Posted inUncategorized

ଜାମିନ ଆବେଦନର ଶୁଣାଣି କରିବେ ଜଣିକିଆ ଖଣ୍ଡପୀଠ

ନୂଆଦିଲ୍ଲୀ,୨୧ା୯(ଆଇଏଏନ୍‌ଏସ୍‌): ନ୍ୟାୟପାଳିକାରେ ମାମଲା ବୋଝ କମାଇବା ପାଇଁ ଜଣିକିଆ ଖଣ୍ଡପୀଠ ଗଠନ ଲାଗି ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି। ଏହି ଖଣ୍ଡପୀଠଗୁଡ଼ିକରେ ଜାମିନ, ମାମଲା ସ୍ଥାନାନ୍ତର ଏବଂ ଅନ୍ୟ କମ୍‌ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର କରାଯିବ। ରିପୋର୍ଟ ଅନୁଯାୟୀ ଜୁନ୍‌ ୧ ସୁଦ୍ଧା ସର୍ବୋଚ୍ଚ ଅଦାଲତରେ ୫୮,୬୬୯ଟି ମାମଲା ବିଚାର ଅପେକ୍ଷାରେ ଥିଲା। ସୁପ୍ରିମକୋର୍ଟ (ସଂଶୋଧନ) ନିୟମାବଳୀ, ୨୦୧୯ରେ ଅଦାଲତ କେତେକ ପରିବର୍ତ୍ତନ ଆଣିବା ପରେ ସିଙ୍ଗଲ୍‌ ଜଜ୍‌ ବେଞ୍ଚ୍‌ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ କୌଣସି ମାମଲାର ଶୁଣାଣି ୨ରୁ କମ୍‌ ବିଚାରପତି ଥିବା ଖଣ୍ଡପୀଠରେ ହେଉ ନ ଥିଲା। ଏବେ ଜଣିକିଆ ଖଣ୍ଡପୀଠରେ ସ୍ବତନ୍ତ୍ର ଲିଭ୍‌ ପିଟିଶନ୍‌, ୭ ବର୍ଷରୁ କମ୍‌ ଦଣ୍ଡବିଧାନ ହେବାକୁ ଥିବା ଜାମିନ ଆବେଦନ ଖାରଜ କିମ୍ବା ଆଗୁଆ ଜାମିନ ଆବେଦନର ଶୁଣାଣି ହୋଇପାରିବ। ଏହା ବ୍ୟତୀତ ମାମଲା ସ୍ଥାନାନ୍ତର, ଜରୁରୀ ସ୍ଥାନାନ୍ତର ଏବଂ ପ୍ରଧାନ ବିଚାରପତିଙ୍କ ଦ୍ୱାରା ବିଜ୍ଞାପିତ ଅନ୍ୟ ମାମଲାର ମଧ୍ୟ ଉକ୍ତ ଖଣ୍ଡପୀଠରେ ଶୁଣାଣି ହେବ।


All Right Reserved By Dharitri.Com

Posted inUncategorized View All

ଆଇଏସ୍‌ଏଲ୍‌: ମୁମ୍ବାଇ-ନର୍ଥଇଷ୍ଟ ମ୍ୟାଚ୍‌ ଡ୍ର

ଗୁଆହାଟୀ, ୨୮।୧୧ (ପି.ଟି.)- ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ବୁଧବାର ମୁମ୍ବାଇ ଏଫ୍‌ସି ଓ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ଡ୍ର’ରେ ସମାପ୍ତ...

ଲକ୍‌ଡାଉନ୍‌ ସ୍ଥିତି ଅନୁଧ୍ୟାନ କଲେ ଭଦ୍ରକ ବିଧାୟକ

ଭଦ୍ରକ ଅଫିସ,୮ା୪: ଭଦ୍ରକ ପୌରାଞ୍ଚଳରେ ବୁଧବାର ସକାଳୁ ଭଦ୍ରକ ବିଧାୟକ ସଂଜୀବ ମଲିକ ଲକ୍‌ଡାଉନ୍‌ ସ୍ଥିତି ଅନୁଧ୍ୟାନ କରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀର ସହର ଓ...

ନିର୍ଗୁଣ୍ଡି ଷ୍ଟେଶନରେ ଓହ୍ଲାଇଲେ ୭୯୩ ପ୍ରବାସୀ

ଚୌଦ୍ୱାର,୧୬ା୫ (ଡି.ଏନ.ଏ): ହାଇଦ୍ରାବାଦ୍‌ରୁ ପ୍ରବାସୀଙ୍କୁ ନେଇ ଏକ ଶ୍ରମିକ ସ୍ପେଶାଲ୍‌ ଟ୍ରେନ ଆସି ଶୁକ୍ରବାର ରାତି ୯ଟାରେ ଟାଙ୍ଗୀ ନିର୍ଗୁଣ୍ଡି ଷ୍ଟେଶନରେ ପହଞ୍ଚିଛି। ଏହି ଟ୍ରେନଟି...

ବଜ୍ରପାତରେ ଗୌରଗୋପାଳ ମଠରୁ ଖସିଲା ଦଧିନଉତି

ଗଞ୍ଜାମ,୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ସହରରେ ବୁଧବାର ସନ୍ଧ୍ୟାରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଏହି ସମୟରେ ବଜ୍ରପାତ ଘଟି ପଣ୍ଡାସାହି ଚଉଦଘରିଆ ଗୌର ଗୋପାଳ...

୮୦ ଘଣ୍ଟାର ଅପରେଶନ : ବୋର୍‌ଓ୍ବେଲରୁ ସୁଜିତ୍‌ଙ୍କ ମୃତଦେହ ଉଦ୍ଧାର

ତିରୁଚିରାପଲ୍ଲୀ/ଚେନ୍ନାଇ ୩୦ା୧୦(ପି.ଟି.): ଦୀର୍ଘ ୮୦ ଘଣ୍ଟାର ରେସ୍କ୍ୟୁ ଅପରେଶନ ସତ୍ତ୍ୱେ ତାମିଲନାଡ଼ୁର ନଡ଼ୁକଟ୍ଟାପୁଟ୍ଟି ବୋର୍‌ଓ୍ବେଲରେ ଖସିପଡ଼ିଥିବା ୨ ବର୍ଷର ଶିଶୁ ସୁଜିତ୍‌ ଓ୍ବିଲିୟମଙ୍କୁ ଜୀବିତ ଉଦ୍ଧାର...

CORONAVIRUS UPDATE: ଭୁବନେଶ୍ୱରର ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ, ଆରୋଗ୍ୟ ସଂଖ୍ୟା ୩୩ରେ ପହଞ୍ଚିଲା

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେ ଭୁବନେଶ୍ୱରର ଏବଂ ତାଙ୍କୁ ଡିସ୍‌ଚାର୍ଜ କରାଯିବ। ଏହାକୁ ମିଶାଇ ୩୩ଜଣ ସଂକ୍ରମିତ ସୁସ୍ଥ...

କେନ୍ଦ୍ରକୁ ଓଡ଼ିଶାର ଅନୁରୋଧ ;ଏଫ୍‌ସିଆରଏ ମଞ୍ଜୁରୀ ତ୍ୱରାନ୍ବିତ କର

ନୂଆଦିଲ୍ଲୀ,୧୪-୫: ବାତ୍ୟା ଫନୀ ଯୋଗୁ ଓଡ଼ିଶାର ନାହିଁ ନ ଥିବା କ୍ଷତି ହୋଇଛି। ରାଜ୍ୟରେ ଥଇଥାନ ଓ ପୁନରୁଦ୍ଧାର ଲାଗି ଦେଶର ବିଭିନ୍ନ ପ୍ରାନ୍ତରରୁ ସହାୟତା...

Leave a comment

Your email address will not be published. Required fields are marked *