ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର: ଇକୋ ପାର୍କ ଉନ୍ନତୀକରଣ କରାଯାଉ

ଅନୁଗୋଳ ଅଫିସ, ୨୧।୯ – ଅନୁଗୋଳ ସହରରେ ଥିବା ଇକୋ ପାର୍କରେ ଏବେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି। ଏପରି କି ପାର୍କରେ ଥିବା ଆସୁଷଙ୍ଗିକ ବ୍ୟବସ୍ଥାକୁ ବୃଦ୍ଧି କରିବା ସହ ଅଧିକ ଉନ୍ନତୀକରଣ କରିବାକୁ ସହରର ବରିଷ୍ଠ ନାଗରିକମାନେ ଦାବି କରିଛନ୍ତି। ଏ ନେଇ କେତେଜଣ ବରିଷ୍ଠ ନାଗରିକ ପୌରନିର୍ବାହୀ ଅଧିକାରୀ ଅତିରିକ୍ତ ଦାୟିତ୍ୱରେ ଥିବା ସୁବ୍ରତ କୁମାର ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଏ ନେଇ କ’ଣ ଉନ୍ନତି ହୋଇପାରିବ ତାହାର ଅନୁଧ୍ୟାନ କରାଯିବ ବୋଲି ବେହେରା କହିଛନ୍ତି। ଏ ନେଇ ସେ ଏକ ଟିମ୍‌ ଗଠନ କରିବେ ବୋଲି ମଧ୍ୟ ସେ କହିଛନ୍ତି।
ବରିଷ୍ଠ ନାଗରିକମାନେ ଦାବି କରିଛନ୍ତି ଯେ, ଇକୋ ପାର୍କରେ ଥିବା ଜିମ୍‌ ଖାନାର ସରଞ୍ଜାମ ମଧ୍ୟରୁ କେତେକ ଅକାମି ହୋଇପଡ଼ିଛି। ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସମସ୍ୟାର ସମାଧାନ ହେଉନାହିଁ। ଏହାକୁ ମରାମତି କରିବା ସହ ଅଧିକ ସରଞ୍ଜାମର ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି। ସେହିପରି ପାର୍କରେ ଥିବା ପୁଷ୍ପ ଉଦ୍ୟାନକୁ ଅଧିକ ସୁନ୍ଦର କରିବା, ଔଷଧୀୟ ବୃକ୍ଷ ରୋପଣ ଓ ଗାଡ଼ି ରଖିବା ପାଇଁ ସେଡ୍‌ କରିବା, ପାଦଚଲା ରାସ୍ତା ପ୍ରଶସ୍ତୀକରଣ କରି ବୃକ୍ଷ ରୋପଣ କରିବା, ପାର୍କ ପୋଖରୀରେ ହଂସମାନଙ୍କ ସଂଖ୍ୟା ବୃଦ୍ଧି, ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ଟଏ ଟ୍ରେନ୍‌, ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ବ୍ୟବସ୍ଥା ଦିଗରେ ଦୃଷ୍ଟି ଦେବାକୁ ଦିଲିପ ମୋଦି, ଶୈଲଶ ଚନ୍ଦ୍ର ଦାଶଗୁପ୍ତ, ଟୁକୁନା ମହାପାତ୍ର, ପ୍ରଭାସିନୀ ପାଣିଗ୍ରାହୀ, ମାନସ କୁମାର ପ୍ରଧାନ, ସୁକାନ୍ତି ସାହୁ, ସୁଶାନ୍ତ ଦାସ, ଦୀପକ ପ୍ରଧାନ, ପ୍ରଶାନ୍ତ ଦାସ, ବିଜୟ କୁମାର ପ୍ରମୁଖ ପୌରନିର୍ବାହୀ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି।


All Right Reserved By Dharitri.Com

ସର୍ଭେ ଓ ଅନୁସନ୍ଧାନ ବିଭାଗ କରୁଛି ଅବହେଳା

ଅନୁଗୋଳ ସହର, ୬।୨ – ଅନୁଗୋଳ ଜିଲା ବନ୍ତଳା ଥାନା ନନ୍ଦପୁର ପଞ୍ଚାୟତ କରଡ଼ାସିଙ୍ଗ ଗ୍ରାମରେ ପ୍ରସ୍ତାବିତ ହିଡ଼ିସିଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପର ମନ୍ଥର କାର୍ଯ୍ୟ...

ତାପମାତ୍ରା ୪.୬, ଥରୁଛି ଅନୁଗୋଳ

ବନ୍ତଳା,୩୦।୧୨(ଡି.ଏନ.ଏ.) – ଅନୁଗୋଳ ଜିଲାରେ ଶୀତ ଲହରି ଜାରି ରହିଛି। ଶନିବାର ଜିଲାର ତାପମାତ୍ରା ରେକର୍ଡ ସ୍ତର ୩.୪କୁ ଖସି ଆସିଥିବା ବେଳେ ରବିବାର ତାହା...

ମେଡିକାଲ ପରିଚାଳନା ଟିମ୍‌ ସୋର୍ସିଂ କରିବ ଏମ୍‌ସିଏଲ୍‌

ଭୁବନେଶ୍ୱର,୩ |୧୦ – ମହାନଦୀ କୋଲ୍‌ ଫିଲ୍ଡସ ଲିମିଟେଡ୍‌ (ଏମ୍‌ସିଏଲ୍‌) ତାଳଚେରରେ ସ୍ଥାପନ କରିଥିବା ୫୦୦ ବେଡ୍‌ ବିଶିଷ୍ଟ ଏହାର ଷ୍ଟେଟ୍‌ ଅଫ୍‌ ଆର୍ଟ ମେଡିକାଲ...

ଆଜି ଖୋଲିବ ରେଙ୍ଗାଳି ଗେଟ

କଣିହାଁ,୧।୧୦(ଡି.ଏନ.ଏ) ଅନୁଗୋଳ ଜିଲା କଣିହାଁସ୍ଥିତ ବ୍ରାହ୍ମଣୀ ନଦୀ ରେଙ୍ଗାଳି ଡ୍ୟାମରେ ଜଳସ୍ତର ବିପଦ ସଙ୍କେତ ଊର୍ଦ୍ଧ୍ୱରେ ରହିଛି। ଏ ନେଇ ମଙ୍ଗଳବାର ଅକ୍ଟୋବର ମାସର ପ୍ରଥମ...

ନିର୍ମାଣ ହେଉନି ସୁରେଶ୍ୱରୀ ପ୍ରକଳ୍ପ: ପ୍ରତିବାଦରେ ବ୍ଲକ ସମ୍ମୁଖରେ ଅହୋରାତ୍ର ଗଣଧାରଣା

ବଇଣ୍ଡା,୨୧।୧୦(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁରଠାରେ ସୁରେଶ୍ୱରୀ ପ୍ରକଳ୍ପ ନିର୍ମାଣ ହେଉନାହିଁ। ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବାରମ୍ବାର ଦାବି ହୋଇ...

କନ୍ୟା ଭ୍ରୂଣ ହତ୍ୟା ରୋକିବାକୁ ଗୁରୁତ୍ୱ: ପ୍ରସବ ବିବରଣୀ ଦେବେ ଘରୋଇ କ୍ଲିନିକ୍‌

ଅନୁଗୋଳ ଅଫିସ, ୩୧।୮ – ଜିଲାରେ ଚାଲୁଥିବା ଅଲଟ୍ରାସାଉଣ୍ଡ କ୍ଲିନିକ ଓ ନର୍ସିଂହୋମରେ କଡାକଡି ପାଳନ ହେବ ଲିଙ୍ଗ ନିରୂପଣ ନିରୋଧୀ ସମ୍ପର୍କିତ ପିସିଆଣ୍ଡପିଏନ୍‌ଡିଟି ଆଇନ।...

ଆନ୍ଦୋଳନ ପରେ କାର୍ଯ୍ୟକାରୀ ହେଲା ଜେରିଆଟିକ୍‌ ୱାର୍ଡ

ଅନୁଗୋଳ ଅଫିସ, ୨୭।୮ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ନେଇ ସୋମବାର ସାମାଜିକ କର୍ମୀମାନେ ଧାରଣା ଦେଇଥିଲେ। ବିଶେଷକରି ଜେରିଆଟିକ୍‌ ୱାର୍ଡ ଖୋଲିବା ଏକ...

ବିପର୍ଯ୍ୟୟ ସହାୟତା

ପ୍ରାକୃତିକ ବିପର୍ଯ୍ୟୟ ତାଲିକାରେ ଆସୁଥିବା ବନ୍ୟା, ବାତ୍ୟା, ଅଂଶୁଘାତ, ବଜ୍ରପାତ, ଅଗ୍ନିକାଣ୍ଡ, ସର୍ପାଘାତ ଆଦିରେ କାହାର ମୃତ୍ୟୁ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ...

Leave a comment

Your email address will not be published. Required fields are marked *