ଆନ୍ତଃ ଜିଲା ସିଂଗଝର ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ :ପ୍ରଥମ ଦିବସରେ କାପସି, ମାନିଗାଁ ବିଜୟୀ

ସିନାପାଲି,୨୧।୯(ଡି.ଏନ.ଏ.)
ନୂଆପଡା ଜିଲା ସିନାପାଲିସ୍ଥିତ ସିଂଗଝର ଫୁଟବଲ୍‌ ଆସୋସିଏଶନ୍‌ ଆନୁକୂଲ୍ୟରେ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚ୍‌ କାପସି ବନାମ ଚଟିଆଗୁଡା ଓ ମାନିଗାଁ ବନାମ ଜାମଗାଁ ମଧ୍ୟରେ ମୁକାବିଲା ହୋଇଥିଲା । ପ୍ରଥମେ କାପସି ଓ ଚଟିଆଗୁଡା ଏକାଦଶ ମଧ୍ୟରେ ଟ୍ରାଇବାଇକ୍‌ ମାଧ୍ୟମରେ କାପସି ଏକାଦଶ ୧-୦ ଗୋଲରେ ବିଜୟୀ ଲାଭ କରିଥିଲା । ଦ୍ୱିତୀୟ ମ୍ୟାଚରେ ମାନିଗାଁ ଏକାଦଶ ଟ୍ରାଇବାଇକ୍‌ ମାଧ୍ୟମରେ ୫-୩ ଗୋଲ୍‌ରେ ଜାମଗାଁ ଏକାଦଶକୁ ହରାଇ ବିଜୟ ଲାଭ କରିଥିଲା। ଉଦ୍‌ଘାଟନୀ ଦିବସରେ ମୁଖ୍ୟଅତିଥି ଭାବେ ସିଂଗଝର ସରପଞ୍ଚ ରୀନା ବୈଠାରୁ, ଜଇତରାମ ନାଏକ, ବୈକୁଣ୍ଠ ମାଝି ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ମ୍ୟାଚ ରେଫରୀ ଭାବେ କୁସୁମଯୋର ଖେଳ ଶିକ୍ଷକ ସନ୍ତୋଷ ବୈଠାରୁ ଓ ଅନ୍ୟ ଏକ ମ୍ୟାଚରେ ପୁଷ୍ପାକାନ୍ତ ନିଆଲ ଖେଳ ପରିଚାଳନା କରିଥିଲେ । ପିଓଜ କଶ୍ୟପ, ଦିଲୀପ ନିଆଲ ଲାଇନ୍‌ ମ୍ୟାନ ଭାବେ କାର୍ଯ୍ୟ ତୁଲାଇଥିଲେ ।


All Right Reserved By Dharitri.Com

ହସ୍ପିଟାଲ ଆଇସୋଲେଶନରେ ୭୬ କରୋନା ସନ୍ଦିଗ୍ଧ

ଭୁବନେଶ୍ୱର,୩୧ା୩(ବ୍ୟୁରୋ)- ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ସେହି ୩ରେ ରହିଛି। ତେବେ ଏମାନଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ଯୋଗାଯୋଗ କରାଯାଉଛି। ପ୍ରଥମ ୨...

ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ଆଣିଲା ଭାଜପା

ଭୁବନେଶ୍ୱର,୧୬ା୨(ବ୍ୟୁରୋ): ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଭାଜପା ପକ୍ଷରୁ ଅଭିଯୋଗ ହୋଇଆସୁଛି। ଏହି ଯୋଜନାରେ ସରକାର ଗତ ଅକ୍ଟୋବର ୧୦ରେ ପ୍ରଥମ...

ଖୋର୍ଦ୍ଧା ଗୁଳିକାଣ୍ଡ ଘଟଣାର ଫିଟିଲା ଗୁମର

ଖୋର୍ଦ୍ଧା ଅଫିସ୍‌,୧୬।୧୨: ଖୋର୍ଦ୍ଧା ଡାକ୍ତର ଓ ଔଷଧ ଦୋକାନୀଙ୍କୁ ଗୁଳିମାଡ ମାମଲାର ଗୁମର ଫିଟିଛି। ଜମିଜମା ବିବାଦକୁ ନେଇ ଗୁଳିକାଣ୍ଡ ଘଟିଥିବା ଖୋର୍ଦ୍ଧା ଏସଡିପିଓ ସୁଶୀଲ...

ସମସ୍ତ ଭାରତୀୟ ଭାଷାରେ ଲକ୍ଷ୍ମଣ ନାୟକଙ୍କ ଜୀବନୀ ପ୍ରକାଶ କରାଯାଉ

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ଶହୀଦ ଲକ୍ଷ୍ମଣ ନାୟକ ଥିଲେ ସରଳତା, ନିର୍ଭୀକତା ଓ ସଂଗ୍ରାମର ପ୍ରତୀକ। ଜନଜାତି ଅସ୍ମିତା ଓ ସ୍ବାଭିମାନର ସେ ଥିଲେ ପରିଚୟ। ମହାତ୍ମା ଗାନ୍ଧୀଙ୍କ...

୨୩ରୁ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବିଲି: ଯୋଗଦେବେ ୧୦ ହଜାର ପୁରାତନ ଛାତ୍ରୀଛାତ୍ର

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ଆସନ୍ତା ୨୩ରୁ ୨୭ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଉତ୍କଳ ବିଶ୍ୱବିଦ୍ୟାଳୟର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ଲାଟିନମ ଜୁବିଲି ପାଳନ କରାଯିବ। ଏ ନେଇ ବିଶ୍ୱବିଦ୍ୟାଳୟ...

ଗାଡ଼ି ଚାଳନା ଉପରେ ଲାଗିଲା କଟକଣା: ସଉଦା ପାଇଁ ଚାଲିକରି ଯିବାକୁ ହେବ

ଭୁବନେଶ୍ୱର, ୨୪।୩(ବ୍ୟୁରୋ): କରୋନା ଭୂତାଣୁର ସମ୍ପ୍ରସାରଣ ରୋକିବା ପାଇଁ ରାଜ୍ୟ ସରକାର ଘରେ ନିଜକୁ ଆବନ୍ଧ ରଖିବା ଲାଗି ଲୋକଙ୍କୁ ନିବେଦନ କରିଛନ୍ତି। ଏ ନେଇ...

ରାତି ହେଲେ ହାତୀପଲ ଗଁ। ମୁହାଁ

କେନ୍ଦୁଝର, ୭ା୯ (ସ୍ବ.ପ୍ର.)- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନରଣପୁର ଓ ମଇଦାନକେଲ ଫରେଷ୍ଟ ବିଟ ଅଧୀନ ଅଞ୍ଚଳରେ ଗତ କିଛି ଦିନ ହେବ ହାତୀ...

୬ ବର୍ଷ ବିତିଲା, ଗଡ଼ିଲାନି ସିଟିବସ୍‌

ଭଦ୍ରକ ଅଫିସ,୬।୩ – ଦିନକୁ ଦିନ ଜନାକୀର୍ଣ୍ଣ ହେଉଛି ଭଦ୍ରକ ସହର। ସଡ଼କ ଓ ରେଳ ଯୋଗାଯୋଗ କ୍ଷେତ୍ରରେ ସହର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥିଲେ...

Leave a comment

Your email address will not be published. Required fields are marked *