ଜୈବବିବିଧତା ବଜାୟ ରହିଲେ ପରିବେଶ ସମୃଦ୍ଧି ଅତୁଟ ରହିବ

ଛେଣ୍ଡିପଦା,୨୨।୫(ସ୍ବ.ପ୍ର): ଅନୁଗୋଳ ଜିଲା କୋଶଳା ଚନ୍ଦନନଗର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କୋଶଳା ଚନ୍ଦନନଗର ବନ୍ୟପ୍ରାଣୀ ସମିତି ଓ ନିୟୁଜ ଅନୁଷ୍ଠାନ ଏବଂ କୋଶଳା ପଞ୍ଚାୟତ ଜୈବ ବିବିଧତା ପରିଚାଳନା ସମିତି ପକ୍ଷରୁ ବୁଧବାର ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳିତ ହୋଇଯାଇଛି। ନିୟୁଜ ଅନୁଷ୍ଠାନର ସଂଯୋଜକ ଅଭୟ କୁମାର ରଣାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଦିବସରେ ମୁଖ୍ୟଅତିଥି ଭାବେ ପରିବେଶବିତ ପ୍ରଦୀପ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଛେଣ୍ଡିପଦା ବ୍ଲକ ଉପାଧ୍ୟକ୍ଷା ସୁଷମା ରାଉଳ, ଚନ୍ଦନନଗର ବନସୁରକ୍ଷା ସମିତି ସଭାପତି ଭାସ୍କର ଚଦ୍ର ବେହେରା, ସାମ୍ବାଦିକ ଦିଲୀପ କୁମାର ସାହୁ, କୋଶଳା ବନବିଭାଗ କାର୍ଯ୍ୟାଳୟର ଫରେଷ୍ଟଗାର୍ଡ ଗୀତୀଳୀ ସାହୁ ପ୍ରମୁଖ ଯୋଗ ଦେଇ ମୃତ୍ତିକା କ୍ଷୟ, ଜଳ, ପରିମଳ, ସ୍ବାସ୍ଥ୍ୟ, ଜଳବାୟୁ ପରିବର୍ତନ, ପ୍ରକୃତିକ ବିପର୍ଯ୍ୟୟ, ଜଙ୍ଗଲ କ୍ଷୟ ଆଦି ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ଜୈବବିବିଧତାକୁ ବଜାୟ ରଖିଲେ ପ୍ରାକୃତିକ ପରିବେଶର ସନ୍ତୁଳନ ରହିବ ନ ଚେତ ଆଗକୁ ପରିବେଶ ଉପରେ ବିପଦ ବଢ଼ି ଚାଲିବ। ଜୈବବିବିଧତା ବଜାୟ ରହିଲେ ଖାଦ୍ୟ ନିରାପତ୍ତା ଓ ପରିବେଶୀୟ ସମୃଦ୍ଧି ଅତୁଟ ରହିବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ମହିଳାପୁରୁଷ ଉପସ୍ଥିତ ଥିଲେ।


All Right Reserved By

ଶହୀଦଙ୍କ କଫିନ୍‌ରେ ବିଜେଡି ପତାକା

ଭୁବନେଶ୍ୱର, (ବ୍ୟୁରୋ)/କାମାକ୍ଷାନଗର, ୨୨।୬(ଡି.ଏନ.ଏ.) – ଜମ୍ମୁ-କଶ୍ମୀରର ଅନନ୍ତନାଗଠାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଓଡ଼ିଆ ଯବାନ ଅଜିତ୍‌ ସାହୁଙ୍କ କଫିନ୍‌ରେ ଶାସକ ବିଜେଡିର ଦଳୀୟ ପତାକା...

ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ

ବନ୍ତଳା, ୭ା୭(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ମହାବିଦ୍ୟାଳୟ ସମ୍ମୁଖରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟ ଦୀର୍ଘ ୧୫ ଦିନ ହେଲାଣି ବିପଦସଙ୍କୁଳ ଅବସ୍ଥାରେ ରହିଛି।...

କ୍ଷତିଗ୍ରସ୍ତଙ୍କ ପାଖରେ ପହଞ୍ଚିନାହାନ୍ତି ସରକାର: ଭାଜପା

ଭୁବନେଶ୍ୱର,୨୨।୫(ବ୍ୟୁରୋ): ବାତ୍ୟା ଫନୀକୁ ୧୮ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତଙ୍କ ପାଖରେ ”ଜିରୋ କାଜୁଆଲିଟିର“ ନାରା ଦେଉଥିବା ସରକାର ପହଞ୍ଚିପାରି ନାହାନ୍ତି। ରାଜ୍ୟରେ ହଜାର ହଜାର...

କୁନିରଥରେ ବଡ଼ଠାକୁର

ବଅଁରପାଳ,୪ା୭(ଡି.ଏନ୍‌.ଏ.) : ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ବିଶନାଥପୁରଠାରେ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସାହିର ବିକାଶ ବେହେରାଙ୍କ ଘରୁ ରଥ ବାହାରି ନଗର...

ନିରଞ୍ଜନଙ୍କ ଇସ୍ତଫା ନେଇ ସୁରଙ୍କ ପ୍ରତିକ୍ରିୟା: କହିଲେ ଇସ୍ତଫା ସମାଧାନ ନୁହେଁ, ସେ ନ ରହିଲେ ଦଳର ଅବସ୍ଥା ଶୋଚନୀୟ ହେବ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ପିସିସି ସଭାପତି ପଦରୁ ଶୁକ୍ରବାର ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେବା ପରେ କଂଗ୍ରେସ ଶିବିରରେ ହଟଚମଟ ସୃଷ୍ଟି ହୋଇଛି। ଏ ନେଇ ପ୍ରତିକ୍ରିୟା ରଖି...

ଟ୍ରାକ୍‌ରେ ପାଣି: ରାଉରକେଲା-ଜଗଦଲପୁର ଏକ୍ସପ୍ରେସ୍‌ ବାତିଲ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହେଉଛି। ଟ୍ରେନ୍‌ ଲାଇନ୍‌ରେ ପାଣି ଚାଲିବାରୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଫଳରେ...

ବୈତରଣୀକୁ ଧସିଲା ୧୦୦ ଫୁଟ ମାଟି ଅତଡ଼ା

ଆରଡ଼ି, ୧୯।୬ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ବୋଡ଼କ ଖେଳପଡ଼ିଆ ନିକଟରେ ବୁଧବାର ସକାଳେ ପ୍ରାୟ ୧୦୦ ଫୁଟ ଲମ୍ବର ମାଟି ଅତଡ଼ା ବୈତରଣୀ...

ମଧ୍ୟାହ୍ନ ଭୋଜନ ତଦାରଖ କଲେ ବ୍ଲକ ଅଧକ୍ଷା, ବିଡ଼ିଓ

ଶେରଗଡ,୨୪ା୭(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକ ବାଦୁଆ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନରେ ଯାଇ ବୁଧବାର ଶେରଗଡ଼ ବିଡ଼ିଓ ସୁରଞ୍ଜନ କୁମାର ସାହୁ ଓ ବ୍ଲକ ଅଧକ୍ଷା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *