ନିବେଶକଙ୍କୁ ୬.୮୨ ଲକ୍ଷ କୋଟି ଫାଇଦା

ମୁମ୍ବାଇ,୨୧-୯: ସରକାରଙ୍କ ଦ୍ୱାରା କର୍ପୋରେଟ ଟିକସ ହ୍ରାସ ଓ ନିବେଶକଙ୍କ ସମ୍ପର୍କିତ ଘୋଷଣା ଦ୍ୱାରା ଶୁକ୍ରବାର ଶେୟାର ବଜାରରେ ରେକର୍ଡ ବୃଦ୍ଧି ଦେଖାଯାଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୯୨୧.୧୫ ପଏଣ୍ଟ ବୃଦ୍ଧି ପାଇ ୩୮,୦୧୪.୬୨ରେ ବନ୍ଦ ହୋଇଥିଲା। ଇଣ୍ଟ୍ରା-ଡେ ବା ଦିନର କାରବାର ମଧ୍ୟରେ ଗୋଟିଏ ସମୟରେ ଏହା ୨୨୮୪.୫୫ ପଏଣ୍ଟ ବୃଦ୍ଧି ପାଇଥିଲା। ସେହିପରି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ୫୬୯.୪୦ ପଏଣ୍ଟ ବୃଦ୍ଧି ପାଇ ୧୧,୨୭୪ରେ ବନ୍ଦ ହୋଇଛି। ଇଣ୍ଟ୍ରା-ଡେରେ ଏହା ୬୭୭ ପଏଣ୍ଟ ବୃଦ୍ଧି ପାଇଥିଲା। ୧୦ ବର୍ଷ ଭିତରେ ଗୋଟିଏ ଦିନରେ ସେନ୍‌ସେକ୍ସ ସର୍ବାଧିକ ପଏଣ୍ଟ ବୃଦ୍ଧି ପାଇଛି। ଫଳରେ ନିବେଶକ ଗୋଟିଏ ଦିନରେ ୬.୮୨ ଲକ୍ଷ କୋଟି ଟଙ୍କା ଫାଇଦା ପାଇଛନ୍ତି। ଏଥିପୂର୍ବରୁ ୨୦୦୯ ମେ ୧୮ରେ ବଜାରରେ ଗୋଟିଏ ଦିନରେ ୨୧୧୦ ପଏଣ୍ଟ ବୃଦ୍ଧି ପାଇଥିଲା। ସେତେବେଳେ ତତ୍କାଳୀନ ଉପା ସରକାର ପୁନର୍ବାର କ୍ଷମତାକୁ ଫେରିଥିଲେ। ମାର୍କେଟ ଏହାର ଉତ୍ସବ ପାଳନ କରିଥିଲା। କର୍ପୋରେଟ ସେକ୍ଟର ଓ ବିଦେଶୀ ପୋର୍ଟଫୋଲିଓ ନିବେଶକଙ୍କ ପକ୍ଷରୁ ବ୍ୟାପକ ହାରରେ କିଣାକିଣି କରାଯିବାରୁ ଶୁକ୍ରବାର ସେନ୍‌ସେକ୍ସରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିିଳିଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ସୀତାରାମନ୍‌ଙ୍କ ଘୋଷଣା ପରେ ବଜାରରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ଫଳରେ ବଜାରର ମାର୍କେଟ କ୍ୟାପିଟାଲାଇଜେଶନ ୧୩୮.୫୪ ଲକ୍ଷ କୋଟି ଟଙ୍କାରୁ ଏକାଥରକେ ୧୪୩.୪୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକ ୫ ଲକ୍ଷ କୋଟି ଟଙ୍କା ଫାଇଦା ହାସଲ କରି ମାଲାମାଲ ହୋଇଥିଲେ। ସେନ୍‌ସେକ୍ସର ୩୦ରୁ ୨୫ ଏବଂ ନିଫ୍ଟିର ୫୦ ମଧ୍ୟରୁ ୪୪ ଶେୟାର ବୃଦ୍ଧି ସହିତ ବନ୍ଦ ହୋଇଥିଲା। ଏନ୍‌ଏସ୍‌ଇରେ ୧୧ରୁ ୧୦ ସେକ୍ଟର ଫାଇଦାରେ ରହିଥିଲା। ଅଟୋ ଇଣ୍ଡେକ୍ସ ସବୁଠାରୁ ଅଧିକ ୯.୯% ବୃଦ୍ଧି ପାଇଥିଲା। ଏହା ୨୦୦୯ ମେ ପରେ ସର୍ବାଧିକ ବୃଦ୍ଧି କୁହାଯାଉଛି। ବଜାର ବିଶ୍ଳେଷକ ସେଣ୍ଟ୍ରାଲ ଓ୍ବେଲ୍‌ଥ ମ୍ୟାନେଜମେଣ୍ଟ ମୁଖ୍ୟ ଦେବାଙ୍ଗ ମେହଟା କହିଛନ୍ତି ଯେ ସରକାରଙ୍କ ଘୋଷଣା ଯୋଗୁ ଆର୍ଥିକ ବିକାଶ ଗତିଶୀଳ ହେବ। ଏଥିଯୋଗୁ କର୍ପୋରେଟ ଓ କ୍ୟାପିଟାଲ ମାର୍କେଟ ଉତ୍ସାହିତ। ମନୋଭାବରେ ସୁଧାର ହେବା ମୁଖ୍ୟ ପ୍ରସଙ୍ଗ। କାରଣ ମନୋଭାବ ବିଗିଡିଯିବା କାରଣରୁ ଗତ କିଛି ଦିନ ହେବ ବଜାର ନିମ୍ନଗାମୀ ହୋଇଚାଲିଥିଲା। ସୂଚନାଥାଉ କି, ଗୋଟିଏ ଦିନରେ ବଡ଼ ଧରଣର ବୃଦ୍ଧି ଚଳିତବର୍ଷ ଚତୁର୍ଥ ଥର ଦେଖିବାକୁ ମିଳିଛି। ଏଥିପୂର୍ବରୁ ସର୍ବାଧିକ ବୃଦ୍ଧି ମେ ୨୦ରେ ହୋଇଥିଲା। ମେ ୧୯ରେ ସାଧାରଣ ନିର୍ବାଚନ ଫଳାଫଳ ପୂର୍ବରୁ ଏକ୍‌ଜିଟ୍‌ ପୋଲ୍‌ ପ୍ରକାଶ ପାଇଥିଲା। ଫଳରେ ବଜାରରେ ଯଥେଷ୍ଟ ବୃଦ୍ଧି ଦେଖାଯାଇଥିଲା। ସେତେବେଳେ ସେନ୍‌ସେକ୍ସ ୧୪୮୨ ପଏଣ୍ଟ ବୃଦ୍ଧି ପାଇଥିଲା। ସୂଚନାଥାଉ କି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର କର୍ପୋରେଟ ଟିକସକୁ ୨୫.୧୭%କୁ ହ୍ରାସ ଘୋଷଣା କରିଛନ୍ତି। ସେହିପରି ମିନିମମ୍‌ ଅଲ୍ଟରନେଟ୍‌ ଟ୍ୟାକ୍ସକୁ ୧୫%କୁ କମାଇବା ସହ କ୍ୟାପିଟାଲ ଗେନ୍‌ ଟ୍ୟାକ୍ସ ଉପରେ ଲାଗୁ ହୋଇଥିବା ଅତିରିକ୍ତ ସରଚାର୍ଜକୁ ପ୍ରତ୍ୟାହାର କରିନେଇଛନ୍ତି। ଏହାଛଡ଼ା ଅକ୍ଟୋବର ପହିଲା ପରେ ନୂଆ ଭାବେ ପ୍ରତିଷ୍ଠିତ ହେବାକୁ ଥିବା ମାନୁଫାକ୍‌ଚରିଂ ୟୁନିଟ୍‌ ପାଇଁ ଟିକସକୁ ୧୫%କୁ ହ୍ରାସ ଘୋଷଣା କରାଯାଇଛି। ଏହାଦ୍ୱାରା ନିବେଶ ବୃଦ୍ଧି ପାଇବ ଏବଂ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ଆମାଜନ୍‌ର ଲୋକାଲ ଶପ୍‌ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୬।୪: ଆମାଜନ୍‌ ଇନ୍‌ ପକ୍ଷରୁ ଭାରତରେ ଲୋକାଲ ଶପ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ସାରା ଦେଶରେ ୫୦୦ ଦୋକାନ ଏବଂ ରିଟେଲର ଯୋଡି ହୋଇଛନ୍ତି।...

୩ ବ୍ୟାଙ୍କକୁ ୮୬୫୫ କୋଟି ଟଙ୍କାର ପୁଞ୍ଜି

ନୂଆଦିଲ୍ଲୀ,୨୮-୧୨: ସରକାର ୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଲାଗି ୮୬୫୫ କୋଟି ଟଙ୍କାର ପୁଞ୍ଜି ସହାୟତା ଘୋଷଣା କରିଛନ୍ତି। ଏହା ମଧ୍ୟରେ ଆଲ୍ଲାହାବାଦ ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ...

ସୀତାରାମନ୍‌ଙ୍କ ଅଜବ ଯୁକ୍ତି: ଓଲା, ଉବର ଯୋଗୁ ଅଟୋ ସେକ୍ଟରରେ ଆସିଛି ମାନ୍ଦାବସ୍ଥା

ନୂଆଦିଲ୍ଲୀ,୧୧-୯: ଦେଶର ଅଟୋ ସେକ୍ଟର ଏବେ ଜବରଦସ୍ତ ମାନ୍ଦାବସ୍ଥାର ଶିକାର ହୋଇଛି। କେତେକ କମ୍ପାନୀ ଏବେ କିଛିଦିନ ପାଇଁ ଉତ୍ପାଦନ ବନ୍ଦ ଲାଗି ଘୋଷଣା କରିସାରିଲେଣି।...

ଜିଏସ୍‌ଟି ଢାଞ୍ଚାରେ ପରିବର୍ତ୍ତନ ନେଇ ଏନ୍‌.କେ.ସିଂଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ,୨୪-୧୧: ଜିଏସ୍‌ଟି ଢାଞ୍ଚାରେ ବଡ ଧରଣର ପରିବର୍ତ୍ତନ ନେଇ ଅର୍ଥ କମିଶନ ଅଧ୍ୟକ୍ଷ ଏନ୍‌.କେ.ସିଂ ଶନିବାର ଗୁରୁତ୍ୱାରୋପ କରିଛନ୍ତି। ବିଶେଷ କରି ଜିଏସ୍‌ଟିରେ ରହିଥିବା ଜଟିଳ...

ଷ୍ଟାର୍ଟଅପ୍‌ ପ୍ରତିଷ୍ଠାରେ ଦିଲ୍ଲୀ-ଏନ୍‌ସିଆର୍‌ ସର୍ବାଗ୍ରେ

ନୂଆଦିଲ୍ଲୀ,୧୦-୯: ଷ୍ଟାର୍ଟଅପ୍‌ ଏବଂ ୟୁନିକର୍ନ ପ୍ରତିଷ୍ଠା କ୍ଷେତ୍ରରେ ମୁମ୍ବାଇ, ବେଙ୍ଗାଲୁରୁକୁ ପଛରେ ପକାଇ ଦେଇଛି ଦିଲ୍ଲୀ-ଏନ୍‌ସିଆର୍‌। ଏଠାରେ ଷ୍ଟାର୍ଟଅପ୍‌ଙ୍କ ସଂଖ୍ୟା ୭୦୩୯ରେ ପହଞ୍ଚତ୍ଛି ବୋଲି ଜିନୋଭ...

୧୫ ଏପ୍ରିଲରୁ ବିମାନସେବା ଯୋଗାଇବ ଏୟାର ଏସିଆ

ନୂଆଦିଲ୍ଲୀ,୪-୪: ବର୍ତ୍ତମାନ ଲକଡାଉନ ପାଇଁ ସାରା ଦେଶରେ ବିମାନ ସେବା ବନ୍ଦ ରହିଛି। ଚଳିତ ମାସ ୧୫ରୁ ପୁଣିଥରେ ବିମାନ ସେବା ଆରମ୍ଭ କରିବା ନେଇ...

ଚାଇନା ଉପରେ ବ୍ରିଟେନ୍‌ ଲଗାଇଲା କଟକଣା: ସହାୟତାକାରୀଙ୍କ ବିରୋଧରେ ହେବ ତଦନ୍ତ

ଲଣ୍ଡନ,୨୧।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏପରିସ୍ଥଳେ ଅନ୍ତର୍ଜାତୀୟ...

ଦେବାଳିଆ ହୋଇପାରନ୍ତି ବିମାନ କମ୍ପାନୀ

ନୂଆଦିଲ୍ଲୀ,୧୮-୩: କରୋନା ମହାମାରୀର ପ୍ରଭାବ ଯୋଗୁ ସାରା ବିଶ୍ୱରେ ବିମାନ ଶିଳ୍ପ ଏବେ ପ୍ରଭାବିତ ସ୍ଥିତିରେ ରହିଛି। ଏଭଳି ସମସ୍ୟା ଆଗାମୀ ମେ’ ମାସ ଯାଏ...

Leave a comment

Your email address will not be published. Required fields are marked *