Posted inଜାତୀୟ

ସୋମବାରରୁ ଅଯୋଧ୍ୟା ଶୁଣାଣି ଅଧିକ ଘଣ୍ଟାଏ

ନୂଆଦିଲ୍ଲୀ,୨୧ା୯(ପି.ଟି.): ସୁପ୍ରିମକୋର୍ଟରେ ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାର ଶୁଣାଣି ଜାରି ରହିଥିବାବେଳେ ଆସନ୍ତା ସୋମବାରରୁ ସାମ୍ବିଧାନିକ ପୀଠ ଅଧିକ ଏକଘଣ୍ଟା ବସିବ। ସର୍ବୋଚ୍ଚ ଅଦାଲତ ଶୁକ୍ରବାର ଏଭଳି ନିଷ୍ପତ୍ତି ନେଇଛନ୍ତି। ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ଏହି ମାମଲାର ଶୁଣାଣି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସାମ୍ବିଧାନିକ ବେଞ୍ଚ୍‌ରେ ଅଗଷ୍ଟ ୬ରୁ ଚାଲିଛି। ୨୩ ତାରିଖରୁ ଶୁଣାଣି ଅପରାହ୍ନ ୪ଟା ପରିବର୍ତ୍ତେ ୫ଟା ପର୍ଯ୍ୟନ୍ତ ଚାଲିବ ବୋଲି ଉଭୟ ହିନ୍ଦୁ ଓ ମୁସଲମାନ ପକ୍ଷଙ୍କୁ ଅଦାଲତ ଜଣାଇଦେଇଛନ୍ତି। ଉକ୍ତ ସାମ୍ବିଧାନିକ ପୀଠରେ ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ, ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ୍‌.ଏ. ନାଜିର ରହିଛନ୍ତି।
ସୁପ୍ରିମକୋର୍ଟରେ ନବନିଯୁକ୍ତ ୪ ବିଚାରପତି କ୍ରିଷ୍ଣା ମୁରାରି, ଏସ୍‌.ଆର୍‌. ଭଟ୍ଟ, ଭି. ରାମସୁବ୍ରମଣ୍ୟନ୍‌ ଏବଂ ହୃଷୀକେଶ ରାୟ ସୋମବାର ଶପଥ ନେବା ଆଶା କରାଯାଉଛି। ଅଯୋଧ୍ୟା ମାମଲାର ଶୁଣାଣି ଅକ୍ଟୋବର ୧୮ରେ ଶେଷ କରିବା ପାଇଁ ଅଦାଲତ ନିଷ୍ପତ୍ତି ନେଇଛନ୍ତି। ନଭେମ୍ବର ମଧ୍ୟଭାଗରେ ରାୟ ପ୍ରକାଶ ପାଇବା ସମ୍ଭାବନା ରହିଛି।


All Right Reserved By Dharitri.Com

ଶହୀଦ୍‌ ପରିବାରଙ୍କୁ ମିଳିବ ୪ ଗୁଣା ଅଧିକ କ୍ଷତିପୂରଣ: ରାଜନାଥ ସିଂ କଲେ ଘୋଷଣା

ନୂଆଦିଲ୍ଲୀ,୫।୧୦: ଏଣିକି ଶହୀଦ୍‌ ପରିବାରଙ୍କୁ ୪ ଗୁଣା ଅଧିକ କ୍ଷତିପୂରଣ ମିଳିବ। ପୂର୍ବରୁ ଶହୀଦ୍‌ ପରିବାରଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ସରକାରଙ୍କ ପକ୍ଷରୁ ଯୋଗାଇ...

ହାଇଦ୍ରାବାଦ ଏନ୍‌କାଉଣ୍ଟରରେ ସାମିଲ ହୋଇଥିବା ପୋଲିସଙ୍କୁ ମିଳିବ ଏକ ଲକ୍ଷ ଟଙ୍କା ପୁରସ୍କାର

ହିସାର,୬।୧୨: ହାଇଦ୍ରାବାଦ ବଳାତ୍କାର ଓ ହତ୍ୟା ମାମଲାରେ ସଂପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଶୁକ୍ରବାର ଏନ୍‌କାଉଣ୍ଟର କରାଯାଇଛି। ଏହି ଏନ୍‌କାଉଣ୍ଟରରେ ସାମିଲ ଥିବା ସସସ୍ତ ପୋଲିସ...

ନିର୍ଭୟା ମାମଲା: ପଓ୍ବନ କୁମାର ଗୁପ୍ତାଙ୍କ ଆବେଦନର ଶୁଣାଣି ଆଜି

ନୂଆଦିଲ୍ଲୀ,୧୯।୧୨: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାକୁ ନେଇ ଗୁରୁବାର ସକାଳେ ଦିଲ୍ଲୀ ହାଇକୋର୍ଟ ଦୋଷୀ ପଓ୍ବନ କୁମାର ଗୁପ୍ତାଙ୍କ ଦ୍ୱାରା କରାଯାଇଥିବା ଆବେଦନର ଶୁଣାଣିକୁ...

ଉତ୍ତର ପ୍ରଦେଶ ଚାଷୀଙ୍କ ବିରୋଧ ପ୍ରଦର୍ଶନ ପାଇଁ ସିଲ୍‌ ହେଲା ଦିଲ୍ଲୀ ବର୍ଡର

ନଏଡା,୨୧।୯: ଭାରତୀୟ କୃଷକ ୟୁନିୟନ ପକ୍ଷରୁ ବିଭିନ୍ନ ଦାବି ନେଇ ହୋଇଥିବା ବିରୋଧ ପ୍ରଦର୍ଶନୀ ଯୋଗୁଁ ଦିଲ୍ଲୀର ସୀମା ସିଲ୍‌ କରି ଦିଆଯାଇଛି। ପାଦରେ ଚାଲି...

ସରକାର ଗଠନ ପାଇଁ ପାଓ୍ବାରଙ୍କ ସସ୍‌ପେନ୍ସ : କହିଲେ, ଭାଜପା-ଶିବସେନାକୁ ପଚାର

ନୂଆଦିଲ୍ଲୀ,୧୮।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସମସ୍ତଙ୍କ ନଜର ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଓ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଉପରେ ରହିଛି।...

ରାଷ୍ଟ୍ରପତି ଶାସନ ୬ ମାସ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୯ା୬(ପି.ଟି): ଜମ୍ମୁ-କଶ୍ମୀରରେ ଆତଙ୍କବାଦର ମୂଳୋତ୍ପାଟନକୁ ସରକାର ସର୍ବାଧିକ ପ୍ରାଥମିକତା ଦେଉଥିବା ଶୁକ୍ରବାର ଲୋକ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ କହିଛନ୍ତି। ସେଠାରେ ରାଷ୍ଟ୍ରପତି ଶାସନ...

ସ୍ମୃତି ଇରାନୀଙ୍କ ମୁଖ୍ୟ ସହଯୋଗୀଙ୍କ ହତ୍ୟାକାରୀ ଗିରଫ

ଆମେଥି,୧।୬: ଉତ୍ତର ପ୍ରଦେଶ ଆମେଥି ଲୋକ ସଭା ଆସନର ଭାଜପା ନେତ୍ରୀ ସ୍ମୃତି ଇରାନିଙ୍କ ମୁଖ୍ୟ ସହଯୋଗୀ ସୁରେନ୍ଦ୍ର ସିଂଙ୍କୁ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତଙ୍କୁ...

ପ୍ରଥମ ଥର ଲାଗି ଜାଗୋଡିହରେ ଖୋଲିଛି ମତଦାନ କେନ୍ଦ୍ର

ପାଲାମୁ,୨୯।୪: ଝାଡ଼ଖଣ୍ଡର ପାଲାମୁ ନିର୍ବାଚନ ମଣ୍ଡଳୀରେ ଥିବା ଜାଗୋଡିହ ଅଞ୍ଚଳରେ ପ୍ରଥମ ଥର ଲାଗି ୨୪୯ ବୁଥ୍‌ରେ ମତଦାନ କରାଯାଉଛି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ...

Leave a comment

Your email address will not be published. Required fields are marked *