Posted inଜାତୀୟ

ଗୋଟିଏ ଲଟେରୀ ଟିକେଟ ଚମକାଇଲା ୬ଜଣଙ୍କ ଭାଗ୍ୟ

ଥିରୁଭାନନ୍ତପୁରମ୍‌,୨୦।୯: ଏକ ବମ୍ପର ଲଟେରୀ ୬ଜଣଙ୍କ ଭାଗ୍ୟ ବଦଳାଇଛି। ପୁରସ୍କାରରେ ଜିତିଛନ୍ତି ଏମାନେ ୧୨ କୋଟି ଟଙ୍କା। ଏହି ଘଟଣା ଦେଖିବାକୁ ମିଳିଛି କେରଳର କୋରୁଙ୍ଗାପାଲୀରେ। ଗୁରୁବାର ଓନାମ୍‌ ବମ୍ପର ଲଟେରୀର ଘୋଷଣା କରାଯାଇଥିଲା। ଲଟେରୀର ପ୍ରଥମ ପୁରସ୍କାର ରାଶିରେ କୋଲ୍ଲମର ୬ ସୁନା ଦୋକାନୀ ୧୨ କୋଟି ଟଙ୍କା ଜିଣିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇ ୨୧ରେ ଏହି ଲଟେରୀର ବିକ୍ରି ହୋଇଥିଲା। ୪୬ଲକ୍ଷ ଲଟେରୀରୁ ମଧ୍ୟରୁ ୪୩ଲକ୍ଷ ବିକ୍ରି କରାଯାଇଥିବା ବେଳେ ୬ଜଣ ସୁନା ଦୋକନୀ ମିଶି ଗୋଟିଏ ଟିକେଟକୁ ୩ଶହ ଟଙ୍କାରେ କିଣିଥିଲେ। ତେବେ ଜିତିଥିବା ପୁରସ୍କାର ରାଶିକୁ ସେମାନେ ୩୦ଦିନ ଭିତରେ କ୍ଲେମ କରିପାରିବେ ବୋଲି ଲଟେରୀ ବିଭାଗ କହିଛି। ଅନ୍ୟପଟେ ବିଜେତାଙ୍କୁ ସମ୍ପୁର୍ଣ୍ଣ ୧୨ କୋଟି ଟଙ୍କା ମିଳିପାରିବ ନାହିଁ। କାରଣ ଟ୍ୟାକ୍ସ କଟିବା ପରେ ସେମାନଙ୍କୁ ମାତ୍ର ୭.୫ କୋଟି ଟଙ୍କା ମିଳିବ। ସୂଚନାମୁତାବକ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ୪ଟି ପର୍ବରେ ଏଭଳି ଲଟେରୀର ବ୍ୟବସ୍ଥା କରାଯାଇଥାଏ। ଓନାମ୍‌, ବିଶୁ, ଦଶହରା ଓ ଖ୍ରୀଷ୍ଟମାସ୍‌ରେ ଏଭଳି ଲକି ଡ୍ର କରାଯାଇ ବିଜେତାଙ୍କୁ ପୁରସ୍କୁତ କରାଯାଏ ବୋଲି ଲଟେରୀ ବିକ୍ରେତା କହିଛନ୍ତି।


All Right Reserved By Dharitri.Com

ଇଂଲଣ୍ଡ ଯିବା ପୂର୍ବରୁ ଶିରିଡି ସାଇ ଦର୍ଶନ କଲେ କୋଚ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ, ୨୧।୫: ମେ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେଉଛି ବିଶ୍ୱକପ୍‌ ମହାସମର। ଏଥିପାଇଁ ଭାରତୀୟ କ୍ରିକେଟ ଦଳ ମଙ୍ଗଳବାର ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ...

ଭାରତ-ଚାଇନା ସୀମା ଜଗିବ ଏମ୍‌-୭୭୭ ତୋପ

ନୂଆଦିଲ୍ଲୀ,୭।୧୦: ଭାରତ ଆମେରିକାଠାରୁ ୧୪୫ଟି ଏମ୍‌-୭୭୭ ତୋପ କିଣିବ। ଏହି ତୋପକୁ ଭାରତ-ଚାଇନା ସୀମା ଜଗିବା କାର୍ଯ୍ୟରେ ମୁତୟନ କରାଯିବ। ୨୦୧୯ ଶେଷ ସୁଦ୍ଧା ଏହି...

ଘାତକ ହେଲାଣି ସିଏଏ ନିଆଁ: ପୋଲିସ ଗୁଳିରେ ଟଳିଲେ ୩ ବିକ୍ଷୋଭକାରୀ

ମାଙ୍ଗାଲୁରୁ/ଲକ୍ଷ୍ନୌ, ୨୦।୧୨:ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧକରି ଦେଶବ୍ୟାପୀ ମୁଣ୍ଡଟେକିଥିବା ଆନ୍ଦୋଳନର ନିଆଁ ଘାତକ ହେଲାଣି। କର୍ନାଟକର ମାଙ୍ଗାଲୁରୁ ଓ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଗୁରୁବାର ବିକ୍ଷୋଭ...

ମନଦେଇ ଶୁଣିଲେ ‘ମନ୍‌ କି ବାତ୍‌’

ନୂଆଦିଲ୍ଲୀ,୩୦।୬: ପାଖାପାଖି ଦୁଇ ମାସ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ ପୁଣିଥରେ ରବିବାର ପ୍ରଚାରିତ ହୋଇଛି। ତେବେ ଏହି...

୭୩ତମ ସ୍ବାଧୀନତା ଦିବସ ପାଇଁ କଡ଼ା ସୁରକ୍ଷା :ଲାଲକିଲ୍ଲାରୁ ଲାଲଚୌକ ଅଭେଦ୍ୟ

ନୂଆଦିଲ୍ଲୀ,୧୪ା୮: ଦିଲ୍ଲୀର ଲାଲକିଲ୍ଲା ପ୍ରାଚୀରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରଙ୍ଗା ଉତ୍ତୋଳନ କରି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଉଥିବାବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ଶ୍ରୀନଗର କେନ୍ଦ୍ରସ୍ଥଳ ଲାଲଚୌକରେ...

ଜେଲରେ ପି. ଚିଦାମ୍ବରମ୍‌ଙ୍କୁ ଭେଟିଲେ ରାହୁଲ, ପ୍ରିୟଙ୍କା

ନୂଆଦିଲ୍ଲୀ,୨୭।୧୧: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାଡ ଜେଲ୍‌ରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦାମ୍ବରମଙ୍କୁ ଭେଟିଛନ୍ତି କଂଗ୍ରେସର...

ଭାଜପାରେ ଯୋଗଦେଲେ ୫୦ ଟିଡିପି ନେତା

ହାଇଦ୍ରାବାଦ,୨୦ା୮: ତେଲେଙ୍ଗାନାରେ ତେଲୁଗୁ ଦେଶମ୍‌ ପାର୍ଟି(ଟିଡିପି)ର ୫୦ରୁ ଊର୍ଦ୍ଧ୍ୱ ନେତା ସୋମବାର ଭାଜପାରେ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମନ୍ତ୍ରୀ, ବିଧାୟକ ଓ...

ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ଡିସିପି

ଫରିଦାବାଦ୍‌,୧୪।୮: ହରିୟାଣାରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଫରିଦାବାଦର ଡେପୁଟୀ କମିଶନର ଅଫ୍‌ ପୋଲିସ୍‌(ଡିସିପି) ବିକ୍ରମ କପୁର ବୁଧବାର ସକାଳୁ ନିଜ ବାସଭବନରେ ଗୁଳିମାରି...

Leave a comment

Your email address will not be published. Required fields are marked *