କ୍ୟାନ୍‌ସର ପୀଡ଼ିତାଙ୍କ ବିଶ୍ୱ ରେକର୍ଡ

ଲଣ୍ଡନ: ଜୀବନରେ ଅସମ୍ଭବ ବୋଲି କିଛି ନାହିଁ। ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁକିଛି ସମ୍ଭବ। କାରଣ କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ହୋଇ, ସେଥିରୁ ମୁକୁଳି, ପୁଣି ନିଜ ଜୀବନର ଲକ୍ଷ୍ୟ ପୂରଣ କରିବା ଭଳି ଏକ ଉଦାହରଣ ଦେଖିବା ପରେ ଆପଣ ହୁଏତ କହିବେ, “ସତରେ ଜୀବନରେ କିଛି ଅସାଧ୍ୟ ନୁହେଁ।” ୩୭ ବର୍ଷୀୟା ଆମେରିକୀୟ ମହିଳା ସାରା ଥୋମସ୍‌ ଇଂଲିଶ୍‌ ଚ୍ୟାନେଲକୁ ଲଗାତର ୪ଥର ପହଁରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସାରା ଗତ ରବିବାର ସକାଳୁ ଏହି ଲକ୍ଷ୍ୟ ସହ ପହଁରା ଆରମ୍ଭ କରିଥିବାବେଳେ ୫୪ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ନେଇ ଏହି ରେକର୍ଡ ସୃଷ୍ଟି କରିଛନ୍ତି। ଅଲ୍‌ଟ୍ରା ମାରାଥନ୍‌ ସ୍ବିମର୍‌ ସାରା ଥୋମସ୍‌ ସ୍ତନ କର୍କଟରେ ପୀଡିତ ଥିଲେ ଓ ଗତବର୍ଷ ଅର୍ଥାତ ୨୦୧୮ରେ ତାଙ୍କ ଚିକିତ୍ସା ଶେଷ ହୋଇଛି। ସାରା ନିଜର ଏହି ବିଜୟକୁ କର୍କଟ ରୋଗରୁ ମୁକ୍ତି ପାଇଥିବା ସମସ୍ତ ବ୍ୟକ୍ତିଙ୍କୁ ଉତ୍ସର୍ଗ କରିଛନ୍ତି।
ସାରା ପ୍ରଥମ ବ୍ୟକ୍ତି ଭାବେ ଇଂଲିଶ୍‌ ଚ୍ୟାନେଲ୍‌କୁ କ୍ରମାଗତ ୪ଥର ପହଁରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ନିଜର ଅନ୍ତିମ ରାଉଣ୍ଡ ଶେଷ କରୁଥିବା ସମୟରେ ଏକ ବିରାଟ ବଡ଼ ଜୁଆର ତାଙ୍କ ଉପରକୁ ମାଡ଼ି ଆସି ପଛକୁ ଫିଙ୍ଗି ଦେଇଥିଲା, କିନ୍ତୁ ମଙ୍ଗଳବାର ସକାଳ ପ୍ରାୟ ୬.୩୦ ମିନିଟ ସମୟରେ ସେ ଏହି ଚ୍ୟାଲେଞ୍ଜ ପୂରଣ କରିଥିଲେ। ଏଭଳି ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିବା ପରେ ସାରା କହିଛନ୍ତି, “ଆମେ ସତରେ ଏହା ସମ୍ପୂର୍ଣ୍ଣ କରିପାରିଛୁ ବୋଲି ମୁଁ ବିଶ୍ୱାସ କରିପାରୁନି। ଲୁଣିଆ ପାଣି କାରଣରୁ ଏହି ଯାତ୍ରା ଆହୁରି କଷ୍ଟଦାୟକ ଥିଲା। ଅନେକ ଲୋକ ମୋତେ ଦେଖା କରିବାକୁ ବେଳାଭୂମି ନିକଟକୁ ଆସିଥିଲେ, ମୋତେ ଅଭିନନ୍ଦନ ଜଣାଇଥିଲେ। କିନ୍ତୁ ଅନେକ ଲୋକ ଆଶ୍ଚର୍ଯ୍ୟ ଚକିତ ଥିବା ମୁଁ ଅନୁଭବ କରିିଥିଲି। ” ପ୍ରକାଶ ଥାଉ କି, ପୂର୍ବରୁ କେବଳ ୪ଜଣ ସ୍ବିମର୍‌ ବିଶାଳ ଇଂଲିଶ୍‌ ଚ୍ୟାନେଲକୁ କ୍ରମାଗତ ତିନିଥର ପହଁରି ସାରିଛନ୍ତି। ତେବେ କ୍ରମାଗତ ୪ ଥର ପହଁରି ପ୍ରଥମ ବ୍ୟକ୍ତି ଭାବେ ସାରା ଥୋମସ୍‌ ଏହି ରେକର୍ଡ ଭାଙ୍ଗିଛନ୍ତି।


All Right Reserved By

ଦୁର୍ବିପାକରୁ ରକ୍ଷା ପାଇଁ ଏହି ମନ୍ଦିରରେ କରାଯାଏ ପୂଜା…

ଭାରତରେ ଥିବା ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ନୀତି ପାଳନ କରାଯାଇଥାଏ। ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖିରୀ ଜିଲ୍ଲାରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ଶ୍ରଦ୍ଧାଳୁ...

ବିଶ୍ୱର ୫ ଅଦ୍ଭୁତ ଗଛ: ଯାହାକୁ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭଗବାନଙ୍କ ସୃଷ୍ଟି ବିଚିତ୍ର। ପୃଥିବୀପୃଷ୍ଠରେ ଦେଖିବାକୁ ମିଳୁଥିବା ବୃକ୍ଷଲତା ମଧ୍ୟରେ ଅନେକ ସାମଞ୍ଜସ୍ୟ ଥିଲେ ମଧ୍ୟ କିଛି କିଛି ଭିନ୍ନ ଥାନ୍ତି। ସେଗୁଡ଼ିକ ଅଦ୍ଭୁତ ଗଠନକୁ...

ବଧିରଙ୍କୁ କର୍ମ ନିଯୁକ୍ତି ଦେବା ପାଇଁ ‘ସାଇଲେଣ୍ଟ କାଫେ’

ବଧିର ବ୍ୟକ୍ତିମାନଙ୍କୁ କର୍ମନିଯୁକ୍ତି ଦେବା ପାଇଁ ଷ୍ଟାରବକ୍ସ ନାମକ ଏକ କମ୍ପାନୀ ଏଇ କିଛିଦିନ ତଳେ ଚାଇନାର ଗୁଆଙ୍ଗଝୁଠାରେ ସାଇଲେଣ୍ଟ କାଫେର ଶୁଭାରମ୍ଭ କରିଛି। ଏହି...

ଯୌତୁକ ନ ନେବାକୁ ସର୍ତ୍ତ ରଖିଲେ ଶିକ୍ଷକ ଜ୍ୱାଇଁ: ଲକ୍ଷେ ଟଙ୍କାର ପୁସ୍ତକ ଉପହାର ଦେଲେ ଶ୍ୱଶୁର

ଆଇନ ଅନୁଯାୟୀ ଯୌତୁକ ମାଗିବା ଏକ ଅପରାଧ। ମାତ୍ର ଆମ ସମାଜରେ ଯୌତୁକ ମାଗିବା ଯେପରି ଏକ ପ୍ରଥା ପାଲଟିଛି। ଭାରତରେ ବୋଧହୁଏ ଏମିତି କୌଣସି...

ଅନାହାର ପୀଡ଼ିତଙ୍କୁ ମାରିବା ପାଇଁ ‘ଡେଥ୍‌ ସ୍କ୍ବାଡ୍‌’ ଗଠିତ

କାରାକସ,୧୮।୭: ଭେନେଜୁଏଲାର ଖାଦ୍ୟ ସଙ୍କଟ ପରିସ୍ଥିତି ବିଷୟରେ ବିଶ୍ୱବାସୀଙ୍କ ଅଳ୍ପବହୁତେ ଜ୍ଞାନ ରହିଛି। ଏଠାରେ ଲୋକଙ୍କ ପାଖରେ କୋଟି କୋଟି ଟଙ୍କା ଥିଲେ ମଧ୍ୟ ଖାଦ୍ୟର...

ଏଥର ଇକୋ ଫ୍ରେଣ୍ଡ୍‌ଲୀ ଗଣେଶ

କୋଏମ୍ବାଟୁର,୨୮।୮: ଗଣେଶ ଚତୁର୍ଥୀ ଭାଦ୍ରବ ଶୁକ୍ଳପକ୍ଷରେ ପଡ଼ୁଥିବା ବେଳେ ଚଳିତବର୍ଷ ସେପ୍ଟେମ୍ବର ୨ରେ ଏହା ପାଳନ କରାଯିବ। ବିଘ୍ନବିନାଶନଙ୍କ ପୂଜା ଆଉ କିଛି ଦିନ ବାକି...

ମୋଦିଙ୍କ ଇଂରାଜୀ କହିବା ଶୈଳୀକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି

ବାଇରିଜ୍‌,୨୭।୮: ଫ୍ରାନ୍ସର ବାଇରିଜଠାରେ ଜି-୭ ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ...

ମାତ୍ର ପାଞ୍ଚ ମିନିଟରେ ମସ୍ତିଷ୍କରୁ ଉଭାନ ହୋଇଯାଏ ୯୫ପ୍ରତିଶତରୁ ଅଧିକ ସ୍ବପ୍ନ

ଏମିତି କେହି ନାହିଁ ଯିଏ ସ୍ବପ୍ନ ଦେଖେନାହିଁ। ମଣିଷ ତ ଶୋଇବା ମାତ୍ରେ ସ୍ବପ୍ନ ଦେଖେ। ତେବେ ପଶୁପକ୍ଷୀଙ୍କ ମସ୍ତିଷ୍କରେ ମଧ୍ୟ ସ୍ବପ୍ନର ଆଭାସ ଦେଖା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *