କର୍ବଲାରେ ମିନି ବସ୍‌ ବିସ୍ଫୋରଣ: ୧୨ ମୃତ; ଆଇଏସ୍‌ର ହାତ ଥିବା ସନ୍ଦେହ

ବାଗଦାଦ୍‌,୨୧।୯: ଇରାକ୍‌ରେ ଏକ ମିନି ବସ୍‌ ବିସ୍ଫୋରଣରେ ୧୨ ଲୋକଙ୍କ ମୃତ୍ୟୁ ଘଟିଛି। କର୍ବଲାର ଶିହା ମୁସଲମାନ୍‌ ସମ୍ପ୍ରଦାୟ ବହୁଳ ଅଞ୍ଚଳରେ ଏହା ଘଟିଛି। କର୍ବଲାର ପ୍ରବେଶ ପଥର ଏକ ଚେକ୍‌ ଗେଟ୍‌ ନିକଟରେ ମିନି ବସ୍‌ଟିରେ ବିସ୍ଫୋରଣ ଘଟିଥିଲା। ଏଥିରେ ୫ରୁ ଅଧିକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ପଛରେ ଆଇଏସ୍‌ ଆତଙ୍କବାଦୀ ସଂଗଠନର ହାତ ଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ତଦନ୍ତ ଜାରି ରହିଛି। ଆଇଏସ୍‌ ଆତଙ୍କବାଦୀ ସଂଗଠନ ଶିହା ମୁସଲମାନ୍‌ ସମ୍ପ୍ରଦାୟଙ୍କୁ ଟାର୍ଗେଟ୍‌ କରାଯାଉଥିବାରୁ ଇରାକ୍‌ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।


All Right Reserved By Dharitri.Com

କଲରାଡୋରେ ପ୍ରବଳ ବରଫପାତ: ୫୦ ଲକ୍ଷ ଲୋକ ପ୍ରଭାବିତ

ଡେନଭର,୨୮।୧୧: ଆମେରିକାର ପଶ୍ଚିମଭାଗ କଲରାଡୋର ରାଜଧାନୀ ଡେନଭର ଓ ଏହାର ଆଖପାଖ ଅଞ୍ଚଳରେ ହୋଇଥିବା ବରଫପାତ ଓ ବରଫଝଡ଼ରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ସେଠାରେ...

ଏହି ମହାଦେଶରେ ରହିଛି ମାତ୍ର ଗୋଟିଏ ଏଟିଏମ୍‌

ଓ୍ବାଶିଂଟନ ୨୯।୫: ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ଆଣ୍ଟାର୍କଟିକାରେ ରହିଛି ଗୋଟିଏ ମାତ୍ର ଏଟିଏମ୍‌। ଏଠାକାର ଏକ କୋଟି ୪୦ ଲକ୍ଷ କିଲୋମିଟର କ୍ଷେତ୍ରଫଳ ଅଞ୍ଚଳରେ...

କଶ୍ମୀର ପ୍ରସଙ୍ଗର ଆନ୍ତର୍ଜାତିକୀକରଣ: ବିଫଳତା ସ୍ବୀକାର କଲେ ଇମ୍ରାନ୍‌

ନ୍ୟୁୟର୍କ,୨୬ା୯: କଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତିକୀକରଣ କରାଇବାରେ ପାକିସ୍ତାନ ବିଫଳ ହୋଇଥିବା ଏହାର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସ୍ବୀକାର କରିଛନ୍ତି। ଏଥିପାଇଁ ଅନ୍ତର୍ଜାତୀୟ ସମୁଦାୟ ପାଖରେ ସେ...

ଟୋକିଓ ଅଲିମ୍ପିକ ଉପରେ କରୋନା ଆତଙ୍କ: ପାଣିରେ ପଡ଼ିବ ୨୬୦୦ କୋଟି ଡଲାର !

ଟୋକିଓ,୨୭।୨: ଟୋକିଓ ଅଲିମ୍ପିକ୍‌-୨୦୨୦କୁ ଆଉ ୩ ମାସ ବାକି ରହିଛି। ଏହା ଜୁଲାଇରେ ଟୋକିଓରେ ହେବ ବୋଲି ପୂର୍ବରୁ ସମୟ ଧାର୍ଯ୍ୟ ହୋଇଛି। ତେବେ କରୋନା...

ରୁଷିଆ ସୈନ୍ୟବାହିନୀରେ ସାମିଲ୍‌ ହେଲା ହାଇପର୍‌ସୋନିକ୍‌ କ୍ଷେପଣାସ୍ତ୍ର: ଶବ୍ଦଠାରୁ ୨୭ ଗୁଣା ଅଧିକ ବେଗରେ କରିବ ଗତି

ମସ୍କୋ,୨୮।୧୨: ରୁଷିଆ ଏହାର ସୈନ୍ୟବାହିନୀର ଶକ୍ତି ବୃଦ୍ଧି କରିଛି। ଶବ୍ଦଠାରୁ ୨୭ ଗୁଣା ଅଧିକ ବେଗରେ କରିବ ଗତି କରୁଥିବା ହାଇପର୍‌ସୋନିକ୍‌ କ୍ଷେପଣାସ୍ତ୍ରକୁ ସୈନ୍ୟବାହିନୀରେ ସାମିଲ୍‌...

ଇଟାଲିରେ ଏପ୍ରିଲ୍‌ ୩ରୁ ହଟିପାରେ ଲକ୍‌ଡାଉନ୍‌: ମୃତ୍ୟୁ ସଂଖ୍ୟା ଟପିଲା ୧୦ ହଜାର;୯୨,୪୭୨ ସଂକ୍ରମିତ

ରୋମ,୨୯।୩: ଇଟାଲିରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହୋଇଥିବାବେଳେ ସରକାର ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌କୁ ଏପ୍ରିଲ୍‌ ୩ରେ ହଟାଇବାର ଆଶା ରହିଛି। ଏଠାରେ...

ମକାକ୍ଷେତରେ ବିମାନ ଅବତରଣ

ମସ୍କୋ, ୧୭ା୮(ପି.ଟି.): ରୁଷିଆର ୟୁରାଲ ଏୟାରଲାଇନ୍ସ ଏ୩୨୧ ବିମାନ ୨୨୬ ଯାତ୍ରୀ ଓ ୭ କର୍ମଚାରୀଙ୍କୁ ନେଇ ଗୁରୁବାର ମସ୍କୋର ଝୁକୋଭସ୍କାୟା ବିମାନବନ୍ଦରରୁ କ୍ରିମିଆ ଅଭିମୁଖେ ଉଡ଼ାଣ...

ଇଣ୍ଡୋନେସିଆରେ ୭.୩ ତୀବ୍ରତାର ଭୂକମ୍ପ

ଜାକର୍ତ୍ତା,୧୪।୭: ପୂର୍ବ ଇଣ୍ଡୋନେସିଆର ମାଲୁକୁ ଦ୍ୱୀପରେ ରବିବାର ୭.୩ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ପ୍ରାୟ ୯ଟା ୧୦ରେ ଏହା ଅନୁଭୂତ ହୋଇଥିବା...

Leave a comment

Your email address will not be published. Required fields are marked *