Posted inUncategorized

ଭାରତୀୟ ହକି ଦଳରେ ବୀରେନ୍ଦ୍ର, ଅମିତ

ନୂଆଦିଲ୍ଲୀ, ୨୧।୯- ବେଲଜିୟମ ଟୁର୍‌ ପାଇଁ ଶୁକ୍ରବାର ୨୦ ଜଣିଆ ଭାରତୀୟ ହକି ଦଳ ଘୋଷଣା କରାଯାଇଛି। ଏହି ଦଳରେ ଓଡ଼ିଶାର ଦୁଇ ଅଭିଜ୍ଞ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ମନପ୍ରୀତ ସିଂ ଦଳର ନେତୃତ୍ୱ ନେଉଥିବାବେଳେ ହରମନପ୍ରୀତ ସିଂ ଉପ-ଅଧିନାୟକ ମନୋନୀତ ହୋଇଛନ୍ତି। ଚଳିତମାସ ୨୬ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଭାରତୀୟ ଦଳ ଆଣ୍ଟ୍ବେର୍ପଠାରେ ବେଲଜିୟମ ବିପକ୍ଷରେ ୩ଟି ଏବଂ ସ୍ପେନ ବିପକ୍ଷରେ ୨ଟି ମ୍ୟାଚ ଖେଳିବ।
ଭାରତୀୟ ଦଳକୁ ଲଳିତ କୁମାର ଉପାଧ୍ୟାୟ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଲଳିତ ଶେଷଥରପାଇଁ ଭାରତ ପକ୍ଷରୁ ଭୁବନେଶ୍ୱରରେ ହକି ବିଶ୍ୱକପ ଖେଳିଥିଲେ। ସେହିପରି ଅଲିମ୍ପିକ ଟେଷ୍ଟ ଇଭେଣ୍ଟ ମିସ୍‌ କରିଥିବା ରୂପିନ୍ଦର ପାଲ୍‌ ସିଂ ମଧ୍ୟ ଦଳକୁ ଫେରିଛନ୍ତି। ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ପାଇଁ ବିଶ୍ରାମ ଦିଆଯାଇଥିବା ଅଭିଜ୍ଞ ଗୋଲକିପର ପି.ଆର. ଶ୍ରୀଜେଶ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି। ଦଳର ଅନ୍ୟ ଗୋଲକିପର ହେଲେ କ୍ରିଷ୍ଣନ ବାହାଦୂର ପାଠକ। ” ଦଳରେ ସ୍ଥାନ ପାଇଥିବା ସମସ୍ତ ଖେଳାଳି ପରସ୍ପରକୁ ଭଲଭାବେ ବୁଝିଛନ୍ତି, ତେଣୁ ଦଳର ପ୍ରଦର୍ଶନ ଭଲ ହେବା ଆଶା ରହିଛି। ଲଳିତ ଉପାଧ୍ୟାୟ ଦଳକୁ ଫେରିଥିବାରୁ ମୁଁ ବହୁତ ଖୁସି। ଫରଓ୍ବାର୍ଡ ଲାଇନ୍‌ରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ରୂପିନ୍ଦର ଫେରିବା ମଧ୍ୟ ଖୁସିର କଥା। ୨୦୧୯ ଏପଆଇଏଚ ସିରିଜ ଫାଇନାଲ୍ସଠାରୁ ତାଙ୍କ ପ୍ରଦର୍ଶନରେ ଉନ୍ନତି ଆସିଛି। ଦଳରେ ଥିବା ଅଳ୍ପକିଛି ତ୍ରୁଟିକୁ ସୁଧାରି ଆମେ ବେଲଜିୟମ ଗସ୍ତ କରିବୁ“ ବୋଲି ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌ ପ୍ରକାଶ କରିଛନ୍ତି। ଓଡ଼ିଶାରେ ରୁଷିଆ ବିପକ୍ଷରେ ଏଫଆଇଏଚ୍‌ ହକି ଅଲିମ୍ପିକ୍‌ କ୍ୱାଲିଫାୟର୍ସ ଖେଳିବାକୁ ଯାଉଥିବାରୁ ବେଲଜିୟମ ଗସ୍ତରେ ଆମକୁ ଉପଯୁକ୍ତ ଅଭ୍ୟାସ ମିଳିବ। ”ବେଲଜିୟମ ଏକ ଶକ୍ତିଶାଳୀ ଦଳ। ଆମେ ଯଦି ସେମାନଙ୍କ ଘରୋଇ ପରିବେଶରେ ଭଲ ପ୍ରଦର୍ଶନ କରିବୁ ତେବେ ଅଲିମ୍ପିକ କ୍ୱାଲିଫାୟର୍ସ ପୂର୍ବରୁ ଖେଳାଳିଙ୍କ ମନୋବଳ ଦୃଢ଼ ହେବ। ଆମେ ଉଭୟ ବେଲଜିୟମ ଓ ସ୍ପେନଠାରୁ କଡ଼ା ଚ୍ୟାଲେଞ୍ଜ ଆଶା କରୁଛୁ“ ବୋଲି ରିଡ୍‌ କହିଛନ୍ତି।


All Right Reserved By Dharitri.Com

Posted inUncategorized View All

ଡେବ୍ରିଗଡ଼ ଅଭୟାରଣ୍ୟରେ ହାତୀପଲ: ଆଶ୍ୱସ୍ତ ହେଲେ ଚାଷୀ

ଭଟ୍‌ଲି, ୨୮।୧୦(ଡି.ଏନ୍‌.ଏ.): ବିଗତ ୩ ଦିନ ହେବ ହାତୀଙ୍କୁ ନେଇ ଭୟରେ ଥିବା ବରଗଡ଼ ଜିଲାର ଚାଷୀମାନେ ରବିବାରଠାରୁ ସାମାନ୍ୟ ଆଶ୍ୱସ୍ତିଲାଭ କରିଛନ୍ତି। ଛତିଶଗଡ଼ ରାଜ୍ୟ...

ଝିଅ ଶାଶୁଘରେ ପଶି ଜ୍ୱାଇଁଙ୍କୁ ମାଡ଼, ସ୍ତ୍ରୀଙ୍କ ସମେତ ୪ ଅଟକ

ସଜନାଗଡ଼,୨୧।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବହରମ୍‌ପୁର ଥାନା ଅଧୀନ ଗରଡ଼ିହି ପଞ୍ଚାୟତ କଳାକାତ ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଶ୍ୱଶୁରଘର ଲୋକଙ୍କ...

ରାହାଡପୁର ପାହାଡ଼ରେ ଚଢ଼ାଉ: ଖାଦାନ ରାସ୍ତା କାଟି ଅଲଗା କଲା ତହସିଲ ପ୍ରଶାସନ, ହାଇୱା ସହ ୨ ଟ୍ରକ୍‌ ଜବତ

ଧର୍ମଶାଳା/ଚଢେଇଧରା.୨୨ା୧୧(ଡି.ଏନ୍‌.ଏ.): ଧର୍ମଶାଳା ତହସିଲ ଅନ୍ତର୍ଗତ ରାହାଡପୁର କଳାପଥର ପାହାଡରୁ ବେଆଇନ ପଥର ଉତ୍ତୋଳନ ରୋକିବା ନେଇ ଗୁରୁବାର ତହସିଲ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ପାହାଡରେ...

ଶ୍ରୀବିଗ୍ରହଙ୍କ ଚିତାଲାଗିରେ ତ୍ରୁଟି

ପୁରୀ ଅଫିସ,୧୩ା୨: ଶ୍ରୀବିଗ୍ରହଙ୍କ ଶ୍ରୀମସ୍ତକରେ ଲାଗିଥିବା ଚିତାରେ ରହିଛି ତ୍ରୁଟି। ସେବାୟତଙ୍କ ଖାମଖିଆଲି ଯୋଗୁ ଏପରି ହୋଇଥିବା ଅଭିଯୋଗ ଶୁଣିବାକୁ ମିଳୁଛି। ଶ୍ରାବଣ ମାସ ଅମାବାସ୍ୟା...

ସମୀର ହେଲେ ରାଜ୍ୟ ଭାଜପା ସଭାପତି

ଭୁବନେଶ୍ୱର,୧୬।୧(ବ୍ୟୁରୋ): ବରିଷ୍ଠ ନେତା ସମୀର ମହାନ୍ତି ରାଜ୍ୟ ଭାଜପା ସଭାପତି ନିର୍ବାଚିତ ହୋଇଛନ୍ତି। ଗୁରୁବାର ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଆନୁଷ୍ଠାନିକ ଭାବେ ଏହି ଘୋଷଣା...

ଗୋରଖନାଥ ପୀଠରେ ୫୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ରଘୁନାଥପୁର,୧୬।୬(ଡି.ଏନ.ଏ.): ରଜ ସଂକ୍ରାନ୍ତିରେ ଉପକୂଳ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗୁଳୁଗୁଳିରୁ ଲୋକଙ୍କୁ ସାମାନ୍ୟ ନିସ୍ତାର ମିଳିଛି। ତେଣୁ ଶୁକ୍ରବାର ରଘୁନାଥପୁର ବ୍ଲକ କେରେକେରାସ୍ଥିତ...

Leave a comment

Your email address will not be published. Required fields are marked *