ଗୋଟିଏ ଦେଶ, ଗୋଟିଏ ଭାଷା ସମ୍ଭବ ନୁହେଁ

ଭୁବନେଶ୍ୱର,୨୧ା୯: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ଗତ ୧୪ ତାରିଖ ହିନ୍ଦୀ ଦିବସ ପାଳନ ଅବସରରେ ‘ଗୋଟିଏ ଦେଶ, ଗୋଟିଏ ଭାଷା’ ସପକ୍ଷରେ ମତ ଦେଇଥିଲେ। ଦେଶରେ ହିନ୍ଦୀକୁ ଜାତୀୟ ଭାଷା କରିବାକୁ ଶାହ ପ୍ରସ୍ତାବ ଦେଇଥିଲେ। ଏହାକୁ ନେଇ ବିଭିନ୍ନ ରାଜ୍ୟରୁ ବିରୋଧ ହେବାରେ ଲାଗିଛି। ବହୁ ରାଜନୈତିକ ବ୍ୟକ୍ତି ଏବଂ ବିଶେଷଜ୍ଞ ୬୦ ଦଶନ୍ଧିରୁ ହିନ୍ଦୀକୁ ଜୋର ଜବରଜସ୍ତ ଲଦି ଦେବାକୁ କରାଯାଉଥିବା ଚେଷ୍ଟା ବିରୋଧରେ ମୁହଁ ଖୋଲିଥିଲେ। ବହୁ ବିଶେଷଜ୍ଞଙ୍କ କହିବା କଥା ହେଲା, ଗୋଟିଏ ଦେଶ, ଗୋଟିଏ ଭାଷା ପାଇଁ ଯଦି ହିନ୍ଦୀକୁ ଜାତୀୟ ଭାଷା କରାଯାଏ ତେବେ ବିଭିନ୍ନ ଆଞ୍ଚଳିକ ଭାଷା ଲୋପ ପାଇଯିବାର ଯଥେଷ୍ଟ ଆଶଙ୍କା ରହିଛି। ଅନ୍ୟପଟେ ଯଦି ଓଡ଼ିଶା ଭଳି ଅଣହିନ୍ଦୀ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଏହାକୁ ଲାଗୁ କରାଯାଏ ତେବେ କ’ଣ ପରିସ୍ଥିତି ସୃଷ୍ଟି ହେବ ତାହାକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସହ ସାକ୍ଷାତ୍‌କାର।
କେନ୍ଦ୍ର ସରକାର ହିନ୍ଦୀକୁ ଜାତୀୟ ଭାଷା କରିବା ଲାଗି ଚାହୁଁଛନ୍ତି। ଯଦି ତାହାକୁ ଓଡ଼ିଶା ଭଳି ଅଣହିନ୍ଦୀ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଲାଗୁ କରାଯାଏ, ତେବେ କେଉଁ ପ୍ରକାର ପରିସ୍ଥିତି ଉପୁଜିବ ବୋଲି ଆପଣ ଭାବୁଛନ୍ତି?
– ଓ୍ବାନ ନେଶନ-ଓ୍ବାନ ଲାଙ୍ଗୁଏଜ କଥା ଯାହା କେନ୍ଦ୍ରମନ୍ତ୍ରୀ କହିଛନ୍ତି, ତାହା ଭାରତବର୍ଷରେ ସମ୍ଭବ ନୁହେଁ। କର୍ନାଟକ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ବି. ଏସ୍‌. ୟେଦୁରପ୍ପା ମଧ୍ୟ ଏହାକୁ ମନା କରିସାରିଛନ୍ତି। କୌଣସି ପରିସ୍ଥିତିରେ ସେମାନେ କନ୍ନଡ ଭାଷା ସହ ବୁଝାମଣା କରିବୁନାହୁଁ ବୋଲି ୟେଦୁରପ୍ପା କହିଛନ୍ତି। ତାମିଲନାଡୁ, କେରଳ ତଥା ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକ ଏଥିରେ ରାଜି ହେବେନାହିଁ। ଓଡ଼ିଶାରେ ଓଡ଼ିଆ ଭାଷା ପ୍ରତି ଯାହା ଗୁରୁତ୍ୱ ରହିଛି, ତାହା ରହିବ। ରାଜ୍ୟ ସରକାର ସମସ୍ତ ନଥିପତ୍ରରେ ଓଡ଼ିଆ ଭାଷା ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇସାରିଛନ୍ତି। ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ହିନ୍ଦୀ ପ୍ରତି ଆମର ବିଦ୍ୱେଷଭାବ ନାହିଁ। ଭାରତ ଭଳି ଦେଶ ବହୁ ସଂସ୍କୃତି, ବହୁ ଭାଷାକୁ ନେଇ ଗଠିତ ହୋଇଛି।
ହିନ୍ଦୀକୁ ଜାତୀୟ ଭାଷା କରାଗଲେ ପ୍ରାଥମିକ ଶିକ୍ଷା କ୍ଷେତ୍ରରୁ ପିଲାମାନେ ପଢୁଥିବା ଇତିହାସ, ଭୂଗୋଳ, ସାହିତ୍ୟ ସବୁ ହିନ୍ଦୀରେ ପଢ଼ାଯିବ। ଓଡ଼ିଆ ଏବଂ ଇଂଲିଶ୍‌ ଭଳି ବିଷୟ କେବଳ ଏକ ବିଷୟ ହୋଇ ରହିଯିବ। ଏପରି ହେଲେ ଦୁଇ, ତିନି ପିଢିର ପିଲାମାନେ ଓଡ଼ିଆ କହିବା ଭୁଲିଯିବେ ବୋଲି ଅନେକ କହୁଛନ୍ତି। ଏନେଇ ଆପଣ ମତ କ’ଣ?
– ଏହା ସମ୍ଭବ ନୁହେଁ। ଏପରି କି କେନ୍ଦ୍ର ସରକାର ନିଷ୍ପତ୍ତି ନେଲେ ମଧ୍ୟ ତାହା ଗ୍ରହଣ କରାଯିବ ନାହିଁ। ନିଶ୍ଚିତ ଭାବେ ଯେଉଁ ରାଜ୍ୟରେ ଯାହା ମାତୃଭାଷା ରହିଛି, ତାହାକୁ ବ୍ୟବହାର କରାଯିବା ଉଚିତ୍‌। ତାହାକୁ ଆଧାର କରି ରାଜ୍ୟ ସରକାର ନୂଆ ବ୍ୟବସ୍ଥା କରିଛନ୍ତି। ମାତୃଭାଷା ଓଡ଼ିଆ ଏବଂ ଇଂଲିଶ୍‌କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ହିନ୍ଦୀ ପ୍ରତି ଲୋକଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ଲାଗି କେନ୍ଦ୍ର ସରକାର ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଯେଉଁ ପ୍ରକ୍ରିୟା କରୁଛନ୍ତି ତାହା କରନ୍ତୁ, ସେଥିରେ ମନାନାହିଁ। ଏହାକୁ ଆଇନ କରି ଯଦି କେବେ ଲୋକଙ୍କ ମୁଣ୍ଡରେ ଲଦି ଦେବାକୁ ଚେଷ୍ଟା କରାଯାଏ ତେବେ ସ୍ବାଧୀନତା ପରେ ଭାଷା ଆନ୍ଦୋଳନକୁ ଆଧାର କରି ଯେଉଁ ଘଟଣା ଘଟିଥିଲା ସେହିଭଳି ପରିସ୍ଥିତି ଉପୁଜିବ। ମତେ ଲାଗୁନି, କେନ୍ଦ୍ର ସରକାର ଏହାକୁ ଏମିତି ଲଦି ଦେବେ, ଯଦି ସେମାନେ ତାହା ଚିନ୍ତା କରୁଛନ୍ତି ତେବେ ତାହା ଦେଶ ପାଇଁ ଶୁଭଙ୍କର ନୁହେଁ।


All Right Reserved By

ଭକ୍ତଙ୍କ ପାଇଁ ପଡିଲା ମ୍ୟାଟ୍‌

ପୁରୀ ଅଫିସ, ୨୧।୮: ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଯେଭଳି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେଇଛି। ମହାପ୍ରଭୁଙ୍କ ଦର୍ଶନ...

ଭାଜପାରେ ମିଶିଲେ କୃଷ୍ଣପ୍ରସାଦ ବ୍ଲକ ଚେୟାରମ୍ୟାନ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ ଚେୟାରମ୍ୟାନ ସୌଦାମିନୀ ମାନସିଂହ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ...

ସିିଲ୍କ ଇଣ୍ଡିଆ ଏକ୍ସପୋ-୨୦୧୯ : ଗୋଟିଏ ଛାତତଳେ ୧୭ ରାଜ୍ୟର ହସ୍ତତନ୍ତ

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ଚନ୍ଦେରୀ, ମାହେଶ୍ୱରୀ, ବାନ୍ଧେଣୀ, ଜାମ୍‌ଦାନୀ, ଟସର୍‌, ଚିକନ୍‌କରି, ଭାଗଲପୁରୀ ସିଲ୍କ ଓ ମୁଙ୍ଗା ସିଲ୍କ। ଭାରତୀୟ ହସ୍ତତନ୍ତର ଏଭଳି ବିଭିନ୍ନତାକୁ ନେଇ ଭୁବନେଶ୍ୱରରେ ଆୟୋଜିତ...

କଣ୍ଟାପଡା, ନିଆଳି ବ୍ଲକ ସମ୍ପୂର୍ଣ୍ଣ ବାତ୍ୟା ପ୍ରଭାବିତ ନେଇ ଘୋଷଣା: ରାଶନ କାର୍ଡ ନ ଥିବା ବିପନ୍ନଙ୍କୁ ମିଳିବ ୫୦ କିଲୋ ଚାଉଳ

କଣ୍ଟାପଡା,୧୭।୫(ଡି.ଏନ୍‌.ଏ.): ଜନପ୍ରତିନିଧିଙ୍କ ଆନ୍ଦୋଳନ ଓ ସ୍ଥାନୀୟ ବାତ୍ୟା ପ୍ରଭାବିତଙ୍କ ଦାବି ପରେ ଗୁରୁବାର ରାଜ୍ୟସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନର କଣ୍ଟାପଡା ଓ ନିଆଳି ବ୍ଲକକୁ ସମ୍ପୂର୍ଣ୍ଣ...

୧୦ ଜିଲାର କୃଷି ଉପନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର,୧୮।୯(ବ୍ୟୁରୋ): ରାଜ୍ୟ କୃଷି ବିଭାଗ ପକ୍ଷରୁ ୧୦ ଜିଲାର କୃଷି ଉପନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏଯାବତ ନକଲି କୀଟନାଶକ ପ୍ରସ୍ତୁତ କାରୀ...

ପାଟକୁରା ନିର୍ବାଚନ: ୧୨ ରାଉଣ୍ଡ ସୁଦ୍ଧା ବିଜେଡି ୧୬,୧୪୪ ଭୋଟରେ ଆଗୁଆ

କେନ୍ଦ୍ରାପଡ଼ା ଅଫିସ, ୨୪।୭: ପାଟକୁରା ବିଧାନସଭା ଆସନ ପାଇଁ ବୁଧବାର ଭୋଟ ଗଣତି ଚାଲିଛି। ୧୨ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ...

ଫେରିବାଲାଙ୍କଠୁ ମିଳିଲା ୪୫କେଜି ଗଞ୍ଜେଇ: ଷ୍ଟେଶନରୁ ୩ ଗିରଫ, ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା

ଦାମନଯୋଡି, ୯।୭(ଡି.ଏନ୍‌.ଏ.)- ଗଞ୍ଜେଇ ଚାଲାଣ ଅଭିଯୋଗରେ କୋରାପୁଟ ସିଆର୍‌ପିଏଫ୍‌ ମଙ୍ଗଳବାର ଦାମନଯୋଡି ଷ୍ଟେସନରୁ ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପଡୋଶୀ...

ଭୁବନେଶ୍ୱର କାର୍ଯ୍ୟାଳୟରେ ପାସ୍‌ପୋର୍ଟ କେଳେଙ୍କାରୀ: ନକଲି ପାସ୍‌ପୋର୍ଟରେ ସୌଦି ପଳାଇଛନ୍ତି ସନ୍ଦିଗ୍ଧ; ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ଙ୍କ ଲିଙ୍କ୍‌ ସନ୍ଦେହ

ଭୁବନେଶ୍ୱର, ୨୩ା୬(ବ୍ୟୁରୋ): ଅସଲି ନମ୍ବରରେ ନକଲି ପାସ୍‌ପୋର୍ଟ। ଭୁବନେଶ୍ୱର ପାସ୍‌ପୋର୍ଟ ଅଫିସରେ ହୋଇଛି ଏଭଳି କେଳେଙ୍କାରୀ। ଉକ୍ତ ନକଲି ପାସ୍‌ପୋର୍ଟରେ ଉତ୍ତର ପ୍ରଦେଶର ଜଣେ ମୁସଲିମ୍‌...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *