ମାନ୍ଦାବସ୍ଥା ଦୂରେଇବାକୁ ସୀତାରାମନ୍‌ଙ୍କ ପ୍ରୟାସ;କର୍ପୋରେଟ ଟିକସ ହ୍ରାସ ଘୋଷଣା

ପାନାଜୀ,୨୧-୯: ଦେଶ ଏବେ ଘୋର ମାନ୍ଦାବସ୍ଥା ଦେଇ ଗତିକରୁଛି। ଏହାକୁ ଦୂରେଇବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପୂର୍ବରୁ ୩ ଥର ବିଭିନ୍ନ କ୍ଷେତ୍ର ଲାଗି ପ୍ରୋତ୍ସାହନ ଘୋଷଣା କରିସାରିଛନ୍ତି। ଏଠାରେ ଜିଏସ୍‌ଟି କାଉନସିଲର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ପୂର୍ବରୁ ସମସ୍ତଙ୍କୁ ଚମକାଇ ଦେଇ ସେ କର୍ପୋରେଟ ଜଗତ ପାଇଁ ଟିକସ ହ୍ରାସ ଘୋଷଣା କରିଛନ୍ତି। ଏଣିକି କମ୍ପାନୀଗୁଡିକ ୨୫.୧୭% ଦେବେ ବୋଲି ସେ କହିଛନ୍ତି। ସେହିପରି ସେ ମିନିମମ୍‌ ଅଲ୍ଟରନେଟ ଟିକସ, କ୍ୟାପିଟାଲ ଗେନ୍ସ ଟିକସ ଉପରେ ଲାଗୁଥିବା ଅତିରିକ୍ତ ସରଚାର୍ଜକୁ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଛନ୍ତି। ଏହାଛଡ଼ା ସେ ନୂଆକରି ଗଢ଼ି ଉଠିବାକୁ ଥିବା ମାନୁଫାକ୍‌୍‌ଚରିଂ କମ୍ପାନୀ ପାଇଁ ମଧ୍ୟ ଟିକସ ହ୍ରାସ କରାଯିବ ବୋଲି କହିଛନ୍ତି।
ଶୁକ୍ରବାର ଏଠାରେ ଖବରଦାତା ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି ଯେ, ଘରୋଇ କମ୍ପାନୀଗୁଡ଼ିକ କର୍ପୋରେଟ ଟିକସ ବାବଦରେ ୩୦% ଟିକସ ଦେଉଥିବା ବେଳେ ଏହାକୁ ହ୍ରାସ କରାଯାଇଛି। ସେମାନେ ଅନ୍ୟକୌଣସି ଟିକସ ଛାଡ଼ ନେଉ ନଥିଲେ ୨୨% ଟିକସ ଆଦାୟ କରାଯିବ। ତେବେ ସରଚାର୍ଜ ଓ ସେସ୍‌ ଆଦିକୁ ମିଶାଇଲେ ଏହି ଟିକସ ପରିମାଣ ୨୫.୧୭% ହେବ। ଏହା ଦକ୍ଷିଣ-ପୂର୍ବ ଏସିଆର ଅନ୍ୟ ଦେଶ ସହ ସମାନ ହୋଇଛି। ଫଳରେ ଭାରତୀୟ କମ୍ପାନୀଗୁଡ଼ିକ ବିଶ୍ୱ ବଜାରରେ ଚାଇନା, ଦକ୍ଷିଣ କୋରିଆ ଓ ଇଣ୍ଡୋନେସିଆ ସହ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ସେହିପରି ଅକ୍ଟୋବର ପହିଲା ପରେ ପ୍ରତିଷ୍ଠିତ ଘରୋଇ ମାନୁଫାକ୍‌ଚରିଂ କମ୍ପାନୀଙ୍କ ଠାରୁ ଏଣିକି ୧୫% ଟିକସ ଆଦାୟ କରାଯିବ। ସରଚାର୍ଜ ଓ ସେସ୍‌ ମିଶାଇଲେ ଏହା ୧୭.୦୧% ହେବ। ପୂର୍ବରୁ ସେମାନଙ୍କ ଠାରୁ ୨୫% ଟିକସ ଆଦାୟ କରାଯାଉଥିଲା। ସୀତାରାମନ୍‌ କହିଛନ୍ତି ଯେ, ଷ୍ଟକ୍‌ ବଜାରରେ ନିବେଶ ବୃଦ୍ଧି ଉଦ୍ଦେଶ୍ୟରେ ସରକାର କ୍ୟାପିଟାଲ ଗେନ୍ସ ଉପରେ ଅତିରିକ୍ତ ସରଚାର୍ଜକୁ ପ୍ରତ୍ୟାହାର କରିନେଇଛନ୍ତି। ଏହାଛଡ଼ା ଜୁଲାଇ ୫ ପୂର୍ବରୁ ବାଏବ୍ୟାକ କରିବାକୁ ଘୋଷଣା କରିଥିବା କମ୍ପାନୀଙ୍କ ଠାରୁ ସରଚାର୍ଜ ଆଦାୟ କରାଯିବ ନାହିଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେହିଭଳି ସିଏସ୍‌ଆର୍‌ ବାବଦରେ ଖର୍ଚ୍ଚ ହେଉଥିବା ୨% ଅର୍ଥରାଶି ପରିଧିକୁ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି। ଅର୍ଥମନ୍ତ୍ରୀ ସୀତାରାମନ୍‌ଙ୍କ ଘୋଷଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ଓ ଉଦ୍ୟୋଗ ଜଗତ ସ୍ବାଗତ କରିଛନ୍ତି।


All Right Reserved By

ପୁଞ୍ଜିବଜାରରେ ୧୧,୧୩୨ କୋଟି ଏଫ୍‌ପିଆଇ ନିବେଶ

ମୁମ୍ବାଇ,୧୭-୬: ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ) ଜୁନ୍‌ରେ ଅଦ୍ୟାବଧି ଘରୋଇ ପୁଞ୍ଜି ବଜାରରେ ୧୧,୧୩୨ କୋଟି ଟଙ୍କା ନିବେଶ କରିଛନ୍ତି। ଡିପୋଜିଟୋରୀ ପରିସଂଖ୍ୟାନରୁ ଏହା ସ୍ପଷ୍ଟ ହୋଇଛି।...

ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ସମସ୍ୟା: ଆର୍‌ବିଆଇକୁ ରିପୋର୍ଟ ଦେଲେ ସିହ୍ନା କମିଟି

ନୂଆଦିଲ୍ଲୀ,୧୯-୬: ଏମ୍‌ଏସ୍‌ଏମ୍‌ଇ ସେକ୍ଟରରେ ଦେଖାଦେଇଥିବା ଅଚଳାବସ୍ଥା ଦୂର କରିବା ତଥା ଏହାର ଅଭିବୃଦ୍ଧି ହାସଲ ନେଇ ପୂର୍ବତନ ସେବି ଅଧ୍ୟକ୍ଷ ୟୁ.କେ.ସିହ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି...

ବିଦେଶରେ ୩୪ ଲକ୍ଷ କୋଟିର କଳାଧନ ରହିଛି

ନୂଆଦିଲ୍ଲୀ,୨୫-୬: ଭାରତୀୟମାନେ ୧୯୮୦ରୁ ୨୦୧୦ ମଧ୍ୟରେ ୩୦ ବର୍ଷର ଅବଧିରେ ପ୍ରାୟ ୨୪୬.୪୮ ବିଲିୟନ ଡଲାର(୧୭,୨୫,୩୦୦ କୋଟଇ ଟଙ୍କା)ରୁ ୪୯୦ ବିଲିୟନ ଡଲାର(୩୪, ୩୦,୦୦୦ କୋଟି...

ଆର୍ଥିକ ଅଭିବୃଦ୍ଧି ବୃଦ୍ଧି ଚିନ୍ତା; ଅର୍ଥନୀତିଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମାନସ ମନ୍ଥନ

ନୂଆଦିଲ୍ଲୀ,୨୩-୬: ବଜେଟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର ପ୍ରମୁଖ ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞଙ୍କ ସହିତ ଦେଶର ଆର୍ଥିକ ପରିସ୍ଥିତି ଉପରେ ମାନସ ମନ୍ଥନ...

ସୁପର ୩୦ ଦ୍ୱାରା ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିବଜିନ୍ଦେଗୀ ଫାଉଣ୍ଡେଶନ

ଭୁବନେଶ୍ୱର,୧୪-୭: ଗଣିତଜ୍ଞ ଆନନ୍ଦ କୁମାରଙ୍କ ଚରିତ୍ର ଉପରେ ପର୍ଯ୍ୟବସିତ ‘ସୁପର ୩୦’ ଚଳଚ୍ଚିତ୍ର ରିଲିଜ ହୋଇଥିବା ବେଳେ ଏଥିରେ ପ୍ରମୁଖ ଭୂମିକାରେ ହ୍ରିତିକ ରୋଶନ ଏବଂ...

ମାନ୍ଦାବସ୍ଥା ମାଡ: ସୁଜୁକି ମୋଟର କ୍ଷମତା ବିସ୍ତାରକୁ ରୋକିଲା

ନୂଆଦିଲ୍ଲୀ,୯-୯: ମାନ୍ଦାବସ୍ଥା କାରଣରୁ ଦେଶରେ ଦୁଇଚକିଆ ଗାଡ଼ି ବିକ୍ରି କ୍ରମାଗତ ହ୍ରାସ ପାଇଚାଲିଛି। ଏଥିସହ ୨୦୨୦ ଏପ୍ରିଲରୁ ଦେଶରେ ଭାରତ ଷ୍ଟେଜ୍‌-୬କୁ କାର୍ଯ୍ୟକାରୀ କରାଯିବ। ଏହି...

ନିୟନ୍ତ୍ରିତ ହେବ ସାନିଟାରୀ ନାପକିନ୍‌ ଭଳି ଉତ୍ପାଦ ମୂଲ୍ୟ

ନୂଆଦିଲ୍ଲୀ,୨୬-୮: କେନ୍ଦ୍ର ସରକାର ଖୁବଶୀଘ୍ର ହାଇଜିନ ଉତ୍ପାଦ ସାନିଟାରୀ ନ୍ୟାପକିନ୍‌, ହ୍ୟାଣ୍ଡ ଓ୍ବାଶ୍‌, ସମସ୍ତ ପ୍ରକାର କୀଟାଣୁନାଶକ ଉତ୍ପାଦ ଏବଂ ବୟସ୍କଙ୍କ ଲାଗି ଉଦ୍ଦିଷ୍ଟ ଡାୟପର୍ସ...

ନିବେଶକ ହରାଇଲେ ୧.୮୪ ଲକ୍ଷ କୋଟି

ମୁମ୍ବାଇ,୨୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ ହେବା ଏବଂ ଜିଡିପି ଅଭିବୃଦ୍ଧି ପରିସଂଖ୍ୟାନ ହ୍ରାସ ପାଇବା ପ୍ରଭାବ ଦେଶର ଶେୟାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *