ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ଲାଗି ଗାଡ଼ି ମାଲିକଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ

ଚନ୍ଦ୍ରଗିରି,୨୦।୯(ଡି.ଏନ୍‌.ଏ.): ସରକାର ଟ୍ରାଫିକ ନିୟମ କଡ଼ାକଡ଼ି କରିବା ପରେ ସମଗ୍ର ରାଜ୍ୟର ଗାଡ଼ି ମାଲିକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଅନ୍ୟପଟେ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାର ନିୟମକୁ ତିନି ମାସ କୋହଳ ବି କରିଛନ୍ତି ।
ଏହି ସୁଯୋଗରେ କିଛି ପ୍ରଦୂଷଣ କେନ୍ଦ୍ର ଗାଡ଼ି ବର୍ତ୍ତମାନ ଗାଁ ଗାଁ ବୁଲି ପଲ୍ୟୁସନ ସାର୍ଟିଫିକେଟ ଦେଉଛନ୍ତି।ଶୁକ୍ରବାର ଏକ ମାରୁତି ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ବାରିଆବନ୍ଧ ଖଳାରେ ପ୍ରଦୂଷଣ କେନ୍ଦ୍ର କରି ସାର୍ଟିଫିକେଟ ଦେଉଛି। କିନ୍ତୁ ଦିଆଯାଉଥିବା ଟଙ୍କା ରସିଦ୍‌ ଠାରୁ ୪୦ରୁ ୫୦ ଟଙ୍କା ଅଧିକ ନିଆଯାଉଥିବା ଅଭିଯୋଗ ହେଉଛି। ରସିଦ୍‌ଠାରୁ ଅଧିକ ଟଙ୍କା କାହିଁକି ନିଆଯାଉଛି ବୋଲି ପଚରାଯିବାରୁ ବ୍ରହ୍ମପୁରରୁ ଗାଡ଼ି ଆସିଥିବାରୁ ଭଡ଼ା ବାବଦକୁ ଅଧିକ ଟଙ୍କା ନିଆଯାଉଥିବା ସାର୍ଟିଫିକେଟ ଦେଉଥିବା କର୍ମଚାରୀ କହିଛନ୍ତି। ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ପଲ୍ୟୁସନ ସାର୍ଟିଫିକେଟ ଦିଆଯିବା ସହ ପୁଣି ସପ୍ତାହ ପରେ ଚନ୍ଦ୍ରଗିରି ଅଞ୍ଚଳକୁ ଏହି ପଲ୍ୟୁସନ ଗାଡ଼ି ଆସିବ ବୋଲି ଲୋକଙ୍କଠାରୁ ଶୁଣିବାକୁ ମିଳୁଛି।
ସୂଚନାଯୋଗ୍ୟ, ଏହି ଅଞ୍ଚଳରେ ତିବତ୍ତୀୟ ଶରଣାର୍ଥୀଙ୍କଠାରୁ ଆରମ୍ଭ କରି ଆଦିବାସୀ ତଥା ସାଧାରଣ ଲୋକଙ୍କ ପାଖରେ ହଜାର ହଜାର ସଂଖ୍ୟାରେ ଯାନବାହନ ରହିଛି। ତେଣୁ ଏହି ଅଞ୍ଚଳକୁ ଦୃଷ୍ଟିରେ ରଖି କିଛି ସ୍ଥାନରେ ପଲ୍ୟୁସନ୍‌ ଟେଷ୍ଟିଂ ସେଣ୍ଟର ଖୋଲାଯାଇ ସରକାରୀ ନିୟମ ଅନୁଯାୟୀ ଟଙ୍କା ନେବାକୁ ସାଧାରଣରେ ଦାବି ହେଉଛି।


All Right Reserved By Dharitri.Com

ଏଣିକି ଭୋଟର ନିଜ ପରିଚୟପତ୍ର ଯାଞ୍ଚ କରିବେ: ଆନୁଷ୍ଠାନିକ ଭାବେ ଶୁଭାରମ୍ଭ

ନୂଆପଡା ଅଫିସ,୨ା୯ ରାଜ୍ୟରେ ସମସ୍ତ ଭୋଟର ନିଜର ଠିକ ପରିଚୟପତ୍ର ଯେପରି ପାଇପାରିବେ ସେଥିପ୍ରତି ରାଜ୍ୟ ନିର୍ବାଚନ କମିଶନର ବିକଳ୍ପ ଚିନ୍ତା କରିଛନ୍ତି । ଏଣିକି...

ଝାରସୁଗଡ଼ାରେ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ବିନୋଦ ଗୁରୁତର

ଝାରସୁଗୁଡ଼ା ଅଫିସ/ଲଖନପୁର,୧୪।୯(ଡି.ଏନ୍‌.ଏ): ଝାରସୁଗଡ଼ା ଜିଲାର ବ୍ରଜରାଜନଗର ଛୁଆଲିବେରନାଠାରେ ଏନ୍‌କାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ବିନୋଦ ପ୍ରସାଦ ଗୁରୁତର ହୋଇଛନ୍ତି। ତାଙ୍କ ଡାହାଣ ଗୋଡ଼ରେ ଗୁଳି...

ପ୍ରକଳ୍ପ ଉଦ୍‌ଘାଟନ ହେବାର ଦେଢ଼ମାସ ବିତଲା: ପାଏନ୍‌ ପାଏବାରୁ ବଁଚିତ ୩ ଗାଁବାସୀ

ଅତାବିରା, ୧୫।୫ (ଡି.ଏନ.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ଗଁାଗଁଲିରୁ ସହର ତକ୍‌  ସବୁ ଲୁକ୍‌କୁ ନିରମଲ ପିଇଲା ପାଏନ୍‌ ଯୁଗେଇ ଦେବାର  ଲାଗି ଅନେକ...

ଖଣିରେ ଅଗ୍ନିକାଣ୍ଡ: ଅପରେଟର ଗୁରୁତର

କାଳିଆପାଣି,୨୬।୧୧: ଯାଜପୁର ଜିଲା ସୁକିନ୍ଦା ବ୍ଲକ କାଳିଆପାଣି ଥାନା ଅନ୍ତର୍ଗତ ଏକ ଖଣିରେ ଅଗ୍ନିକାଣ୍ଡ ଘଟିଛି। ଡିଜିରେ ନିଆଁ ଲାଗିଯିବାରୁ ଅପରେଟର ପୋଡି ହୋଇ ଗୁରୁତର...

ପାଥୋଲାବ୍‌ରେ ଯୁବତୀଙ୍କୁ ଅସଦାଚରଣ

ବୈଶିଙ୍ଗା/ବଡ଼ସାହି,୧୪ା୧୦(ଡି.ଏନ୍‌.ଏ./ସ୍ବ.ପ୍ର): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀ ବଜାରଠାରେ ଥିବା ଏକ ପାଥୋଲୋଜି ସେଣ୍ଟରକୁ ରବିବାର ରକ୍ତ ପରୀକ୍ଷା କରିବା ପାଇଁ ଆସିଥିବା ଜନୈକା...

‘ଥାଲାସେମିଆ ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦିଆଯାଉ’ : ରକ୍ତଭଣ୍ଡାର ସମ୍ମୁଖରେ ଆମରଣ ଅନଶନ

ବାଲେଶ୍ୱର ଅଫିସ, ୩।୧୨-ବାଲେଶ୍ୱର ଜିଲାରେ ଥିବା ଥାଲାସେମିଆ ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବା ଲାଗି ସେମାନଙ୍କ ମାତାପିତାମାନେ ସୋମବାର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼, ଜଣେ ଗୁରୁତର

ଖୋର୍ଦ୍ଧା ଅଫିସ,୧୫।୧୧ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁରୀ ଜିଲା କଣାସ ଥାନା ଅନ୍ତର୍ଗତ ଛୋଟିଯୋଡ଼ି ଗ୍ରାମରେ ବୋମାମାଡ଼ ଓ ଫାଙ୍କା ଗୁଳିଚାଳନା ହୋଇଛି।...

ଭିମ୍‌ସାର ଘଟଣା ଭିନ୍ନ ରୂପ ନେଲା: ସୀମା ଭୁଲିଯାଇଥିଲେ ଡାକ୍ତର

ସମ୍ବଲପୁର,୨୨ା୧୦(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର)ରେ ଡାକ୍ତର ସୂର୍ଯ୍ୟକାନ୍ତ ପାଟ୍ଟଯୋଶୀଙ୍କୁ ରବିବାର ମାଡ଼...

Leave a comment

Your email address will not be published. Required fields are marked *