Posted inଜାତୀୟ

ଆମେରିକା ପଳାୟନ କରିଛନ୍ତି ଗୁଲାଲାଇ

ଇସ୍‌ଲାମାବାଦ,୨୧ା୯: ପାକିସ୍ତାନୀ ସେନାର ବର୍ବରତାକୁ ସାମ୍ନାକୁ ଆଣିଥିବା ଅଧିକାର କର୍ମୀ ଗୁଲାଲାଇ ଇସ୍‌ମାଇଲ୍‌ ଗତମାସରେ ଇସ୍‌ଲାମାବାଦରୁ ନ୍ୟୁୟର୍କକୁ ଖସି ପଳାଇଛନ୍ତି। ସେ ଆମେରିକାର ରାଜନୈତିକ ଶରଣ ଲୋଡ଼ିଥିଲେ। ୩୨ ବର୍ଷୀୟା ଗୁଲାଲାଇ ନ୍ୟୁୟର୍କସ୍ଥିତ ବ୍ରୁକ୍‌ଲିନ୍‌ରେ ଥିବା ତାଙ୍କ ଭଉଣୀଙ୍କ ସହ ରହୁଛନ୍ତି। ଦେଶ ଛାଡ଼ି ପଳାୟନ କରିବାରେ କିପରି ସଫଳ ହେଲେ ସେନେଇ ସେ ମୁହଁ ଖୋଲିନାହାନ୍ତି। ଏନେଇ ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। କଶ୍ମୀର ଉପତ୍ୟକାରେ ମାନବାଧିକାର ଉଲ୍ଲଂଘନ ନେଇ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ଜୋରଦାର ପ୍ରଚାର ଚଳାଇଥିବାବେଳେ ନିଜ ଦେଶର ମାନବାଧିକାର ରେକର୍ଡ ଏହା ପାଇଁ ଶକ୍ତ ଧକ୍କା ହୋଇଛି। ଆମେରିକାରେ ରାଜନୈତିକ ଶରଣ ଲୋଡିଥିବା ଗୁଲାଲାଇ ଇସ୍‌ଲାମାବାଦର ଅସଲ ମୁଖା ଖୋଲିଛନ୍ତି। କେବଳ ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଏବଂ ଆକ୍ରମଣ ଉପତ୍ୟକାର ସ୍ଥିତିକୁ ଖରାପ କରିବ ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି। ଭାରତର ଅଭିଯୋଗ ଅନ୍ତର୍ଜାତୀୟ ସ୍ତରରେ ଗ୍ରହଣୀୟ ହୋଇଥିବାବେଳେ ଆତଙ୍କବାଦୀଙ୍କୁ ବ୍ୟବହାର କରୁଥିବା ପାକ୍‌ ଉପରେ ରୋକ୍‌ ଲଗାଇବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଉଦ୍ୟମ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


All Right Reserved By Dharitri.Com

ଅଯୋଧ୍ୟା ରାୟ ଆସିବା ପୂର୍ବରୁ ଉତ୍ତର ପ୍ରଦେଶରେ ୫୦୦ରୁ ଊର୍ଦ୍ଧ୍ୱ ଲୋକ ଗିରଫ

ଲକ୍ଷ୍ନୌ,୮।୧୧: ଅଯୋଧ୍ୟାର ରାମ ଜନ୍ମଭୂମି-ବାବ୍ରି ମସଜିଦ୍‌ ଜମି ବିବାଦ ମାମଲାର ରାୟ ଶୁଣାଣି ପରବର୍ତ୍ତୀ ଯେ କୌଣସି ଅପ୍ରୀତିକର ପରିସ୍ଥିତି ସହ ମୁକାବିଲା କରିବାକୁ ଉତ୍ତର...

ଆମ୍ବୁଲାନ୍ସ ନ ମିଳିବାରୁ ମରାଠି କଳାକାରଙ୍କ ସହ ନବଜାତକର ମୃତ୍ୟୁ

ମୁମ୍ବାଇ,୨୨।୧୦: ଦୁର୍ଗମ ଅଞ୍ଚଳରେ ଆମ୍ବୁଲାନ୍ସ ନ ମିଳିବା ରୋଗୀ ବା ଗର୍ଭବତୀ ଖଟିଆରେ ବୁହାହେବା ଅବା ଚାଲି ଚାଲି ହସ୍ପିଟାଲ ଯିବା ଖବର ଦେଖିବାକୁ ମିଳିଛି।...

କ୍ୟାନସର୍‌ ରୋଗୀଙ୍କ ପାଇଁ କେଶ ଦାନ କଲେ ମହିଳା ପୋଲିସ ଅଫିସର

ତ୍ରିସୁର,୨୭।୯:କେରଳର ତ୍ରିସୁର ଜିଲାରେ ଜଣେ ପୋଲିସ ଅଫିସର ଅପର୍ଣ୍ଣା ଲଭକୁମାର କ୍ୟାନସର ରୋଗୀଙ୍କ ପାଇଁ ନିଜ କେଶ ଦାନ କରିଦେଇଛନ୍ତି। ଏଭଳି ମହତ୍‌ କାର୍ଯ୍ୟ ପାଇଁ...

ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ

ଲକ୍ଷ୍ନୌ,୨୮।୯: ଉତ୍ତରପ୍ରଦେଶରେ ଗତ ୩ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ରାଜ୍ୟରେ ବର୍ଷା ବିତ୍ପାତ ଦେଖାଦେଇଛି। ରାସ୍ତାଘାଟରେ ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ଘର ଗୁଡିକରେ...

ଅମେଠିରେ ‘ନ୍ୟାୟ’ ବ୍ୟାନର: ରାହୁଲଙ୍କୁ ଇସି ନୋଟିସ

ଭୋପାଳ,୨୦ା୪(ପି.ଟି.): ଅମେଠିରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ନିର୍ବାଚନ କମିଶନ (ଇସି) କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିଛନ୍ତି। ସ୍ଥାନୀୟ ନିର୍ବାଚନ...

ମାନ୍ଦାବସ୍ଥାକୁ ନେଇ ଭାଜପା ଉପରେ ବର୍ଷିଲେ ସୋନିଆ:ଜନାଦେଶର ଦୁରୁପଯୋଗ ବିପଜ୍ଜନକ

ନୂଆଦିଲ୍ଲୀ,୧୩-୯(ପି.ଟି.):ଦେଶରେ ଗୁରୁତର ଆର୍ଥିକ ମାନ୍ଦାବସ୍ଥାକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜନାଦେଶକୁ ଭାଜପା ସରକାର ବିପଜ୍ଜନକ ଭାବେ ଦୁରୁପଯୋଗ କରୁଥିବା...

ବିହାରରେ ମସ୍ତିକ ଜ୍ୱରରେ ପ୍ରାଣ ହରାଉଛନ୍ତି ଶିଶୁ, ସାଙ୍ଗଙ୍କ ସହ ପାର୍ଟି କରୁଛନ୍ତି ଚିରାଗ ପାଶଓ୍ବାନ

ପାଟଣା, ୧୮।୬: ବିହାରରେ ମସ୍ତିକ ଜ୍ୱରରେ ପ୍ରତି ଘଣ୍ଟାରେ ଶିଶୁ ମୃତ୍ୟୁ ଖବର ଆସୁଥିଲାବେଳେ ସେପଟେ ଗୋଆରେ ଯୁବତୀଙ୍କ ସହ ପାର୍ଟି କରୁଛନ୍ତି ଲୋକ ଜନଶକ୍ତି...

ବିନା ଯୁଦ୍ଧରେ ଏକ ବର୍ଷ ମଧ୍ୟରେ ଭାରତକୁ ମିଳିଯିବ ପିଓକେ: ସତ୍ୟପାଲ୍‌ ମଲିକ୍‌

ଶ୍ରୀନଗର,୧୯।୯: ବିନା ଯୁଦ୍ଧରେ ଭାରତକୁ ଏକ ବର୍ଷ ମଧ୍ୟରେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ମିଳିଯିବ। ଏନେଇ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ୍‌ ଏକ ଯୋଜନା ସମ୍ପର୍କରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *