷ। ଏହି ବୟସରେ ସେ ଏବେ ଡ୍ରାଇଭିଂ ଲାଇସେନ୍ସ କରି ଆସିଛନ୍ତି...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *